/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655989147.jpg)
Kangana Ranaut statement on Uddhav Thackarey government after demolition of her house
ମହାରାଷ୍ଟ୍ରରେ ଉଦ୍ଧବ ଠାକ୍ରେ ସରକାରରେ ଦେଖାଦେଇଛି ପରିବର୍ତ୍ତନ। ସରକାରର ଏହି ସଂକଟକୁ ଗୋଟିଏ ଗୋଷ୍ଠୀ ପ୍ରକୃତିର ନ୍ୟାୟ ବୋଲି କହିବାରେ ଲାଗିଛନ୍ତି। ସରକାରର ପତନକୁ ଉତ୍ସାହର ସହିତ ଅପେକ୍ଷା କରିଥିବା ଏହି ଗୋଷ୍ଠୀ ସୋସିଆଲ ମିଡିଆରେ ମଧ୍ୟ ଯୁକ୍ତି ଦର୍ଶାଉଛି ଯେ ଉଦ୍ଧବ ସରକାର କାହିଁକି ଆଉ କିଛି କ୍ଷଣ ପାଇଁ ବି ରହିବା ଅନୁଚିତ।
ଏହି ଯୁକ୍ତିରେ, ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଘର ଭାଙ୍ଗିବା ଠାରୁ ଆରମ୍ଭ କରି ପାଲଘରରେ ସାଧୁଙ୍କ ଲିଞ୍ଚିଂ, ଶିବସେନା ଦ୍ୱାରା ଜଣେ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ମାଡ ମାରିବା ଏବଂ ସାଂସଦ ନବନୀତ୍ ରାଣାଙ୍କୁ ବନ୍ଦୀ କରିବା ଭଳି ମାମଲା ରହିଛି।
କଙ୍ଗନାଙ୍କ ଏକ ଭିଡିଓ ମଧ୍ୟ ଟ୍ୱିଟରରେ ବହୁଳ ଭାବରେ ଶେୟାର କରାଯାଉଛି ଯେଉଁଥିରେ ସେ କହିଛନ୍ତି ଯେ ମହିଳାଙ୍କୁ ଅପମାନ କରୁଥିବା ବ୍ୟକ୍ତିଙ୍କ ବିନାଶ ନିଶ୍ଚିତ ହେବ।
କଙ୍ଗନା ସେହି ଭିଡିଓରେ କହିଛନ୍ତି, ଯିଏ ମହିଳାଙ୍କୁ ଅପମାନିତ କରେ, ତା’ର ପତନ ନିଶ୍ଚିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ “ଇତିହାସ ସାକ୍ଷୀ ଅଛି, ରାବଣ ସୀତାଙ୍କୁ ଓ କୌରବ ଦ୍ରୌପଦୀଙ୍କୁ ଅପମାନିତ କରିଥିଲେ। ମୁଁ ର ସେହି ଦେବୀମାନଙ୍କ ପାଦରେ ଥିବା ଧୂଳି ସହିତ ବି ସମାନ ନୁହେଁ। କିନ୍ତୁ ମୁଁ ମଧ୍ୟ ଜଣେ ମହିଳା। ମୁଁ ମୋର ସମ୍ମାନ ପାଇଁ ଛିଡା ହୋଇଛି। ମୁଁ କାହାରି ପ୍ରତି କୌଣସି ଅନିଷ୍ଟ କରି ନାହିଁ। ମୁଁ କେବଳ ଜଣେ ମହିଳା ଭାବରେ ମୋର ସମ୍ମାନ ରକ୍ଷା କରୁଛି। କିନ୍ତୁ ମୋତେ ଅପମାନିତ କରାଯାଇଛି। ତେଣୁ ମୁଁ ଭିଡିଓ ମେସେଜ୍ରେ କହୁଛି- ମୋର ବିଶ୍ୱାସ ଯେତେବେଳେ ତୁମେ ଜଣେ ମହିଳାଙ୍କୁ ଅପମାନ କରୁଛ ତେବେ ତୁମର ବିନାଶକୁ କେହି ବି ରୋକି ପାରିବେ ନାହିଁ।”
ଜଣେ ବ୍ୟକ୍ତି ନବନୀର ରାଣା ଓ କଙ୍ଗନା ରାଣାୱରଙ୍କ ଫଟୋ ସହିତ ଲେଖିଛନ୍ତି ଯେ, “ଉଦ୍ଧବ ସରକାରକୁ ତା’ର କଲା କର୍ମର ଦଣ୍ଡ ମିଳୁଛି।” ସେ ଲେଖିଛନ୍ତି, ' ମାତାଶ୍ରୀଙ୍କ ସମ୍ମୁଖରେ ହନୁମାନ ଚାଳିସା ପଢୁଥିବା ବେଳେ ନବନୀତ ରାଣାଙ୍କ ବିରୋଧରେ ଦେଶଦ୍ରୋହ ମାମଲା, ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ କଙ୍ଗନା ରାଣାୱତଙ୍କ ଘରେ ବୁଲ୍ଡୋଜ ଚଳାଇବା... ଏହି କର୍ମର ଫଳ ମିଳୁଛି।”
#UddhavThackarey
Only #KanganaRanaut has the power to predict 🙄 pic.twitter.com/IaatY1Dpgr— Biraja Prasad Rath (@iambiraja) June 22, 2022
ଟ୍ୱିଟର ବ୍ୟବହାରକାରୀ @ HarshalBadiyani କଙ୍ଗନା ରାଣାୱତଙ୍କ ସହ ଉଦ୍ଧବ ଠାକରେଙ୍କ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ଲେଖା ଅଛି ଯେ “ଯେଉଁମାନେ ମୋ ଘର ଭାଙ୍ଗୁଥିବା ଲୋକେ, ଦିନେ ତୁମର ଗର୍ବ ଭାଙ୍ଗିଯିବ।”
What’s happening in Maharashtra right now was predicted by her long ago.#MaharashtraPoliticalCrisis#KanganaRanaut#UddhavThackeraypic.twitter.com/G8574zBG2L
— ~Vinayak 🧃 (@Vinayak27120) June 22, 2022
ମହାରାଷ୍ଟ୍ର ସରକାର ସମୟରେ ଘଟିଥିବା କିଛି ଦୁଃଖଦ ଘଟଣାର ଚିତ୍ରକୁ କୋଲାଜ୍ କରି ଅନେକ ଲୋକ ଟ୍ୱିଟରରେ ଟ୍ୱିଟ୍ କରୁଛନ୍ତି। ଏସବୁ ମଧ୍ୟରେ ମହାରାଷ୍ଟ୍ର ପୋଲିସ୍କୁ ନିବେଦନ କରୁଥିବା ସାଧୁଙ୍କ ଫଟୋ, ଜଣେ ପୂର୍ବତନ ନୌସେନା ଅଧିକାରୀଙ୍କୁ ମାଡ ମାରିବା ଘଟଣା ରହିଛି। ଏହି ଫଟୋଗୁଡ଼ିକ ଦ୍ୱାରା କୁହାଯାଉଛି ଯେ ଉଦ୍ଧବ ଠାକରେଙ୍କ ଶାସନ ନ୍ୟାୟପୂର୍ଣ୍ଣ ନଥିଲା ଏବଂ ସରକାର ଏକପାଖିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ। ସେଥିପାଇଁ ସେ ହଟିବାର ଅଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)