ଶରୀରର ଥାଇରଏଡ୍ ଗ୍ରନ୍ଥି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏଥିରେ ସମସ୍ୟା ଦେଖାଦେଲେ ଅନେକ ଶାରିରୀକ କ୍ଷତି ହୋଉଥାଏ। ଏହାକୁ ସୁସ୍ଥ ରଖିବା ଜରୁରୀ। ଆଜି ଯୋଗ ଦିବସରେ ଆସନ୍ତୁ ଜାଣିନେବା କେଉଁ ସବୁ ଯୋଗାସନ କରି ଥାଇରଏଡ୍ ଗ୍ରନ୍ଥିକୁ ସୁସ୍ଥ ରଖିବେ।
ଆଜି ଅନ୍ତର୍ଜାତୀୟ ଯୋଗ ଦିବସ , ବିଶ୍ୱର କୋଣ ଅନୁକୋଣରେ ଯୋଗ ଦିବସ ପାଳନ
ଆଜିକାଲି ମଧୁମେହ ଏକ ସାଧାରଣ ସମସ୍ୟା ହୋଇଯାଇଛି। ପ୍ରାୟ ଘରେ ଘରେ ଏହି ସମସ୍ୟା। ତେବେ ଏହାର ଚିକିତ୍ସା ତଥା ପ୍ରତିରୋଧ ପାଇଁ ଯୋଗାସନ ସବୁଠାରୁ ଉତ୍ତମ ବିକଳ୍ପ ଭାବରେ ବିବେଚନା କରାଯାଏ। ଯୋଗ ଏବଂ ବ୍ୟାୟାମର ଅଭ୍ୟାସ ଉଚ୍ଚ ରକ୍ତ ଶର୍କରାକୁ ହ୍ରାସ କରିପାରେ।
ଯୋଗ କେବଳ ରୋଗରୁ ମୁକ୍ତି ଦେଇ ନଥାଏ, ଏହା ଆମର ଆତ୍ମବିଶ୍ୱାସକୁ ମଧ୍ୟ ବୃଦ୍ଧି କରିଥାଏ। ଏହା ମନକୁ ଶାନ୍ତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏ ବିଷୟରେ ସଚେତନ କରିବା ପାଇଁ ପ୍ରତିବର୍ଷ ଜୁନ୍ ୨୧ରେ ଯୋଗ ଦିବସ ପାଳନ କରାଯାଏ। ତେବେ ଆସନ୍ତୁ ଏହା ପଛର ଇତିହାସ ଓ ଲକ୍ଷ୍ୟ ବିଷୟରେ ଜାଣିନେବା।
ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର । ବଡ଼ଦାଣ୍ଡରେ ଗଡ଼ିଛି ରଥ
ରଥ ଉପରେ ସେବା ଦେଉଛନ୍ତି ଲକ୍ଷେ ରାଜାଙ୍କ ମଉଡ଼ମଣି । ରଥରେ ଛେରାପହଁରା ସାରି ବାହାରୁଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ
ଚକ୍ ଖଡ଼ି ସାହାଯ୍ୟରେ ରଥଯାତ୍ରାର ଶୁଭେଚ୍ଛା । ଏଭଳି ଅଭିନବ ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ଭଦ୍ରକ ଧାମନଗରର ଗୋପାଳ ସାମଲ..
