• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଦୀପାବଳୀ ଦିନ ଦେବୀ ଲକ୍ଷ୍ମୀଙ୍କ ଜନ୍ମଦିନ

ଦୀପାବଳୀରେ ସମଗ୍ର ଭାରତରେ ଦିବ୍ୟ ଜନନୀଙ୍କର ନାନା ରୂପରେ ପୂଜା କରାଯାଏ । କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟ ରାତ୍ରୀରୁ ଦେବୀଙ୍କର ପୂଜା ହୁଏ । ମାଟିରେ ତିଆରି ମୂର୍ତ୍ତି ସହ ବିଭିନ୍ନ ଶକ୍ତି ପୀଠରେ ଏହା ପାଳିତ ହୁଏ । ଆମ ଦେଶରେ ବଙ୍ଗଳା, ଆସାମ, ଓଡ଼ିଶା ଓ ବିହାରରେ ଦୀପାବଳୀ ମାଆ କାଳୀଙ୍କ ପୂଜା କରାଯାଏ । କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟ ରାତ୍ରୀରୁ ତାନ୍ତ୍ରିକ ଓ ଶାକ୍ତ ମତରେ ଦେବୀଙ୍କର ପୂଜା ହୁଏ । ବିଶେଷ କରି, ଉତ୍ତର ଭାରତରେ ମହାଲକ୍ଷ୍ମୀଙ୍କ ରୂପରେ ଦେବୀଙ୍କ ଆରାଧନା କରାଯାଏ । ଏହା ଏହି ସବୁ ଅଞ୍ଚଳରେ  ଦୀପାବଳୀଏକ ମୁଖ୍ୟ ପର୍ବ ରୂପେ ପାଳିତ ହୁଏ । ମିଥିଳା ଓ ନେପାଳରେ ଏହି ପର୍ବରେ ମହାନିଶାଙ୍କ ପୂଜା କରାଯାଏ ।

ତେବେ କିମ୍ବଦନ୍ତୀ ଅନୁସାରେ ବିଭିନ୍ନ ଯୁଗରେ ଦୀପାବଳୀକୁ ନେଇ ଭିନ୍ନ ମହତ୍ୱ ରହିଛି । ସତ୍ୟ ଯୁଗ, ତ୍ରେତୟା ଓ ଦ୍ୱାପର ଯୁଗରେ ଦୀପାବଳିର ଏକ ବିଶେଷ ମହତ୍ତ୍ୱ ରହିଛି । କେତୋଟି ମୁଖ୍ୟ କାରଣ ଯୋଗୁଁ ଆମେ ଦୀପାବଳି ପାଳନ କରିଥାଉ । ଆସନ୍ତୁ ଜାଣିବା ।

  • ଦୀପାବଳୀ ଦିନ ଦେବୀ ଲକ୍ଷ୍ମୀଙ୍କ ଜନ୍ମଦିନ
  • ଏହିଦିନ ଲକ୍ଷ୍ମୀଙ୍କ ମୁକ୍ତି ଦିବସ ଅଟେ ।
  • ଦୀପାବଳୀ ଅମାବାସ୍ୟା ଦିନ ଭଗବାନ ମହାବୀର ମୋକ୍ଷ ପ୍ରାପ୍ତି ପାଇଲେ
  • ଭଗବାନ କୃଷ୍ଣ ନରକାସୁରକୁ ହତ୍ୟା କରିଥିଲେ
  • “କାର୍ତ୍ତିକ ଅମାବାସ୍ୟା” ଦିନ ପାଣ୍ଡବମାନେ ନିର୍ବାସନ ସମାପ୍ତ କରି ଗୃହାଗମନ କରିଥିଲେ
  • ଏହି ଦିନ, ପ୍ରଭୁ ଶ୍ରୀରାମ ନିର୍ବାସନ ସମାପ୍ତ କରିବା ପରେ ଲକ୍ଷ୍ମଣ ଏବଂ ସୀତାଙ୍କ ସହ ଅଯୋଧ୍ୟାକୁ ଫେରି ଆସିଥିଲେ ।ଏବଂ ଲଙ୍କାକୁ ପରାସ୍ତ କରିବା ପରେ ଏହି ଖୁସିରେ ଆଯୋଧାରେ ଦୀପାବଳି ପାଳନ କରାଯାଇଥିଲା ।
  • ଏହି ଦିନ ବିକ୍ରମାଦିତ୍ୟଙ୍କ ରାଜ୍ୟାଭିଷେକ ହୋଇଥିଲା ।
  • ଦୀପାବଳିର ଦିନ ହେଉଛି ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ମହର୍ଷି ଦିୟାନନ୍ଦଙ୍କ ନିର୍ବାଣ ଦିବସ ଅଟେ ।
  • ଏହି ଦିନଟି ଶିଖ ସମ୍ପ୍ରଦାୟ ପାଇଁ ବିଶେଷ ଦିନ । ତୃତୀୟ ଶିଖ ଗୁରୁ ଅମର ଦାସ ନିର୍ଦ୍ଦେଶ ଦେଇଥିଲେ ଯେ ଯେଉଁ ଦିନ ସମସ୍ତ ଶିଖମାନେ ଗୁରୁ ଗ୍ରହଣ କରିବାକୁ ଏକାଠି ହେବେ ସେହି ଦିନ ଦୀପାବଳି ଏକ ଗୁରୁତ୍ୱପୂର୍ଣ୍ଣ ଶିଖ ପର୍ବ ହେବ । ୧୫୭୭ ମସିହାରେ ଦିୱାଲୀ ଦିନ ଅମୃତସରର ସୁବର୍ଣ୍ଣ ମନ୍ଦିରର ମୂଳଦୁଆ ପକାଯାଇଥିଲା ।
  • ଷଷ୍ଠ ଶିଖ ଗୁରୁ ହରଗୋବିନ୍ଦଙ୍କୁ ମୁଗଲ ଜାହାଙ୍ଗୀର ବନ୍ଦୀ କରି ନେଇଥିଲେ, ଏହି ଦିନ ଅର୍ଥାତ୍ ଦୀପାବଳି ୧୬୧୯ ମସିହାରେ ୫୨ ରାଜାଙ୍କ ସହ ଗ୍ୱାଲିଅର ଦୁର୍ଗରୁ ମୁକ୍ତ ହୋଇଥିଲେ ।