ମେ ୧୭, ୧୮୬୫ରେ ଆନ୍ତର୍ଜାତୀୟ ଟେଲିକମ୍ ୟୁନିଅନ୍ ପ୍ରତିଷ୍ଠା ହେବା ପରଠାରୁ, ପ୍ରତିବର୍ଷ ମେ ୧୭ରେ ସମଗ୍ର ବିଶ୍ୱରେ ଦୂରସଂଚାର ଦିବସ ପାଳନ କରାଯାଏ। ୨୦୦୫ ମସିହାରେ ମିଳିତ ଜାତିସଂଘର ସାଧାରଣ ସଭା ଏହି ଦିବସକୁ ‘ବିଶ୍ୱ ସୂଚନା ସମାଜ ଦିବସ’ ଭାବରେ ଘୋଷଣା କରିଥିଲା।
ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକ ଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଦତ୍ତ ମହାପାତ୍ର ସେବାୟତମାନେ ରତ୍ନବେଦୀରେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ସଂପାଦନ କରିବେ । ଶ୍ରୀଜିଉଙ୍କ ବନକ ଲାଗି ନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ।
ଦୁବାଇରେ ଓଡ଼ିଶା ଦିବସ ପାଳନ ଲାଗି ଗତ ସୋମବାର ଭୁବନେଶ୍ବରରୁ ଦୁବାଇକୁ ଉଡ଼ିଥିବା ପ୍ରଥମ ସିଧାସଳଖ ବିମାନେର ବହୁ ଓଡ଼ିଆ ଯାଇଛନ୍ତି।
ଯେମିତି ସାରା ଦୁନିଆରେ ଚାପ ବୃଦ୍ଧି ପାଉଛି, ସେହି ବେଗରେ ଉଚ୍ଚ ରକ୍ତଚାପ ବା ହାଇ ବିପି ସମସ୍ୟା ଲୋକମାନଙ୍କୁ ନିଜ ଆଡକୁ ଟାଣି ନେଉଛି। ତେବେ କାହିଁକି ବଢିଚାଲିଛି ଉଚ୍ଚ ରକ୍ତଚାପ ରୋଗୀ ସଂଖ୍ୟା ଜାଣିବା ପାଇଁ ପଢନ୍ତୁ।
ଆଜିକାଲି ବ୍ୟକ୍ତିକୁ ନେଇ ହେଉ କି ଜାତିକୁ ନେଇ, ଅଞ୍ଚଳକୁ ନେଇ ହେଉ କି ରାଜ୍ୟ ନେଇ ଅନେକଙ୍କ ମନରେ ଅଶାନ୍ତି ଦେଖିଯାଉଛି। ବର୍ତ୍ତମାନ ପରିସ୍ଥିତିରେ ଶାନ୍ତି ଏକାନ୍ତ ଜରୁରୀ। କିପରି ଏହାକୁ ପ୍ରତିଷ୍ଠା କରିହେବ ଆସନ୍ତୁ ଜାଣିବା।
ବରଗଡ଼ କଟାପାଲି ଗାଁର ତ୍ରିଲୋଚନ ସାହୁଙ୍କ ଘର,ପିଢ଼ିପିଢ଼ି ଧରି ଏକାଠି ରହି ଆସୁଛନ୍ତି ସମସ୍ତେ।
ପରିବାର ହେଉଛି ସମାଜର ମୂଳଦୁଆ। ଏହା ହିଁ ଏକ ମଜବୁତ୍ ଜାତିର ଉଦାହରଣ। ତେବେ ଆସନ୍ତୁ ଆଜି ‘ଆନ୍ତର୍ଜାତୀୟ ପରିବାର ଦିବସ’ ଅବସରରେ ଜାଣିବା ଏହି ଦିନର ଇତିହାସ ଏବଂ ଗୁରୁତ୍ୱ ବିଷୟରେ।
