• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

sonal
'ଜଗନ୍ନାଥ ଶବ୍ଦାତୀତ, ତାଙ୍କୁ ବର୍ଣ୍ଣିବା ମୁସ୍କିଲ୍‌'

ସେ ଜଗତର ନାଥ ଜଗନ୍ନାଥ। କାହା ପାଇଁ ବନ୍ଧୁ ତ କାହା ପାଇଁ ଦେବତା। ସେ ଅନାଥର ନାଥ। ସେ ଜୀବର ଜୀବନ। ଯାହାଙ୍କ ପାଇଁ ଆତଯାତ ଏ ଶରୀରରେ ବାୟୁ ରୂପରେ ପ୍ରାଣ। ପ୍ରତିବର୍ଷ ଭଳି ସେ ରଥରେ ବସି କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେବେ। କୋଟିଏ ମନ ହେବ ଗୋଟିଏ। ଗଗନ ପବନ କମ୍ପିବ ଗୋଟିଏ ଧ୍ୱନିରେ …ଜୟ ଜଗନ୍ନାଥ। ଗୋଟିଏ ଦେବତା ସେ । କୋଟି କୋଟି ଭକ୍ତ ତାଙ୍କର। କାହା […]

୩
ମା’ ସୁଭଦ୍ରାଙ୍କ ଶ୍ରୀଅଙ୍ଗରୁ ଖସିପଡିଲା ନାକୁଆସି, ଆଉ ତା ପରେ…

୨୦୧୭ ଅକ୍ଟୋବର। ଦଶହରା ସମୟ। ଏକ ନିର୍ଦ୍ଦିଷ୍ଟ କାମରେ ମୁଁ ତାଳଚେରରେ ଥାଏ। ଦିନେ କାଇଁ କେଜାଣି ଇଚ୍ଛା ହେଲା କାଳିଆ ଦର୍ଶନ କରିବାକୁ। ହେଲେ ପୁରୀ ଯାଇ ଫେରିବା ସମ୍ଭବ ହେବନି, ଏ କଥା ଭାବି ମନ ଉଣା ହେଲା। କିନ୍ତୁ କାଳିଆ ମହନି ଲଗେଇଥିଲା ଯେ, ମନଟା ଖାଲି ଛାଟିପିଟି ହେଉଥାଏ। ଫୋନ୍ କଲା ଚଗୁଲୁ, ମୋର ଅତି ଅନ୍ତରଙ୍ଗ ପିଲାବେଳର ବନ୍ଧୁ। ଗୋଟିଏ ନିର୍ଦ୍ଦିଷ୍ଟ କାମ ଯାହା ସେଦିନ ହେବା କଥା ସେ […]

aparajita
ପ୍ରଭୁ ଜଗନ୍ନାଥଙ୍କୁ ନେଇ ନିଜ ଅନୁଭୂତି ବାଣ୍ଟିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

କୋଟି ବିଶ୍ୱ ନିଅନ୍ତା ପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରା ପାଖେଇ ଆସୁଥିବାବେଳେ କାହା ଅନୁଭବରେ ସେ କେମିତି କିଛି ସାଉଁଟା ଅନୁଭୂତିକୁ ନେଇ ଆମର ସ୍ୱତନ୍ତ୍ର ସେଗମେଣ୍ଟ- ‘ଅନୁଭୂତିରେ ଜଗନ୍ନାଥ’ ଆଜି ଅନୁଭୂତି ବାଣ୍ଟିବାକୁ ଆମ ସହ ସାମିଲ ହୋଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଉ ଭକ୍ତି ଭାବରେ ବଖାଣଇଛନ୍ତି ନିଜ ମନର ଅନେକ ଅକୁହା କଥା- ‘ପ୍ରଭୁ ଜଗନ୍ନାଥ ହେଉଛନ୍ତି ମୋ ଜୀବନର ମେରୁଦଣ୍ଡ। ଆଜି ପର୍ଯ୍ୟନ୍ତ ମୋର ଯେଉଁ ସବୁ ଉପଲବ୍ଧି ହୋଇଛି , […]

