Advertisment

ବାହାହେବେ ଟେଲି କପଲ୍ ଜସ୍ମିନ୍ ଭସିନ୍ ଓ ଅଲୀ ଗୋନି!

ଜସ୍ମିନ୍ ଭସିନ୍ ଓ ଅଲୀ ଗୋନି ଅନ୍-ପଏଣ୍ଟ କେମେଷ୍ଟ୍ରିରେ ଲଭ୍ ଗୋଲ୍ ମାରିଛନ୍ତି। ନିକଟରେ ଜସ୍ମିନ ତାଙ୍କ ବିବାହକୁ ନେଇ ଖୁଲାସା କରିଛନ୍ତି।

author-image
Pramod Behera
Jasmine Bhasin talks about wedding planning with Aly Goni

Jasmine Bhasin talks about wedding planning with Aly Goni

ପ୍ରସିଦ୍ଧ ଟେଲି କପଲ୍ ଜସ୍ମିନ୍ ଭସିନ୍ ଓ ଅଲୀ ଗୋନି ସେମାନଙ୍କ ଅନ୍-ପଏଣ୍ଟ କେମେଷ୍ଟ୍ରି ସହିତ ଲଭ୍ ଗୋଲ୍ ଦେଇଛନ୍ତି। ଉଭୟ ସେମାନଙ୍କୁ ପ୍ରେମ ସମ୍ପର୍କକୁ ନେଇ ପ୍ରାୟ ସମୟରେ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ଜସ୍ମିନ ତାଙ୍କ ପ୍ରେମିକ ଅଲୀଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ସେ ତାଙ୍କ ପ୍ରେମିକଙ୍କ ସହ ଖୁସିରେ ଅଛନ୍ତି। ଏହା ସହିତ ସେ ତାଙ୍କ ବିବାହ ଯୋଜନା ବିଷୟରେ ମଧ୍ୟ କହିଛନ୍ତି।

Advertisment

ଜସ୍ମିନ୍ ଓ ଅଲୀ ପରସ୍ପରଙ୍କୁ ଖୁବ ପସନ୍ଦ କରନ୍ତି ଓ ସେମାନଙ୍କର ସମ୍ପର୍କ ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେଉଛି। କିନ୍ତୁ ବିବାହ ପ୍ରସଙ୍ଗରେ ଜସ୍ମିନ୍ ପୁନର୍ବାର ପ୍ରକାଶ କରିଛନ୍ତି ଯେ ଏଯାଏଁ ବିବାହକୁ ନେଇ ସେମିତି କିଛି ଯୋଜନା ହେଇନି। ସେ କହିଛନ୍ତି ଯେ ସେମାନଙ୍କ ସମ୍ପର୍କ ବହୁତ ଭଲରେ ଚାଲିଛି, କିନ୍ତୁ ବର୍ତ୍ତମାନ ଉଭୟ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଜୀବନରେ ଭଲ କରିବା ପାଇଁ ସେମାନେ ପରସ୍ପରର ଶକ୍ତି ପାଲଟିଛନ୍ତି ବୋଲି ଜସ୍ମିନ କହିଛନ୍ତି। ବିବାହ ପାଇଁ ଏପର୍ଯ୍ୟନ୍ତ କୌଣସି ଯୋଜନା ନାହିଁ।

ଜସ୍ମିନ୍ କହିଛନ୍ତି, “ଆମେ ଦୁହେଁ ବର୍ତ୍ତମାନ କାମ କରିବାକୁ ଚାହୁଁଛୁ ଏବଂ ଆମର ସ୍ୱପ୍ନକୁ ସାକାର କରିବାକୁ ଚାହୁଁଛୁ।” ସେ ଏହା ମଧ୍ୟ କହିଛନ୍ତି ଯେ ସେ ଅଲୀଙ୍କ ପାଇଁ ତିନି ବର୍ଷ ଅପେକ୍ଷା କରିଥିଲେ ମଧ୍ୟ ତାଙ୍କ ଉପରେ ନିଜ ଇଛାକୁ ବାଧ୍ୟ କରି ନଥିଲେ। ପ୍ରକାଶଥାଉ ଯେ ଜସ୍ମିନ୍ ଏବଂ ଅଲୀଙ୍କ ସଂପର୍କ ବହୁ ପୁରୁଣା। ଦୁହେଁ କିନ୍ତୁ 'ବିଗ୍ ବସ୍ ୧୪' ଘରେ ହିଁ ପରସ୍ପର ପ୍ରତି ଥିବା ପ୍ରେମକୁ ସ୍ୱୀକାର କରିଥିଲେ। ସେବେଠାରୁ ଉଭୟଙ୍କୁ ଏକାଠି ଦେଖିବାକୁ ମିଳେ। ପ୍ରଶଂସକମାନେ ଜସ୍ମିନ୍ ଓ ଅଲିଙ୍କ ଯୋଡିକୁ ମଧ୍ୟ ବହୁତ ପସନ୍ଦ କରନ୍ତି।

Advertisment

ଉଭୟ ଅଲୀ ଗୋନି ଓ ଜସ୍ମିନ୍ ଭସିନ୍ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଜସ୍ମିନ ପ୍ରାୟତଃ ଇନ୍‌ଷ୍ଟାଗ୍ରାମ୍‌ରେ ଅଲୀ ଗୋନିଙ୍କ ସହ ପୋଷ୍ଟ୍‌ ଶେୟାର କରନ୍ତି। ବର୍ତ୍ତମାନ ଟିଭି ସିରିଏଲ୍ ବ୍ୟତୀତ ଜସ୍ମିନ ଅନ୍ୟାନ୍ୟ ପ୍ରୋଜେକ୍ଟରେ ମଧ୍ୟ ନଜର ଆସୁଛନ୍ତି। ଆଜିକାଲି ସେ ତାଙ୍କ ପଞ୍ଜାବୀ ଫିଲ୍ମ 'ହନିମୁନ୍'କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଜସ୍ମିନ ଫିଲ୍ମ 'ହନିମୁନ୍' ସହିତ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହା ବ୍ୟତୀତ ନିକଟରେ ତାଙ୍କର ମ୍ୟୁଜିକ୍ ଭିଡିଓ 'କ୍ୟା କର୍‌ ଦିୟା' ରିଲିଜ୍ ହୋଇଛି।

Aly Goni Marriage
Advertisment
Advertisment