ଭାଙ୍ଗିଯାଉଛି ଧୈର୍ଯ୍ୟର ବନ୍ଧ । ମନ ଭିତରର ଯନ୍ତ୍ରଣା ଆଉ କୋହ ସବୁ, ଲୁହ ହୋଇ ଝରିଆସୁଛି ଆଖିବାଡ଼ ଡେଇଁ । ପ୍ରତ୍ୟେକ କଷ୍ଟ ଆଉ ୩ ପିଲାଙ୍କ ଦାୟିତ୍ୱକୁ ବୋଝେଇ ନିଜ ଅଧୁରା ସଂସାରର ଜଞ୍ଜାଳକୁ ସମ୍ଭାଳି ନେଉଥିବା ୟେ ବି ଜଣେ ମା’।
ମାଆ, ଏକ ଅନାବିଳ ଶବ୍ଦ । ଯେଉଁ ଶବ୍ଦ ଉଚ୍ଚାରଣ କରିବା ମାତ୍ରେ ଝରି ଆସେ ସ୍ନେହ । ଦିନେ ଯିଏ ପିଲାର ହାତ ଧରି ଦୁନିଆ ଦେଖାଇଥିଲା, ଆଜି ସେହି ପିଲାର ଯନ୍ତ୍ରଣା ଦେଖି ଜୀବନକୁ ଜଳାଞ୍ଜଳି ଦେବାକୁ ବି ପଛାଇ ନାହିଁ ।
ଯେତେ କଷ୍ଟ ହେଲେବି ନିଜ ପିଲାମାନଙ୍କ କୁଶଳ ମଙ୍ଗଳ ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରେ ମା’ ।
ପିଲାମାନେ ଯେତେ ଦୁଃଖ ଦେଲେ ବି ମା’ ମନ କେବେ ଅଭିଶାପରେ ଭରେ ନାହିଁ। ନିଜ ସନ୍ତାନ ପାଇଁ ସବୁବେଳେ ଥାଏ ଆଶୀର୍ବାଦ। ଏମିତି ଦୁଇ ମା’ ହେଲେ ସରସ ଓ ମାଳତୀ। ପିଲାମାନେ ପର କଲା ପରେ ଏବେ ବୃଦ୍ଧାଶ୍ରମ ସାଜିଛି ଶେଷ ଠିକଣା। ଆସନ୍ତୁ ଜାଣିବା ପିଲାମାନଙ୍କ ନେଇ କ’ଣ କୁହନ୍ତି ଏହି ଦୁଇ ମା’।
ଯେତେ ଝଡ ଝଞ୍ଜା ଆସୁପଛେ ନିଜ ସନ୍ତାନମାନଙ୍କୁ ପଣତକାନି ତଳେ ଢାଲ କରି ରଖିବାର ଅଦମ୍ୟ ଶକ୍ତି ଯାହା ପାଖରେ ଥାଏ ସେ ହେଉଛି ମା’। ସେଥିପାଇଁ ତ କୁହାଯାଏ, ସବୁ ବିପଦରେ ଈଶ୍ୱର ଆସି ପହଞ୍ଚିପାରିବେ ନାହିଁ, ସେଥିପାଇଁ ପାଖରେ ମା’ ଦେଇଛନ୍ତି। ଆସନ୍ତୁ ଆଜି ମାତୃ ଦିବସ ଅବସରରେ ସେଇ ମା’ର ଗୁରୁତ୍ୱ ବିଷୟରେ ଜାଣିନେବା।
ଗାଁରେ ବ୍ୟାପିଥିଲା ହଇଜା । ଭେଣ୍ଡା ପିଲାଙ୍କର ଗଡୁଥିଲା ମଣ୍ଡା...ମାଆଙ୍କ ପାଖରେ ଅଧିଆ ପଡିଲେ ଗାଁ ଲୋକେ । ଭେଣ୍ଡା ବଦଳରେ ଦିଆଗଲା ମଣ୍ଡା । ୨୦୦ ବର୍ଷ ହେଲାଣି ଏମିତି ଲାଗୁଛି ଭୋଗ
ବନବାସ ସମୟରେ ମାଆ ସୀତାକୁ ଶୋଷ ଲାଗିଥିଲା । ପାଣି ଖୋଜିବା ପରେ ବି ମିଳିନଥିଲା...ପାତାଳକୁ ଶର ମାରି ଗଙ୍ଗାଙ୍କ ଆର୍ବିଭାବ କରିଥିଲେ ଲକ୍ଷ୍ମଣ । ସେହିଦିନରୁ ଏଇଠି ବୁଡ ଦେବାକୁ ଭକ୍ତଙ୍କ ଲାଗିଛି ଲାଇନ୍ । ବିଶ୍ବାସ ଅଛି ଏଇଠି ବୁଡ଼ ପକାଇଲେ ହେବନି ଚର୍ମ ରୋଗ।
