• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Kapil Dev in new style
କପିଲ ଦେବଙ୍କ ନୂଆ ଅବତାର

କ୍ରିକେଟ୍ ଜଗତର ମହାନାୟକ କପିଲ୍ ଦେବଙ୍କୁ ଦେଖିବାକୁ ମିଳିଛି ନୂଆ ରୂପରେ। ନିଜ ଚୁଟିକୁ ଏକ ଭିନ୍ନ ଷ୍ଟାଇଲ୍ ଦେଇ କପିଲ୍ କ୍ରିକେଟ୍ ପିଚ୍‌ରେ ନଜର ଆସିଛନ୍ତି। ଏକ ବିଜ୍ଞାପନ ପାଇଁ ସେ ଏଭଳି ହୋଇଥିବା ବେଳେ ପ୍ରଶଂସକମାନେ ଏହାକୁ ଖୁବ୍ ପସନ୍ଦ କରିଛନ୍ତି। ଏହି ବିଜ୍ଞାପନରେ କପିଲ ଦେବ ବଲିଉଡ୍ ଷ୍ଟାର୍ ରଣବୀର ସିଂହଙ୍କ ଦ୍ୱାରା ପ୍ରେରିତ ହୋଇ ଏଭଳି କିଛି ଅଜବ ଫେସନ ସେନ୍ସରେ ନଜର ଆସିଛନ୍ତି। ଚକମକ ଗୋଲାପି ରଙ୍ଗର କ୍ରିକେଟ୍ ଜର୍ସିରୁ ନେଇ ଅଦ୍ଭୁତ ପୋଷାକ, ବିଚିତ୍ର ଚଷମାରେ କପିଲ ନିଜ ଭିତରର ରଣବୀରଙ୍କୁ ଦେଖାଉଛନ୍ତି।

Struggle success of Vicky Kaushal
କେତେ ସଂଘର୍ଷପୂର୍ଣ୍ଣ ଥିଲା ଭିକୀ କୌଶଲଙ୍କ ଜୀବନ

ଖୁବ୍ କମ ଦିନରେ ଭିକୀ କୌଶଲ ବଲିଉଡ୍‌ରେ ଜଣେ ପ୍ରସିଦ୍ଧ ଚେହେରା ବନିଯାଇଛନ୍ତି। ସେ ଆଜିକାଲି ନିଜ ଫିଲ୍ମ ‘ସରଦାର ଉଦ୍ଧମ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍ ହୋଇସାରିଥିବା ବେଳେ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରାଯାଉଛି। ବିଶେଷ କରି ଏହି ଫିଲ୍ମରେ ସରଦାର ଉଦ୍ଧମ ସିଂହଙ୍କ ଭୂମିକା ନେଇ ଭିକୀ କୌଶଲଙ୍କୁ ଖୁବ ପ୍ରଶଂସା କରାଯାଉଛି। ବର୍ତ୍ତମାନ ସମୟରେ ଏହି ଅଭିନେତା ବଲିଉଡ ଇଣ୍ଡଷ୍ଟ୍ରୀରେ ଜଣେ ସଫଳ କଳାକାର।

Shilpa Shetty new hair cut
ଶିଳ୍ପା ଶେଟ୍ଟୀଙ୍କ ନୂଆ ହେୟାର୍‌ଷ୍ଟାଇଲ୍ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ବଲିଉଡ୍‌ ଗ୍ଲାମରସ୍ ଗାର୍ଲ ଶିଳ୍ପା ଶେଟ୍ଟୀ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥାନ୍ତି। ସେ ତାଙ୍କ ଫିଟ୍‌ନେସ୍‌କୁ ନେଇ କିଛି ନା କିଛି ପଟୋ ବା ଭିଡିଓ ଶେୟାର କରନ୍ତି। ଏ ସବୁକୁ ତାଙ୍କ ପ୍ରଶଂସକମାନେ ମଧ୍ୟ ଖୁବ ପସନ୍ଦ କରନ୍ତି। ସେ ପ୍ରାୟ ସମୟରେ ନିଜର ୱାର୍କଆଉଟ୍ ଭିଡିଓ ଶେୟାର କରନ୍ତି। କିନ୍ତୁ ବର୍ତ୍ତମାନ ଶୀଳ୍ପା ଯେଉଁ ୱାର୍କଆଉଟ୍ ଭିଡିଓ ଶେୟାର କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି।

Priyanka Chopra
ପ୍ରିୟଙ୍କାଙ୍କ ସ୍କୁବା ଡାଇଭିଂ ନିଶା,ଷ୍ଟ୍ରେସ୍ ଦୂର କରିବା ପାଇଁ ସମୁଦ୍ରକୁ ଡେଇଁଲେ

ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ସ୍କୁବା ଡାଇଭିଂ ନିଶା । ଏବେ ସେ ନିଜ ଷ୍ଟ୍ରେସ୍ କୁ ଦୂର କରିବା ପାଇଁ  ସ୍କୁବା ଡାଇଭିଂ କରୁଥିବା ନଜର ଆସିଛନ୍ତି । ପ୍ରିୟଙ୍କା ଚୋପ୍ରା ଏବେ ସ୍ପେନରେ ସମୟ ବିତାଉଛନ୍ତି । ୱେବ ସିରିଜ ‘ସିଟାଡେଲ’ର ସୁଟିଂରେ ବ୍ୟସ୍ତ ଥିବାବେଳେ ସେଥିରୁ ସମୟ କାଢି ପ୍ରିୟଙ୍କା ସ୍କୁବା ଡାଇଭିଂ କରିଛନ୍ତି ।

Sushmita sen does not allow anyone to gift diamonds
ସୁସ୍ମିତା ସେନ୍‌ଙ୍କୁ କେହି ବି ଦେଇପାରିବେ ନାହିଁ ଡାଏମଣ୍ଡ ଗିଫ୍ଟ

ଅଭିନେତ୍ରୀ ସୁସ୍ମିତା ସେନ୍ ନିଜ କାମ ଓ ଚିନ୍ତାକୁ ନେଇ ପ୍ରାୟ ସମୟରେ ପ୍ରଶଂସକଙ୍କୁ ପ୍ରଭାବିତ କରି ଆସୁଛନ୍ତି। କିଛି ଦିନ ପୂର୍ବରୁ ଏହି ଅଭିନେତ୍ରୀ କହିଥିଲେ ଯେ ମହିଳାମାନେ ନିଜେ ନିଜର ଡାଏମଣ୍ଡ କିଣିବା ଉଚିତ। ବର୍ତ୍ତମାନ ନିଜର ଆଉ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ସେ ନିଜ ବୟଫ୍ରେଣ୍ଡ ରୋହମନ ଶଲଙ୍କୁ ମଧ୍ୟ ତାଙ୍କ ପାଇଁ ଡାଏମଣ୍ଡ କିଣିବାକୁ ଦେଉ ନାହାନ୍ତି।

Salman Khan fims Antim tops IMDB
ରିଲିଜ୍ ପୂର୍ବରୁ ଆଇଏମ୍‌ଡିବିରେ ଶୀର୍ଷରେ ରହିଲା ସଲମାନଙ୍କ ‘ଅନ୍ତିମ’

ଅନେକ ସିନେ ପ୍ରେମୀ ସଲମାନ ଖାନଙ୍କ ପ୍ରୋଜେକ୍ଟକୁ ଚାହିଁ ବସିଥାନ୍ତି। ପରଦାକୁ ସଲମାନଙ୍କ ଫିଲ୍ମ ଆସିବା ମାତ୍ରେ ସେମାନେ ଖୁସିରେ ଆତ୍ମହରା ହୋଇପଡନ୍ତି। ଆଗକୁ ଆସୁଛି ସଲମାନ ଖାନ ଓ ଆୟୁଷ ଶର୍ମାଙ୍କ ଫିଲ୍ମ ‘ଅନ୍ତିମ : ଦ ଫାଇନାଲ ଟ୍ରୁଥ୍’। ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି। ଖୁବ୍ ଶୀଘ୍ର ଏହି ଫିଲ୍ମ ରିଲିଜ୍ ହେବ। ତେବେ ବର୍ତ୍ତମାନ ଏହି ଫିଲ୍ମ ଆଇଏମ୍‌ଡିବିରେ ସବୁଠାରୁ ବହୁପ୍ରତିକ୍ଷୀତ ଫିଲ୍ମ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି।

Sidharth Shukla And Shehnaaz Gill
ଗୀତରେ ଗୀତରେ ଇମୋସନାଲ୍‌ ହେଲେ ସିଦ୍ଧାର୍ଥ-ଶେହନାଜ

ଖୁବ୍‌ଶୀଘ୍ର ସିଦ୍ଧାର୍ଥ ଓ ଶେହନାଜଙ୍କ ଶେଷ ଗୀତ ‘ଅଧୁରା’ ରିଲିଜ୍ ହେବାକୁ ଯାଉଛି। ଶେଷଥର ପାଇଁ ଫ୍ୟାନ୍ସମାନେ #Sidnaaz ଯୋଡ଼ିଙ୍କୁ ସ୍କ୍ରିନ୍‌ରେ ଦେଖିବାକୁ ପାଇବେ। ଗୀତ ରିଲିଜ୍‌ ହେବା ପୂର୍ବରୁ ମେକର୍ସ ଗୀତର ପୋଷ୍ଟର ରିଲିଜ କରିଛନ୍ତି।

Aryan Khan
ଏନସିବିକୁ ପ୍ରତିଶ୍ରୁତି ଦେଲେ ଆର୍ୟ୍ୟନ ଖାନ୍: ଜେଲରୁ ମୁକୁଳିବା ପରେ ଗରିବଙ୍କୁ ସାହାଯ୍ୟ କରିବି

ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟ୍ୟନ ଖାନ ଡ୍ରଗ୍ସ କେସ୍‌ରେ ଜେଲରେ ଅଛନ୍ତି । ଆର୍ୟ୍ୟନଙ୍କ ଜାମିନ ଆବେଦନ ଉପରେ ରାୟ କୋର୍ଟ ସଂରକ୍ଷିତ ରଖିଛନ୍ତି । ଆର୍ୟ୍ୟନଙ୍କୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ତାଙ୍କୁ ଜେଲ୍‌ରେ ରହିବାକୁ ପଡିବ । ଏହା ମଧ୍ୟରେ ଆର୍ୟ୍ୟନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଅଧିକାରୀଙ୍କୁ କହିଛନ୍ତି ଯେ, ସେ ଜେଲ୍‌ରୁ ବାହାରିବା ପରେ ଗରିବଙ୍କ ସାହାଯ୍ୟ କରିବେ ।

Vicky Kaushal on roka rumour with Katrina Kaif
ଭିକୀ କୌଶଲଙ୍କ କଟ୍ରୀନା କୈଫ୍‌ ସହ ନିର୍ବନ୍ଧକୁ ନେଇ କ’ଣ କହିଲେ ଅଭିନେତା

ବଲିଉଡ ଅଭିନେତା ଭିକୀ କୌଶଲଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସରଦାର ଉଦ୍ଧମ’ ରିଲିଜ୍ ହୋଇସାରିଛି। ଦର୍ଶକେ ଏହାକୁ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି। ଭିକୀଙ୍କ ବ୍ୟତୀତ ଏହି ଫିଲ୍ମରେ ବନିତା ସନ୍ଧୁ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ଆଜିକାଲି ନିଜ ଫିଲ୍ମ ‘ସରଦାର ଉଦ୍ଧମ’ର ସଫଳତାକୁ ଓ ପ୍ରଶଂସାକୁ ନେଇ ଭିକୀ ଉତ୍ସାହିତ ଅଛନ୍ତି। ସେ ସବୁବେଳେ ଫିଲ୍ମର ପ୍ରଚାର ପ୍ରସାର ନେଇ ବ୍ୟସ୍ତ ଥାଇ ମଧ୍ୟ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା ମଧ୍ୟ ପ୍ରଶଂସକଙ୍କ ମଧ୍ୟରେ ଶେୟାର କରୁଛନ୍ତି। ବର୍ତ୍ତମାନ ଭିକୀ କଟ୍ରୀନା କୈଫ୍‌ଙ୍କୁ ନେଇ ଥିବା ତାଙ୍କ ସଂପର୍କ ବିଷୟରେ କହିଛନ୍ତି।

gorkha
ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ ପୋଷ୍ଟରକୁ ନେଇ ବିବାଦ

ଆସୁଛି ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ଗୋର୍ଖା । ଗତ ଶୁକ୍ରବାର ସିନେମାର ପୋଷ୍ଟର ରିଲିଜ୍ ହୋଇଥିବା ବେଳେ ଏହାକୁ ନେଇ ଦେଖାଦେଇଛି ବିବାଦ । ପୋଷ୍ଟରରେ ଦେଖା ଯାଇଥିବା ଶସ୍ତ୍ର ଖୁକ୍ରୀ ନୁହେଁ ବୋଲି ଗୋର୍ଖା ରାଇଫଲ୍ସର ପୂର୍ବତନ ସେନା ଅଧିକାରୀ ଟ୍ୱିଟ୍ କରିବା ସହ ଏହାକୁ ସୁଧାରିବାକୁ ଲେଖିଛନ୍ତି ।

Motion Poster of Gadar-2 released
ରିଲିଜ୍ ହେଲା ‘ଗଦର ୨’ର ମୋଶନ ପୋଷ୍ଟର, ପରଦାରେ ପୁଣି ଏକାଠି ନଜର ଆସିବେ ସନି ଓ ଅମିଷା

ଦୀର୍ଘ ୨୦ ବର୍ଷ ପରେ ବଡ଼ ପରଦାରେ ଏକାଠି ନଜର ଆସିବେ ବଲିଉଡ ଅଭିନେତା ସନି ଦେୱଲ ଓ ଅଭିନେତ୍ରୀ ଅମିଷା ପଟେଲ । ପରଦାରେ ପୁଣି ଦେଖିବାକୁ ମିଳିବ ସକିନା ଓ ତାରା ସିଂଙ୍କ ରୋମାନ୍ସ । ପରଦାକୁ ଆସିବ ଫିଲ୍ମ ‘ଗଦର..ଏକ୍ ପ୍ରେମ୍ କଥା’ର ସିକ୍ୱେଲ ଗଦର-୨ । ତେବେ ଏନେଇ ବଲିଉଡ ଅଭିନେତା ସନ୍ନି ଦେଓଲ ତାଙ୍କର ଆଗାମୀ ଫିଲ୍ମ ‘ଗଦର ୨’ ଘୋଷଣା କରିଛନ୍ତି । ‌

Sonu Sood
ଦୁର୍ଗାପୂଜା ମଣ୍ଡପରେ ନଜର ଆସିଲେ ସୋନୁ ସୁଦ, ନିଜକୁ ଦେଖି ରଖିଲେ ପ୍ରତିକ୍ରିୟା

ପୂଜା ମଣ୍ଡପରେ ସୋନୁ ସୁଦ। ପ୍ରତିମୂର୍ତ୍ତିରେ ଝଟକିଲେ ବଲିଉଡର ଏହି ଅଭିନେତା । ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ପ୍ରତିକ୍ରିୟା ରଖିଲେ ନିଜେ ସୋନୁ ସୁଦ। କହିଲେ ଏମିତି କଥା, ଯାହା ଜାଣିଲେ ଆପଣ ନିଜ ପିଲା ଦିନ କଥା ମନେ ପକାଇବାକୁ ବାଧ୍ୟ ହେବେ।

sidharth and sehnaz
ରିଲିଜ୍ ହେଲା ସିଦ୍ଧାର୍ଥ ଓ ଶେହନାଜଙ୍କ ଗୀତ ‘ଅଧୁରା’ର ପୋଷ୍ଟର, ଭାବୁକ ହେଲେ ଫ୍ୟାନ୍

ବିଗ୍ ବସ-୧୩ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁକୁ ବିତି ଗଲାଣି ଦେଢ ମାସ । ତାଙ୍କର ଆକସ୍ମିକ ମୃତ୍ୟୁକୁ ନେଇ କେହି ସହଜରେ ଗ୍ରହଣ କରିପାରୁ ନିଥିଲେ । କିନ୍ତୁ ଏହା ମଧ୍ୟରେ ସିଦ୍ଧାର୍ଥ ଶୁକ୍ଲା ଓ ଶେହନାଜଙ୍କ ଶେଷ ଗୀତ ଅଧୁରାର ପୋଷ୍ଟର ରିଲିଜ ହୋଇଛି । 'ଅଧୁରା'ର ଏହି ପୋଷ୍ଟର ଦେଖିବା ପରେ ଫ୍ୟାନ୍ ମାନେ ଭାବବିହହ୍ୱଳ ହୋଇପଡିଛନ୍ତି ।

 Jacqueline Fernandez
ସମନ୍ ସତ୍ତ୍ୱେ ହାଜର ହେଲେନି ଜ୍ୟାକଲିନ୍

ସମନ୍ ସତ୍ତ୍ୱେ ହାଜର ହେଲେନି ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍। ମନି ଲଣ୍ଡରିଂ ମାମଲାରେ ଆଜି ଇଡିରେ ହାଜର ହେବା ନେଇ ଜ୍ୟାକଲିନ୍‌ଙ୍କୁ ସମନ୍ ହୋଇଥିଲା, ହେଲେ ସେ ହାଜର ହୋଇ ନାହାନ୍ତି।

Priyanka Chopra
ଦୁଃଖି ଥିବା ଭଳି ଫଟୋ ଛାଡ଼ିଲେ ପ୍ରିୟଙ୍କା, ଫ୍ୟାନ୍ସ କହିଲେ ବଲିଉଡ୍‌ ଫେରିଆସ

ପୁଣି ଏଥରେ ଫେରିଆସ । ବଲିଉଡ୍‌କୁ ପୁଣି ଫେରିଆସ ପ୍ରିୟଙ୍କା ! ହଲିଉଡ ବଲିଉଡ୍ ଅଭିନେତ୍ରୀ ତଥା ସୁନ୍ଦରୀ ପ୍ରିୟଙ୍କା ଚୋପଡ଼ା ଏବେ ପୁଣି ଚର୍ଚ୍ଚାରେ । ଏମିତିରେ ବି ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ।

nora
ମନି ଲଣ୍ଡରିଂ ମାମଲା : ଅଭିନେତ୍ରୀ ନୋରା ଫତେହିଙ୍କୁ ଜେରା କରିବ ଇଡି 

ମନି ଲଣ୍ଡରିଂ ମାମଲାରେ ସେଲିବ୍ରିଟିଙ୍କ ଉପରେ ଇଡି ଚାବୁକ୍ । ଜ୍ୟାକଲିନଙ୍କ ପରେ ବର୍ତ୍ତମାନ ଇଡିରେ ହାଜର ହୋଇଛନ୍ତି ନୋରା ଫତେହି । ମନି ଲଣ୍ଡରିଂ ମାମଲାରେ ନୋରାଙ୍କୁ ଜେରା କରିବ ଇଡି । ଆଜି ନୋରା ମୁମ୍ବାଇ ଇଡି ଅଫିସରେ ହାଜର ହୋଇଛନ୍ତି

Kangana and Madhuri
୯୦ ଦଶକର ହିଟ୍ ଗୀତ ସେୟାର କଲେ କଙ୍ଗନା,କହିଲେ ମନର କଥା

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଏବେ ଇନଷ୍ଟାଗ୍ରାମରେ ଫିଲ୍ମ ସହ ଜଡିତ କାହାଣୀ ବାଣ୍ଟୁଛନ୍ତି । ଏହି ସମୟରେ, କଙ୍ଗନା ୯୦ ଦଶକର ହିଟ୍ ଫିଲ୍ମ 'ହମ୍ ଆପକେ ହେଁ କନ୍ ' ର ଏକ ଭିଡିଓ ସେୟାର କରିଛନ୍ତି । ମାଧୁରୀ ଦୀକ୍ଷିତ ଏବଂ ସଲମାନ ଖାନଙ୍କ ଉପରେ ଫିଲ୍ମର ପ୍ରସିଦ୍ଧ ଗୀତ 'ଦିଦି ତେରା ଦେବର ଦିୱାନା'ର ଗୀତଟିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି କଙ୍ଗନା ।

Prabhas hikes his fees to 150 crore
ପ୍ରଭାସ ବଢେଇଲେ ଫିସ୍ : ଗୋଟେ ଫିଲ୍ମ ପାଇଁ ୧୫୦କୋଟି

ବଲିଉଡ୍ ତଥା ଟଲିଉଡ୍ ଅଭିନେତା ପ୍ରଭାସଙ୍କୁ ‘ବାହୁବଳୀ’ ପରେ ଜବରଦସ୍ତ ଫେମ୍ ମିଳିଛି। ଖାଲି ଭାରତ ନୁହେଁ ବିଦେଶରେ ବି ପ୍ରଭାସଙ୍କ ଅନେକ ଫ୍ୟାନ୍‌-ଫଲୋର୍ସ ଅଛନ୍ତି। ପ୍ରଭାସଙ୍କୁ ପାନ୍ ଇଣ୍ଡିଆ ଷ୍ଟାର୍ କୁହାଯାଏ। ତାଙ୍କ ହାତରେ ଅନେକ ଫିଲ୍ମ ମଧ୍ୟ ରହିଛି। ନିର୍ମାତାମାନଙ୍କ ପାଖରେ ତାଙ୍କ ଡିମାଣ୍ଡ୍‌ ମଧ୍ୟ ବଢିଯାଇଛି। ତେବେ ଏହି ଅବସରରେ ସାମ୍ନାକୁ ଖବର ଆସୁଛି ଯେ ପ୍ରଭାସ ତାଙ୍କ ଫିସ୍ ବଢେଇ ୧୫୦ କୋଟି କରିଦେଇଛନ୍ତି।

Urvashi Rautela 40lakh gown
ଉର୍ବଶୀ ରୌତେଲାଙ୍କ ଡ୍ରେସ୍‌ର ଦାମ୍ ୪୦ ଲ‍କ୍ଷ

ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଫେସନ ଲୁକ୍ ସବୁବେଳେ ଚର୍ଚ୍ଚାରେ ଥାଏ। ଏହି ଅଭିନେତ୍ରୀ ଦର୍ଶକଙ୍କ ଧ୍ୟାନ ଭଙ୍ଗ କରିବା ଓ ନିଜ ଚେହେରା ଦ୍ୱାରା ସେମାନଙ୍କୁ ପାଗଳ କରିବାରେ କେବେ ବି ବିଫଳ ହୋଇ ନାହାନ୍ତି। ତାଙ୍କୁ ସବୁ ପ୍ରକାରର ଲୁକ୍ ମାନିଥାଏ। ତାହା କାଜୁଆଲ୍ ହେଉ କି ଡିଜାଇନର ବା ଏୟାର୍‌ପୋର୍ଟ ସବୁଥିରେ ସେ ସୁଟ୍ ହୋଇଯାଆନ୍ତି।

Release Anatara Chakraborty Rabidra Sangeeta Solo album
ମୁକ୍ତିଲାଭ କଲା ଅନ୍ତରା ଚକ୍ରବର୍ତ୍ତୀଙ୍କ ରବୀନ୍ଦ୍ର ସଂଗୀତ ଆଲ୍‌ବମ୍‌

ଓଡିଶାର ଆଗଧାଡିର ଗାୟିକା ଅନ୍ତରା ଚକ୍ରବର୍ତ୍ତୀ କେବଳ ଓଡିଶା ନୁହେଁ, ନିଜ ପ୍ରତିଭାକୁ ସେ ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠା କରିପାରିଛନ୍ତି। ସେ ଓଡିଆ ସମେତ ହିନ୍ଦୀ ଓ ବଙ୍ଗଳା ଗୀତରେ ମଧ୍ୟ ନିଜ ସୁମଧୁର କଣ୍ଠଦାନ କରି ଶ୍ରୋତାମାନଙ୍କର ଅତି ପ୍ରିୟ ହୋଇପାରିଛନ୍ତି। ନିକଟରେ ଦୁର୍ଗାପୂଜା ଅବସରରେ ଅନ୍ତରାଙ୍କର ପ୍ରଥମ ରବୀନ୍ଦ୍ର ସଂଗୀତ ସୋଲୋ ଆଲ୍‌ବମ୍‌ ମୁକ୍ତିଲାଭ କରିଛି।

Old woman singing with harminium
ସାମ୍ନାକୁ ଆସିଲେ ଆଉ ଜଣେ ରାନୁ ମଣ୍ଡଳ ; ଦେଖନ୍ତୁ କେତେ ସୁନ୍ଦର ଗାଉଛନ୍ତି ବୁଢୀମା

ବର୍ତ୍ତମାନ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। ଏହି ଭିଡିଓରେ ଜଣେ ବୟସର ଅପରାହ୍ଣରେ ପହଞ୍ଚିଥିବା ବୁଢୀମା ରାସ୍ତା ମଝିରେ ବସି ନିଜେ ହାରମୋନିୟମ ବଜେଇ ଗୀତ ଗାଉଥିବା ଦେଖାଯାଏ। ତେବେ ଏହି ବୁଢୀମା ଯେଉଁଭଳି ଭାବେ ହାରମୋନିୟମ ବଜଉଛନ୍ତି ଓ ତାହା ସହିତ ସ୍ୱର ମିଳେଇ ଗୀତ ଗାଉଛନ୍ତି ତାହାକୁ ଦେଖିଲେ ଯେ କେହି ବି ପ୍ରଭାବିତ ହୋଇଯିବ।

  Nusrat Jahan and Yash Dasgupta'
ନୁସରତ ଜାହାଁ-ୟଶ୍ ଦାସଗୁପ୍ତାଙ୍କ ଫଟୋ ହେଲା ଭାଇରାଲ

ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାଁ  ଏବେ ଚର୍ଚ୍ଚାର ବିଷୟ ପାଲୋଟିଛନ୍ତି । ପ୍ରାୟ ସମୟରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏବେ କିନ୍ତୁ ନୁସରତ ଯାହାଁଙ୍କ ଏକ ଫଟୋ ଏବେ ଖବ୍ ଭାଇରାଲ ହେବାରେ ଲାଗିଛି । ଫଟୋରେ ଥିବା କେକ୍‌ରେ ଲେଖା ହେଇଛି ଯେ ହଜ୍‌ବ୍ୟାଣ୍ଡ ଓ ଡାଡ୍ । ତେବେ ଏହି ଫଟୋ ସୋସିଆଲ ମିଡିଆରେ ଆସିବା ପରେ ନୁସରତ ପୁଣି ଥରେ ୟଶ ଦାସଗୁପ୍ତାଙ୍କୁ ବିବାହ କରିଛନ୍ତି ବୋଲି ଆଶଙ୍କା କରାଯାଉଛି ।

Nawazuddin Siddiqui says industry has more racism problem than nepotism
ବଂଶବାଦ ଅପେକ୍ଷା ବଲିଉଡ୍‌ରେ ବର୍ଣ୍ଣବୈଷମ ବେଶି ରହିଛି : ସିଦ୍ଦୀକୀ

