• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

Traffic Jam Issues
ଟ୍ୱିନ୍‌ସିଟିରେ କଲବଲ ସ୍ଥିତି; ୧ କିଲୋମିଟର ଅତିକ୍ରମ ପାଇଁ ଲାଗୁଛି ଘଣ୍ଟାଏରୁ ଅଧିକ ସମୟ

ଟ୍ୱିନସିଟିରେ ପୂଜା ବଜାର ଗରମ । ତେଣେ ରାସ୍ତାଘାଟରେ ଅସମ୍ଭାଳ ଟ୍ରାଫିକ୍ ଜାମ୍ । ସ୍ଥିତି ଏଭଳି ହେଉଛି ଯେ, ରାସ୍ତାରେ ଆମ୍ବୁଲାନ୍ସକୁ ବି ବାଟ ମିଳୁନି ।

Rasulgarh Puja Mandap
ସୁଉଚ୍ଚ ତୋରଣରେ ଝଲସୁଛି ରାଜଧାନୀ ଭୁବନେଶ୍ୱର

ରାତି ପାହିଲେ ମା’ଙ୍କ ଅଷ୍ଟମୀ ପୂଜା । ଦୁଇବର୍ଷ ପରେ ଆଲୋକମାଳା ଓ ସୁଉଚ୍ଚ ତୋରଣରେ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର । ସୁଉଚ୍ଚ ତୋରଣକୁ ଦେଖିବା ଲାଗି ଲୋକଙ୍କ ପ୍ରବଳ ଭିଡ଼ । କରୋନାର କଳାବାଦଲ ଉଠିଯିବା ପରେ ଏବେ ଉତ୍ସବମୁଖର ହୋଇଉଠିଛି ସମସ୍ତ ପୂଜା ମଣ୍ତପ ।

Durga Puja
ଦୁର୍ଗାପୂଜାରେ ଦୁଲୁକିବ ମଞ୍ଚ : କେଉଁଠି ମେଲୋଡି ତ କେଉଁଠି କଣ୍ଢେଇ ନାଚ

ଭୁବନେଶ୍ୱର ଓ କଟକରେ ଦୁର୍ଗାପୂଜା(Durga Puja ) ଉପଲକ୍ଷେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

Maha Saptami rituals begin across Odisha
ଆଜି ଜଗତ ଜନନୀ ଦେବୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା

ଆଜି ଜଗତ ଜନନୀ ଦେବୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଲାଗି ସଜେଇ ହୋଇଛି ପୂଜା ମଣ୍ଡପ। ପୂଜାକୁ ନେଇ ସବୁଠି ବ୍ୟାପକ ଆୟୋଜନ କରାଯାଇଛି। 

Gandhi Temple
ଏଇ ମନ୍ଦିରରେ ପୂଜା ପାଆନ୍ତି ଗାନ୍ଧି, ଭତରା ଗାଁ ସାରା ଦେଶରେ ନାଁ

ସମ୍ବଲପୁରର ଗାନ୍ଧି ମନ୍ଦିର, ସାରା ଦେଶରେ ପରିଚିତ। ଏ ଗାଁର ନାଁ ହେଉଛି ଭତରା। ଏଠି ଦଶନ୍ଧି ଦଶନ୍ଧି ଧରି ପୂଜା ପାଉଛନ୍ତି ଗାନ୍ଧି ମହାତ୍ମା… ଏଠି ନିଇତି ଶୁଭୁଛି ରଘୁପତି ରାଘବ ରାଜା ରାମ ପତି ତପାବନ ସୀତା ରାମ। ଅକ୍ଟୋବର ୨ ତାରିଖ। ଗାନ୍ଧି ଜୟନ୍ତୀ ଅବସରରେ ଚାଲନ୍ତୁ ବୁଲିଯିବା ସମ୍ବଲପୁର ଜିଲ୍ଲାର ଏହି ଭତରା ଗାଁ…

today is mahatma gandhi birth anniversary
ଶତ ଚେଷ୍ଟା ସତ୍ତ୍ୱେ ବିଭାଜନକୁ ଅଟକାଇ ପାରି ନ ଥିଲେ ଗାନ୍ଧୀ

