Advertisment

ଜାଗର ପାଇଁ ଗାଇଡଲାଇନ୍‌ ଜାରି, କୋଭିଡ୍‌ କଟକଣା ପାଳନ କରିବାକୁ ନିର୍ଦ୍ଦେଶ

ମହାଶିବରାତ୍ରୀ ଜାଗର ଲାଗି ସ୍ୱତନ୍ତ୍ର ରିଲିଫ କମିଶନର(SRC) ଗାଇଡଲାଇନ୍ ଜାରି କରିଛନ୍ତି। ମନ୍ଦିର, ମେଳା ଓ ଉତ୍ସବରେ ଏକାଠି ହେବା ବେଳେ କୋଭିଡ୍ ପ୍ରୋଟକଲ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

author-image
Rajalaxmi Sahoo
Maha Shivaratri Celebrations At Lingaraj Temple

Maha Shivaratri Celebrations At Lingaraj Temple

ମହାଶିବରାତ୍ରୀ ଜାଗର ଲାଗି ସ୍ୱତନ୍ତ୍ର ରିଲିଫ କମିଶନର(SRC) ଗାଇଡଲାଇନ୍ ଜାରି କରିଛନ୍ତି। ମନ୍ଦିର, ମେଳା ଓ ଉତ୍ସବରେ ଏକାଠି ହେବା ବେଳେ କୋଭିଡ୍ ପ୍ରୋଟକଲ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ କୋଭିଡ ସଂକ୍ରମଣର ହ୍ରାସ ପାଇଛି। ତେଣୁ ମହାଶିବରାତ୍ରୀ ଅବସରରେ ରାଜ୍ୟର ବିଭିନ୍ନ ମନ୍ଦିର, ଧର୍ମାନୁଷ୍ଠାନରେ ପୂଜାପାଠ ଲାଗି ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହେବାର ସମ୍ଭାବନା ରହିଛି।

Advertisment

ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ଜିଲ୍ଲାପାଳ, ମ୍ୟୁନିସପାଲିଟି କମିଶନର, ପୋଲିସ କମିଶନର ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି କଟକଣା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଶ୍ରଦ୍ଧାଳୁମାନେ ମନ୍ଦିର ଆସିବା ବେଳେ ମାସ୍କ, ସାମଜିକ ଦୂରତା ରକ୍ଷା, ପରିସ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ରଖି ଯେପରି ସମସ୍ତ କୋଭିଡ୍ ପ୍ରୋଟକଲ ପାଳନ କରନ୍ତି, ସେ ଉପରେ ସ୍ଥାନୀୟ ପ୍ରଶାସନ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ସୂଚନାଥାଉ କି, ଗତବର୍ଷ ଜାଗରରେ ଶ୍ରଦ୍ଧାଳୁ ଏକାଠି ଦୀପ ଜାଳିବାକୁ ବାରଣ କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ବ୍ୟାରିକେଡ ଭିତରେ ନିୟମ ଅନୁଯାୟୀ ଭକ୍ତମାନେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ। ଏହାସହ ଶ୍ରଦ୍ଧାଳୁଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। 

Lingaraj Temple Maha Shivaratri
Advertisment
Advertisment