ପଞ୍ଜିକା ଓ କ୍ୟାଲେଣ୍ଡରରେ ବିଭେଦତାକୁ ନେଇ ଦୂର ହେଲାନି ଦ୍ବନ୍ଦ୍ବ । ଆଜି ପୟାଶ୍ରାଦ୍ଧ ସହ ବଡ଼ବଡୁଆ ଡାକିଲେ ଅନେକ । ଶ୍ରୀମନ୍ଦିରରେ ଆସନ୍ତାକାଲି ଦୀପାବଳି ଓ ପୟାଶ୍ରାଦ୍ଧ ନୀତି । ପଞ୍ଜିକା ବିଭ୍ରାନ୍ତିରୁ ବାରମ୍ବାର ଉପୁଜୁଛି ଏଭଳି ସ୍ଥିତି । ସରାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ଜ୍ୟୋତିର୍ବିଦ୍ ଓ ପଞ୍ଜିକାର ।
ହଟିଲାନି ଦ୍ବନ୍ଦ୍ବ,ଦୂର ହେଲାନି ବିଭ୍ରାନ୍ତି। ଅମାବାସ୍ୟା ନ ପଶୁଣୁ ଶ୍ରୀମନ୍ଦିର ସାମ୍ନାରେ କାଉଁରିଆ କାଠି ଜଳିଲା। ପୟାଶ୍ରାଦ୍ଧ କରି ପିତୃପୁରୁଷଙ୍କୁ ସ୍ବସ୍ଥାନକୁ ଯିବାକୁ ଆଲୋକ ଦେଖାଇଲେ ଶ୍ରଦ୍ଧାଳୁ।
ନିଆରା ଢଙ୍ଗରେ ପାଳନ ହେଉଛି ଦୀପାବଳି । ଆଲୋକର ଏହି ପର୍ବକୁ ପ୍ରାୟ ସମସ୍ତେ ବାଣ ଫୁଟାଇ ବେଶ୍ ଧୁମ୍ଧାମ୍ରେ ପାଳନ କରିଥାନ୍ତି । ହେଲେ ସୁବର୍ଣ୍ଣପୁର ଜିଲ୍ଲା ଭୁଲିଆ ବା ମେହେର ସଂପ୍ରଦାୟାର ଲୋକମାନେ ଦିପାବଳୀକୁ କିଛି ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି ।
ଏବେ ବି ମିଳୁଛି ପାରଂପରିକ ଖେଳଣା ମିଠା । କଟକ ଖାନନଗରରେ ଚାଲିଛି ଖେଳଣା ମିଠା ପ୍ରସ୍ତୁତି । ଦୀପାବଳିରେ ଖେଳଣା ମିଠାର ରହିଛି ଚାହିଦା । ବିଭିନ୍ନ ପଶୁ ପକ୍ଷୀଙ୍କ ଆକୃତିରେ ତିଆରି ହେଉଛି ମିଠା