• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଦକ୍ଷିଣ ଭାରତୀୟ ଟିଭି ଅଭିନେତ୍ରୀମାନଙ୍କ ପାଇଁ କସ୍‌ମେଟିକ୍ ସର୍ଜରୀ କାଳ ହେଉଛି। ଚଳିତ ବର୍ଷ ମେ ମାସରେ କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏକ ବଡ ଝଟକା ଲାଗିଥିଲା, ​​ଯେତେବେଳେ ଛୋଟ ପରଦାର ଅଭିନେତ୍ରୀ ଚେତନା ରାଜଙ୍କର ଅସ୍ତ୍ରୋପଚାରରେ ଅବହେଳା ହେତୁ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ଆଉ ଜଣେ କନ୍ନଡ ଅଭିନେତ୍ରୀ ସ୍ୱାତି ସତୀଶଙ୍କର ରୁଟ୍ କେନାଲ ସର୍ଜରୀ ହେତୁ ଗୁରୁତର କ୍ଷତି ହୋଇଛି। ରୁଟ୍ କେନାଲ ପରେ ଅଭିନେତ୍ରୀଙ୍କ ଚେହେରାର ସୌନ୍ଦର୍ଯ୍ୟ ସବୁଦିନ ପାଇଁ ହଜିଯାଇଛି।

ନିକଟରେ ସ୍ୱାତି ସତୀଶ ଏକ ଘରୋଇ ଡାକ୍ତରଖାନାରେ ରୁଟ୍ କେନାଲ ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ପରେ ପରେ ଅଭିନେତ୍ରୀଙ୍କ ମୁହଁ ଫୁଲିଯିବା ସହ ସେ ପ୍ରବଳ ଯନ୍ତ୍ରଣାର ସମ୍ମୁଖୀନ ହୋଇଥିଲେ। ଯେତେବେଳେ ସେ ଡାକ୍ତରଙ୍କୁ ଏହି ସମସ୍ୟାଗୁଡିକ ବିଷୟରେ କହିଥିଲେ, ଡାକ୍ତର ସ୍ୱାତିଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଦିନେ କିମ୍ବା ଦୁଇ ଦିନରେ ତାଙ୍କ ମୁହଁରେ ଫୁଲା ଏବଂ ଯନ୍ତ୍ରଣା ଦୂର ହୋଇଯିବ। କିନ୍ତୁ ଏହା ହେଲା ନାହିଁ।

ରୁଟ୍ କେନାଲ କରିବାର ୩ ସପ୍ତାହ ବିତି ଯାଇଥିଲେ ମଧ୍ୟ ସ୍ୱାତିଙ୍କ ମୁହଁର ଫୁଲା କମିଲା ନାହିଁ କି ଯନ୍ତ୍ରଣା ମଧ୍ୟ ଦୂର ହେଲା ନାହିଁ। ଖାଲି ସେତିକି ନୁହେଁ ତାଙ୍କ ଚେହେରା ମଧ୍ୟ ବିଗିଡି ଗଲା। ସେ ପୂରା ଅସୁନ୍ଦର ହୋଇଗଲେ। ବର୍ତ୍ତମାନ ତାଙ୍କ ରୂପ ଏମିତି ହୋଇଯାଇଛି ଯେ ତାଙ୍କୁ ଚିହ୍ନିବା ବି କଷ୍ଟକର ହୋଇପଡୁଛି। ଏହି କାରଣରୁ ସ୍ୱାତି ବର୍ତ୍ତମାନ ତାଙ୍କ ଘରୁ ବାହାରକୁ ଯିବାକୁ ବନ୍ଦ କରି ଦେଇଛନ୍ତି।

ରିପୋର୍ଟ ଅନୁସାରେ ସ୍ୱାତିଙ୍କ ଏଭଳି ପରିସ୍ଥିତି ନେଇ ଡାକ୍ତରଙ୍କୁ ଦାୟୀ କରାଯାଇଛି। କୁହାଯାଉଛି ଯେ ସ୍ୱାତିଙ୍କୁ ଆନାସ୍ଥେସିଆ ଦେବା ପରିବର୍ତ୍ତେ ଡାକ୍ତର ସାଲିସିଲିକ୍ ଏସିଡ୍ ଦେଇ ଦେଇଥିଲେ। ତେବେ ଚିକିତ୍ସା ବିଷୟରେ ଡାକ୍ତର ତାଙ୍କୁ ଭୁଲ ତଥ୍ୟ ଦେଇଛନ୍ତି ବୋଲି ମଧ୍ୟ ଅଭିନେତ୍ରୀ ଦାବି କରିଛନ୍ତି। ତେବେ ଏହି ଘଟଣା ଉପରେ ଡାକ୍ତରଖାନା ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହିଁ କି କୌଣସି ସ୍ପଷ୍ଟୀକରଣ ଦେଇ ନାହିଁ।