• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଧନତେରାସ ଦିନ ଧନିଆ କିଣିବା ଅତ୍ୟନ୍ତ ଶୁଭଦାୟକ

  • ସୁନା କିମ୍ବା ରୂପା ମୁଦ୍ରା କିଣିଲେ ମାଆ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ

 କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀକୁ ଧନତେରସ ପର୍ବ ଭାବରେ ପାଳନ କରାଯାଏ । ଏହି ଦିନ ଧନର ଦେବତା କୁବେର, ମାଆ ଲକ୍ଷ୍ମୀ, ଧନଭନ୍ତରୀ ଏବଂ ଯମରାଜଙ୍କୁ ପୂଜା କରାଯାଏ । ବିଶ୍ୱାସ କରାଯାଏ ଯେ ଏହି ଦିନ କିଛି ଜିନିଷ କ୍ରୟ କଲେ ଶୁଭପ୍ରଦ ବୋଲି ହୋଇଥାଏ । ସୁନା, ରୂପା ଏବଂ ଘରର ବାସନ ପାଇଁ କ୍ରୟ କରିବା ସବୁଠାରୁ ଶୁଭଙ୍କର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଧନତେରାସରେ କଣ କ୍ରୟ କରିବେ ।

ପିତ୍ତଳ:

ଧନତେରାସରରେ ପିତ୍ତଳ ବସ୍ତୁ ବା ପାତ୍ର କ୍ରୟ କଲେ ଏହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ପିତ୍ତଳ ପାତ୍ରରେ ସେଥିରେ କିଛି ମିଠା କିମ୍ବା ଚାଉଳ ଶସ୍ୟ ଭରି ରଖନ୍ତୁ । ଘରକୁ ପିତ୍ତଳ ପାତ୍ର ଆଣିବା ବହୁତ ଭଲ ବୋଲି ବିବେଚନା କରାଯାଏ ।

ଝାଡ଼ୁ:

ଶାସ୍ତ୍ରରେ ଝାଡ଼ୁକୁ ଦେବୀ ଲକ୍ଷ୍ମୀଙ୍କ ରୂପ ବୋଲି ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ ଧନତେରାସ ଦିନ ଘରକୁ ଝାଡୁ ଆଣିଲେ ଏହା ଶୁଭଦାୟକ ହୋଇଥାଏ । ଘରକୁ ଝାଡ଼ୁ ଆଣିବା ଦ୍ୱାରା ଘରୁ ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ।

ଅକ୍ଷତ:

ଅକ୍ଷତ ଅର୍ଥାତ୍ ଚାଉଳ ମଧ୍ୟ ଧନତେରାସ ଦିନ ଘରକୁ ଆଣିବା ଉଚିତ୍ । ଶାସ୍ତ୍ରରେ କୁହାଯାଇଛି ଯେ ଚାଉଳ ଅର୍ଥାତ୍ ଅକ୍ଷତ ଖାଦ୍ୟରେ ସବୁଠାରୁ ଶୁଭ ବୋଲି ବିବେଚନା କରାଯାଏ । ଅକ୍ଷତର ଅର୍ଥ ହେଉଛି ଧନର ଅସୀମ ବୃଦ୍ଧି । ତେଣୁ, ଧନତେରାସ ଦିନ ଅକ୍ଷତ ଆଣିବା ଆପଣଙ୍କ ଧନ ବୃଦ୍ଧି କରିଥାଏ ।

ସୁନା ଓ ରୂପା ମୁଦ୍ରା:

ଧନତେରାସରେ ଲକ୍ଷ୍ମୀ-ଗଣେଶଙ୍କର ଚିତ୍ରରେ ନିର୍ମିତ ଏକ ସୁନା କିମ୍ବା ରୂପା ମୁଦ୍ରା କ୍ରୟ କଲେ ଘରକୁ ମାଆ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଘରେ ଏବଂ ବ୍ୟବସାୟର ଆର୍ଥିକ ସ୍ଥିତି ଭଲ ରହିବ । ଓ ବ୍ୟବସାରେ ଲାଭବାନ ହେବେ । ମାଟିରେ ନିର୍ମିତ ଲକ୍ଷ୍ମୀ-ଗଣେଶଙ୍କ ମୃତ୍ତି କିଣିବା ମଧ୍ୟ ବହୁତ ଶୁଭ ଅଟେ ।

ଧନିଆ:

ଧନତେରାସ ଦିନ ଧନିଆ କିଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହି ଦିନ ଧନିଆକୁ ଆଣି ଦେବୀ ଲକ୍ଷ୍ମୀଙ୍କୁ ଅର୍ପଣ କରିବା ସହ ସେଥିରୁ କିଛି ହାଣ୍ଡିରେ ବୁଣାଯିବା ଉଚିତ୍ । କୁହାଯାଏ ଯେ ଯଦି ବିହନ ବୁଣିବା ପରେ ଧନିଆ ଗଛ ବାହାରକୁ ଆସେ, ତେବେ ବର୍ଷସାରା ଆପଣଙ୍କ ଘରେ ସମୃଦ୍ଧତା ରହିଥାଏ ।