puri
ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହେଲେ ଶ୍ରୀଜୀଉ

ପୁରୀ :  ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହେଲେ ମହାପ୍ରଭୁ। ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜାଙ୍କୁ ଅବଗତ କରାଇଛନ୍ତି ଦଇତାପତି ସେବାୟତମାନେ। ସେପଟେ ରଥଯାତ୍ରାକୁ ଆଉ ଖୁବ୍ କମ୍‌ ଦିନ ଥିବାରୁ ମହାରଣା, ଭୋଇ, ରୂପକାର, ଚିତ୍ରକର ସେବାୟତମାନେ ରଥରେ ଦେଉଛନ୍ତି ଶେଷ ସ୍ପର୍ଶ। ଘଣ୍ଟଘଣ୍ଟା, କାହାଳୀ, ମୃଦଙ୍ଗ ଶଦ୍ଦରେ ପୂରି ଉଠୁଛି ଶ୍ରୀମନ୍ଦିର। ଉତ୍ସବ ମୁଖରିତ ହୋଇଛଠିଛି ବଡଦାଣ୍ଡ। ଦଇତା ସେବାୟତ, ପତି ମହାପାତ୍ର ସେବାୟତଙ୍କ ସହ କୁନି କୁନି ଦଇତାପତି […]

ଓଲହୱପହୂଗ
କିଏ ତାଙ୍କୁ କହେ ଅନ୍ତର୍ଯ୍ୟାମୀ, କାହା ବିଶ୍ୱାସରେ ସେ ପ୍ରାଣର ଦେବତା...

କିଏ ତାଙ୍କୁ କହେ ଅନ୍ତର୍ଯ୍ୟାମୀ। ପୁଣି କାହା ବିଶ୍ୱାସରେ ସେ ପ୍ରାଣର ଦେବତା। ଅନେକଙ୍କ ଶୟନ, ସପନ ଓ ଜାଗରଣରେ ବି ସେ ଚିର ବିରାଜିତ। ତାଙ୍କୁ ନେଇ ପ୍ରତିଟି ଓଡ଼ିଆଙ୍କର ରହିଛି ଅନେକ ଅଭୂଲା ଅନୁଭବ। ଆମେ କହୁଛୁ, କୋଟି ବିଶ୍ୱ ନିଅନ୍ତା ପ୍ରଭୁ ଜଗନ୍ନାଥଙ୍କ କଥା। ରଥ ଯାତ୍ରା ପାଖେଇ ଆସୁଥିବାବେଳେ କାହା ଅନୁଭବରେ ସେ କେମିତି କିଛି ସାଉଁଟା ଅନୁଭୂତିକୁ ନେଇ ଆମର ସ୍ୱତନ୍ତ୍ର ସେଗମେଣ୍ଟ –ଅନୁଭୂତିରେ ଜଗନ୍ନାଥ। ଆମ ସହ ନିଜର […]

ଈଓଊଫଓ ଭଓଊଈଓ
ରଥଯାତ୍ରା ବେଳେ ପିପିଲି ଟୋଲ୍‌ ଗେଟ୍‌ରେ ଆଦାୟ ହେବନି ଫି’

ପୁରୀ : ଜୁଲାଇ ୪ ତାରିଖରେ ପୁରୀରେ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ମଝିରେ ଅଛି ମାତ୍ର ୫ଦିନ। ଏଥର ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବାକୁ ଆଜି ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ଶେଷ ସମନ୍ୱୟ କମିଟି ବୈଠକ। ଯେଉଁଥିରେ ମୁଖତଃ ସ୍ୱାସ୍ଥ୍ୟ, ପରିମଳ, ଗମନାଗମନ, ରେଳ ବ୍ୟବସ୍ଥା, ଭକ୍ତଙ୍କ ସୁରକ୍ଷା ସହ ଓ ଶୃଙ୍ଖଳିତ ନୀତିକାନ୍ତି ଉପରେ ଆଲୋଚନା ହୋଇଥିଲା। ଏକ ବଡ଼ ନିଷ୍ପତ୍ତି କ୍ରମେ ଏଥର ଗୁଣ୍ଡିଚା, ବାହୁଡ଼ା ଓ […]

