ଶନିଦେବଙ୍କ ପୂଜାର୍ଚ୍ଚନା ଲାଗି ପୂରା ପ୍ରସ୍ତୁତି ହେବା ସହିତ ହୋମଯଜ୍ଞ, ଭଜନ ସହ କୀର୍ତ୍ତନ ବି ହୋଇଥିଲା । ବିଶ୍ୱାସ ରହିଛି ଏଇ ମେଳାରେ ଶନିଦେବଙ୍କୁ ପୂଜାର୍ଚ୍ଚନା କରିବା ସହିତ ଦର୍ଶନ କଲେ ମନସ୍କାମନା ପୂର୍ଣ୍ଣ ହୁଏ । ସେଇଥି ଲାଗି ତ ଭକ୍ତଙ୍କର ଲାଗିଥିଲା ଗହଳି । ଖାଲି ଦିଅଁ ଦର୍ଶନ ନୁହେଁ ବରଂ ଠାକୁରଙ୍କ ନିକଟରେ ଭୋଗ ଅର୍ପଣ କରିଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ ।
ଯଜ୍ଞ ଚାଲିଛି, ବ୍ରାହ୍ମଣଙ୍କ ମନ୍ତ୍ର ପାଠରେ ଏରିଆ କମ୍ପୁଛି । ଧୁଧୁ ଖରାରେ ଭକ୍ତଙ୍କର ଲାଗିଛି ଲମ୍ବା ଲାଇନ୍ । ପ୍ରଭୁ ଶନିଦେବଙ୍କ ଆଶିଷ ଲାଭ କରିବାକୁ ଶ୍ରଦ୍ଧାଳୁଙ୍କର ଏମିତି ଲାଗିଛି ଗହଳି । ପ୍ରତିବର୍ଷ ଅକ୍ଷୟ ତୃତୀୟା ପର ଶନିବାର ପାଳନ ହୁଏ ଗ୍ରହରାଜ ଶନିଦେବଙ୍କ ପବିତ୍ର ଜନ୍ମୋତ୍ସବ । ଆଉ ପୂଜା ଲାଗି ଯାଜପୁର ବ୍ୟାସନଗର ସହର ଉପକଣ୍ଠରେ ଅବସ୍ଥିତ ଦାନଗଦୀ ବ୍ଲକ ଅନ୍ତର୍ଗତ ରାଛିପୁର ଗାଁର ଶନିଶ୍ଚର ଦେବଙ୍କ ପୀଠରେ ଲାଗେ ଭକ୍ତଙ୍କ ପ୍ରବଳ ଗହଳି
OUAT ପକ୍ଷରୁ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅବସରରେ ଚିତ୍ତାକର୍ଷକ ଘୋଡା ଦୌଡ ସହ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।
ଯେଉଁ ଶିବ ଧନୁକୁ ରାବଣ, ବାଣାସୁର ପରି ଅନେକ ଶକ୍ତିଶାଳୀ ଯୋଦ୍ଧା ମଧ୍ୟ ଘୁଞ୍ଚାଇ ପାରି ନଥିଲେ ତାଙ୍କୁ ମାତା ସୀତା ଯେତେବେଳେ ପିଲାଥିଲେ ଧରି ଖେଳୁଥିଲେ। ତାଙ୍କ ପାଖରେ ଥିଲା ଐଶ୍ୱରୀୟ ଶକ୍ତି। ସେ ଯଦି ଚାହିଁଥାନ୍ତେ ନିମିଷକେ ରାବଣଙ୍କୁ ହତ୍ୟା କରିପାରିଥାନ୍ତେ। ହେଲେ କଲେନି କାହିଁକି…
ପୁରୀରେ ପ୍ରବଳ ବର୍ଷା : ରଥଖଳାରେ କାମ ଵନ୍ଦ ହେଲା । ଆଜି ସୁତାବାଡିଆ ଯାଇଥାଆନ୍ତା..ବର୍ଷା ଥମିବା ପରେ ସୂତାବାଡିଆ କାମ ସରିବ
ଦେଶ ତଥା ରାଜ୍ୟ ପାଇଁ ଯାହାର ଅବଦାନ ଅବର୍ଣ୍ଣନୀୟ ତାଙ୍କୁ ଆଜି ପର୍ଯ୍ୟନ୍ତ ଭାରତ ରତ୍ନ ସମ୍ମାନ ନମଳିବାକୁ ନେଇ ଦେଖାଦେଇଛି ଅସନ୍ତୋଷ ।
ଓଡିଶା ଲିଡରସିପ୍ ଆୱାର୍ଡ ୨୦୨୩ ଭୁବନେଶ୍ୱରରେ ପ୍ରଦାନ କରାଯାଇଛି । ୩୧ ତମ ଓଡ଼ିଶା ଲିଡରସିପ୍ ଆୱାର୍ଡରେ ମନ୍ତ୍ରୀ ପ୍ରଦୀପ ଅମାତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଗଙ୍ଗା ସପ୍ତମୀ ଦିନ ଗଙ୍ଗାରେ ସ୍ନାନ କରିବା ଦ୍ୱାରା ଅନେକ ପୁଣ୍ୟ ମିଳିଥାଏ ବୋଲି ଜ୍ୟୋତିର୍ବିଦମାନେ ମତ ଦିଅନ୍ତି। ଏହା ଦ୍ୱାରା ବ୍ୟକ୍ତି ସୁସ୍ଥ ଜୀବନ ଜୀଇଥାଏ।
