/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655983013.jpg)
Salman Khan recalls when Suniel Shetty gifted him
ବଲିଉଡର ସୁପର୍ଷ୍ଟାର୍ ମଧ୍ୟରେ ସଲମାନ ଖାନଙ୍କ ନାମ ଅନ୍ୟତମ। ଆଜି ସେ କୋଟି କୋଟି ଟଙ୍କାର ମାଲିକ। ‘ବିଙ୍ଗ୍ ହ୍ୟୁମାନ୍’ ନାମରେ ତାଙ୍କର ଏକ ପୋଷାକ କମ୍ପାନୀ ମଧ୍ୟ ଅଛି। କିନ୍ତୁ ଆପଣ ଜାଣିଛନ୍ତି କି ଗୋଟିଏ ସମୟ ଥିଲା ଯେତେବେଳେ ତାଙ୍କ ପାଖରେ ପୋଷାକ କିଣିବାକୁ ମଧ୍ୟ ଟଙ୍କା ନ ଥିଲା। ସେ ଖୁବ ପରିଶ୍ରମ କରି ଏହି ସଫଳତାରେ ପହଞ୍ଚି ପାରିଛନ୍ତି। ଜୀବନରେ ଅଭାବ ମଧ୍ୟ ଦେଖିଛନ୍ତି।
ସମ୍ପ୍ରତି, IIFA ୨୦୨୨ରେ ହୋଷ୍ଟିଂ କରୁଥିବା ବେଳେ ସଲମାନ ତାଙ୍କ ଜୀବନର ଏକ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତକୁ ମନେପକାଇ କାନ୍ଦି ପକେଇଥିଲେ। ପୁରସ୍କାର ଶୋ’ରେ ହୋଷ୍ଟିଂ କରୁଥିବା ବେଳେ ସୁନୀଲ ଶେଟ୍ଟୀ ତାଙ୍କୁ କିପରି ସାହାଯ୍ୟ କରିଥିଲେ ସଲମାନ ଖାନ ତାହା ପ୍ରକାଶ କରିଛନ୍ତି।
କଲର୍ସ ଟିଭି ଜୁନ୍ ୨୫ ରେ IIFA ୨୦୨୨କୁ ପ୍ରସାରଣ କରିବ ଏବଂ ଚ୍ୟାନେଲର ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ଏବେ ଏହାର ଏକ ପ୍ରୋମୋ ଶେୟାର କରିଛି, ଯେଉଁଥିରେ ସଲମାନ ଖାନ ତାଙ୍କ ପୁରୁଣା ଦିନକୁ ମନେପକାଇ କାନ୍ଦିପକାଉଥିବା ଦେଖାଯାଏ।
କଲର୍ସ ଟିଭି ଦ୍ୱାରା ଶେୟାର ହୋଇଥିବା ଏହି ପୁରସ୍କାର ଶୋ’ର କ୍ଲିପ୍ରେ ଆଙ୍କର୍ ରିତିଶ ଦେଶମୁଖ ସଲମାନ ଖାନଙ୍କୁ ପଚାରିଛନ୍ତି ଯେ “ଆପଣଙ୍କ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ କ’ଣ?” ସଲମାନ ଏହାର ଉତ୍ତରରେ କହିଛନ୍ତି ଯେ “ପୂର୍ବରୁ ଯେତେବେଳେ ମୋ ପାଖରେ ଟଙ୍କା ନଥିଲା, ମୁଁ ସୁନୀଲ ଶେଟ୍ଟୀଙ୍କ ପୋଷାକ ଦୋକାନକୁ ଯାଉଥିଲି। ଏହା ବହୁତ ମହଙ୍ଗା ଥିଲା। ମୁଁ ସାର୍ଟ କିମ୍ବା ଜିନ୍ସ ବ୍ୟତୀତ ଅନ୍ୟ କିଛି କିଣି ପାରୁ ନଥିଲି। ସେହି ସମୟରେ ସୁନୀଲ ସେଟ୍ଟୀ(ଆନ୍ନା) ଦେଖିଲେ ଯେ ମୋ ପାଖରେ ଟଙ୍କା ନାହିଁ, ତେଣୁ ସେ ମୋତେ ଗୋଟିଏ ଷ୍ଟୋନ୍-ୱାସ୍ର ସାର୍ଟ ଉପହାରରେ ଦେଲେ। କିନ୍ତୁ ସେ ଦେଖିଲେ ଯେ ମୋ ନଜର ଏକ ପର୍ସରେ ଅଛି।”
ଏହା କହି ସଲମାନ ଭାବପ୍ରବଣ ହୋଇ କାନ୍ଦିପକେଇଲେ। ସେ କିଛି ସମୟ ନିରବ ହୋଇଯାଇଥିଲେ। ତାଙ୍କର ଏହି ନିରବତା ଉପସ୍ଥିତ ସମସ୍ତଙ୍କୁ ଭାବପ୍ରବଣ କରିଦେଇଥିଲା। ଏହି ସମୟରେ ସଲମାନ ସୁନୀଲଙ୍କ ପୁଅ ଅହାନ୍ ଶେଟ୍ଟୀଙ୍କ ନିକଟକୁ ଗଲେ। ଅହାନ୍ ଉଠିପଡି ସଲମାନଙ୍କୁ କୁଣ୍ଡେଇ ପକେଇଲେ। ଏହା ପରେ ସଲମାନ ଆହୁରି କହିଥିଲେ ଯେ “ତା’ପରେ ସେ ମୋତେ ଘରକୁ ନେଇ ସେହି ପର୍ସ ଦେଇଦେଲେ।”
Suniel Shetty ne diya ek aise mauke par Salman Khan ka saath, ki woh yaad karte karte bhar aayi Bhai ki aankh.
Dekhiye #IIFAAwards on 25th June, raat 8 baje aur #GreenCarpet shaam 6 baje, only on #ColorsTV.@BeingSalmanKhanpic.twitter.com/Vyxc6RzgQJ
— ColorsTV (@ColorsTV) June 21, 2022
ସୋସିଆଲ ମିଡିଆରେ ଶେୟାର ହୋଇଥିବା ଏହି କ୍ଲିପ୍ରେ ପ୍ରଶଂସକମାନେ ଅନେକ ମନ୍ତବ୍ୟ ଦେଇଛନ୍ତି ଏବଂ ସୁନୀଲ ଶେଟ୍ଟୀଙ୍କୁ ପ୍ରଶଂସା କରିଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି ଯେ “ଏହା ଅତ୍ୟନ୍ତ ଭାବପ୍ରବଣ ଅଟେ। ସୁନୀଲ ଶେଟ୍ଟୀ ଏବଂ ସଲମାନଙ୍କ ମଧ୍ୟ ଏଭଳି ସମୟ ଥିଲା, ହେ ଭଗବାନ! ସୁନୀଲ ଶେଟ୍ଟୀଙ୍କ ପରି ବନ୍ଧୁ ସମସ୍ତଙ୍କୁ ମିଳିବା ଉଚିତ।” ଅନ୍ୟ ଜଣେ ତ କହିଛନ୍ତି ଯେ “ମୋ ଆଖିର ଲୁହ ବୋଲ ମାନୁନି।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)