mock
ରଥଯାତ୍ରା ପାଇଁ ପ୍ରସ୍ତୁତି ; ପୁରୀରେ ସୁରକ୍ଷା ବାହିନୀର ମକଡ୍ରିଲ୍

 ପୁରୀ : ଆସନ୍ତା ଜୁଲାଇ ୪ରେ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା। ଏନେଇ ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ରଥଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି ଜିଲ୍ଲା ପ୍ରଶାସନ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ଉପଯୁକ୍ତ ସେବା ଯୋଗାଇଦେବାକୁ ରଣନୀତି ପ୍ରସ୍ତୁତ କରାଯାଇଥିବା ବେଳେ ଏହାକୁ ନେଇ କରାଯାଇଛି ସ୍ୱତନ୍ତ୍ର ମକଡ୍ରିଲ୍‌। ଏନଡିଆରଏଫ୍‌, ଓଡ୍ରାଫ, ରେଡକ୍ରସ, ପୁଲିସ୍‌ ଓ ଅଗ୍ନିଶମ ବିଭାଗ ରଥଯାତ୍ରା ପାଇଁ ଅଭ୍ୟାସ କରିଛନ୍ତି। ପୁରୀ ଟାଉନଥାନା ପରିସରରେ ଥିବା ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲରୁମ୍‌ରେ ସାଇରନ ବାଜିବା […]

sri jiu
ମହାପ୍ରଭୁଙ୍କର ଚାଲିଛି ଘରୋଇ ଉପଚାର

ପୁରୀ : ଶ୍ରୀକ୍ଷେତ୍ରରେ ସ୍ନାନ ମଣ୍ଡପରେ ସୂନାକୂଅରୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡିତ ଚତୁର୍ଦ୍ଧା ମୂର୍ତ୍ତି । ଘୋର ଅନ୍ଧକାର ମଧ୍ୟରେ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି ମହାପ୍ରଭୁ। ଦୀପ ଆଲୁଅରେ ଚାଲିଛି ଘରୋଇ ଉପଚାର। ଜ୍ୱର ଉପଶମ ଲାଗି ଶ୍ରୀଅଙ୍ଗ ସେବକ ଭାବେ ଦଇତା ଏବଂ ପତି ମହାପାତ୍ର ନିଷ୍ଠାର ସହିତ ଗୁପ୍ତ ସେବା ଦେଉଛନ୍ତି । ଆଜି ଗୁପ୍ତ ସେବାର ପଞ୍ଚମ ଦିବସରେ ମହାପ୍ରଭୁଙ୍କ ଶରୀରରେ ମାଲିସ କରାଯିବ […]

puri--
ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ; ଶ୍ରୀକ୍ଷେତ୍ରକୁ ଚାଲିବ ୧୯୨ଟି ଟ୍ରେନ୍‌

ପୁରୀ : ଆଗାମୀ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରକୁ ଚାଲିବ ୧୯୨ଟି ଟ୍ରେନ୍‌। ଏହା ଭିତରେ ରେଗୁଲାର ଓ ସ୍ୱତନ୍ତ୍ର ଟ୍ରେନ୍‌ ରହିଛି। ଏମର୍ଜେନ୍ସି ଟ୍ରେନ୍‌ର ଆବଶ୍ୟକତା ଉପୁଜିଲେ, ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି ରେଳବାଇ ଏଡିଆର୍‌ଏମ୍‌ ରାଜ କୁମାର କହିଛନ୍ତି। ଆଜି ତୃତୀୟ ରଥଯାତ୍ରା ସମନ୍ୱୟ ସମିତି ବୈଠକ ବସିଥିଲା। ଏଥିରେ ଯୋଗଦେଇଥିଲେ ଏଡିଆର୍‌ଏମ୍‌ ରାଜ କୁମାର। ବୈଠକ ପରେ ସେ କହିଛନ୍ତି-“ରଥଯାତ୍ରା ଦେଖିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ମୋଟ୍‌ ୬୨ଟି ସ୍ୱତନ୍ତ୍ର ଟିକେଟ୍‌ କାଉଣ୍ଟର ଖୋଲା […]

