Advertisment

ଦିନକ ପରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା; ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍‌ ମୋବିଲିଟି ପ୍ଲାନ୍

ଦିନକ ପରେ ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ତା’ ପୂର୍ବରୁ ପୋଲିସ ଛାଉଣୀରେ ପରିଣତ ହୋଇଛି ପୁରୀ ସହର । ସବୁ ବର୍ଷ ଭଳି ଏ ବର୍ଷ ବି ଶ୍ରୀଜିଉଙ୍କ ଘୋଷଯାତ୍ରା ଲାଗି ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ ।

author-image
Tanmay Kumar Mahalik

ରଥଯାତ୍ରା ସୁପରିଚାଳନା ପାଇଁ ସରିଛି ପୋଲିସ ବିଭାଗର ପ୍ରସ୍ତୁତି । ମହାପ୍ରଭୁଙ୍କ ଘୋଷଯାତ୍ରାରେ କିଭଳି ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ରଥଟଣା, ଭିଡ଼ ନିୟନ୍ତ୍ରଣ କରାଯିବ, ସେ ନେଇ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି । ପୋଲିସ ପକ୍ଷରୁ ଆଜି ପୁରୀରେ ରଥଟଣାର ମକ୍ ଡ୍ରିଲ୍ ସହ ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ ସମ୍ପର୍କରେ ଅବଗତ କରାଯାଇଛି । ରଥଯାତ୍ରାବେଳେ ଏଥର ପ୍ରଥମ ଥର ପାଇଁ ହେଲିକପ୍ଟର ଓ ଫାଷ୍ଟ ପାଟ୍ରୋଲିଂ ଭେଇକିଲ୍ ବ୍ୟବହାର କରି ଟ୍ରାଫିକ ଉପରେ ନଜର ରଖିବ ପୋଲିସ ।

Advertisment
Puri
Advertisment
Advertisment