Advertisment

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ,ତମାଖୁ ପ୍ରାଣ ଘାତକକାରୀ

ଆଜି ବିଶ୍ବ ତମାଖୁ ବର୍ଜନ ଦିବସ, ଅର୍ଥ ଅପଚୟ ଓ ଘାତକ ରୋଗର କାରଣ ତମାଖୁ । ଯେଉଁମାନେ ତମାଖୁ ସେବନ ପରେ ଦୁଃଖଦ ସମୟ ଦେଇ ଗତି କରୁଛନ୍ତି...ସେମାନଙ୍କ ଜୀବନର ମୋଡ଼ ବଦଳି ଯାଇଛି।

author-image
Pallipuspa Samal
ଅଦ୍ୟତନ ହୋଇଛି
World No Tobacco Day 2023

World No-Tobacco Day

ବିଶ୍ବ ତମାଖୁ ବର୍ଜନ ଦିବସ। ଆଜିର ଦିନରେ ତମାଖୁ ବର୍ଜନ କରିବାକୁ ସମସ୍ତେ ପଣ କରିବା । କାହିଁକି ନା ତମାଖୁ ପ୍ରାଣ ଘାତକକାରୀ।ତମାଖୁ ସେବନର କୌଣସି ଉପାଦେୟତା ନାହିଁ। ଅର୍ଥ ଅପଚୟ ସହ ଘାତକ ରୋଗରେ ପୀଡ଼ିତ ହୋଇ ବଞ୍ଚିବାକୁ ସଂଗ୍ରାମ କରିବା ଏହାର ଶେଷ ପରିଣାମ। ଜାଣିବା ଜୟପୁର ଏବଂ ସୋରରୁ କିଛି ବ୍ୟକ୍ତିଙ୍କ କାହାଣୀ ।

Advertisment

ସକିଲ ମାଦାନି। ଜୟପୁର ସହରରେ ଟାୟାର ଦୋକାନ କରି ପରିବାର ଚଳାଉଛନ୍ତି। ଘରେ ଦୁଇ ଝିଅ, ପତ୍ନୀ ଓ ମାଆଙ୍କୁ ନେଇ ସଂସାର। ହେଲେ ତମାକୁ ସେବନ ପରେ କର୍କଟ ରୋଗରେ ଆକ୍ରାନ୍ତ ହୋଇପଡିଥିଲେ। ମୁଖ ଗହ୍ୱର କର୍କଟରେ ପୀଡ଼ିତ ହେବା ପରେ ଡାକ୍ତରଙ୍କ ପରାମର୍ଶ ଲୋଡ଼ିଥିଲେ । ଚିକିତ୍ସା ପାଇଁ ତାଙ୍କୁ ପାଖାପାଖି ୬୦ ଏକର ଜମି ବିକ୍ରି କରିବାକୁ ପଡିଥିଲା

ଅଧିକ ପଢ଼ନ୍ତୁ: ବିଶ୍ୱ ତମାଖୁ ବର୍ଜନ ଦିବସ ୨୦୨୩: ‘ଆମକୁ ଖାଦ୍ୟ ଲୋଡ଼ା, ତମାଖୁ ନୁହେଁ’

Advertisment

୪୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ଏବେ ସେ ସୁସ୍ଥ ହୋଇ ଫେରିଛନ୍ତି । ସେହିପରି ତମାଖୁ ସେବନରେ  ଆଉ ଜଣେ ପୀଡ଼ିତ ହେଲେ ପାୱାର ହାଉସ କଲୋନୀର ତାରିଣୀ ପଣ୍ଡାଙ୍କ ପରିବାର। ତମାଖୁ ସେବନ ପରେ କ୍ୟାନସରରେ ପୀଡ଼ିତ ହୋଇଥିଲେ ତାରିଣୀ। ବିଶାଖାପାଟଣା ଓ ହାଇଦ୍ରାବାଦରେ ଚିକିତ୍ସା ପରେ ମଧ୍ୟ ତାଙ୍କୁ ବଂଚାଇ ପାରିନଥିଲେ ପତ୍ନୀ ମିତାରାଣୀ। ଏବେ ଦୁଇ ପୁଅଙ୍କୁ ନେଇ କଷ୍ଟରେ ଜୀବନ ବିତାଉଛନ୍ତି ମିତାରାଣୀ। ତମାଖୁଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

ବାଲେଶ୍ବର ସୋର ପାରମହଲା ଅଂଚଳର ସେକ ସହିଦ । ସ୍ଥାନୀୟ ଅଂଚଳରେ ଜଣେ ଭଲ କ୍ରିକେଟର ଭାବେ ଥିଲେ ଜଣାଶୁଣା । ତାଙ୍କର ଖେଳ ଦେଖିବାକୁ ପଡ଼ିଆରେ ଲୋକଙ୍କ ଭିଡ଼ ଜମୁଥିଲା । ହେଲେ ସେ ଏବେ ଘର ଭିତରେ ବସି ରହୁଛନ୍ତି । ଭଲ କ୍ରିକେଟର ହେବାର ସ୍ବପ୍ନ ଆଶାରେ ହିଁ ରହିଗଲା।

ଗୁଟଖା ସେବନ ସେକ ସହିଦଙ୍କ ଜୀବନର ମୋଡ଼ ବଦଲାଇଦେଇଥିଲା। କର୍କଟରେ ଆକ୍ରାନ୍ତ ପରେ ଚିକିତ୍ସା ଲାଗି ତାଙ୍କୁ ଅନେକ ଖର୍ଚ୍ଚାନ୍ତ ହେବାକୁ ପଡିଛି । ଏବେ ବି ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇନାହାନ୍ତି। ଡାକ୍ତର ତାଙ୍କୁ ତରଳ ଖାଦ୍ୟ ଖାଇବା ସହ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ଗୁଟଖାଠାରୁ ଦୂରେଇ ରହିଥିଲେ ହୁଏତ ସ୍ବପ୍ନ ସାକାର କରିବାରେ ସେ ସଫଳ ହୋଇପାରିଥାନ୍ତେ ବୋଲି ଡାକ୍ତର କହିଛନ୍ତି। ...

World No Tobacco Day
Advertisment
Advertisment