Advertisment

ଆସୁଛି ‘ପୁଷ୍ପା ୨’, କାହାଣୀ ହେଲା ଲିକ୍; ଶ୍ରୀଭଲ୍ଲୀଙ୍କ ହେବ…

ଆସୁଛି ଅଲୁ ଅର୍ଜ୍ଜୁନଙ୍କ ‘ପୁଷ୍ପା ୨’। ସୁଟିଂ ପୂର୍ବରୁ କାହାଣୀ ହେଲା ଲିକ୍। କ’ଣ ହେବ ଶ୍ରୀଭଲ୍ଲୀଙ୍କ ଅବସ୍ଥା ଜାଣନ୍ତୁ…

author-image
Pramod Behera
Allu Arjun’s pushpa the rule strory leaked

Allu Arjun’s pushpa the rule strory leaked

ଅଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ 'ପୁଷ୍ପା: ଦି ରାଇଜ୍' ସାରା ଭାରତରେ ଚହଳ ପକେଇ ଦେଇଥିଲା। ଫିଲ୍ମର ଗୀତ ଓ ସଂଳାପ ଏବେବି ଲୋକଙ୍କ ଓଠରେ ଅଛି। ଏହାରି ଭିତରେ ନିର୍ମାତା ଏହାର ଦ୍ୱିତୀୟ ଭାଗ ତିଆରି କରିବାକୁ ଅଣ୍ଟା ଭିଡିଥିବା ବେଳେ ଏହାର ନାଁ 'ପୁଷ୍ପା: ଦି ରୁଲ୍' ରହିଛି। ନିର୍ମାତା କହିଛନ୍ତି ଯେ ଚଳିତ ବର୍ଷ ଅଗଷ୍ଟରୁ ଏହାର ସୁଟିଂ ଆରମ୍ଭ ହେବାକୁ ଯାଉଛି। ଏହା ପରେ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି। କିନ୍ତୁ ସୁଟିଂ ପୂର୍ବରୁ ଫିଲ୍ମର କାହାଣୀ ଲିକ୍ ହୋଇଛି। ଏହି ଅନୁଯାୟୀ, ଫିଲ୍ମରେ ରଶ୍ମିକା ମନ୍ଦାନାଙ୍କ ଶ୍ରୀଭଲ୍ଲୀ ଚରିତ୍ରକୁ ବହୁତ ଛୋଟ କରି ଦିଆଯାଇଛି।

Advertisment

ସୂଚନା ଅନୁଯାୟୀ 'ପୁଷ୍ପା: ଦି ରୁଲ୍'ରେ ଶ୍ରୀଭଲ୍ଲୀଙ୍କ ମୃତ୍ୟୁ ହେଉଛି। ଏହା ସହିତ, ଫହାଦ୍ ଫାସିଲଙ୍କ ଚରିତ୍ର ଏଥିରେ ସମ୍ପୂର୍ଣ୍ଣ ଗୁରୁତ୍ୱପୂର୍ଣ୍ଣ ହେଉଥିବା ବେଳେ ଭୂମିକା ଅଧିକ ମଧ୍ୟ ରହିଛି। ଏଭଳି ପରିସ୍ଥିତିରେ ଲୋକମାନେ ଫହାଦ ଓ ରଶ୍ମିକାଙ୍କ ଚରିତ୍ରକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ କଳ୍ପନା କରୁଛନ୍ତି। କୁହାଯାଉଛି ଯେ ଏହି ଫିଲ୍ମରେ ଭିଲେନ୍ ହୋଇଥିବା ଫହାଦ୍ ଶ୍ରୀଭଲ୍ଲୀଙ୍କୁ ହତ୍ୟା କରିବେ।

ଶ୍ରୀଭଲ୍ଲୀଙ୍କ ମୃତ୍ୟୁର ପ୍ରତିଶୋଧ ଅଲୁ ଅର୍ଜୁନଙ୍କ ଚରିତ୍ର ନିଅନ୍ତି। ତେବେ ଫିଲ୍ମର କାହାଣୀ ଲିକ୍ ହେବା ଖବରକୁ ନିର୍ମାତା ପ୍ରତିକ୍ରିୟା କରି ନାହାଁନ୍ତି। ତେବେ ‘ପୁଷ୍ପା: ଦି ରୁଲ୍’ ର ସ୍କ୍ରିପ୍ଟ ବର୍ତ୍ତମାନ ଲେଖାଯାଉଛି। ସୁକୁମାର ଓ ତାଙ୍କ ଟିମ୍ ଅଗଷ୍ଟରେ ଶୁଟିଂ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Advertisment

ଫିଲ୍ମର ନିର୍ଦ୍ଦେଶକ ଥିବା ସୁକୁମାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ଥିଲା। ଏହି କାରଣରୁ ସେ ଫିଲ୍ମର କାହାଣୀ ଲେଖା ସେଶନରେ ଅଂଶଗ୍ରହଣ କରିପାରି ନଥିଲେ। ତେବେ ବର୍ତ୍ତମାନ 'ପୁଷ୍ପା ୨'ର ସ୍କ୍ରିପ୍ଟକୁ ନେଇ ସୁକୁମାରଙ୍କ ଆତ୍ମବିଶ୍ୱାସ ବଢିଛି। ନିର୍ମାତା ଏହାକୁ କିଛି ମାସ ମଧ୍ୟରେ ଫ୍ଲୋର୍‌କୁ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି।

କୁହାଯାଉଛି ଯେ ଏହି ଫିଲ୍ମ ସବୁ ସୀମା ଅତିକ୍ରମ କରିବ ଏବଂ ଏକ ଆନ୍ତର୍ଜାତୀୟ ହିଟ୍ ହେବ। ଫିଲ୍ମରେ ଅଲୁ ଅର୍ଜୁନଙ୍କୁ ସବୁ ବାଧାବିଘ୍ନ ସହ ଲଢୁଥିବା ଦେଖିବାକୁ ମିଳିବ। ଫିଲ୍ମର ପ୍ରଥମ ଭାଗର ଅପାର ସଫଳତା ପରେ ହିନ୍ଦୀ ବେଲ୍ଟରେ ଅଲୁ ଅର୍ଜୁନଙ୍କ ଲୋକପ୍ରିୟତା ଆକାଶଛୁଆଁ ହୋଇଛି।

Bollywood Pushpa
Advertisment
Advertisment