ଚାପ ଖେଳିବାକୁ ବିରାଟ ପଟୁଆରରେ ପାଲିଙ୍କିରେ ବିରାଜମାନ କରି ଘଣ୍ଟ କାହାଳିର ଶବ୍ଦରେ ଝୁମି ଝୁମି ଶ୍ରୀମନ୍ଦିରରୁ ବାହାରିଛନ୍ତି ମଦନମୋହନ।
କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଓଲିଉଡ ଗୀତରେ ନୃତ୍ୟ ପରିବେଷଣ କରାଯାଇଥିଲା। ଓଡ଼ିଶାର କଳା, ଭାସ୍କର୍ଯ୍ୟକୁ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶନ କରାଯାଇଥିଲା।
ଖୁବ୍ଶୀଘ୍ର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ଧାର୍ମିକ ବିଶ୍ୱାସ ଅନୁସାରେ, ଯେଉଁ ସମୟରେ ଗ୍ରହଣ କିମ୍ବା ପରାଗ ଲାଗେ ସେହି ସମୟରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ।
ମଶା ଅଧିକାଂଶ ରୋଗ ବିସ୍ତାର କରନ୍ତି। ଏହି କାରଣରୁ, ଖରା ଦିନେ ପବନ ଖାଇବାକୁ ଚାହିଁଲେ ମଧ୍ୟ ବାଲକୋନୀରେ ବସିବା କଷ୍ଟକର ହୋଇଯାଏ। ଏଭଳି ପରିସ୍ଥିତିରେ କିଛି ଗଛ ଲଗାଇବା ଜରୁରୀ, ଯାହା ମଶାମାନଙ୍କୁ ଘଉଡାଇବାରେ ବହୁତ ସାହାଯ୍ୟ କରେ। ଆସନ୍ତୁ ଏମିତି ୫ଟି ଗଛ ଉପରେ ନଜର ପକେଇବା।
ମ୍ୟାଲେରିଆ ପରଜୀବୀଙ୍କ ଦ୍ୱାରା ହେଉଥିବା ଏକ ମାରାତ୍ମକ ରୋଗ, ଯାହା ସଂକ୍ରମିତ ମହିଳା ଆନାଫିଲିଜ୍ ମଶା କାମୁଡ଼ିବା ଦ୍ୱାରା ମଣିଷକୁ ବ୍ୟାପିଥାଏ। ଆସନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ ଉପରେ ନଜର ପକେଇବା।
ମା ପାର୍ବତୀଙ୍କୁ ସାଙ୍ଗରେ ନେଇ ଅକ୍ଷୟ ତୃତୀୟା ଠାରୁ ଦୀର୍ଘ ୨୨ ଦିନ ଧରି ବିନ୍ଦୁସାଗରରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ ଲିଙ୍ଗରାଜ
ପ୍ରତି ବର୍ଷ ୨୪ ଏପ୍ରିଲ୍କୁ ‘ଜାତୀୟ ପଞ୍ଚାୟତି ରାଜ ଦିବସ’ ଭାବେ ପାଳନ କରାଯାଏ। ପଞ୍ଚାୟତ ଓ ଗ୍ରାମସଭା ବିଷୟରେ ସଚେତନତା ବୃଦ୍ଧି କରିବା ଏହି ଦିବସର ଲକ୍ଷ। ତେବେ କିପରି ଓ କେଉଁ ପରିସ୍ଥିତିରେ ଆରମ୍ଭ ହେଲା ପଞ୍ଚାୟତି ରାଜ ଦିବସ ଆସନ୍ତୁ ସେ ବିଷୟରେ ନଜର ପକେଇବା।
୫୦ ବର୍ଷରେ ପାଦ ଥାପିଲେ ମାଷ୍ଟର ବ୍ଲାଷ୍ଟର । କିମଦନ୍ତୀଙ୍କ ବାର୍ଥ ଡେରେ ବିଶ୍ୱର କୋଣ ଅନୁକୋଣରୁ ଛୁଟିଲା ଶୁଭେଚ୍ଛାର ସୁଅ ।
ସଚିନ ତେନ୍ଦୁଲକର ୨୪ ବର୍ଷର କ୍ୟାରିଅରରେ ଅନେକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି, ଯାହାକୁ ଭାଙ୍ଗିବା କଷ୍ଟକର। ଯେବେ ବି ସେ ପଡ଼ିଆକୁ ଆସୁଥିଲେ, ଏକ ରେକର୍ଡ ସୃଷ୍ଟି କରୁଥିଲେ। ତାଙ୍କର ଏହି ଚମତ୍କାର ହେତୁ ତାଙ୍କୁ 'ଗଡ୍ ଅଫ୍ କ୍ରିକେଟ୍' ବୋଲି କୁହାଯାଏ। ତାଙ୍କର ଅନେକ ରେକର୍ଡ ମଧ୍ୟରୁ ଆସନ୍ତୁ ୧୦ଟି ବଡ ରେକର୍ଡ ଉପରେ ନଜର ପକେଇବା।
