• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଚେନ୍ନାଇ: ସ୍ପେନ୍‌ର ଟୋମାଟିନୋ ଉତ୍ସବ ସଦୃଶ ତାମିଲନାଡୁର ଗୁମଟପୁରାରେ ପାଳନ ହୋଇଛି ଗୋରେହାବା ଉତ୍ସବ । ପରସ୍ପରକୁ ଗୋବର ଫିଙ୍ଗି ଗୋରେହାବା ଉତ୍ସବ ପାଳନ କରୁଛନ୍ତି ଲୋକମାନେ । ଦୀପାବଳି ଅବସରରେ ଏହି ଉତ୍ସବ ପାଳନ କରିବାର ପରମ୍ପରା ରହିଥିବାର ଦେଖିବାକୁ ମିଳିଛି । ତେବେ ଏହି ଉତ୍ସବର କିଛି ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

ଗୋରେହାବା ନାଁରେ ପାଳନ ହେଉଥିବା ଏହି ଉତ୍ସବରେ ହଜାର ହଜାର ସଂଖାରେ ଲୋକେ ସାମିଲ ହୋଇଥାନ୍ତି । ଉତ୍ସବ ପୂର୍ବରୁ ଏଥିରେ ସାମିଲ ହେଉଥିବା ଲୋକେ ଗୋବର ସଂଗ୍ରହ କରିଥାନ୍ତି । ଏହା ପରେ ବୋମା ସଦୃଶ ପରସ୍ପର ଉପରେ ଏହି ଗୋବର ଫିଙ୍ଗି ଉତ୍ସବକୁ ପାଳନ କରିଥାନ୍ତି । ତାମିଲନାଡୁର ଏହି ଗାଁ ଗୁମଟପୁରା କର୍ଣ୍ଣାଟର ସୀମାନ୍ତରେ ରହିଛି । ଏହି ଉତ୍ସବରେ ସାମିଲ ହେବା ପାଇଁ ଦୂର ଦୂରାନ୍ତରୁ ଲୋକେ ଏଠାକୁ ଆସିଥାନ୍ତି । ଏହି ଉତ୍ସବରେ ସାମିଲ ହେଲେ ଅନେକ ଦୂରାରୋଗରୁ ମୁକ୍ତି ମିଳୁଥିବା କଥାର ବିଶ୍ୱାସ ରହିଛି ।

ଗୋବରକୁ ସଂଗ୍ରହ କରିବା ପରେ ଟ୍ରାକ୍ଟରରେ ମନ୍ଦିରକୁ ଅଣାଯାଇ ପୂଜାର୍ଚ୍ଚନା କରାଯାଇଥାଏ । ଏହାପରେ ଗୋବରକୁ ଖୋଲା ସ୍ଥାନରେ ପକାଯାଏ, ଯେଉଁଠାରୁ ପୁରୁଷ ଓ ବାଳକମାନେ ଏଥିରୁ ବୋମା ସଦୃଶ ଗୋବର ଗୋଳା ତିଆରି କରିଥାନ୍ତି । ପ୍ରତ୍ୟେକ ହିନ୍ଦୁଙ୍କର ବିଶ୍ୱାସ ଯେ ଗୋମାତା ଓ ତାଙ୍କଠୁ ବାହାରୁଥିବା ସମସ୍ତ ଜିନିଷ ଶୁଦ୍ଧ ଓ ପବିତ୍ର ଅଟେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶୁମାନଙ୍କ ସୁରକ୍ଷା ଦିଗରେ ବେଶ ସଚେତନ ରୁହନ୍ତି । ଦେଶର କେତେକ ରାଜ୍ୟରେ ମାଂସ ଖାଇବା ଉପରେ ବାରଣ ମଧ୍ୟ କରାଯାଇଛି ।