/odishatv-khabar/media/post_attachments/uploadimage/library/16_9/16_9_0/s_1655093084.jpg)
Actress Shraddha Kapoor's Brother Siddhanth Kapoor Detained
ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇଙ୍କୁ ପୋଲିସ୍ ହେପାଜତକୁ ନେଇଥିବା ସୂଚନା ମିଳିଛି। ଡ୍ରଗ୍ସ ନେବା ଅଭିଯୋଗରେ ବେଙ୍ଗାଲୁରୁ ପୋଲିସ୍ ଶ୍ରଦ୍ଧାଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କୁ ହେପାଜତକୁ ନେଇଛି। ରେଡ୍ ପରେ ତାଙ୍କୁ ହେପାଜତକୁ ନିଆଯାଇଛି।
ସୂଚନା ଅନୁସାରେ, ବେଙ୍ଗାଲୁରୁର ଏମ୍ଜି ରୋଡ୍ ସ୍ଥିତ ଏକ ହୋଟେଲ୍ରେ ପାର୍ଟି ଚାଲି ଥିବାବେଳେ ପୋଲିସ୍ ରେଡ୍ କରିଥିଲା। ଏହି ସମୟରେ ଶ୍ରଦ୍ଧା କପୁରଙ୍କ ଭାଇଙ୍କ ସମେତ ୬ ଜଣ ଡ୍ରଗ୍ସ ନେଇଥିବା ଜଣାପଡ଼ିଥିଲା। ଏହାପରେ ପୋଲିସ୍ ସେମାନଙ୍କୁ ହେପାଜତକୁ ନେଇ ପଚରାଉଚରା ଚଳାଇଛି।
ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍ରେ ଡ୍ରଗ୍ସ ଲିଙ୍କ ନେଇ ଖୋଳତାଡ଼ ଆରମ୍ଭ ହୋଇଥିଲା। ଏହି ସମୟରେ ଅନେକ ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସିଥିଲା ଓ ସେମାନଙ୍କୁ ପଚରାଉଚରା କରାଯାଇଥିଲା। ସେହି ସମୟରେ ଏହି ଘଟଣାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ଏବେ ପୁଣି ଡ୍ରଗ୍ସ କେସ୍କୁ ନେଇ ରେଡ୍ ବେଳେ ଶ୍ରଦ୍ଧା କପୁରଙ୍କ ଭାଇ ଧରାପଡ଼ିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)