/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685704733.jpg)
Ramayan Utsav
ଛତିଶଗଡ଼ ରାୟଗଡ଼ରେ ଅନୁଷ୍ଠିତ ଜାତୀୟ ରାମାୟଣ ଉତ୍ସବରେ ଆକର୍ଷଣ ସାଜିଲେ ରାମନାମୀ ସଂପ୍ରଦାୟ । ଉତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତରୁ ରାମ ଭକ୍ତମାନେ ଯୋଗଦାନ କରିଛନ୍ତି । ତେବେ ଉତ୍ସବର ବିଶେଷ ଆକର୍ଷଣ ପାଲଟିଛନ୍ତି ରାମନାମୀ ସଂପ୍ରଦାୟ । ପ୍ରାୟ ୧୦୦ରୁ ୨୦୦ ବର୍ଷ ହେବ ଏହି କମ୍ୟୁନିଟି ରାମନାମ ଭଜନ କୀର୍ତ୍ତନ କରିଆସୁଛନ୍ତି । ତତ୍ ସହିତ ପ୍ରତ୍ୟେକ ମହିଳା ଓ ପୁରୁଷ ସେମାନଙ୍କର ସଂପୂର୍ଣ୍ଣ ଶରୀରରେ ପ୍ରଭୁ ରାମଙ୍କ ନାମର ଚିତା କରିଛନ୍ତି । ବିଶ୍ୱରେ ଶାନ୍ତି, ମୈତ୍ରୀ ଭାବନା ସୃଷ୍ଟି ହେବା ନେଇ ସନ୍ଦେଶ ଦେବାକୁ ଏଭଳି ଚିତା କୁଟାଇଥିବା କହିଛନ୍ତି ରାମନାମୀ ଶ୍ରଦ୍ଧାଳୁ ।
ଏହି ରାମନାମୀ ସଂପ୍ରଦାୟ ପ୍ରାୟ ୨୦୦ ବର୍ଷର । ଏମାନେ ଦେହ ସାରା ଟାଟୁ କରିଛନ୍ତି ରାମଙ୍କ ନାଁ । ଜପୁଛନ୍ତି ରାମନାମ । ଦେଉଛନ୍ତି ଶାନ୍ତିର ବାର୍ତ୍ତା । #Ramnami#Community#Ramnam#Raigarh#Chhatisgarhpic.twitter.com/cquyoOaoEr
— ଓଟିଭି (@otvkhabar) June 2, 2023
#WATCH | Chhattisgarh's Ramnami Community participated in the three-day Ramayan national cultural festival going on in the Raigarh district's Ramleela Maidan of the state (01.06)
People of this community have Lord Ram's name tattooed all over their bodies, from head to toe. pic.twitter.com/4a8HCr7hsN
— ANI MP/CG/Rajasthan (@ANI_MP_CG_RJ) June 2, 2023
ସେପଟେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜୋରସୋର ଚାଲିଥିବା ବେଳେ ଆସନ୍ତା ବର୍ଷ ଆରମ୍ଭରୁ ରାମଲାଲାଙ୍କ ପ୍ରତିମା ସ୍ଥାପନ କରାଯିବ। ୨୦୨୪ ଜାନୁଆରୀରେ ମକର ସଂକ୍ରାନ୍ତି କିମ୍ବା ତା’ପର ଦିନ ଠାରୁ ସପ୍ତାହେ ବ୍ୟପୀ ଏହି ଉତ୍ସବ ଚାଲିବ । ସପ୍ତାହେ ବ୍ୟାପୀ ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବ ମହାଆଡମ୍ବରରେ ହେବାକୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଥିପାଇଁ ନିମନ୍ତ୍ରଣ କରାଯିବ। ଏ ନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ମନ୍ଦିରର ଗ୍ରାଉଣ୍ଡ ଫ୍ଲୋର କାମ ଶେଷ ହେବ ବୋଲି ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତି ରାୟ ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)