ଚିରାଚରିତ ଧାରାଠୁ ସମ୍ପୂର୍ଣ୍ଣ ଅଲଗା, ସାଧାରଣ ମନୋରଞ୍ଜନ ଧର୍ମୀ ଭାବନାଠୁ ଅନେକ ଉଚ୍ଚ, ତଥାପି ଖାଲି ହିଟ୍ ନୁହେଁ, ବକ୍ସ ଅଫିସରେ ସୁପର ଡୁପର ହିଟ୍ । ୧୯୯୦ରେ କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାର ଓ ନରସଂହାର ଘଟଣାକୁ ପୁଣି ଦେଶବାସୀଙ୍କ ଆଖି ସାମ୍ନାରେ ତାଜା କରିଛି ସିନେମା କାଶ୍ମୀର ଫାଇଲ୍ସ ।
ଚିରାଚରିତ ସିନେମା ଭଳି ମନୋରଞ୍ଜନର କୌଣସି ଖୋରାକ୍ ନଥାଇ ବି ଥିଏଟର ହାଉସଫୁଲ । କୋଭିଡ୍ କବଳରୁ ବର୍ତ୍ତି ନଥିବା ବକ୍ସ ଅଫିସରେ ଏକପ୍ରକାର ସୁନାମୀ ଆଣିଛି ଫିଲ୍ମ କାଶ୍ମୀର ଫାଇଲ୍ସ ।
ସୋସିଆଲ ମିଡିଆରେ ଶାହାରୁଖ୍ଙ୍କ ‘ପଠାନ୍’ ଫିଲ୍ମର ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଶାହାରୁଖ୍ ନିଜ ପୁରୁଣା ଅନ୍ଦାଜରେ ଫେରିଥିବାର ଦେଖିବାକୁ ମିଳିଛି । ଶାହାରୁଖ୍ଙ୍କୁ ସାର୍ଟଲେସ୍ ଓ ଏଇଟ୍ ପ୍ୟାକ୍ ଦେଖାଇ ପୋଜ୍ ଦେଉଥିବାର ଦେଖିବାକୁ ମିଳିଛି ।
କାଶ୍ମୀର ଉପରେ ଆତଙ୍କବାଦୀଙ୍କ ହୋଇଥିବା ବର୍ବରତାରେ ଅନେକ କାଶ୍ମୀର ପଣ୍ଡିତ ନିଜ ଜନ୍ମମାଟି ଛାଡିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହେଲେ ସୁଶିଲ ପଣ୍ଡିତ। ୧୯୯୦ରେ ସେ ନିଜ ଭିଟାମାଟି ଛାଡି ଦିଲ୍ଲୀରେ ରିଫ୍ୟୁଜ୍ ଭଳି ରହୁଛନ୍ତି। ତେବେ ସେ ‘ଦ କାଶ୍ମୀର ଫାଇଲ୍’କୁ ନେଇ ସେ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
ପଞ୍ଜାବରେ ଆପ୍ ସରକାର ଗଠନ କରିଛି। ନୂଆ ମୁଖ୍ୟମନ୍ତ୍ରୀଭାବେ ଭଗବନ୍ତ ମାନ୍ ଶପଥ ନେଇଛନ୍ତି। ଏହାରି ଭିତରେ ପଙ୍ଗା ଗାର୍ଲ କଙ୍ଗନା ରାଣାୱତ ନୂଆ ସରକାର ପ୍ରତି ଉଠେଇଛନ୍ତି ଆଙ୍ଗୁଳି।
ହିନ୍ଦୀ ସିନେମାର କମେଡି ବାଦଶାହା ଭାବେ ରାଜପାଲ ଯାଦବ ବେଶ ପରିଚିତ। ବାପା ଚାଷ କରି ତାଙ୍କର ଲାଳନ ପାଳନ କରୁଥିଲେ। ସ୍କୁଲ ପାଠ ଛାଡି ରାଜପାଲ ଦରଜୀ କାମ କରୁଥିଲେ। ଫିଲ୍ମ ଜୀବନ ବି ଥିଲା ସଂଘର୍ଷରେ ଭରା। ଜେଲ୍ ବି ଯିବାକୁ ପଡିଛି।
