Advertisment

ଭଦ୍ରକରେ ମାଆ ଭଦ୍ରକାଳୀଙ୍କୁ ଆଜି ବେଦମାତା ରୂପରେ କରାଯାଉଛି ପୂଜା। ଜାଣନ୍ତୁ ଏହାର ମହତ୍ୱ...

କରୋନା କଟକଣା ମଧ୍ୟରେ ମାଆ କାଳୀଙ୍କର ଚାଲିଛି ପୂଜାର୍ଚ୍ଚନା। ଆଜି ଆଦୀ ମାତା ରୂପରେ ପୂଜା ପାଉଛନ୍ତି ମାଆ ଭଦ୍ରକାଳୀ

author-image
Sarbeswar
Bhadrak Kali Puja

Bhadrak Kali Puja

ଭଦ୍ରକ(ପାର୍ଥସାରଥୀ ନାୟକ): କାଳୀପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ସପ୍ତଦିବସବ୍ୟାପୀ ମହାପୂଜାଉତ୍ସବ। ଅମାବାସ୍ୟା ତିଥିଠାରୁ ମାଆ ଭଦ୍ରକାଳୀଙ୍କୁ ସପ୍ତମାତୃକା ବେଶରେ ସଜ୍ଜିତ କରି ପୂଜାର୍ଚ୍ଚନା କରାଯାଉଥିବାବେଳେ, ଆଜି ମା ଭଦ୍ରକାଳୀଙ୍କୁ ପ୍ରଥମ ଦିବସରେ ବେଦମାତା ବେଶରେ ପୂଜାର୍ଚ୍ଚନା କରାଯାଇଛି। ତେବେ କୋଭିଡ କଟକଣା ମଧ୍ୟରେ ଶ୍ରଦ୍ଧାଳୁଙ୍କ ବିନା ମାଆ ଭଦ୍ରକାଳୀଙ୍କର ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି। ଏହି ବେଶରେ ମାଙ୍କୁ ଦର୍ଶନ କଲେ ମହାଜ୍ଞାନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ମଧ୍ୟ ରହିଛି।

Advertisment

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ। ମାଆ ହେଉଛନ୍ତି ସର୍ବଶକ୍ତିର ଆଧାର ଓ ଆଦ୍ୟାଶକ୍ତି। ସ୍ତୃତିଗାନରେ କନିକା ପୁରାଣ ଓ ଯୋଗିନୀ ତନ୍ତ୍ରରେ ମଧ୍ୟ ଭଦ୍ରକାଳୀ ପୀଠ ଏକ ମହାନ ଶକ୍ତିପୀଠ ରୂପେ ବର୍ଣ୍ଣିତ ହୋଇଛି। ମାଆ କାଳୀଙ୍କ ପୂଜା ଅବସରରେ ଏହି ଅମାବାସ୍ୟା ତିଥିଠାରୁ ମାଆ ଭଦ୍ରକାଳୀଙ୍କ ପୀଠରେ ମାଆଙ୍କୁ ସପ୍ତମାତୃକା ବେଶରେ ପୂଜାର୍ଚ୍ଚନା କରାଯାଇଛି।

Advertisment

ଆଜି ପ୍ରତ୍ୟୁଷରୁ ମାଆ ଭଦ୍ରକାଳୀଙ୍କ ବିଶେଷ ପୂଜାର୍ଚ୍ଚନା ପାଇଁ ନିକଟସ୍ଥ ସାଳନ୍ଦୀ ନଦୀଘାଟରୁ ସେବାୟତ ମାନଙ୍କ ଦ୍ଵାରା ପୂଣ୍ୟତୋୟା ସାଳନ୍ଦୀ ନଦୀରୁ ଜଳ ଅଣାଯାଇ ଘଟସ୍ଥାପନ ସହ ରୀତିନୀତି ଅନୁସାରେ ମାଆଙ୍କର ପୂଜାର୍ଚ୍ଚନା କରାଯାଇଛି। ତେବେ ସପ୍ତଦିବସ ବ୍ୟାପୀ ଅନୁଷ୍ଠିତ ହେଉଥିବା ମା ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ମଧ୍ୟରୁ ଆଜି ମାଆଙ୍କୁ ପ୍ରଥମ ଦିବସରେ ବେଦମାତା ବେଶରେ ସଜ୍ଜିତ କରି ପୂଜାର୍ଚ୍ଚନା କରାଯାଇଛି।

ଏ ନେଇ ଆଜିଠାରୁ ମାଙ୍କ ପୀଠରେ ମହାଯଜ୍ଞ, ଚଣ୍ଡୀପାଠ, ହୋମଯଜ୍ଞ ଆୟୋଜନ କରାଯାଇଛି। ତେବେ ଆଜି ମାଆ ଭଦ୍ରକାଳୀଙ୍କୁ ବେଦମାତା ରୂପରେ ଦର୍ଶନ କଲେ ମହାଜ୍ଞାନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ଵାସ ରହିଛି। ଦେବୀଙ୍କର ସାତଟି ରୂପ ମଧ୍ୟରୁ ବେଦମାତା ଅର୍ଥାତ୍ ଗାୟତ୍ରୀ ରୂପ ଦର୍ଶନ କଲେ ଜ୍ଞାନର ଭଣ୍ଡାର ଉଦୟ ହୋଇଥାଏ ବୋଲି ମା’ ଙ୍କ ସେବାୟତ କହିଛନ୍ତି।

ତେବେ ମା ଭଦ୍ରକାଳୀ ବେଦମାତା ରୂପରେ ପୂଜା ପାଉଥିବା ବେଳେ, କରୋନା କଟକଣା ପାଇଁ ମାଙ୍କୁ ପାଖରୁ ଦର୍ଶନ କରି ନ ପାରି ଭାବ ବିହ୍ୱୋଳ ହୋଇଛନ୍ତି ଶ୍ରଦ୍ଧାଳୁ। ତେବେ ଦୂରରୁ ଥାଇ ମାଙ୍କୁ ଦୁଃଖ ଜଣାଇବା ସହ, ଏହି ମହାମାରୀ କରୋନା ଦୁରେଇଯାଉ ବୋଲି ଗୁହାରି କରିଛନ୍ତି ଭକ୍ତ। ମା’ ଙ୍କ ପୀଠରେ କାଳୀପୂଜା ଅବସରରେ ସପ୍ତଦିବସ ବ୍ୟାପି ସପ୍ତମାତୃକା ବେଶରେ ମା ଭଦ୍ରକାଳୀଙ୍କୁ ପୂଜାର୍ଚ୍ଚନା କରାଯିବା ସହ, ମନ୍ଦିର ପରିସରରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ।

ମା ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ମଧ୍ୟରୁ ବେଦମାତା ପରେ ପରେ ମହାକାଳୀ, ରାଜରାଜେଶ୍ୱରୀ, ସିଂହବାହିନୀ, ଜଗଦ୍ଧାତ୍ରୀ, ମହାସରସ୍ୱତୀ, ମହାଲଷ୍ମୀ ବେଶ ରେ ପୂଜାର୍ଚ୍ଚନା ରୀତିନୀତି ଅନୁସାରେ କରାଯିବ। ସରକାରଙ୍କ କୋଭିଡ କଟକଣା ଅନୁଯାଇ ମା’ ଭଦ୍ରକାଳୀଙ୍କ ଟ୍ରଷ୍ଟ ପକ୍ଷରୁ ମାଙ୍କ ପୀଠରେ ସାତଦିନ ବ୍ୟାପି ସପ୍ତମାତୃକା ବେଶର ପୂଜାର୍ଚନା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ସାତଜଣ ସେବାୟତକୁ ନେଇ ମାଙ୍କର ପୂଜାର୍ଚ୍ଚନା ଅନୁଷ୍ଠିତ ହେଉ ଥିବାବେଳେ, ମହାଯଜ୍ଞ, ଚଣ୍ଡୀପାଠସହ ରୀତିନୀତି ଅନୁସାରେ ସମସ୍ତ କାର୍ଯ୍ୟସମ୍ପନ ହେବ ବୋଲି ବରିଷ୍ଠ ସେବାୟତ କହିଛନ୍ତି। ଅନ୍ୟପକ୍ଷରେ ପୂଜାର୍ଚ୍ଚନା ସମୟରେ କୌଣସି ଶ୍ରଦ୍ଧାଳୁ ମନ୍ଦିର ପରିସରରେ, ମାଆଙ୍କୁ ଦର୍ଶନ କରିପାରିବେ ନାହିଁ। ବାହାରୁ ଥାଇ ମାଆଙ୍କୁ ଦର୍ଶନ କରିବେ,ଏ ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି।

Kali Puja Bhadrak Kali Puja2021
Advertisment
Advertisment