/odishatv-khabar/media/post_attachments/uploadimage/library/16_9/16_9_0/Balijatra_1636455124.jpg)
Balijatra
କଟକ: ଏଥର ବି ନିରାଶ କଲା ପ୍ରଶାସନ । ଏ ବର୍ଷ ବି ଐତିହାସିକ ବାଲିଯାତ୍ରା ବନ୍ଦ । କୋଭିଡ୍ ପାଇଁ ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି । ବାଲିଯାତ୍ରା ବନ୍ଦ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ସୂଚନା । ଗତବର୍ଷ ମଧ୍ୟ ବନ୍ଦ ରହିଥିଲା କଟକ ବାଲିଯାତ୍ରା ।
ବାଲି ଯାତ୍ରାରେ ବ୍ୟବସାୟ କରି ଭଲ ଦି ପଇସା ପାଇବା ଆଶାରେ ଥିବା ଛୋଟ ବଡ଼ ବେପାରୀ ଏଥର ବି ନିରାଶ ହୋଇଛନ୍ତି । କାରଣ ମହାମାରୀ କରୋନା ଯୋଗୁଁ ଏଥର ବି ବାଲିଯାତ୍ରା ଆୟୋଜନକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମନା କରାଯାଇଛି । ବାଲିଯାତ୍ରାରେ ହଜାର ହଜାର ଷ୍ଟଲ ପଡ଼ିଥାଏ । ବିଭିନ୍ନ ରାଜ୍ୟରୁ ଏଠାକୁ ବ୍ୟବସାୟୀମାନେ ଆସି ନିଜର ପସରା ମେଲାଇଥାନ୍ତି । ଆଉ ସେମାନଙ୍କ ଜିନିଷ କିଣିବାକୁ ମଧ୍ୟ ବିଭିନ୍ନ ସ୍ଥାନରୁ ବା ଦୂରଦୂରାନ୍ତରୁ ଲୋକ ଏଠାକୁ ଆସିଥାନ୍ତି ।
Also Read
ଆଉ ବାଲିଯାତ୍ରାରେ ଭିଡ଼ କଥା ତ ସମସ୍ତ ଜାଣନ୍ତି । ଏହି ଭିଡ଼କୁ ଏଡ଼ାଇବାକୁ ଯାଇ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । କାରଣ କରୋନା ମହାମାରୀ ରାଜ୍ୟରେ ନିୟନ୍ତ୍ରିତ ଅବସ୍ଥାରେ ଥିଲେ ମଧ୍ୟ ଦେଶର ସବୁ ରାଜ୍ୟରେ କରୋନା, ନିୟନ୍ତ୍ରଣରେ ନାହିଁ । ସେପଟେ ଚୀନ୍ରେ ଓ ଆମେରିକାରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ୁଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଏସବୁ ଦିଗକୁ ଦୃଷ୍ଟିରେ ରଖି ଏଥର ମଧ୍ୟ ବାଲିଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି ।
ଗତବର୍ଷ କରୋନା ମହାମରୀ ପିକ୍ ଧରିଥିବାରୁ ବାଲିଯାତ୍ରା ହୋଇନଥିଲା । ତେବେ ଲଗାତର ଦୁଇବର୍ଷ ଧରି ବାଲିଯାତ୍ରା ବନ୍ଦ ହେବା ଫଳରେ ଅନେକ ବ୍ୟବସାୟୀ ନିରାଶ ହୋଇଛନ୍ତି । ଯାହାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)