ଗୋଟିଏ ପଟେ ପ୍ରଶଂସା ଓ ଦର୍ଶକୀୟ ଆଦୃତି, ଅନ୍ୟପଟେ ବିରୋଧ । କେଉଁଠି ହାଉସଫୁଲ ତ ଆଉ କେଉଁଠି ଫିଲ୍ମ ରିଲିଜ ନହେବାରୁ ଉତ୍ତେଜନା । ଏଭଳି ସ୍ଥିତିରେ ‘ଦି କାଶ୍ମୀର ଫାଇଲ୍ସ’କୁ ବେଶ୍ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
'ଦ କାଶ୍ମୀର ଫାଇଲ୍ସ'କୁ ନେଇ ବିବାଦର ଅଛନ୍ତି କପିଲ୍ ଶର୍ମା। ‘ଦ କପିଲ ଶର୍ମା ଶୋ’ରେ ଫିଲ୍ମର ପ୍ରମୋଶନ କରିବାର ସୁଯୋଗ ଦିଆଯାଇ ନଥିବା କହିଛନ୍ତି ନିର୍ଦ୍ଦେଶକ। କିନ୍ତୁ ଏହାକୁ ନେଇ ଭିନ୍ନ ମତ ରଖିଛନ୍ତି ଅନୁପମ ଖେର୍। ସେ କ’ଣ କହିଛନ୍ତି ଆସନ୍ତୁ ଜାଣିବା।
ଆଗକୁ ଆସୁଥିବା ବଡ ବଜେଟ୍ର ଫିଲ୍ମ ମଧ୍ୟରେ IMDbର ବହୁ ପ୍ରତୀକ୍ଷିତ ଫିଲ୍ମ ଭିତରେ ଅନେକ ସାଉଥ୍ ଫିଲ୍ମ ରହିଛି। ସାଉଥ୍ ଫିଲ୍ମ ଆଗରେ ଧିରେ ଧିରେ ଫିକା ପଡି ଚାଲିଛି ବଲିଉଡ୍। ତେବେ ଏହାରି ଭିତରେ ଅକ୍ଷୟ କୁମାରଙ୍କ ‘ବଚ୍ଚନ ପାଣ୍ଡେ’ କିଛି ମାତ୍ରାରେ ଆଶା ସଂଚାର କରିଛି।
ଦେଶବ୍ୟାପୀ କାଶ୍ମୀର ଫାଇଲ୍ସକୁ ପ୍ରଶଂସା ଓ ସମର୍ଥନ ମିଳୁଛି ସତ କିନ୍ତୁ ଯଥେଷ୍ଟ ସଂଖ୍ୟକ ସିନେମା ହଲ୍ ମିଳିପାରୁନାହିଁ । ଦକ୍ଷିଣ ଭାରତରେ ମଧ୍ୟ ଫିଲ୍ମକୁ ସହଯୋଗ ଓ ସମର୍ଥନ ମିଳୁନଥିବା ଚର୍ଚ୍ଚା ହେଉଛି ।
ମୁଁ ତୋ ପ୍ରେମର ଆସମାନ୍, ତୁ ମୋ ମନର ମେହମାନ୍...ତୋ ପାଇଁ ଦିଲ୍ ହୁଏ ବେକରାର୍...ଦେଖନ୍ତୁ ଏହି ଗୀତରେ କେମିତି ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ନାୟକ ଓ ନାୟିକା
ମା ହେବାକୁ ଯାଉଛନ୍ତି କାଜଲ୍। ଏହି ଖୁସିରେ ସେ ଇନ୍ଷ୍ଟାଗ୍ରାମ୍ରେ ବେବି ବମ୍ପ୍ ସହିତ ଫଟୋ ଶେୟାର କରୁଛନ୍ତି।
‘ଦ କାଶ୍ମୀର ଫାଇଲ୍ସ’ କମ୍ ବଜେଟ୍ରେ ସିନା ହୋଇଛି ନିର୍ମାଣ କିନ୍ତୁ ବଡ ବଡ ଫିଲ୍ମକୁ ବି ପକେଇଲାଣି ପଛରେ। ମାତ୍ର ୪ ଦିନରେ ଉଠେଇଦେଲାଣି ଲାଭ।
କାଶ୍ମୀର ପଣ୍ଡିତଙ୍କୁ ରାତାରାତି ନିଜ ଜନ୍ମ ମାଟି ଛାଡ଼ିବାକୁ ପଡ଼ିଥିଲା। ଆଖି ସାମ୍ନାରେ ପରିବାର ଲୋକଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ। ୯୦ ଦଶକରେ କାଶ୍ମୀରରେ ଘଟିଥିବା ଏହି ବର୍ବରତାପୂର୍ଣ୍ଣ ଘଟଣାକୁ ନେଇ ନିର୍ମାଣ ହୋଇଛି ବଲିଉଡ୍ ଫିଲ୍ମ ‘The Kashmir Files’।
ଆଖି ସାମ୍ନାରେ ହତ୍ୟା, ଆଖି ସାମ୍ନାରେ ବର୍ବରତା... ଓଃ ବୟାନ କରିବା କଷ୍ଟକର। ବିବେକ ଅଗ୍ନିହୋତ୍ରୀ ନିର୍ଦ୍ଦେଶିତ ‘କାଶ୍ମୀର ଫାଇଲ୍ସ’ ଦେଖିଲା ପରେ ଅନେକ ପ୍ରଶ୍ନ ବି ଆପଣଙ୍କ ସମ୍ମୁଖରେ ଉଙ୍କି ମାରିବ।
ପୁଣି ଥରେ ଏକାଠି ନଜର ଆସିବେ ବଲିଉଡ୍ ଆଙ୍ଗ୍ରୀ ୟଙ୍ଗ୍ ମ୍ୟାନ୍ ଅମିତାଭ ବଚ୍ଚନ ଓ ଆକ୍ସନ ହୀରୋ ଅଜୟ ଦେବଗନ। 'ରନ୍ୱେ ୩୪'ରେ ଦର୍ଶକଙ୍କୁ ଦେବେ ଢେର ମନୋରଂଜନର ଖୋରାକ୍। ଉତ୍ସାହରେ ଅନେଇ ବସିଛନ୍ତି ଦର୍ଶକେ।
ଫିଲ୍ମଗୁଡିକର ଅନ୍ଲାଇନ୍ ଲିକ୍ ଅନେକ ସମୟରେ ନିର୍ମାତାମାନଙ୍କୁ ମହଙ୍ଗା ପଡେ। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଫିଲ୍ମଗୁଡିକ ଅନ୍ଲାଇନରେ ଲିକ୍ ହେତୁ ନିର୍ମାତାଙ୍କୁ ବହୁ କ୍ଷତିର ସମ୍ମୁଖୀନ ହେବାକୁ ପଡେ। ଏବେ 'ରାଧେ ଶ୍ୟାମ' ଓ 'ଦ କାଶ୍ମୀର ଫାଇଲ୍' ଲିକ୍ ହୋଇଛି।
ପୁନମ୍ଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା ସେ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ। ତାଙ୍କ ପରିବାର ଅତି ସାଧାରଣ। ସେ ଫିଲ୍ମରେ ଅଭିନେତା ହେବାର ସ୍ୱପ୍ନ ନେଇ ଇଣ୍ଡଷ୍ଟ୍ରୀରେ ପାଦ ଦେଇଥିଲେ। କିନ୍ତୁ ଏମିତି କ’ଣ ହେଲା ଯେ ସେ ଆଡଲ୍ଟ ଫିଲ୍ମ କରିବାକୁ ବାଧ୍ୟ ହେଲେ?
ତୋ ଚେହେରା ଦେଖି ହେଲି ମୁଁ ପାଗଳ...ଆଖି ସାମ୍ନାରେ ନାଚି ଯାଉଛି ତୋର ନୀଳ ନୟନା...
ସନୀ ଲିଓନୀଙ୍କ ସୁନ୍ଦର ଚେହେରା ଓ ମଜାଳିଆ ଢଙ୍ଗକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି। ସୋସିଆଲ୍ ମିଡିଆରେ ହଇଚଇ ସୃଷ୍ଟି କରୁଥିବା ବେବି ଡଲ୍ଙ୍କ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ, ସନୀ ଲିଓନୀଙ୍କ ଟିକିଏ ଝଲକ ପାଇବାକୁ ପ୍ରଶଂସକମାନେ କିପରି ଡହଳ ବିକଳ ହେଉଛନ୍ତି।
ବଲିଉଡ୍ ଅଭିନେତ୍ରୀମାନେ ଆଜି ସିନା ଇଣ୍ଡଷ୍ଟ୍ରିରେ ଏତେ ବଡ ନାଁ କମେଇପାରିଛନ୍ତି, କିନ୍ତୁ ମଡେଲିଂର ରାମ୍ପରେ ବର୍ଷ ବର୍ଷ ଧରି ଘୋଷାଡି ହେଲା ପରେ ଆଜି ସେମାନେ ଏହି ଜାଗାରେ ପହଞ୍ଚିବାରେ ସଫଳ ହୋଇଛନ୍ତି। ଏହି ତାରକାମାନଙ୍କ ସଂଘର୍ଷ ଦିନର ଫଟୋ ଆଜି ସେମାନଙ୍କ ସହିତ ମେଳ ଖାଉ ନାହିଁ। ଆପଣ ବି ଦେଖିଲେ ଚିହ୍ନିବା କଷ୍ଟ ହୋଇଯିବ।
ଅପରାଧୀଙ୍କୁ କାହିଁକି ଷ୍ଟାର୍ ବନାଉଛି ବଲିଉଡ୍ ? ବଲିଉଡରେ କାହିଁକି ଏପରି ପରମ୍ପରା ? ଗ୍ୟାଙ୍ଗଷ୍ଟାରଙ୍କୁ ହିରୋ ବନାଇ କ’ଣ ପାଉଛି ବଲିଉଡ୍। ଆସନ୍ତୁ ପଢିବା…
ନାରୀର ସମାଜରେ ଅନେକ ଭୂମିକା ରହିଛି। ସେ କେତେବେଳେ ମା’ ହୋଇ ସନ୍ତାନର ପେଟର ଚିନ୍ତା କରିଛି ତ ପୁଣି କେତେବେଳେ ପତ୍ନୀ ହୋଇ ସ୍ୱାମୀ ସହ ପାଦ ମିଳେଇ ଚାଲିଛି। ସେ ପୁଣି ହାତରେ ଶାସ୍ତ୍ର ଧରିଛି ଆଉ ଦରକାର ପଡିଲେ ଶସ୍ତ୍ର ବି ଉଠେଇଛି। ଆସନ୍ତୁ ଏହି ଫିଲ୍ମରେ ଦେଖିବା ସମାଜ ପ୍ରତି ଥିବା ନାରୀର ଭୂମିକା।
ହଇରେ ନାରଣ, ଏଇଟା କି ତେଲ କିରେ? କଣ ଏଇଠି ଖାଲି ସବୁ ତକ ଏକାଠି ହୋଇ ରହିଛି...ଖାଲି ତ ଠିପି ଖୋଲିଦେଲେ...
ଏକ ପୁରସ୍କାର କାର୍ଯ୍ୟକ୍ରମରେ ରାଖୀ ସାୱନ୍ତଙ୍କୁ ଦେଖି ରଣବୀର ସିଂହଙ୍କ ଯୋଶ୍ ଦୁଇଗୁଣ ହୋଇଯାଇଛି। ସେ ତାଙ୍କ ସହିତ ଜବରଦସ୍ତ ଫଟୋ ପୋଜ୍ ଦେଉଥିବା ଦେଖାଯାଉଛି। ଭାଇରାଲ ହେଉଥିବା ଏହି ଫଟୋ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।