  • Saturday, 17 July 2021
bus-1
ରଥଯାତ୍ରାରେ ପୁରୀକୁ ଗଡ଼ିବ ଅଧିକ ୨୦୦ ବେସରକାରୀ ବସ୍

କଟକ : ଜୁଲାଇ ୪ ତାରିଖରେ ପଡ଼ୁଛି ମହାପ୍ରଭୁଙ୍କ ଘୋଷଯାତ୍ରା। ଏଥିପାଇଁ ଶ୍ରୀକ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଗମନାଗମନକୁ ଦୃଷ୍ଟିରେ ରଖି ପୁରୀକୁ ଅଧିକ ୨୦୦ ବସ୍‌ ଚଳାଚଳ କରିବା ପାଇଁ ବ୍ୟବସ୍ଥା କରାଯାଉଛି। ଆଜି କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନୀଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ପୁରୀ ଏସ୍‌ପି ଓ ଦ୍ୱୈତନଗରୀ (କଟକ, ଭୁବନେଶ୍ୱର)ର ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତା ଯୋଗଦେଇଥିଲେ। ବୈଠକରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା […]

  • Saturday, 17 July 2021
curfew in puri
ସୋମବାର ରାତି ୮ଟାରୁ ପୁରୀ ସହରରେ ଲାଗୁ ହେବ କର୍ଫ୍ୟୁ

ଶ୍ରୀଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରା ବେଳେ ବି ପୁରୀ ସହରରେ କର୍ଫ୍ୟୁ ଲାଗୁ କରାଯିବ। ସୋମବାର ରାତି ୮ଟାରୁ କର୍ଫ୍ୟୁ ଲାଗୁ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Puri Jagannatha Bahuda Yatra 2021
ବାହୁଡାଯାତ୍ରା ୨୦୨୧ ଲାଇଭ୍ ଅପଡେଟ: ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ତିନି ରଥ

ଆଜି ବାହୁଡିବେ ମହାବାହୁ। ଜନ୍ମବେଦିରୁ ଫେରିବେ କର୍ମବେଦିକୁ। ନବଦିନ

Kanwar Yatra
କାଉଡ଼ି ଯାତ୍ରାକୁ ଅନୁମତି ଦେବା ପରେ ଆଡ଼ୁଆରେ ଯୋଗୀ ସରକାର

ନାଗରିକର ସ୍ୱାସ୍ଥ୍ୟ ଓ ବଞ୍ଚିବାର ଅଧିକାର ସବୁଠୁ ଉର୍ଦ୍ଧ୍ୱରେ । ମୌଳିକ ଅଧିକାରଠୁ ଉପରେ ନୁହେଁ ଧର୍ମୀୟ ଭାବନା ।

Rathayatra Rituals
ଆଜି ହେରାପଞ୍ଚମୀ; ରାଗରେ ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ରଥଯାତ୍ରା ପରମ୍ପରାର ଏହା ଏକ ଅଂଶ। ଭାଇଭଉଣୀଙ୍କୁ ଧରି ମହାପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ଚାଲି ଆସିଲେ ବୋଲି ରାଗିଛନ୍ତି ମହାଲକ୍ଷ୍ମୀ। ସାଧାରଣ ସ୍ତ୍ରୀଙ୍କ ପରି ରାଗରେ ଗରଗର ହୋଇ ଆସି ଭାଙ୍ଗି ଦେବେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ...

puri
ତିନି ରଥର ଚକ ଓ ପ୍ରଭାରେ ସାମାନ୍ୟ ଫାଟ

ପ୍ରତିବର୍ଷ ଦକ୍ଷିଣ ମୋଡ଼ ପୂର୍ବରୁ ତିନି ରଥକୁ ଭଲଭାବେ ଯାଞ୍ଚ କରାଯାଏ । ୧୭ ତାରିଖ ପ୍ରଭୁଙ୍କ ଦକ୍ଷିଣ ମୋଡ଼ ଥିବା ବେଳେ ଆଜି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ରେଳ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ ତିନି ରଥର ଯାଞ୍ଚ କରିଥିଲେ

adapa mandap rituals
ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜି ଦ୍ୱିତୀୟ ଦିନ:ସମ୍ପନ୍ନ ହେବ ବନକଲାଗି ନୀତି, ଝଲସିବେ ମହାବାହୁ

ବନକଲାଗି ନୀତି ପରେ ଠାକୁରଙ୍କୁ ମହାସ୍ନାନ କରାଯିବ । ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ବନ୍ଦ ଥିବାରୁ କେବଳ ସେବାୟତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ

Gundicha Temple
ଆଡ଼ପ ମଣ୍ଡପରେ ଶ୍ରୀଜିଉ: ସୁରୁଖୁରୁରେ ଚାଲିଛି ନୀତିକାନ୍ତି

ଗତକାଲି ସଂଧ୍ୟା ଧୂପ ନୀତି ପରେ ଘୋଡା ଫିଟା ଯାଇ ଚାରମାଳ ଲଗାଯିବା ସହ ପୁଷ୍ପାଞ୍ଜଳି କରାଯାଇ ପ୍ରଥମେ ମଦନ ମୋହନ ଓ ରାମକୃଷ୍ଣଙ୍କୁ ପହଣ୍ଡି ବିଜେ କରାଯାଇଥିଲା । ପରେ ଚକ୍ରରାଜ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ମା ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କୁ ଗୋଟି ପହଣ୍ଡିରେ ଜନ୍ମ ବେଦୀକୁ ବିଜେ କରାଯାଇଥିଲା । ମହାବାହୁଙ୍କ ଏହି ବିଶେଷ ଓ ଅନନ୍ୟ ଆଡପ ମଣ୍ଡପ ବିଜେ କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଥିଲା ।

track
ତିନି ରଥରେ ବିଜେ ହେଲେ ତିନି ଠାକୁର

ପୁରୀ: ଗୁଣ୍ଡିଚା ମନ୍ଦିରରେ ସରିଲା ମହାପ୍ରଭୁଙ୍କ ଲୀଳାଖେଳା। ମାଉସୀ ମାଙ୍କ ଠାରୁ ଖେଚୁଡି ଖାଇ ତିନି ଠାକୁର ମନ୍ଦିରରୁ ବାହାରି ୩ ରଥରେ ବିଜେ ହେଲେ। ପବିତ୍ର ବାହୁଡା ଯାତ୍ରା ପାଇଁ ସବୁଠି ଭକ୍ତିମୟ ପରିବେଶ। ଚଳଚଞ୍ଚଳ ହୋଇଉଠିଛି ବଡଦାଣ୍ଡ। ଘଣ୍ଟଘଣ୍ଟା ଓ ବିଜେ କାହାଳୀରେ ପ୍ରକମ୍ପିତ ହେଉଛି ଶରଧାବାଲି। ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରାରେ ଶେଷ ହୋଇଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି। ଧାଡ଼ି ପହଣ୍ଡିରେ ଆସି  ପ୍ରଥମେ ଚକ୍ରରାଜ ସୁଦର୍ଶନ ଦେବଦଳନ ରଥରେ ବିରାଜମାନ ହୋଇଥିଲେ। […]

  • Wednesday, 14 July 2021
puri33
କାଲି ରତ୍ନବେଦୀକୁ ବାହୁଡିବେ ତିନି ଠାକୁର

ଭୁବନେଶ୍ୱର: ଆସନ୍ତାକାଲି ଶ୍ରୀଜିଉଙ୍କ ପବିତ୍ର ବାହୁଡାଯାତ୍ରା ଜନ୍ମବେଦୀରୁ ଲୀଳାଖେଳା ସାରି ପୁଣି ରତ୍ନବେଦୀକୁ ବାହୁଡିବେ। ଶ୍ରୀଜିଉ ସେଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଅପେକ୍ଷାରତ ତିନି ରଥ ଆଜି ଗୁଣ୍ଡିଚା ମନ୍ଦିରରେ ବିନା ଭକ୍ତରେ ହୋଇଛି ସନ୍ଧ୍ୟା ଦର୍ଶନ। ଆସନ୍ତାକାଲି ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଥିବା ନୀତି ନର୍ଘଣ୍ଟ ଅନୁସାରେ:- ଭୋର ୪ଟାରେ ଶ୍ରୀଜିଉଙ୍କର ମଙ୍ଗଳ ଆଳତି ସକାଳ ୭ଟା ୪୫ରେ ମଙ୍ଗଳାର୍ପଣ ସକାଳ ୮ଟାରୁ ଆରମ୍ଭ ହେବ ବାହୁଡ଼ା ପହଣ୍ଡି […]

