ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ପାକିସ୍ତାନ ସହ ଦିନିକିଆ ମ୍ୟାଚ୍ ବାତିଲ କଲା ନ୍ୟୁଜିଲାଣ୍ଡ। ସୁରକ୍ଷା ଦୃଷ୍ଟିକୋଣରୁ ଆଜି ହିଁ ପାକିସ୍ତାନ ଛାଡିବାକୁ ଟିମକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କାହିଁକି ବ୍ଲାକ୍ କ୍ୟାପ୍ ବାତିଲ କଲା ସିରିଜି ? କେବେଠାରୁ ବିଦେଶୀ ଟିମ୍ ଯାଇ ନାହାନ୍ତି ପାକିସ୍ତାନ ? କାହିଁକି ପାକିସ୍ତାନରେ କ୍ରିକେଟ୍ ଖେଳିବାକୁ ଡରୁଛନ୍ତି ଅନ୍ୟ ଟିମ୍?
ପୁରୀ ଡେଲାଙ୍ଗ ଲୁଣା ନଦୀରେ ବୁଡ଼ି ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ। ଗାଧୋଇବା ବେଳେ ଭାସି ଯାଇଥିଲେ ଦୁଇ ଭାଇ। ଉଦ୍ଧାର କରି ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲା। ମୃତ ଦୁଇ ଭାଇଙ୍କ ବୟସ ୭ ବର୍ଷ ଏବଂ ୩ ବର୍ଷ।
ଆନ୍ଧ୍ର ପ୍ରଦେଶର ପୂର୍ବତନ ବିଧାୟକଙ୍କ ଗିରଫ ମାମଲା। ଲୋକଙ୍କୁ ମିଛ କହି ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ୱେଲଫେୟାର ଗ୍ରୁପ୍ ଅଫ୍ କମ୍ପାନୀ ନା ରେ ୧୨୦୦ କୋଟି ଟଙ୍କାର ଠକେଇ କରିବାର ଅଭିଯୋଗ ରହିଛି।
ଲୋଭ ହେଲା କାଳ ! ବନ୍ୟା ପାଣିରୁ କାଠ ଆଣିବାକୁ ଯାଇଥିବା ବେଳେ ୩ ଜଣ ବ୍ୟକ୍ତି ବନ୍ୟା ପାଣିରେ ଭାସି ଯାଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ଜଣଙ୍କୁ ଉଦ୍ଧାର କରି ଥିବାବେଳେ ୨ ଜଣ ନିଖୋଜ ଅଛନ୍ତି। ଆଜି ବୈତରଣୀ ନଦୀର ଆନନ୍ଦପୁର ବ୍ୟାରେଜରେ ଏହି ଘଟଣା ଘଟିଛି।
କଟକରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ରାୟ ଶୁଣାଇଛନ୍ତି ହାଇକୋର୍ଟ। ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ୪ ଫୁଟ ଉଚ୍ଚତାକୁ ନେଇ କଟକ ବାଲୁବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
ଆଜି ଶ୍ରୀମନ୍ଦିର ବନ୍ଦ। ଆଜି ବିଶ୍ୱକର୍ମା ପୂଜା ଏବଂ ବଡ଼ ଏକାଦଶୀ ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ହେବା ଆଶଙ୍କାରେ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ଆଜି ବିଶ୍ୱକର୍ମା ପୂଜା ସହ ବାମନ ଜନ୍ମ, ପାର୍ଶ୍ୱ ପରିବର୍ତ୍ତନ ବା ବଡ଼ ଏକାଦଶୀ, ସଂକ୍ରାନ୍ତି ମଧ୍ୟ ପଡ଼ିଛି।
ଚାରି ଟଙ୍କାରେ ଚୁଟି କାଟିଥିଲେ, ଅଢେଇ ଟଙ୍କାରେ ଦାଢି। ବାପାଙ୍କ ସେଲୁନରୁ କାମ ଆରମ୍ଭ କରି ଏବେ ବଲିଉଡ୍ ଷ୍ଟାରଙ୍କ ପର୍ସନାଲ୍ ହେୟାର୍ ଡ୍ରେସ୍ ଆର୍ଟିଷ୍ଟ୍ ହୋଇ ପାରିଛନ୍ତି।
ଆଜି ପୁଅ ମାଗୁର, ସେଉଳ ଝୋଳ ଟେ ହବ। ଘରେ ଆଗତା ସୋରିଷ ବେସର ବଟା ହେଇଛି। ଠକରା ଆମ୍ବୁଲ ଖଣ୍ଡେ ପଡ଼ିବ। ଜୁକୁଜୁକିଆ ରାନ୍ଧଣାଟେ ହବ।
ବିଜ୍ଞାନକୁ ମିଳିପାରେ ବଡ଼ ଉପଲବ୍ଧି। ଆଉ ଦିନ କେଇଟା ପରେ ସବୁ ମଣିଷଙ୍କର ୫୦ ବର୍ଷ ଲେଖାଏଁ ବଢିଯାଇପାରେ ଆୟୂଷ। ଜାଣନ୍ତୁ କ’ଣ ରହିଛି ପୂରା ଘଟଣା...