ମା’ଟିଏ ସାହାଟିଏ। ଯେତେ ଝଡ ଝଞ୍ଜା ଆସୁପଛେ କେବେ ବି ଦୋହଲେ ନାହିଁ ମା’ର ମନ। ସବୁ ଯନ୍ତ୍ରଣାକୁ ସହି ସେ ତା’ ସନ୍ତାନ ଆଖିରେ ଦେଖିଚାଲେ ସୁଖର ସପନ। ସେମିତି ଜଣେ ମା’ ହେଲେ ଯଶୋଦାମଣି। ଆସନ୍ତୁ ଜାଣିବା ତାଙ୍କ ଦୁଃଖ କାହାଣୀ।
ଗାଁରେ ବ୍ୟାପିଥିଲା ହଇଜା । ଭେଣ୍ଡା ପିଲାଙ୍କର ଗଡୁଥିଲା ମଣ୍ଡା...ମାଆଙ୍କ ପାଖରେ ଅଧିଆ ପଡିଲେ ଗାଁ ଲୋକେ । ଭେଣ୍ଡା ବଦଳରେ ଦିଆଗଲା ମଣ୍ଡା । ୨୦୦ ବର୍ଷ ହେଲାଣି ଏମିତି ଲାଗୁଛି ଭୋଗ
ଅପେକ୍ଷା ଥିଲା ଭଉଁରୀ ତିଥିକୁ..ଅପେକ୍ଷା ଥିଲା ଆଜ୍ଞାମାଳକୁ । ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଶ୍ରୀଜିଉମାନଙ୍କ ତିନି ବାଡ଼ରୁ ପୂଜାପଣ୍ଡା ସାମନ୍ତମାନେ ମହାପ୍ରଭୁଙ୍କ ଅଧର ଚୁମ୍ବିତ ଆଜ୍ଞାମାଳ ଧରି ପାଟ ପଟୁଆରରେ ସିଧା ପହଞ୍ଚିଥିଲେ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ।
ଜଣେ ରୋଗୀର ସ୍ୱାସ୍ଥ୍ୟ ପାଇଁ ଜଣେ ନର୍ସର ଭୂମିକା କମ୍ ନୁହେଁ। କରୋନା ସମୟରେ ଏହାକୁ ସମସ୍ତେ ବୁଝିଥିବେ। ଏନେଇ ନର୍ସଙ୍କୁ ସମ୍ମାନ ଦେବା ନେଇ ଆଜି ଦିନଟି ଉତ୍ସର୍ଗୀକୃତ। ଆସନ୍ତୁ ଜାଣିବା ଏହା ପଛର ଇତିହାସ।
ପ୍ରତିବର୍ଷ ୧୧ ମେ’ରେ ‘ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ’ ପାଳନ କରାଯାଏ। ବିଭିନ୍ନ ଥିମ୍କୁ ନେଇ ଏହି ଦିବସ ପାଳିତ ହୁଏ। ଏଭଳି ପରିସ୍ଥିତିରେ, ଆସନ୍ତୁ ଜାଣିବା ଚଳିତ ବର୍ଷ ‘ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ’ ପାଇଁ କ’ଣ ଥିମ୍ ରହିଛି।
ସେ ଧନୀ ହୁଅନ୍ତୁ କି ଗରିବ... ମାସେକାଳ ସବୁ ମୋହ ମାୟାରୁ ମୁକ୍ତି ହୋଇ କୁଡିଆରେ ରହିବାକୁ ପଡେ । ଆଉ ଚାଲେ ମହାଭାରତର ସଂପୂର୍ଣ୍ଣ ପୂରାଣ । ବିଶ୍ୱାସ ରହିଛି ଯେ ଏହି ବ୍ରତ ଯିଏ ପାଳନ କରେ ସେ କୋଟି ଜନ୍ମର ପୂଣ୍ୟ ପ୍ରାପ୍ତ କରେ । ଏହା ହେଉଛି ମହାଭାରତ ଜ୍ଞାନ ଯଜ୍ଞ।