  • Wednesday, 14 July 2021
MAA2
ନନ୍ଦିଘୋଷ ରଥର କାଠ ଭାଙ୍ଗିଲେ ମହାଲକ୍ଷ୍ମୀ

ପୁରୀ: ଗୁଣ୍ଡିଚା ମନ୍ଦିରରେ ପାଳିତ ହେଇଛି ହେରା ପଞ୍ଚମୀ ନୀତି। ପରମ୍ପରା ଅନୁସାରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଆସି ଶରଧାବାଲିଲେ ନନ୍ଦିଘୋଷ ରଥର କାଠ ଭାଙ୍ଗିଛନ୍ତି ଅଭିମାନିନୀ ମହାଲକ୍ଷ୍ମୀ। ମହାଲକ୍ଷ୍ମୀ ଆଜି ବିମାନରେ ବିଜେ ହୋଇ ପାଟ ପଟୁଆରରେ ଗୁଣ୍ଡିଚା ମନ୍ଦିର ଆସିଥିଲେ। ବିଧି ଅନୁଯାୟୀ ଦହିପଟି ମଣୋହୀ ଓ ବନ୍ଦାପନା ପରେ ଜୟ ବିଜୟ ଦ୍ୱାର ନିକଟକୁ ଯାଇଥିଲେ ମା। ଏହି ସମୟରେ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁଙ୍କ ଅଧର ଚୁମ୍ବିତ ମାଳ ପ୍ରଦାନ କରାଯାଇଥିଲା। ପରେ ମାଙ୍କ […]

  • Wednesday, 14 July 2021
puri-town
ଜୁନ୍‌ ୩୦ରୁ ପୁରୀରେ କର୍ଫ୍ୟୁ

ପୁରୀ: ପୁରୀରେ ପୁଣି ଲାଗୁ ହେବ କର୍ଫ୍ୟୁ। ବାହୁଡା ଯାତ୍ରା ପାଇଁ ପୁଣି ପୁରୀରେ ଜାରି ହେବ କର୍ଫ୍ୟୁ। ଜୁନ୍‌ ୩୦ରୁ ସାରା ଜିଲ୍ଲାରେ କର୍ଫ୍ୟୁ ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆସନ୍ତା ବୁଧବାର ବାହୁଡା ଯାତ୍ରାକୁ ଆଖି ଆଗରେ ରଖି ଜୁନ୍ ୩୦ ତାରିଖ ରାତି ୧୦ରୁ ଜୁଲାଇ ୨ ତାରିଖ ଯାଏ କର୍ଫ୍ୟୁ ଲାଗୁ ହେବ। ଜୁଲାଇ ୨ ତାରିଖ ରାତି ୧୦ଟା ଯାଏ କର୍ଫ୍ୟୁ ଲାଗୁ ହେବ। ସାରା ଜିଲ୍ଲାରେ କର୍ଫ୍ୟୁ […]

  • Wednesday, 14 July 2021
exclusive
ରଥ ବନ୍ଦ ପାଇଁ ଷଡ଼ଯନ୍ତ୍ର! ଜଗନ୍ନାଥ ଜାଣିବାକୁ ଚାହୁଁଥିଲେ କିଏ କେମିତି

ପୁରୀ: ଭକ୍ତ ଶୂନ୍ୟ ରଥଯାତ୍ରା ସମ୍ଭବ ଯାହା ଏବେ ହେଲା, ଦୁଇ ମାସ ତଳୁ ରାଜ୍ୟ ସରକାରଙ୍କୁ ଏ ବିଷୟରେ ଅବଗତ କରାଇଥିଲେ ନିଜେ ଗଜପତି ମହାରାଜା। ରଥକୁ ନେଇ କିଛି ଦିନ ତଳେ ସୃଷ୍ଟି ହୋଇଥିବା ଅନିଶ୍ଟିତତା ଦେଖାଦେଇ ନଥାନ୍ତା ହାଇକୋର୍ଟଙ୍କ ଜୁନ୍ ୯ ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ, ରଥଯାତ୍ରା ମାତ୍ର ୧୨ ଦିନ ବାକି ଥିବାବେଳେ ସେ ସମୟରେ ହିଁ ସରକାର ନିଷ୍ପତ୍ତି ନେଇଯିବାର ଥିଲା ବୋଲି କହିଛନ୍ତି […]

  • Wednesday, 14 July 2021
maharaja
ପରୀକ୍ଷା କଲେ ମହାପ୍ରଭୁ; ଯାହା ଘଟିଲା, ମନେରଖିବ ଇତିହାସ!