ଜେଇଇ ମେନରେ ଓଡିଶାର ଏକ ନମ୍ବର ହୋଇଛନ୍ତି ଗୌତମ ଦାସ । ସେ ୯୯.୯୯ ପରସେଣ୍ଟ ରଖି ସାରା ଦେଶରେ ୨୮ତମ ରାଙ୍କରେ ରହିଛନ୍ତି ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ପ୍ରଧାନମନ୍ତ୍ରୀଙ୍କ ୭୧ତମ ଜନ୍ମ ଦିନ ଅବସରରେ ଆରମ୍ଭ କରାଯିବ ସେବା ଓ ସମର୍ପଣ ଅଭିଯାନ ।
ଅଯୋଧ୍ୟାରେ ନିର୍ମାଣାଧିନ ରାମ ମନ୍ଦିରର ପ୍ରଥମ ପର୍ଯ୍ୟାୟ କାମ ଶେଷ। ମୂଳଦୁଆ ମଜବୁତ ପାଇଁ ୧୪ମିଟର ମୋଟୋଇର କଂକ୍ରିଟ ଚଟାଣ ନିର୍ମାଣ କରାଯାଇଛି ।
ମା' ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ; ଆଜି ହାଇକୋର୍ଟଙ୍କ ରାୟ
କଟକ ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ୍ ପ୍ରତିଷ୍ଠାନକୁ ମିଳିଛି ଏଆଇସିଟିଇର ମାନ୍ୟତା। ଡିପ୍ଲୋମାରୁ ଡିଗ୍ରୀ ଶିକ୍ଷାନୁଷ୍ଠାନ ପରିଣତ ହେବା ପରେ ପ୍ରତିଷ୍ଠାନକୁ ଏହି ମାନ୍ୟତା ମିଳିଛି।
ବର୍ଷା ନାହିଁ ତଥାପି ପାଣି ଘେରରେ ଶହେରୁ ଅଧିକ ଗାଁ। ଡଙ୍ଗା ଦ୍ୱାରା ଗାଁରେ ଯିବା ଆସିବା କରୁଛନ୍ତି ଲୋକେ।
ମହାନଦୀରେ ଆସିପାରେ ବନ୍ୟା। ଆସନ୍ତାକାଲି କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ଏକ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ଏନେଇ SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି।
ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା। କହିଲେ ପୂଜା କମିଟି ଓ ଶାନ୍ତି କମିଟିର ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ମୂର୍ତ୍ତି ଉଚ୍ଚତା ସ୍ୱାଭାବିକ ଓ ପରଦା ନ ଢାଙ୍କି ପୂଜା ଅନୁମତି ପାଇଁ କୁହାଯାଇଛି।
କରୋନା ସମୟରେ ବେକାରୀମାନଙ୍କୁ ଭତ୍ତା ଦେବା ପାଇଁ ଆଗେଇ ଆସିଛନ୍ତି ସରକାର। ମାସକୁ ମାସ ମୋଟା ଅଙ୍କର ଟଙ୍କା ଦେବାକୁ ଯୋଜନା କରିଛନ୍ତି। କଣ ସେହି ସ୍କିମ୍? କେମିତି ମିଳିବ ଲାଭ? ଏବେ ହିଁ ଜାଣନ୍ତୁ। ବେକାରୀ ଭତ୍ତା ପାଇଁ ଆଜି ହିଁ କରନ୍ତୁ ରେଜିଷ୍ଟ୍ରେସନ, ମିଳିବ ଦରମା ଭଳି ଟଙ୍କା।
ମାଗଣାରେ ମିଳିବ ପେଟ୍ରୋଲ। ଆଧାର-ପାନ୍ ଦେଖାଇଲେ ମିଳିବ ମାଗଣା ପେଟ୍ରୋଲ। ଜାଣନ୍ତୁ କିଏ ଓ କେଉଁଠି କରିଛି ଏପରି ବ୍ୟବସ୍ଥା। ତାମିଲନାଡୁର କାଞ୍ଚୀପୁରମର ଏକ ଘରୋଇ କମ୍ପାନୀ ଏହି ଘୋଷଣା କରିଛି।
କରୋନା କମିଥିଲେ ବି ଢିଲା ମାରନ୍ତୁ ନାହିଁ। ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ଦେଶରେ ଏଣ୍ଡେମିକ୍ ସ୍ଥିତିକୁ ଯାଉଛି କରୋନା। ତେଣୁ ମହାମାରୀ ପ୍ରତି ସତର୍କ ରହିବା ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି।
DRDOରୁ ତଥ୍ୟ ଚୋରି ଘଟଣାର ଅଧିକ ତଦନ୍ତ କରିବ NIA ଟିମ୍। ବାଲେଶ୍ୱରରେ ପହଞ୍ଚିଲେ ଟିମର ଦୁଇ ଜଣିଆ ସଦସ୍ୟ। ତଥ୍ୟ ଚୋରି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଓଡ଼ିଶଶ ପୋଲିସ। ଦେଶର ଆଭ୍ୟନ୍ତରୀଣ ତଥ୍ୟ ଲିକ୍ ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି।
୧୮ ତାରିଖ ସନ୍ଧ୍ୟା ପରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୯ ଓ ୨୦ ତାରିଖରେ ବିଶେଷକରି ଉତ୍ତର ଓଡ଼ିଶାର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ଏହି କମିଟିରେ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ସଦସ୍ୟ ମନୋନୀତ ହୋଇଛନ୍ତି। ସେହିପରି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା, ସାଂସଦ ବିନୟ ସହସ୍ରବୁଦ୍ଧେ ବି ସଦସ୍ୟ ଅଛନ୍ତି। NCCକୁ ଅଧିକ ସମୟୋପଯୋଗୀ ପାଇଁ କମିଟି ବିଶ୍ଳେଷଣ କରିବ।
ମୂର୍ତ୍ତି ବିବାଦ ନେଇ କାଲି ରାୟ ଶୁଣାଇବ ହାଇକୋର୍ଟ୍। ହାଇକୋର୍ଟରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ଶେଷ ହୋଇଛି। ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ। ମୂର୍ତ୍ତି ଉଚ୍ଚତା ବିବାଦ ନେଇ କଟକ ବାଲୁବଜାର ପୂଜା କମିଟି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା