• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜି ବିଶ୍ୱ ଦୁଗ୍ଧ ଦିବସ । ଶରୀରକୁ ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ କ୍ଷୀର । ନିୟମିତ କ୍ଷୀର ସେବନ କଲେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧ କରିଥାଏ । ଦୁଗ୍ଧର ମହତ୍ତ୍ୱକୁ ସାରା ବିଶ୍ୱରେ ଜଣାଇବା ପାଇଁ ମିଳିତ ଜାତିସଂଘର  ଖାଦ୍ୟ ଏବଂ କୃଷି ସଂଗଠନ ଏହି ଦିନ ପ୍ରତିଷ୍ଠା କରାଯାଇଥିଲା । ଦୁଗ୍ଧର ମହତ୍ତ୍ୱ ବଢାଇବା ଏବଂ ଆଲୋଚନା କରିବା ପାଇଁ ପ୍ରତିବର୍ଷ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଏ ।

୨୦୦୧ ଜୁନ୍‌ ୧କୁ ମିଳିତ ଜାତିସଙ୍ଘର ଖାଦ୍ୟ ଏବଂ କୃଷି ସଂଗଠନ ଦ୍ୱାରା ବିଶ୍ୱ ଦୁଗ୍ଧ ଦିବସ ଭାବେ ଘୋଷଣା କରାଗଲା ।  ଦୁଗ୍ଧ କ୍ଷେତ୍ରକୁ ପାଳନ କରିବା ଏବଂ ଦୁଗ୍ଧର ମହତ୍ତ୍ୱକୁ ବିଶ୍ୱସ୍ତରୀୟ ଖାଦ୍ୟ ଭାବରେ ଚିହ୍ନିବା ପାଇଁ ଜୁନ୍ ୧ ତାରିଖରେ ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଏ । ୨୦୦୧ରୁ ୨୦୧୬ ଯାଏଁ ବିଶ୍ୱର ୪୦ଟି ଦେଶରେ ଏହି ଦିବସ ପାଳନ କରାଗଲା । ଏହ ଦିନ ଜାତୀୟ ଅର୍ଥନୀତିର ଦୁଗ୍ଧ ଶିଳ୍ପର ଗୁରୁତ୍ୱକୁ ଦର୍ଶାଇ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ କରାଯାଉଛି ।

କ୍ଷୀର ଅଭାବୀ ଦେଶମାନଙ୍କ ମଧ୍ୟରେ ଭାରତ ଏକଦା ଗଣାଯାଉଥିଲା, କିନ୍ତୁ ବର୍ତ୍ତମାନ ଭାରତ ହେଉଛି ବିଶ୍ୱର ବୃହତ୍ତମ ଉତ୍ପାଦକ । ବିଶ୍ୱ ଦୁଗ୍ଧ ଉତ୍ପାଦନର ୨୩ ପ୍ରତିଶତ ଅଂଶ ଭାରତର ରହିଛି । ଦୁଗ୍ଧ ଆମ ସମସ୍ତଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆମେ ସମସ୍ତେ ଜାଣୁ । ସେଥିପାଇଁ ସମସ୍ତେ ଶିଶୁ ହୁଅନ୍ତୁ କିମ୍ବା ବୟସ୍କ ହୁଅନ୍ତୁ, କ୍ଷୀର ପିଇବାକୁ ପରାମର୍ଶ ଦିଆଯାଇଛି । ଏହା କେବଳ କ୍ୟାଲସିୟମର ଏକ ଉତ୍ତମ ଉତ୍ସ ନୁହେଁ, ବରଂ ଏଥିରେ ଅନେକ ଜରୁରୀ ପୋଷକ ତତ୍ତ୍ୱ ଏବଂ ଖଣିଜ ପଦାର୍ଥ ମିଳିଥାଏ, ଯାହା ଆମକୁ ସୁସ୍ଥ ରଖେ । କ୍ଷୀରର ଏହି ମହତ୍ୱକୁ ଜଣାଇବା ଏବଂ ଏହା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱ ଦୁଗ୍ଧ ଦିବସ ପ୍ରତିବର୍ଷ ୧ ଜୁନରେ ପାଳନ କରାଯାଏ ।

ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଦ୍ୱାରା ସମସ୍ତେ କେତେ ଲାଭବାନ ହେଉଛନ୍ତି, ତାହା ସମଗ୍ର ବିଶ୍ୱରେ ପ୍ରଚାର କରିବା ପାଇଁ ଏହି ଦିବସ ପାଳନ କରାଯାଉଛି । ଦୁଗ୍ଧକୁ ନେଇ ଅନେକ ଲୋକଙ୍କ ଜୀବନ ଜୀବିକା ନିର୍ଭର ରହିଛି । ଏହି ଦିନ ଅନେକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ତେବେ ୨୦୨୩ ରେ ଦୁଗ୍ଧଜାତ ଦ୍ରବ୍ୟ କିପରି ଜନସାଧାରଣଙ୍କ କ୍ଷେତ୍ରରେ ସହାୟକ ହେଉଛି ଏବଂ ଏହାସହ ପୃଷ୍ଟିକର ଖାଦ୍ୟ ଓ ଜୀବିକା ଯୋଗାଉଛି ତା’ଉପରେ ଧ୍ୟାନ ଦିଆଯିବ । ପୂର୍ବରୁ ୪୦ଟି ଦେଶରେ ଏହା ପାଳନ ହେଉଥିବା ବେଳେ ଏବେ ୧୦୦ରୁ ଅଧିକ ଦେଶରେ ପାଳନ କରାଯାଉଛି ।

ବିଶ୍ୱ ଦୁଗ୍ଧ ଦିବସରେ କ୍ଷୀରର ମହତ୍ତ୍ୱ ବିଷୟରେ କଣ ସବୁ ସଚେତନତା ଆବଶ୍ୟକ ପଢନ୍ତୁ..

  • -ଏକ ସୁସ୍ଥ ଶରୀର ପାଇଁ ଆଜି ଆପଣଙ୍କ ଖାଦ୍ୟରେ କ୍ଷୀର ଅନ୍ତର୍ଭୁକ୍ତ କରନ୍ତୁ । 
  • -ଶାରିରୀକ ଅଭ୍ୟାସ ପରେ ପାନୀୟ ଭାବରେ କ୍ଷୀର ଏକ ଉତ୍କୃଷ୍ଟ ବିକଳ୍ପ ।
  • -ଅସ୍ୱାସ୍ଥ୍ୟକର ପାନୀୟ ବ୍ୟବହାର କରନ୍ତୁ ନାହିଁ, ଆଜିର ଦିନରେ କ୍ଷୀର ନିଶ୍ଚିତ ପିଅନ୍ତୁ ।
  • - ଶରୀର ପାଇଁ ପ୍ରତ୍ୟେକ ଦିନ ଏକ କପ୍ କ୍ଷୀର ଆବଶ୍ୟକ ।