ଥାଲାସେମିଆ ହେଉଛି ଏକ ବଂଶଗତ ରକ୍ତ ବିକାର ସମସ୍ୟା ଯାହା ସାଧାରଣ ଠାରୁ କମ୍ ହେମୋଗ୍ଲୋବିନ୍ ଏବଂ ଶରୀରରେ କମ୍ ଲାଲ ରକ୍ତ କଣିକାର ବିଶେଷତା। ଏହାର ଲକ୍ଷଣ ମଧ୍ୟରେ ଦୁର୍ବଳତା, ଥକାପଣ, ଧୀର ଅଭିବୃଦ୍ଧି ଆଦି ରହିଛି। ଏ ବିଷୟରେ ସଚେତନତା ପାଇଁ ପାଳନ ହେଉଛି ‘ବିଶ୍ୱ ଥାଲାସେମିଆ ଦିବସ’।
ପ୍ରତିବର୍ଷ ଏକ ଥିମ୍କୁ ନେଇ ‘ବିଶ୍ୱ ରେଡ୍ କ୍ରସ୍ ଦିବସ’ ପାଳନ କରିବାକୁ ନିଷ୍ପତ୍ତି ନିଆଯାଏ, ଯେଉଁଥିରେ ସମଗ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। କାରଣ ବିଶ୍ୱର ସବୁ ଲୋକମାନଙ୍କୁ ଏଥିରେ ସାମିଲ ହେବା ନେଇ ଉତ୍ସାହିତ କରାଯାଏ। ଆସନ୍ତୁ ଜାଣିବା ଏହାର କାରଣ, ଇତିହାସ ଆଉ ମୂଳଭିତ୍ତି।
ହସିବା ଦ୍ୱାରା ରକ୍ତ ସଂଚାଳନ ଠିକ ରହେ, ମନ ପ୍ରଫୁଲ୍ଲ ରହେ । ଶରୀରକୁ ଶକ୍ତି ମିଳିବା ସହ ଉର୍ଜା ଜାଗ୍ରତ ହୋଇଥାଏ । ଆୟୁର୍ବେଦ କହୁଛି, ସବୁବେଳେ ହସିବା ଦ୍ୱାରା ଦୀର୍ଘାୟୁ ପ୍ରାପ୍ତ ହୋଇଥାଏ । ହସିଲେ ମଣିଷ ମଧ୍ୟରେ ସକରାତ୍ମକ ଭାବନା ଆସିବା ସହ ଆତ୍ମବିଶ୍ୱାସ ଜାଗ୍ରତ ହୁଏ । ବିଶେଷଜ୍ଞଙ୍କ ମତରେ, ହସିଲେ ଶରୀରରୁ ଏଣ୍ଡୋର୍ଫିନ୍ ନାମକ ହରମୋନ୍ ନିର୍ଗତ ହୋଇଥାଏ, ଯାହା ମାନସିକ ଅବସାଦକୁ ଦୂରେଇ ଦେଇଥାଏ ।
ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼େ ସେଠାରେ ସୂର୍ଯ୍ୟ ପରାଗ ଦେଖାଯାଏ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ ଅକ୍ଟୋବର ୧୪ରେ ଲାଗିବ।
ଆଜିକାଲି ଲୋକଙ୍କର ବ୍ୟସ୍ତବହୁଳ ଜୀବନ ଭିତରେ ଟିକିଏ କାହା ସହିତ କଥା ହେବା ପାଇଁ ସମୟ ନାହିଁ । ସ୍ଥିତି ଏମିତି ହେଲାଣି ଯେ ମନଖୋଲି ହସିବା ପାଇଁ ଲୋକେ ଭୁଲିଗଲେଣି । ଅନେକ ଜାଣି ବି ନାହାନ୍ତି କି ହସିବା ଦ୍ୱାରା ଅନେକ ସମସ୍ୟାର ସମାଧାନ ହୁଏ, ଅନେକ ସକରାତ୍ମକ ପ୍ରଭାବ ବି ପଡ଼େ