ପୁରୀ: ଭକ୍ତ ବିନା ବଡ଼ଦାଣ୍ଡ ରଥଯାତ୍ରା ପରି ଜଣାପଡେନାହିଁ। ମହାପ୍ରଭୁ ବି ରଥ ଉପରେ ବସି ଭାବୁଥିବେ, ମୋ ଭକ୍ତମାନେ କାହାନ୍ତି। ମହାପ୍ରଭୁ ଶ୍ରୀକ୍ଷେତ୍ରରୁ ବାହାରିଛନ୍ତି, କେବଳ ବଡଦାଣ୍ଡ ଭକ୍ତଙ୍କ ପାଇଁ ନୁହେଁ, ସେ ସମସ୍ତ ଜଗତ ପାଇଁ ବାହାରିଛନ୍ତି। ଅର୍ଥାତ୍ ଏ ସମଗ୍ର ସୃଷ୍ଟିରେ ଯେତେ ପ୍ରାଣୀ ଅଛନ୍ତି, ତାଙ୍କୁ ଦେବାପାଇଁ ବାହାରିଛନ୍ତି ବୋଲି କହିଛନ୍ତି ମହାରାଜା ଦିବ୍ୟସିଂହ ଦେବ। ମହାରାଜା କହିଛନ୍ତି ଯେ, ‘ଅନେକ ଶାସ୍ତ୍ର ଓ ପୁରାଣରେ ବର୍ଣ୍ଣିତ ଅଛି ଯେ, ପବିତ୍ର […]

  • Wednesday, 14 July 2021
mandir
ସବୁଠି ଖା ଖାଁ, ଭକ୍ତଙ୍କୁ ଦେଖି ପାରିଲେନି ତିନି ଠାକୁର

ଭୁବନେଶ୍ୱର: ଶାବର ଶ୍ରୀକ୍ଷେତ୍ର କୋରାପୁଟ, ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା, ଦ୍ୱତୀୟ ଶ୍ରୀକ୍ଷେତ୍ର ବାରିପଦା ସବୁଠି ଭକ୍ତ ଶୂନ୍ୟ ପରିବେଶ। ଖାଁ ଖାଁ ଚତୁର୍ଦିଗ। ଆଷାଢ଼ ଶୁକ୍ଲ ଦ୍ୱିତୀୟା ତିଥିରେ ଶ୍ରୀକ୍ଷେତ୍ର ଭଳି ଏସବୁ ସ୍ଥାନ ବି ହଜାର ହଜାର ଭକ୍ତଙ୍କ କୋଳାହଳରେ କମ୍ପିଉଠେ ହେଲେ ଏ ବର୍ଷ ସବୁକିଛି ଓଲଟପାଲଟ କରିଦେଇଛି କରୋନା। କୋରାପୁଟର ୩ ରଥ ବଦଳରେ ଦେଉଳ ବେଢ଼ା ଭିତରେ ଗଡ଼ିଛି ଏ ପ୍ରତିକାତ୍ମକ ଛୋଟ ରଥ। ଗୁଣ୍ଡିଚା ମଣ୍ଡପ ଯିବାର ଅକକାଶ ନଥିବାରୁ […]

  • Wednesday, 14 July 2021
patrolling
ପୁରୀ ଜିଲ୍ଲାରେ କର୍ଫ୍ୟୁ କୋହଳ

ପୁରୀ: ଧାର୍ଯ୍ୟ ସମୟ ପୂର୍ବରୁ ପୁରୀ ଜିଲ୍ଲାରେ କୋହଳ ହେଲା କର୍ଫ୍ୟୁ। ତିନି ଶରଧାବାଲିରେ ଲାଗିବା ପରେ କର୍ଫ୍ୟୁ କୋହଳ କରାଯାଇଥିବା ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆଜି ସନ୍ଧ୍ୟା ୭ରୁ ଜିଲ୍ଲାରୁ କର୍ଫ୍ୟୁ ହଟାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ତେବେ ପୁରୀ ସହରର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ କର୍ଫ୍ୟୁ ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ବଡ଼ଶଙ୍ଖଠାରୁ ମାଟିଆପଡ଼ା ବସଷ୍ଟାଣ୍ଡ ଗୋଲେଇ ଅଞ୍ଚଳରେ କର୍ଫ୍ୟୁ ଜାରି ରହିବ। ଏପଟେ ରଥଟଣା କାର୍ଯ୍ୟ ଓ […]

  • Wednesday, 14 July 2021