ଜାତିର ପିତା ମହାତ୍ମା ଗାନ୍ଧୀ। ମୋହନ ଦାସ କରମଚାନ୍ଦ ଗାନ୍ଧୀ। ବାପୁ ନାମରେ ଘରେ ଘରେ, ପ୍ରତିଟି ହୃଦୟରେ ସେ ପରିଚିତ। ସେ ଏକାଧାରାରେ ଥିଲେ ଜଣେ ଓକିଲ, ଜାତୀୟବାଦୀ ନେତା, ଅହିଂସାର ପୂଜକ, ଜାତିର ନେତା ଏବଂ ଔପନ୍ୟାସିକ। ଗୁଜୁରାଟର ପୋର ବନ୍ଦରରେ ଅକ୍ଟୋବର ୨ ତାରିଖ ୧୮୬୯ରେ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ ମହାତ୍ମାଗାନ୍ଧୀ ।

today is mahatma gandhi birth anniversary
ମା’ ଜାଣି ନଥିଲେ ପୁଅ ତାଙ୍କର ମନ୍ତ୍ରୀ ବୋଲି, କହୁଥିଲେ ପୁଅ ରେଳ ବିଭାଗରେ କାମ କରେ

୧୯୦୪ ମସିହାରେ ଜନ୍ମଗ୍ରହଣ କରିଥିଲେ ଥିଲେ ଲାଲ ବାହାଦୂର ଶାସ୍ତ୍ରୀ । ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବେ ଦେଶବାସୀ ତାଙ୍କୁ ସବୁଦିନ ପାଇ ମନେରଖିଥିବେ । ଜଣେ ଗରିବ ପରିବାରରୁ ଯାଇ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ ଲାଲ ବାହାଦୂର ଶାସ୍ତ୍ରୀ । ସ୍କୁଲ ଶିକ୍ଷା ସମୟରୁ ହିଁ ସେ ସ୍ୱାଧୀନତା ସଂଗ୍ରାମ ପ୍ରତି ଆଗ୍ରହ ଦେଖାଇଥିଲେ। ୧୯୨୮ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲ। ନେତାଙ୍କ ମୁହଁରୁ ଶୁଣୁଥିବା ‘ଜୟ ଯବାନ ଜୟ କିଶାନ’ ଥିଲା ଶାସ୍ତ୍ରୀଙ୍କ ସ୍ଲୋଗାନ

The profile of Lal Bahadur Shastri
ସରଳ ଜୀବନ ଓ ଉଚ୍ଚ ଚିନ୍ତାଧାରାର ବ୍ୟକ୍ତିତ୍ୱ ଲାଲ ବାହାଦୂର ଶାସ୍ତ୍ରୀ

ତାଙ୍କ ଜୀବନ ଥିଲା ସରଳ କିନ୍ତୁ ଚିନ୍ତା ଥିଲା ଉଚ୍ଚ। ଭାରତ-ପାକିସ୍ତାନ ଯୁଦ୍ଧରେ ସେ ଦେଶର ମଙ୍ଗ ଧରି ସେନାକୁ ଉପଯୁକ୍ତ ନିର୍ଦ୍ଦେଶ ଦେଇଥିଲେ। ସେ ହେଲେ ଲାଲ୍ ବାହାଦୂର ଶାସ୍ତ୍ରୀ। ତେବେ ଆସନ୍ତୁ ଜନ୍ମଦିନରେ ତାଙ୍କ ଜୀବନ ଏବଂ ଦେଶରେ ତାଙ୍କ ନେତୃତ୍ୱ ସହିତ ଜଡିତ କିଛି କଥା ଜାଣିନେବା।

18 unknown facts about mahatma Gandhi
ମହାତ୍ମା ଗାନ୍ଧୀ କେବେ ଓ କାହିଁକି ଧୋତି ପିନ୍ଧିବା ଆରମ୍ଭ କଲେ