ପ୍ରଭାବୀ ସାମ୍ବାଦିକତା ଦ୍ବାରା ସାମାଜିକ ସମସ୍ୟାର ନିରାକରଣ ପାଇଁ ଓଟିଭିର ସାମ୍ବାଦିକା ପ୍ରଜ୍ଞାଙ୍କୁ ପ୍ରବାସୀ ଓଡ଼ିଆ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
ଜୟବିଜୟ ଦ୍ବାରର ବନ୍ଦାପନା ପରେ ବିମାନକୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ବିଜେ କରି ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ବାହାରିଥିଲେ।
କୁନି ଭାଇ ଭଉଣୀଙ୍କ ଦେହରେ ଶିବ-ପାର୍ବତୀ । ହାତରେ ତ୍ରିଶୁଳ,ମୁଣ୍ଡରେ ଜଟା, ଆଉ ସାଙ୍ଗରେ ଅଛନ୍ତି ପାର୍ବତୀ l ଡମ୍ବୁରୁ ବଜେଇ ମଞ୍ଚକୁ ଆସୁଛନ୍ତି ମହାଦେବ । ମଞ୍ଚ ଉପରକୁ ମହାଦେବ ଆସିବା ପରେ ତାଣ୍ଡବ ନୃତ୍ୟ କରୁଛନ୍ତି ଶିବ । ଆଉ ଏହି ନୃତ୍ୟ ଏବେ ଦଣ୍ଡ ଯାତ୍ରାର ସାଜିଛି ମୁଖ୍ୟ ଆକର୍ଷଣ । କୁନି ଭାଇଭଉଣୀ ମଞ୍ଚରେ ଏମିତି ନୃତ୍ୟ ପରିବେଷଣ କରିବା କେବଳ ଠାକୁରଙ୍କ ଆଶୀର୍ବାଦ ବୋଲି କହୁଛନ୍ତି ଲୋକେ ।
ଆଜି ପବିତ୍ର ଅକ୍ଷୟ ତୃତୀୟା। ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସହ ଘୋଷଯାତ୍ରା ପାଇଁ ହେବ ରଥ ନିର୍ମାଣର ଶୁଭ ଅନୁକୂଳ ପର୍ବ। ଜାଣନ୍ତୁ, ଆଜି ଦିନର ମହତ୍ତ୍ୱ ଓ ପୌରାଣିକ କଥା...
ଭାରତୀୟ ଧର୍ମ ବିଶ୍ୱାସୀଙ୍କ ପାଇଁ ଅକ୍ଷୟ ତୃତୀୟା ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ। ବୈଶାଖ ମାସ ଶୁକ୍ଳ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ। ଏହି ଦିନଟି ସରକାରୀ ସ୍ତରରେ କୃଷକ ଦିବସ ଭାବେ ପରିଚିତ।
ଆଜି ପବିତ୍ର ଅକ୍ଷୟ ତୃତୀୟା । ପ୍ରବଳ ଗରମରୁ ରକ୍ଷା ପାଇଁ ୨୧ ଦିନ ଯାଏଁ ଚାପ ଖେଳିବେ ମହାପ୍ରଭୁ...ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଗହଳି
ଇଦ୍-ଉଲ୍-ଫିତର ହେଉଛି ମୁସଲମାନ ସମ୍ପ୍ରଦାୟର ସବୁଠାରୁ ବଡ ପର୍ବ। ପବିତ୍ର ରମଜାନ ମାସ ଶେଷ ହେବା ପରେ ସମଗ୍ର ବିଶ୍ୱରେ ଇଦ୍ ପର୍ବ ପାଳନ କରାଯାଏ। ପ୍ରାୟ ଏକ ମାସ ରୋଜା କରିବା ପରେ ଚାନ୍ଦ ଦେଖାଯାଏ ଏବଂ ଏହା ପରେ ଇଦ୍ ତାରିଖ ଜଣା ପଡିଥାଏ ବୋଲି ବିଶ୍ୱାସ ରହିଛି।
ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଓଡ଼ିଆ କଳା, ସାହିତ୍ୟ, ସଂସ୍କୃତିରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାବାନ ବ୍ୟକ୍ତିତ୍ଵଙ୍କୁ ସମ୍ମାନିତ କରାଯାଇଥିଲା।