Advertisment

ପୁଅ ଅଟକ ପରେ ମୁହଁ ଖୋଲିଲେ ଶକ୍ତି କପୁର, କହିଲେ-‘ଏହା ଅସମ୍ଭବ, ମୁଁ ଭାବୁନି ତା’ ପାଖରୁ...’

ବେଙ୍ଗାଲୁରୁ ସ୍ଥିତ ଏକ ଫାଇଭ୍‌ ଷ୍ଟାର ହୋଟେଲ୍‌ରେ ପାର୍ଟି ଚାଲି ଥିବାବେଳେ ରେଡ୍‌ ହୋଇଥିଲା। ଏହି ସମୟରେ ସିଦ୍ଧାନ୍ତ ଡ୍ରଗ୍ସ ନେଇଥିବା ଜଣାପଡ଼ିବା ପରେ ତାଙ୍କୁ ଅଟକ ରଖାଯାଇଛି।

author-image
Rajalaxmi Sahoo
Know What Shakti Kapoor Said On Son's Detention

Know What Shakti Kapoor Said On Son's Detention

ଡ୍ରଗ୍ସ ନେବା ଅଭିଯୋଗରେ ଅଭିନେତା ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି। ବେଙ୍ଗାଲୁରୁ ସ୍ଥିତ ଏକ ଫାଇଭ୍‌ ଷ୍ଟାର ହୋଟେଲ୍‌ରେ ପାର୍ଟି ଚାଲି ଥିବାବେଳେ ରେଡ୍‌ ହୋଇଥିଲା। ଏହି ସମୟରେ ସିଦ୍ଧାନ୍ତ ଡ୍ରଗ୍ସ ନେଇଥିବା ଜଣାପଡ଼ିବା ପରେ ତାଙ୍କୁ ଅଟକ ରଖାଯାଇଛି। ପୁଅ ଅଟକ ନେଇ ଶକ୍ତି କପୁର ମୁହଁ ଖୋଲିଛନ୍ତି।

Advertisment

ପୁଅ ଅଟକ ନେଇ ଶକ୍ତି ETimesକୁ କହିଛନ୍ତି, ‘ ମୁଁ କେବଳ ଗୋଟିଏ କଥା କହିବି ଏହା ସମ୍ଭବପର ନୁହେଁ। ମୁଁ ଏସବୁ ସମ୍ପର୍କରେ କିଛିବି ଜାଣିନି। ମୁଁ ଶୋଇକି ଉଠିବା ପରେ ଦେଖିଲି, ଫୋନ୍‌ ବାରମ୍ବାର ବାରମ୍ବାର ରିଙ୍ଗ୍‌ ହେଉଛି। ବର୍ତ୍ତମାନ ସୁଦ୍ଧା ତାକୁ(ସିଦ୍ଧାନ୍ତ) ଗିରଫ କରାଯାଇନି। ଡ୍ରଗ୍ସ ନେବା ଅଭିଯୋଗରେ ପୋଲିସ୍‌ ତାକୁ କେବଳ ଅଟକ ରଖିଛି। ମୁଁ ଭାବୁନି ତା’ ପାଖରୁ କିଛି ଡ୍ରଗ୍ସ ମିଳିଥିବ ବୋଲି। ଏହି ଖବର ଶୁଣିବା ପରେ ମୁଁ ଚିନ୍ତାରେ ପଡ଼ି ଯାଇଛି।’

ପାର୍କ ହୋଟେଲ୍‌ରେ ପାର୍ଟି ଚାଲିଥିବା ବେଳେ ପୋଲିସ୍‌ ରେଡ୍‌ କରିଥିଲା। ଏହି ସମୟରେ ୩୫ ଜଣ ଗେଷ୍ଟଙ୍କ ସାମ୍ପଲ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ସିଦ୍ଧାନ୍ତଙ୍କ ସମେତ ୫ ଜଣ ଗେଷ୍ଟ୍‌ ଡ୍ରଗ୍ସ ସେବନ କରିଥିବା ପଜିଟିଭ୍ ରିପୋର୍ଟ ଆସିଥିଲା। ପାର୍ଟିରେ ଡିଜେ ଭାବେ ସିଦ୍ଧାନ୍ତଙ୍କୁ ଆମନ୍ତ୍ରଣ କରାଯାଇଥିଲା।  ଏହି ପାର୍ଟିରେ ଡ୍ରଗ୍ସ ସେବନ ନେଇ ଅଭିଯୋଗ ପରେ ପୋଲିସ ଚଢାଉ କରିଥିଲା। 

Advertisment

 "Shootout At Wadala", "Haseena Parkar" ଓ "Jazbaa" ଭଳି ଫିଲ୍ମରେ ସିଦ୍ଧାନ୍ତ ଅଭିନୟ କରିଛନ୍ତି। ସୂଚନାଥାଉ କି, ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ନେଇ ସିଦ୍ଧାନ୍ତଙ୍କ ଭଉଣୀ ତଥା ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ୨୦୨୦ ମସିହାରେ NCB ଜେରା କରିଥିଲା। 

Siddhanth Kapoor Actor Shakti Kapoor Drugs Case Bollywood
Advertisment
Advertisment