• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prasanjit Ray

କୁକୁର ମଣିଷ ଭଲପାଇବା ସବୁବେଳେ ଚର୍ଚ୍ଚା ରହିଥାଏ । ୟେ ଏମିତି ଏକ ସମ୍ପର୍କ ଯେଉଁଥିରେ ସ୍ୱାର୍ଥ ନାହିଁ, କି ଲୋଭ ମୋହ ବି ନାହିଁ । କେବଳ ଖାଣ୍ଟି ଭଲ ପାଇବା ଅଛି । 'ଚାର୍ଲି ୭୭୭' ଫିଲ୍ମରେ ଏଭଳି କିଛି ନିଆରା ଆଉ ଅତୁଟ ସମ୍ପର୍କ ଦେଖିବାକୁ ମିଳିଛି । ଲୋକେ କୁହନ୍ତି ରକ୍ତର ସମ୍ପର୍କ ସବୁଠୁ ମୂଲ୍ୟବାନ ହେଲେ ଏଠି ନା ରକ୍ତ ନା ଧର୍ମ ନା ଜାତି, ପରିଚୟ ବି ଭିନ୍ନ, ପ୍ରକୃତି ବି ଅଲଗା । କିନ୍ତୁ କୁକୁର ମଣିଷର ଭଲ ପାଇବା, ସୁଦ୍ଧ ଓ ସତ । 

କୁକୁର ମଣିଷ ପାଇଁ କଣ କରିପାରେ, ମଣିଷ ବି ତା ପ୍ରିୟ କୁକର ପାଇଁ କେତେ ଦୂର ଯାଇପାରେ ତାର ନିର୍ଚ୍ଚକ ଘଟଣାକୁ ଫିଲ୍ମରେ ପ୍ରଦର୍ଶନ ହୋଇଛି । ଚାର୍ଲିକୁ ସାରା ଦେଶରୁ ଭଲ ପାଇବା ମିଳୁଛି । ସିନେମା ଏତେ ପ୍ରଭାବଶାଳୀ ଓ ହୃଦୟକୁ ଛୁଇଁଛି କି ଯିଏ ଏହାକୁ ଦେଖୁଛି ବିନା ପ୍ରଶଂସାରେ ରହିପାରୁନି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ସିନେମାକୁ ଦେଖି ଭାବବିହ୍ୱଳ ହୋଇପଡ଼ିଥିଲେ । ଥିଏଟରରେ କାନ୍ଦି କାନ୍ଦି ନିଜ କୁକୁର କଥା ମନେ ପକାଇଥିଲେ । ଗତବର୍ଷ ବୋମାଇଙ୍କ କୁକୁରର ମୃତ୍ୟୁ ହୋଇଥିଲା । ଆଉ ଏହାକୁ ସେ ଆଜି ବି ମନେ ରଖିଛନ୍ତି ।

ମୂଲ କନ୍ନଡ ଭାଷାରେ ପ୍ରସ୍ତୁତ ଚାର୍ଲି ପାନ୍ ଇଣ୍ଡିଆ ସ୍ତରରେ ଗତ ସପ୍ତାହରେ ରିଲିଜ୍ ହୋଇଛି । ସିନେମା ଏବେ ଯାଏଁ ୪୦ କୋଟି ଟଙ୍କାରୁ ଅଧିକ ଆୟ କଲାଣି । ଯାହାର ଏହାର ବଜେଟ୍‌କୁ ଢେର ଅଧିକ ରହିଛି । ତାସହ ଫିଲ୍ମରେ ରକ୍ଷିତ୍ ସେଟ୍ଟୀ ଓ କୁକୁର ଚାର୍ଲିଙ୍କ କେମେଷ୍ଟ୍ରିକୁ ଦର୍ଶକ ଭୁଲି ପାରୁନାହାନ୍ତି । ସିନେମାକୁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶକ କିରନ୍ ରାଜ୍‌ଙ୍କୁ ୫ ବର୍ଷର ସମୟ ଲାଗିଛି ।୪ ବର୍ଷ ପୂର୍ବେ ଲାବରୋଡର୍ ପ୍ରଜାତିର କୁକୁର ଚାର୍ଲିକୁ ଆଣି ତାକୁ ସ୍ୱତନ୍ତ୍ର ତାଲିମ ଦିଆଯାଇଥିଲା । ଏପରିକି ଅଭିନେତା ରକ୍ଷିତ୍ ଖୋଦ୍ ତିନି ବର୍ଷ ଚାର୍ଲି ସହ ସମୟ ଅତିବାହିତ କରିବା ସହ ଅଭିନୟର ଟ୍ରେନିଂ ନେଇଥିଲେ । 

ଏକୁଟିଆ ଜୀବନ କାଟୁଥିବା ହିରୋ ସହ ଚାର୍ଲିର ଦେଖା ହେବା ପରେ ସବୁକିଛି ବଦଳି ଯାଏ । ଏପରିକି ଚାର୍ଲିର ଶେଷ ଇଚ୍ଛା ପୂରଣ କରିବାକୁ ଅନେକ ସଂଘର୍ଷ କରିବାକୁ ପଡ଼େ, ଏହାକୁ ଅତି ନିଖୁଣ ଭାବେ ଦର୍ଶକଙ୍କ ପାଖରେ ପରିବେଷଣ କରାଯାଇଛି ।