• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଏବେ ଚାରିଆଡ଼େ  ଚାର୍ଲି ଫିଲ୍ମର କ୍ରେଜ୍‌ ଦେଖିବାକୁ ମିଳିଛି । ସାରା ଦେଶରୁ ଚାର୍ଲିକୁ ବେଶ୍ ଭଲ ପାଇବା ମିଳୁଛି । ସିନେମାରେ ମଣିଷ ଓ କୁକୁରର ଭଲ ପାଇବା କେତେ ସୁଦ୍ଧ ଓ ସତ ତାହା ଦର୍ଶାଯାଇଛି । ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁପାରିଛି । ଏମିତିକି ଏହାକୁ ଯିଏ ଦେଖୁଛି ସିଏ ଭୁରୀ ଭୁରୀକି ପ୍ରଶଂସା କରୁଛି । ଏହାରି ମଧ୍ୟରେ ଫିଲ୍ମ ସମ୍ପର୍କୀତ ଏକ ଖବର ସାମ୍ନାକୁ ଆସିଛି  । ମେଙ୍ଗାଲୁରୁ ପୋଲିସ୍ ସନ୍ଦିଗ୍ଧ ବସ୍ତୁର ଯାଞ୍ଚ ଓ ବିସ୍ଫୋରକ ସନ୍ଧାନ କାର୍ଯ୍ୟରେ ଏକ ୩ ମାସର ଲାବରଡର୍ ପ୍ରଜତିର କୁକୁର ନିୟୋଜିତ କରାଯାଇଛି । ଆଉ ଏହି କୁକୁରର ନାଁ ଚାର୍ଲି ରଖାଯାଇଛି । ସିନେମାରୁ ଅନୁପ୍ରାଣିତ ହୋଇ ମେଙ୍ଗାଲୁରୁ ପୋଲିସ୍‌ କୁକୁରର ନାଁ ଚାର୍ଲି ରଖାଯାଇଛି । 

ବିସ୍ଫୋରକ ଚିହ୍ନଟକାରୀ କୁକୁରର ଚାର୍ଲି ମାତ୍ର ୩ ମାସର । ଏହା ଦେଖିବାକୁ ଅବିକଳ ଫିଲ୍ମର ଚାର୍ଲିର କୁକୁର ଭଳି । ତେଣୁ ସେ କନ୍ନଡ଼ ଫିଲ୍ମ ଚାର୍ଲି 777 ଦେଖି ନିଜ କୁକୁର ନାଁ ମଧ୍ୟ ଚାର୍ଲି ଦେଇଛନ୍ତି । ଚାର୍ଲିକୁ ଆଗାମୀ କିଛି ଦିନରେ ସ୍ୱତନ୍ତ୍ର ତାଲିମ ଦିଆଯାଇ ମେଙ୍ଗାଲୁରୁ ପୋଲିସ୍ ନିଜ ଟିମ୍‌ରେ ସାମିଲ କରାଯିବ । ପୋଲିସ୍ ଟିମ୍‌ରେ ଚାର୍ଲି ସାମିଲ୍ ହେବା ନେଇ ମେଙ୍ଗାଲୁରୁ ପୋଲିସ୍ କର୍ମଚାରୀମାନେ ମିଳିତ ଭାବରେ କେକ୍‌ କାଟି ଖୁସି ମନାଇଛନ୍ତି । 

c

ଗତ କିଛି ଦିନ ତଳେ କନ୍ନଡ ଫିଲ୍ମ ଚାର୍ଲି 777 ରିଲିଜ୍ ହୋଇଛି । କିଛି ରିୟଲ୍ ଲାଇଫ୍ ଘଟଣାକୁ ନେଇ ରିଲ୍ ଲାଇଫ୍‌ରେ ‘୭୭୭ ଚାର୍ଲି’ ଫିଲ୍ମଟି ରିଲିଜ୍‌ ହୋଇଛି । କନ୍ନଡ, ତେଲୁଗୁ, ତାମିଲ, ମଲାୟଲମ୍ ସମେତ ହିନ୍ଦୀରେ ଏକାସଙ୍ଗେ ଜୁନ୍ ୧୦ ତାରିଖରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା। ସିନେମାରେ କୁକୁର-ମଣିଷର ଭଲ ପାଇବାକୁ ଅତି ନିଖୁଣ ଭାବେ ଦର୍ଶା ଯାଇଛି ।  ସିନେମାକୁ ଦର୍ଶକ ଭୁରୀ ଭୁରୀ ପ୍ରଂଶସା କରିଛନ୍ତି । ଫିଲ୍ମଟି ଏତେ ପ୍ରଭାବଶାଳୀ ଓ ହୃଦୟକୁ ଛୁଇଁଛି କି ଯିଏ ଏହାକୁ ଦେଖୁଛି ବିନା ପ୍ରଶଂସାରେ ରହିପାରୁନି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ସିନେମାକୁ ଦେଖି ଭାବବିହ୍ୱଳ ହୋଇପଡ଼ିଥିଲେ । ଏମିତିକି ଥିଏଟରରେ କାନ୍ଦି କାନ୍ଦି ନିଜ ମୃତ୍ୟୁ କୁକୁର କଥା ମନେ ପକାଇଥିଲେ ।