• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଜୀବନର ସୁଖରେ ଦୁଃଖରେ ସାଥିରେ ଛିଡ଼ା ହୋଇ ସାହସ ଦେଉଥିବା ମଣିଷ ହେଉଛନ୍ତି ପିତାମାତା । ନିଜ ଇଚ୍ଛାକୁ ବଳିଦାନ ଦେଇ ନିସ୍ୱାର୍ଥପର ଭଲ ପାଇବା ଦିଅନ୍ତି ସେମାନେ । ପିଲାର ଯତ୍ନ ସାଙ୍ଗକୁ ଭବିଷ୍ୟତ ଗଢ଼ିବା ପାଇଁ ଦିନ ରାତି ଏକ କରିଦିଅନ୍ତି ବାପାମାଆ । ଜୀବନର ପ୍ରତିଟି ମୁହୂର୍ତ୍ତକୁ ପିଲାଙ୍କ ପାଇଁ ଉତ୍ସର୍ଗ କରିଦିଅନ୍ତି ବାପାମାଆ । ବର୍ତ୍ତମାନେ ଯୁଗରେ ପିତାମାତାଙ୍କ ମହତ୍ତ୍ୱ ନ ବୁଝିପାରି ପିଲାମାନେ ତାଙ୍କୁ ଅକଥନୀୟ ଯନ୍ତ୍ରଣା ଦେଉଛନ୍ତି । ବାପମାଆଙ୍କୁ ଜୀବନର ବୋଝ ଭାବି ତାଙ୍କୁ ରାସ୍ତାକଡ଼ରେ ଛାଡ଼ି ଦେଉଛନ୍ତି । ତେବେ ଏଦିଗରେ ସଚେତନତା ଆଣିବା ପାଇଁ ପ୍ରତିବର୍ଷ ଜୁନ୍‌ ୧ କୁ ଗ୍ଲୋବାଲ୍‌ ଡେ ଅଫ୍‌ ପ୍ୟାରେଣ୍ଟ୍ସ ଭାବେ ପାଳନ କରାଯାଉଛି ।

ପ୍ରତିଦିନ ଆମେ ବାପାମାଆଙ୍କୁ ସମ୍ମାନ ଓ ଭଲପାଇବା ଦେଉଛନ୍ତି । କିନ୍ତୁ ଆଜି ଏମିତି କିଛି କରିବା ଯାହା ତାଙ୍କ ପାଇଁ ଚିରଦିନ ଯାଏଁ ସ୍ମରଣୀୟ ହୋଇରହିବ । ଜୁନ୍ ୧ କୁ ବିଶ୍ୱବ୍ୟାପୀ ପିତାମାତା ଦିବସ ପାଳନ ଭାବେ କରାଯାଏ । ଏହି ଦିନଟିର ବିଶେଷତ୍ୱ ଏହା ଯେ ଏହି ଦିନ ଆମେ ସେହି ଲୋକମାନଙ୍କୁ ସ୍ୱତନ୍ତ୍ର ଅନୁଭବ କରିବାର ସୁଯୋଗ ପାଇଥାଉ ଯିଏ ଆମକୁ ଜନ୍ମ ଦେଇଛନ୍ତି ଏବଂ ଆମର ପ୍ରତିପୋଷଣ କରିଛନ୍ତି ।

ଅଧିକ ପଢ଼ନ୍ତୁ: World Milk Day 2023: ଜାଣନ୍ତୁ ଏହି ଦିବସର ମହତ୍ତ୍ୱ..

ପିତାମାତାଙ୍କ ସମ୍ମାନାର୍ଥେ ଆୟୋଜିତ ଏହି ଦିନକୁ ପାଳନ କରିବାକୁ ୨୦୧୨ ରେ ଜାତିସଂଘର ସାଧାରଣ ସଭାରେ ଘୋଷଣା କରାଯାଇଥିଲା । ଏହି ଦିବସ ଅବସରରେ ଲୋକମାନେ ନିଜ ପିତାମାତାଙ୍କୁ ସମ୍ମାନ ଦିଅନ୍ତୁ ଏବଂ ତାଙ୍କ ବଳିଦାନର ମହତ୍ତ୍ୱ ବୁଝି ତାଙ୍କୁ ଧନ୍ୟବାଦ ଜଣାନ୍ତୁ ବୋଲି ଲକ୍ଷ୍ୟ ରଖାଯାଇଛି ।

ଗ୍ଲୋବାଲ୍ ଡେ’ ଅଫ୍‌ ପ୍ୟାରେଣ୍ଟ୍ସ ବିଶେଷ ମହତ୍ତ୍ୱ ରହିଛି, କାରଣ ଏହା ପିଲାମାନଙ୍କୁ ସମାଜ ଗଠନରେ ପିତାମାତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଜଣାଇଥାଏ । ଏହା ପରିବାର କଲ୍ୟାଣ ପାଇଁ ଏକ ପ୍ରକାର ବାର୍ତ୍ତା ଯୋଗାଏ । ପରବର୍ତ୍ତୀ ପିଢ଼ିଙ୍କ ପ୍ରତିପୋଷଣରେ ପିତାମାତାଙ୍କ ମାର୍ଗଦର୍ଶନ ଉପରେ ଗୁରୁତ୍ୱାରୋପ କରେ । ଏହି ଦିବସ ସମଗ୍ର ବିଶ୍ୱରେ ପିତାମାତାଙ୍କ ପ୍ରେମ, ବଳିଦାନ ଏବଂ ଉତ୍ସର୍ଗକୁ ଆଲୋକିତ କରିଥାଏ । ସମାଜରେ ସଚେତନତା, ସମର୍ଥନ ଏବଂ ପରିବାର ପ୍ରତି ସକରାତ୍ମକ ମନୋଭାବ ଆଦି ଆଣିବା ଲକ୍ଷ୍ୟରେ ଏହି ଦିବସକୁ ପାଳନ କରାଯାଉଛି । ଯାହାକି ବ୍ୟକ୍ତି, ସମ୍ପ୍ରଦାୟ ଏବଂ ବିଶ୍ୱର କଲ୍ୟାଣ ତଥା ବିକାଶରେ ସହାୟକ ହେବ ।

ଏହି ଦିବସ ଅବସରରେ ଯୁବପିଢ଼ିଙ୍କୁ ଜୀବନରେ ମାତାପିତାଙ୍କ ମହତ୍ତ୍ୱ ବିଷୟରେ ଜଣାଯାଏ । ଏହି ଦିବସ ଉପଲକ୍ଷେ ସାରା ବିଶ୍ୱରେ ନାନା କାର୍ଯ୍ୟକ୍ରମର ଆୟୋଜନ କରାଯାଏ । ଜୀବନରେ ପିତାମାତାଙ୍କ ମହତ୍ତ୍ୱକୁ ସର୍ବସମ୍ମୁଖରେ ଆଣିବା ପାଇଁ ଏହା ଏକପ୍ରକାର ପ୍ରଚେଷ୍ଟା । ଏହି ଦିନ ପିତାମାତାଙ୍କ ସହ ଅଧିକରୁ ଅଧିକ ସମୟ ବିତାଇବା, ତାଙ୍କୁ ଉପହାର ଦେବା ଉଚିତ୍‌ ।