ନବାଜୁଦ୍ଦୀନ୍ ସିଦ୍ଦୀକୀ କହିଛନ୍ତି ଯେ ଆମ ସିନେମା ଶିଳ୍ପରେ ବହୁତ ଭେଦଭାବ ରହିଛି। ଫିଲ୍ମରେ ଇନ୍ଦିରା ତିୱାରୀ ମୁଖ୍ୟ ଭୂମିକାରେ ଥିଲେ। ତାଙ୍କ ସହିତ କାମ କରି ମୁଁ ବହୁତ ଖୁସି। ଯଦି ବି ଆଗକୁ କିଛି ତାଙ୍କ ସହିତ କାମ କରିବାର ସୁଯୋଗ ମିଳେ ତେବେ ମୁଁ ହସି ହସି କାମ କରିବି। ବଲିଉଡ୍ ଇଣ୍ଡଷ୍ଟ୍ରୀରେ ବଂଶବାଦ ଅପେକ୍ଷା ବର୍ଣ୍ଣବୈଷମ୍ୟ ସମସ୍ୟା ବେଶି ରହିଛି।

Taapsee Pannu reveals difference between bikini or athletic body
ବିକିନୀ ବଡି ଓ ଆଥ୍‌ଲେଟ୍ ବଡି ଭିତରେ ରହିଛି ପାର୍ଥକ୍ୟ : ତାପସୀ ପନ୍ନୁ

ବିକିନୀ ବଡି ଓ ଆଥ୍‌ଲେଟ୍ ବଡି ଭିତରେ ଅନେକ ପାର୍ଥକ୍ୟ ରହିଛି। ତାପସୀ କୁହନ୍ତି ଯେ ଆଥ୍‌ଲେଟିକ୍ ବଡି ପାଇଁ ସାଇଣ୍ଟିଫିକ୍ ଆପ୍ରୋଚର ଆବଶ୍ୟକତା ରହିଛି। ଶରୀରର ସବୁ ମାଂସପେଶୀ ପାଇଁ ଅଲଗା ଅଲଗା ବ୍ୟାୟାମ ରହିଛି। ଆପଣ କ’ଣ କ’ଣ ଖାଉଛନ୍ତି, କି କି ବ୍ୟାୟାମ କରୁଛନ୍ତି, କେଉଁ ମେସିନ୍ ବ୍ୟବବାର କରୁଛନ୍ତି ଏସବୁ ଦେଖିବା ନିହାତି ଜରୁରୀ।

Amitabh Bachchan tearup deal with Kamla Pasand pan masala
ପାନ ମସଲା କମ୍ପାନୀ ‘କମଲା ପସନ୍ଦ’ର ଡିଲ୍‌କୁ ଛାଡିଲେ ଅମିତାଭ

ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଆଜି ତାଙ୍କର ୭୯ତମ ଜନ୍ମଦିନ ପାଳୁଛନ୍ତି। ଏହି ଅବସରରେ ସେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ୍ ମିଡିଆରେ ସେ ଜଣେଇଛନ୍ତି ଯେ ପାନ ମସଲା କମ୍ପାନୀ ‘କମଲା ପସନ୍ଦ’ରେ କରିଥିବା ଡିଲ୍‌କୁ ସେ ଛାଡିଛନ୍ତି। ନିକଟରେ ପାନ ମସଲାର ବିଜ୍ଞାପନ କରିବା ନେଇ ଅମିତାଭଙ୍କୁ ଅନେକ ଟ୍ରୋଲ୍‌ର ଶିକାର ହେବାକୁ ପଡିଥିଲା। ଏହାକୁ ନେଇ ବିଗ୍ ବି ନିଜ ଅଫିସ୍‌ର ମତକୁ ବି ନିଜ ବ୍ଲଗ୍‌ରେ ଶେୟାର କରିଛନ୍ତି।