ଆଜି ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ। ଗାନ୍ଧୀ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଜଣେ ପ୍ରମୁଖ ରାଜନୈତିକ ଏବଂ ଆଧ୍ୟାତ୍ମିକ ନେତା ଥିଲେ ଯିଏ ଅହିଂସାରେ ଯୁଦ୍ଧ ବିଜୟର ସ୍ୱପ୍ନ ଦେଖିଥିଲେ। ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା।

Durga Puja in Kolkata
ଆସିଛନ୍ତି ମା', ଉଠୁଛି ପଡୁଛି କୋଲକାତା

ଜଗତଜନନୀ ମାଆ ଦୁର୍ଗାଙ୍କ ଆଗମନରେ କୋଲକାତାରେ ଉତ୍ସବର ପରିବେଶ। ଏଥିଲାଗି ପୂଜା ମଣ୍ଡପରେ ବ୍ୟାପକ ଆୟୋଜନ କରାଯାଇଛି।

Dhanalaxmi
ଗଦା ହୋଇଛି ୮ କୋଟି ! ମାଆ ପିନ୍ଧିଛନ୍ତି ସୁନା-ଟଙ୍କା, କନ୍ୟକା ପରମେଶ୍ୱରୀଙ୍କ ଧନଲକ୍ଷ୍ମୀ ବେଶ

କୋଟି କୋଟି ଟଙ୍କା ଖର୍ଚ୍ଚ କରି ସାଜସଜ୍ଜା କରାଯାଇଛି । ବିରାଟକାୟ ତୋରଣ ବନ୍ଧା ସରିଛି । ମାଆଙ୍କୁ ସାଜସଜ୍ଜା ମଧ୍ୟ ସରିଛି ।

Durga Puja
ଏଥର କଟକରେ ୨୮ ସୁନା-ଚାନ୍ଦି ମେଢ଼, ଜାଣନ୍ତୁ ଏହାର ଇତିହାସ..

ଦୁର୍ଗାପୁଜା ପାଇଁ ଦିନ ଯେତିକି ଯେତିକି ପାଖେଇ ଆସୁଛି, ସେହି ଅନୁସାରେ ପୁଜା ମଣ୍ଡପଗୁଡିକ ପ୍ରସ୍ତୁତି ମଧ୍ୟ ଚାଲିଛି । କଟକଣା ଯୋଗୁଁ ଗତ ୨ବର୍ଷ ହେବ ମାଆଙ୍କ ମୂର୍ତ୍ତିରେ ଲାଗି ହୋଇପାରି ନଥିଲା ଚାନ୍ଦି ମେଢ। ଏଥର ପୁଣି ଥରେ ଚାନ୍ଦି ମେଢ ମଣ୍ଡପରେ ଝଟକିବାର ସୁଯୋଗ ଥିବାରୁ ଚାନ୍ଦିମେଢ ସଫେଇରେ ଲାଗିଛନ୍ତି ପ୍ରମୁଖ ପୂଜା କମିଟିଗୁଡିକର କର୍ମକର୍ତ୍ତା ।

Durga Puja
ମା’ଙ୍କ ଆବାହନ ପାଇଁ ଉତ୍ସବମୁଖର ରାଜ୍ୟର ସମସ୍ତ ଶକ୍ତିପୀଠ

ମାଆଙ୍କ ଆଗମନରେ ପାର୍ବଣ ଋତୁ ଆରମ୍ଭ ହୋଇଛି । ତାସହ ଏକାକାର ହୋଇଛି ପ୍ରକୃତି ଓ ପରିବେଶ ।

ରାଜଧାନୀର ଝାରପଡ଼ା ପୂଜା ମଣ୍ଡପରେ ଚାଲିଛି ମୂର୍ତ୍ତି ନିର୍ମାଣ
ମା’ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମାରେ ଶେଷ ସ୍ପର୍ଶ ଦେବାର ପ୍ରୟାସରେ ନିମଗ୍ନ ଶିଳ୍ପୀ

ପାଖେଇ ଆସୁଛି ଦୁର୍ଗାପୂଜା...କାରିଗରମାନେ ମୂର୍ତ୍ତି ତିଆରିରେ ଲାଗିପଡ଼ିଛନ୍ତି...ଚାଲନ୍ତୁ ଦେଖିବା ରାଜଧାନୀର ପ୍ରମୁଖ ପୂଜା ମଣ୍ଡପରେ କେମିତି ଚାଲିଛି ମୂର୍ତ୍ତି ନିର୍ମାଣ...

Special story
ଦୁର୍ଗାପୂଜାରେ ନାରୀ ସଶକ୍ତିକରଣର ବାର୍ତ୍ତା : ପୁରୁଷ ନୁହେଁ, ମା’ଙ୍କୁ ଆବାହନ କଲେ ମହିଳା ପୂଜକ

ଏଥର ଦୁର୍ଗାପୂଜାରେ ପୁରୁଷ ନୁହେଁ ମା’ଙ୍କୁ ପୂଜା କରୁଛନ୍ତି ମହିଳା ପୁରୋହିତ ।

Durga Puja
ଦୁର୍ଗାପୂଜା ଆରମ୍ଭରୁ ହିଁ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର

୨ ଏବଂ ୩ ତାରିଖରେ ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ବଢିବା ନେଇ ଆକଳନ କରାଯାଇଛି ।

ଇଏ ବାରିପଦାର ଦୃଶ୍ୟ
ପାଖେଇ ଆସୁଛି ଦୁର୍ଗାପୂଜା, ବିଭିନ୍ନ ପୂଜାମଣ୍ଡପରେ ଚାଲିଛି ଯୋରଦାର୍ ପ୍ରସ୍ତୁତି...

ଦୁର୍ଗାପୂଜା ଯେତିକି ପାଖେଇ ଆସୁଛି, ଭକ୍ତଗଣ ସେତିକି ଉଲ୍ଲସିତ ହେଉଛନ୍ତି। କୋଉଠି ସୁଉଚ୍ଚ ତୋରଣ ନିର୍ମାଣ ଚାଲିଛି ତ ଆଉ କୋଉଠି ସୁନ୍ଦର ମେଢ଼ ତିଆରି ଚାଲିଛି।

Navadurga and chakra sadhana
କ’ଣ ରହିଛି ନବଦୁର୍ଗାଙ୍କ ବିଶେଷତ୍ୱ; କିପରି କରାଯାଏ ସାଧନା

ନବରାତ୍ରୀରେ ନଅ ପ୍ରକାରର ଦୁର୍ଗାଙ୍କୁ ପୂଜା କରାଯାଏ। ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ନବଦୁର୍ଗାଙ୍କ ପୂଜା କରାଯାଏ। ତେବେ ଏହି ନବଦୁର୍ଗା ଓ ଶରୀରର ତତ୍ତ୍ୱ ସହିତ କ’ଣ ରହିଛି ସମ୍ପର୍ଣ୍ଣ ଆସନ୍ତୁ ଜାଣିବା।

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ...
ନବରାତ୍ର ପୂଜା ଆରମ୍ଭ...ରାଜ୍ୟର ବିଭିନ୍ନ ଶକ୍ତିପୀଠ ଚଳଚଞ୍ଚଳ...ଦେଖିବା କିଛି ଝଲକ୍...

ଆଜିଠୁ ରାଜ୍ୟର ବିଭିନ୍ନ ଶକ୍ତିପୀଠ ଗୁଡ଼ିକରେ ନବରାତ୍ର ପୂଜା ଆରମ୍ଭ ହୋଇଛି। ଚଳିତ ବର୍ଷ କୋଭିଡ୍ କଟକଣା ନଥିବାରୁ ଲୋକେ ମହା ଆନନ୍ଦରେ ପୂଜାରେ ସାମିଲ୍ ହୋଇ ମା’ଙ୍କ ପୂଜାର୍ଚ୍ଚନା କରୁଛନ୍ତି।

People offer peend-daan
ଆଜି ପବିତ୍ର ମହାଳୟା ଅମାବାସ୍ୟା, ପିତୃପୁରୁଷଙ୍କୁ ପିଣ୍ଡଦାନ ପ୍ରଦାନ କରୁଛନ୍ତି ଶ୍ରଦ୍ଧାଳୁ

ଆଜି ପବିତ୍ର ମହାଳୟା ଅମାବାସ୍ୟା। ଏହି ଅବସରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯାଇଥାଏ। ଏଥିପାଇଁ ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟରେ ଶ୍ରାଦ୍ଧ ପ୍ରଦାନ କରାଯାଉଛି।ତିଳତର୍ପଣର ଅନ୍ତିମ ଦିବସ ପବିତ୍ର ଅମାବାସ୍ୟା ତିଥିରେ ଯେଉଁମାନେ ସେମାନଙ୍କ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇନଥିଲେ ସେମାନେ ଆଜି ମହାଳୟା ଅବସରରେ ଶ୍ରାଦ୍ଧ ପ୍ରଦାନ କରୁଛନ୍ତି।

Why mahalaya is celebrating
ପିତୃଗଣଙ୍କୁ ସନ୍ତୁଷ୍ଟିର ପର୍ବ ମହାଳୟା; ଜାଣନ୍ତୁ କ’ଣ କହୁଛି କିମ୍ବଦନ୍ତୀ

ଆଜି ପବିତ୍ର ମହାଳୟା ଅମାବାସ୍ୟା ସହ ପିତୃପକ୍ଷ ପିଣ୍ଡଦାନର ଶେଷ ଦିନ। ପିତୃକୂଳ ଓ ମାତୃକୁଳକୁ ଆଜି ପୁଅମାନେ ପିଣ୍ଡଦାନ କରିଥାନ୍ତି । ଯେଉଁମାନେ ତାଙ୍କ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ନଥିଲେ ସେମାନେ ଆଜି ଶ୍ରାଦ୍ଧ ପ୍ରଦାନ କରିଥାନ୍ତି। ତେବେ ଆସନ୍ତୁ ଜାଣିନେବା ଏହା ପଛରେ କ’ଣ ରହିଛି ପୌରାଣିକ କାରଣ।

Thousands of devotees offer shradha to forefathers on occasion of mahalaya
ଆଜି ପବିତ୍ର ମହାଳୟା: ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ

ପିତୃପକ୍ଷରେ ବିଶେଷ କରି ପିତା, ପିତାମହ, ପ୍ରପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧି ରହିଛି। କେବଳ ସାଧାରଣ ମଣିଷ ନୁହନ୍ତି, ଦେବତା ବି ପିଣ୍ଡଦାନ କରିଥିଲେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। 

Durga Puja
ମାଆ ପାଖରେ ସବୁ ଛୁଆ ସମାନ, ନା ଧର୍ମ ନା ଜାତି କିଛି ବି ମାନେ ରଖେନି

କଟକ ବାଙ୍କା ବଜାରର  ଅସ୍ଲମ୍‌ ଅଲ୍ଲୀଙ୍କ ପୁରା ପରିବାର ଲାଗିଛନ୍ତି ମାଆଙ୍କ କାମରେ ।

durga puja
ଆସୁଛନ୍ତି ମାଆ, ସଜେଇ ହେଲାଣି ରାଜଧାନୀର ପୂଜା ମଣ୍ଡପ

ଦୁର୍ଗାପୂଜା ପାଖେଇ ଆସୁଥିବା ବେଳେ ମଣ୍ଡପରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ମାଆଙ୍କ ମୂର୍ତ୍ତି ନିର୍ମାଣଠୁ ଆରମ୍ଭ କରି ତୋରଣ ଏବଂ ସାଜସଜା କାମ ଆଗେଇ ଚାଲିଛି । ଚଳିତ ବର୍ଷ ରାଜଧାନୀରେ କେଉଁ ମଣ୍ଡପ କେଉଁ ଥିମ୍‌ରେ ହେଉଛି ଚାଲନ୍ତୁ ଜାଣିବା ।