/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701530555.jpg)
Odisha Citizens Award
ଓଡ଼ିଶା ଟେଲିଭିଜନ ନେଟୱର୍କ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟର ୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୩ । ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଏଥିରେ ସମ୍ମାନିକ ଅତିଥି ଭାବେ ଯୋଗ ଦେଇଛନ୍ତି ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ ଏବଂ IIM ସମ୍ବଲପୁର ନିର୍ଦ୍ଦେଶକ ମହାଦେଓ ଜୟସ୍ୱାଲ ।
ରାଜନୀତି ପାଇଁ ବିରୋଧୀ ଦଳ ନେତା ତଥା ସମ୍ବଲପୁରର ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଓଡ଼ିଶା ସିଟିଜେନ୍ସ ଆୱାର୍ଡ ପ୍ରଦାନ କରାଯାଇଛି । ସେହିପରି ସମାଜସେବା ପାଇଁ ଡାକ୍ତର ଶଙ୍କର ରାମଚନ୍ଦାନୀ, ସ୍ୱାସ୍ଥ୍ୟରେ ଡାକ୍ତର ବିଭୁତି ଭୂଷଣ ନାୟକ, କୃଷି ପାଇଁ ସପନ ପାତ୍ର, କଳା ଓ ସଂସ୍କୃତି ପାଇଁ ରୂପଶ୍ରୀ ମହାପାତ୍ର, ବ୍ୟବସାୟ ପାଇଁ ଅଭିଜିତ ସାହୁ, ଶିକ୍ଷା ପାଇଁ ପ୍ରଫେସର ଡକ୍ଟର ରଂଜନ କୁମାର ବଳ, ମନୋରଂଜନ ପାଇଁ ଅଭିନେତା ଅଶ୍ରୁମୋଚନ ମହାନ୍ତି ଏବଂ କ୍ରୀଡ଼ା ପାଇଁ କିଶୋର ଜେନା ଏହି ପୁରସ୍କାର ପାଇଛନ୍ତି ।
ଓଡ଼ିଶା ସିଟିଜେନ୍ସ ଆୱାର୍ଡର ଏହି ଏକାଦଶତମ ସଂସ୍କରଣ ପାଇଁ ପ୍ରଥମେ ବିଚାରକ ମଣ୍ଡଳୀ ଦୁଇଟି ପର୍ଯ୍ୟାୟରେ ପ୍ରତି ବର୍ଗରେ ୪ ଜଣଙ୍କ ନାଁ ସର୍ଟଲିଷ୍ଟ କରିଥିଲେ । ଏହାପରେ ଅନଲାଇନ ଭୋଟିଂ ଆଧାରରେ ବିଜେତାଙ୍କ ନାଁ ଘୋଷଣା କରାଯାଇଥିଲା । ଆଜି ପୁରସ୍କାର ପ୍ରଦାନ ଉତ୍ସବରେ ସ୍ୱାଗତ ଅଭିଭାଷଣ ରଖିଥିଲେ ଓଟିଭି ନେଟୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)