ଅନନ୍ତ କୋଟି ବ୍ରହ୍ମାଣ୍ଡ ଶାନ୍ତ ପଡ଼ିଯାଇଛି.. ଚାରିଆଡ଼କୁ ଦେଖି ଦେଖି ଆସୁଛନ୍ତି ମଣିମା ।
ବଡ଼ ଦାଣ୍ଡକୁ ଆସିଲାଣି କାଳିଆ, ଭକ୍ତଙ୍କୁ ଦେବ ଦର୍ଶନ; ରଥରେ ଚଢ଼ି ଯିବ ମାଉସୀ ଘର
ଆଜି ପବିତ୍ର ରଥଯାତ୍ରା । ଜଗନ୍ନାଥ ମନ୍ଦିରରେ ପ୍ରସାଦ ଓ ଭୋଗରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଇତିହାସର ଝଲକ ମିଳିଥାଏ । ସେଥିପାଇଁ ଆଜି ଆମେ ଘରେ ବନେଇବା ଜଗନ୍ନାଥଙ୍କର ପ୍ରିୟ ଭୋଗ ‘ଖଜା’
କଲମ୍ବିଆରୁ ଆସିଛନ୍ତି କାଳିଆର ଭକ୍ତ । ବଡ଼ଦାଣ୍ଡରେ କରୁଛନ୍ତି ନୃତ୍ୟ ପରିବେଷଣ ।
ପବିତ୍ର ଘୋଷଯାତ୍ରା ଅବସରରେ ଦିଲ୍ଲୀ ହଜ୍ ଖସସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଲୋକାରଣ୍ୟ ବଡ଼ଦାଣ୍ଡ । ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବଡ଼ଦାଣ୍ଡରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ସେ ଇଚ୍ଛାମୟ ଠାକୁର ସବୁ ତାଙ୍କ ନିର୍ଦ୍ଦେଶରେ ହିଁ ହୋଇଥାଏ । ମହାପ୍ରଭୁଙ୍କ ସରିଛି ମଙ୍ଗଳାଆଳତି । ଭକ୍ତଙ୍କ ଗହଣକୁ ଓହ୍ଲାଇ ଆସିବାକୁ ସଜେଇ ହେଉଛନ୍ତି ଶ୍ରୀଜିଉ ।
ଆଜି କାଳିଆ ସାଆନ୍ତଙ୍କ ଯାତ୍ରା । ଆଜି ଭକ୍ତ ମାନଙ୍କୁ ଦର୍ଶନ ଦେବା ପାଇଁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ମହାପ୍ରଭୁ । ଜନ୍ମବେଦୀଙକୁ ଯାତ୍ରା କରିବା ପାଇଁ ରାତିରେ ଶୋଇନି କାଳିଆ ।
ରଥଯାତ୍ରା ପାଇଁ ବଡ଼ଦାଣ୍ଡ ପାଲଟିଛି ଜନସମୁଦ୍ର । ମହାପ୍ରଭୁଙ୍କୁ ଚାତକ ପରି ଚାହିଁରହିଛନ୍ତି ଭକ୍ତ ।
ଯେଉଁମାନେ ଜାତି, ରାଜନୈତିକ ସଂଘର୍ଷ କିମ୍ବା ଆନ୍ତର୍ଜାତୀୟ ବିବାଦ ଭଳି ସମସ୍ୟା ହେତୁ ନିଜ ଘର ଛାଡି ଅନ୍ୟ ଦେଶକୁ ସ୍ଥାନାନ୍ତର ହେବାକୁ ବାଧ୍ୟ ହୋଇଛନ୍ତି ସେମାନଙ୍କୁ ଶରଣାର୍ଥୀ କୁହାଯାଏ। ଏମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପାଳନ ହୁଏ ବିଶ୍ୱ ଶରଣାର୍ଥୀ ଦିବସ।
ଟ୍ୱିଟ କରି ଅଭିନନ୍ଦନ ଜଣାଇବା ସହ ମହାପ୍ରଭୁ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଭରିଦେବାକୁ କାମନା କରିଛନ୍ତି ।
ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ଭକ୍ତଙ୍କ ଗହଣକୁ ଚାଲି ଆସିବେ କାଳିଆ ସାଆନ୍ତ । ରଥରେ ବିଜେ କରି ନବଦିନ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ ମହାପ୍ରଭୁ । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଆସନ୍ତାକାଲି ସକାଳ ସାଢ଼େ ୯ଟାରେ ଠାକୁରମାନଙ୍କ ପହଣ୍ଡି ସାଙ୍ଗକୁ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ କରିବାକୁ ନୀତିନିର୍ଘଣ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ ।
ବିଭିନ୍ନ ପ୍ରାନ୍ତରୁ ଆସି ମହାବାହୁଙ୍କ ନବଯୌବନ ବେଶ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ସକାଳେ ବିଭିନ୍ନ ନୀତିକାନ୍ତି ପରେ ତାଟି ଫିଟିଥିଲା । ଏହାପରେ ଅବକାଶ, ଦଶ ଅବତାର ଦିଅଁ ବାହୁଡ଼ା ବିଜେ ହୋଇ ସକାଳ ୭ଟା ୨୦ରୁ ପାରିମାଣିକ ଦର୍ଶନ ଓ ପରେ ପରେ ସକାଳ ୮ଟା ୦୫ରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ ।
ଶ୍ରୀଜିଉଙ୍କ ଘୋଷଯାତ୍ରା ପାଇଁ ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର । ସ୍ଥଳ, ଜଳ ଓ ଆକାଶ, ତିନି ପଥରେ ଟାଇଟ୍ ସିକ୍ୟୁରିଟି । ସବୁଆଡୁ ପୁରୀ ଉପରେ ରହିଛି ୨୪ ଘଂଟିଆ ନଜର । ପ୍ରଥମ ଥର ପାଇଁ ରଥଯାତ୍ରାରେ ମୁତୟନ ହୋଇଛି ହେଲିକପ୍ଟର । ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ସମୁଦ୍ର କୂଳରେ ମାରୁଛି ପଇଁତରା। ଆକାଶ ପଥରୁ ଚିଲ ଭଳି ନଜର ରଖିଛି ପ୍ରତିଟି ହଲଚଲ ଉପରେ ।
ରଥଯାତ୍ରା ବେଳେ ପୁରୀକୁ ଆସୁଥିବା ବସ୍ଗୁଡ଼ିକର ପାର୍କିଂ ପାଇଁ ସୁବ୍ୟବସ୍ଥା । ରାଜ୍ୟ ତଥା ରାଜ୍ୟ ବାହାରର ସମସ୍ତ ଟୁରିଷ୍ଟ ବସ୍ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବେ ଏବଂ ଏଠାରୁ ଯିବା ଆସିବା କରିବେ । ଭୁବନେଶ୍ୱର ପଟରୁ ପୁରୀକୁ ଆସୁଥିବା ନିୟମିତ ବସ୍, ଏପରିକି ମୋ ବସ୍ ମାଳତୀପାଟପୁର ଓଭରବ୍ରିଜ ଦେଇ ତାଳବଣିଆକୁ ଯିବେ ଏବଂ ସେଠାରେ ପାର୍କିଂ କରିବେ ।
ବରିଷ୍ଠ ନାଗରିକମାନେ ସୃଷ୍ଟିର ଗୋଟିଏ ଗୋଟିଏ ଫୁଲ ଓ ସେମାନେ ନିର୍ଯାତନାକୁ ଦେହକୁ ନନେଇ ପ୍ରଭୁଙ୍କ ଶରଣରେ ରହି ଶାନ୍ତିର ରାସ୍ତାରେ ଆଗେଇଯିବାକୁ ନିବେଦନ କରିଥିଲେ।
ଦାୟିତ୍ୱରେ ୫୦୦ ଅଧିକାରୀ, ୧୮୦ ପ୍ଲାଟୁନ୍ ଫୋର୍ସ । କୋଷ୍ଟଗାର୍ଡର ହେଲିକପ୍ଟର ଓ ଜାହାଜ ମୁତୟନ ।
ରଥ ପ୍ରସ୍ତୁତ... ପଥ ପ୍ରସ୍ତୁତ... ସିଂହଦ୍ୱାର ଆଗରେ ତିନି ରଥଙ୍କ ଅପେକ୍ଷା, କେତେବେଳେ ଭାଇଭଉଣୀଙ୍କୁ ସାଥୀରେ ନେଇ ବିରାଜିବେ କାଳିଆଠାକୁର ।