• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prasanjit Ray

‘ବାପା’ଦୁନିଆର ସବୁଠୁ ମୂଲ୍ୟବାନ ସମ୍ପର୍କ । ହାତ ଧରି ବାଟ ବତାନ୍ତି, ଝୁଣ୍ଟିଲେ ପୁଣି ଚାଲିବା ଶିଖାନ୍ତି । ମାଆ ସିନା କହି ଦିଏ ସେ କେତେ ଭଲ ପାଏ କିନ୍ତୁ ବାପା କହି ପାରନ୍ତିନି । କିନ୍ତୁ ଚୁପ୍ ରହି ସବୁକିଛି କରି ଦିଅନ୍ତି। ସେ ସ୍ୱପ୍ନ ଦେଖାନ୍ତି ଆଉ ପୂରଣ ବି ସେ ହିଁ କରନ୍ତି।

ଭାରତୀୟ ସିନେମାରେ ବି ଦେଖିବାକୁ ମିଳେ ବାପାଙ୍କ ଗୁରୁତ୍ୱ। ବାପାଙ୍କୁ ମୁଖ୍ୟ ଚରିତ୍ରରେ ନେଇ ଅନେକ ସିନେମା ନିର୍ମାଣ ହୋଇଛି ଓ ସେସବୁ ବକ୍ସ ଅଫିସ୍‌ରେ ସଫଳ ବି ହୋଇଛି। ଆମୀର ଖାନ୍‌ଙ୍କ ଦଙ୍ଗଲ ଫିଲ୍ମରେ ନିଜ ତିନି ଝିଅଙ୍କୁ ରେସଲର୍ ବନାଇବାକୁ ହରିୟାଣାର ମହାବୀର ସିଂହ ଫୋଗଟ୍‌ଙ୍କ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିଲା ଫିଲ୍ମ।

ମହାବୀରଙ୍କ ଚରିତ୍ରକୁ ଅବିକଲ୍ ସ୍କ୍ରିନ୍‌ରେ ଉତାରିଥିଲେ ଆମୀର।  ନିଜ ଝିଅଙ୍କୁ ସଫଳ କରିବାକୁ ବାପାର ସଂଘର୍ଷକୁ ଭୁରୀ ଭୁରୀ ପ୍ରଂଶସା କରିଥିଲେ ସିନେ ପ୍ରେମୀ।

ସେହିପରି ମହାନାୟକ ଅମିତାଭ୍‌ ବଚନଙ୍କୁ ପିକୁରେ ଦୀପିକା ପାଦୁକୋଣଙ୍କ ବାପାଙ୍କ ଚରିତ୍ରରେ ଦେଖିବାକୁ ମିଳିଥିଲା। ବାପା-ଝିଅଙ୍କ କେମେଷ୍ଟ୍ରି ଲୋକଙ୍କୁ କନ୍ଦାଇଥିଲା ଆଉ ହସାଇଥିଲା ମଧ୍ୟ। ରୋଗୀଣା ବାପାଙ୍କ ଇଚ୍ଛା ପୂରଣ କରିବାକୁ ଝିଅ କଣ ସବୁ କରୁଛି ତାକୁ ଦର୍ଶକ ଫିଲ୍ମରେ ଦେଖିଥିଲେ । 

ସେହିପରି ୨୦୨୦ରେ ରିଲିଜ୍ ହୋଇଥିବା କାର୍ଗିଲ୍ ଗର୍ଲ ଗୁଞ୍ଜନ ସକସେନା । ସିନେମାରେ ଗୁଞ୍ଜନଙ୍କ ବାପା ଅନୁପଙ୍କ ଭୂମିକାରେ ପଙ୍କଜ ତ୍ରିପାଠୀ ନଜର ଆସିଥିଲେ । ଗୋଟିଏ ମାତ୍ର ଝିଅ ସେନାରେ ଯିବା ପାଇଁ ସ୍ବପ୍ନ ଦେଖିଥିଲେ। ହେଲେ ଏଥିରେ ଆସୁଥିବା ଅନେକ ଝଡ଼ ଝଞ୍ଜାକୁ କିପରି ସେ ସାମ୍ନା କରନ୍ତି ତାକୁ ଅତି ନିଖୁଣ ଭାବେ ସ୍କ୍ରିନ୍‌ରେ ଦର୍ଶାଯାଇଥିଲା । ସେହିଭଳି ଅଙ୍ଗ୍ରେଜି ମିଡିୟମ୍‌ରେ ଇମ୍ରାନ୍ ଖାନ୍ ହୁଅନ୍ତୁ ଅବା ଥପଡ୍‌ରେ କୁମୁଦ ମିଶ୍ରା...ବାପାଙ୍କୁ ନେଇ ଅନେକ କାହାଣୀ ପ୍ରସ୍ତୁତ ହୋଇଛି ଆଉ ସେସବୁକୁ ଦର୍ଶକ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି ।