Advertisment

ନୂଆ ସିନେମାର ନୂଆ ଠିକଣା ‘ଅଳଙ୍କାର’

ଜିଆର୍‌ପି ଦୌଡରେ ଆଗେଇ ଚାଲିଛି ‘ଅଳଙ୍କାର’। ବର୍ତ୍ତମାନ ଓଡିଶାର ପ୍ରଥମ ଓ ଏକମାତ୍ର ଓଡିଆ ଚାନେଲ୍ ହୋଇପାରିଛି।

author-image
Pramod Behera
Odisha’s No1 channel Alankar

Odisha’s No1 channel Alankar

ଆଗେଇ ଚାଲିଛି ‘ଅଳଙ୍କାର’। ‘ତରଙ୍ଗ’ ଓ ‘ସାର୍ଥକ’ ଭଳି ଦୁଇ ପ୍ରଭାବଶାଳୀ ଚାନେଲ୍‌ ପରେ ଜିଆର୍‌ପି ଦୌଡରେ ଅନ୍ୟ ସବୁ ମନୋରଞ୍ଜନ ଚାଲେନକୁ ଦୀର୍ଘ ଦିନ ଧରି ପଛରେ ପକେଇ ଆଗେଇ ଚାଲିଛି ‘ଅଳଙ୍କାର’। ବର୍ତ୍ତମାନ ଓଡିଶାର ପ୍ରଥମ ଓ ଏକମାତ୍ର ଓଡିଆ ଚାନେଲ୍ ହୋଇପାରିଛି।

Advertisment

ଆହୁରି ଆଗକୁ ଯିବା ପାଇଁ ସକ୍ରିୟ ହୋଇପଡିଛି ଚାନେଲ୍। ବର୍ତ୍ତମାନ ଏଥିରେ ଅଧିକରୁ ଅଧିକ ସିନେମା ୱାର୍ଲ୍ଡ ପ୍ରିମିୟମ କରାଯିବା ସହ ନୂଆ ନୂଆ ପରୀକ୍ଷା ମୂଳକ କାହାଣୀକୁ ନେଇ କିଛି ସ୍ୱତନ୍ତ୍ର ଧରଣର ସିନେମା ପ୍ରସାରିତ ହେବାକୁ ସ୍ଥିର କରାଯାଇଛି। ଏହି ସବୁ ଫିଲ୍ମଗୁଡିକ ‘ତରଙ୍ଗ ସିନେ ପ୍ରଡକ୍ସନ’ ଦ୍ୱାରା ପ୍ରସ୍ତୁତ କରାଯିବ।

ଖାଲି ଏତିକି ନୁହେଁ, ଚାନେଲକୁ ଆଗକୁ ନେବା ନେଇ ଆହୁରି ଅନେକ ପଦକ୍ଷେପ ମଧ୍ୟ ନିଆଯାଇଛି। ଏହା ଭିତରେ ରହିଛି ବିଭିନ୍ନ କ୍ଷୁଦ୍ର ଚଳଚ୍ଚିତ୍ରର ପ୍ରତିଯୋଗିତା ଆୟୋଜନ କରାଯିବା ସହ ସିନେମା ସଂପର୍କିତ କୁଇଜ୍, ଟକ୍ ସୋ ଭଳି କାର୍ଯ୍ୟକ୍ରମ ମଧ୍ୟ ପ୍ରସାରିତ ହେବାକୁ ସ୍ଥିର କରାଯାଇଛି।

Advertisment

ଏହାସହ ପ୍ରତି ସପ୍ତାହରେ ନୂଆ ଯାତ୍ରା ମଧ୍ୟ ଟିଭି ଟିଭି ପ୍ରିମିୟର ହେବାର ସ୍ଥିର ହୋଇଛି। ଅଳଙ୍କାରରେ ନୂଆ ସିନେମାର ପ୍ରିମିୟର୍‌ ହେବାର ଧାରା ଏହି ରଜରୁ ଆରମ୍ଭ ହୋଇସାରିଲାଣି। ଚଳିତ ମାସ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ରଜ ଅବସରରେ ବେଶ ଲୋକପ୍ରିୟ ସିନେମା ପ୍ରଦର୍ଶିତ ହେବ। ଏହା ଭିତରେ ରହିଛି ‘ଚୋରଣୀ’ ୨ ଓ ‘ପ୍ରେମ ଏଟିଏମ୍’।

Taranga Cine Productions Alankar
Advertisment
Advertisment