• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

ShahRukh Khan
ପାକିସ୍ତାନରୁ ଶାହାରୁଖଙ୍କ ପାଖକୁ ଆସିଲା ବଡ଼ ଅଫର୍‌... ପଳାଇ ଆସ ଆମ ଦେଶକୁ...

ଶାହାରୁଖଙ୍କ ପାଖକୁ ସୀମା ପାରରୁ ଆସିଲା ବଡ଼ ଅଫର୍‌। ପାକିସ୍ତାନୀ ଆଙ୍କର କହିଲେ, ମୋଦି ସରକାର ଆପଣଙ୍କୁ ବହୁତ ହଇରାଣ ହରକତ କରୁଛନ୍ତି। ପୂରା ପରିବାର ନେଇ ଚାଲି ଆସନ୍ତୁ ପାକିସ୍ତାନକୁ।

Aryan Khan
ଛିଣ୍ଡୁନି ଆର୍ୟନଙ୍କ ଅଡ଼ୁଆ, ବଢ଼ୁଛି ସମୀର ୱାଙ୍ଖଡ଼େଙ୍କ ନାଁରେ ବିବାଦ

ପୁଣି ଝୁଲିଲା ଆର୍ୟନ ଖାନଙ୍କ ଜାମିନ ଶୁଣାଣି । ବମ୍ବେ ହାଇକୋର୍ଟରେ ଆଜି ଆର୍ୟନଙ୍କ ଜାମିନ ଶୁଣାଣି ହୋଇଥିବା ବେଳେ ତାହା ଅସମାପ୍ତ ରହିଛି । ଆସନ୍ତାକାଲି ଅପରାହ୍ନ ସାଢେ ୨ଟାରେ ପୁଣି ଥରେ ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ହେବ ।

Why actors scare from salman khan to beat him during shooting
ସଲମାନଙ୍କୁ ପିଟିବାକୁ କାହିଁକି ଡରନ୍ତି ସହ କଳାକାର

ସଲମାନ ଖାନଙ୍କ ଫିଲ୍ମ ‘ଅନ୍ତିମ’ର ଟ୍ରେଲର ରିଲିଜ୍ ହୋଇଛି। ଆୟୁଷ ଶର୍ମାଙ୍କ ସହିତ ତାଙ୍କର ଏହି ଫିଲ୍ମ ନଭେମ୍ବର ୨୬ରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମରେ ସଲମାନ ଖାନ୍ ଏକ ଆକ୍ସନ ଅବତାରରେ ନଜର ଆସିବେ। ଏଥିରେ ତାଙ୍କ ଟକ୍କର ଆୟୁଷ ଶର୍ମାଙ୍କ ସହିତ ହେବ। ଉଭୟଙ୍କର ଏକ ଫାଇଟିଂ ସିନ୍‌ ଏବେ ଲୋକପ୍ରିୟ ହେବାରେ ଲାଗିଛି। କିନ୍ତୁ ଆୟୁଷ ଶର୍ମାଙ୍କ ପାଇଁ ଏହି ଫାଇଟ୍ ସିନ୍ ସଲମାନଙ୍କ ସହିତ କରିବା ସହଜ ନ ଥିଲା। ଏହି ସୂଚନା ନିଜେ ଆୟୁଷ ଶର୍ମା ଫିଲ୍ମର ଟ୍ରେଲର ରିଲିଜ୍ ହେବା ସମୟରେ ଦେଇଛନ୍ତି।

Rajinikanth received Dada Saheb falke award
ବସ୍ କଣ୍ଡକ୍ଟରରୁ ଦାଦା ସାହେବ ଫାଲ୍‌କେ ପୁରସ୍କାର ପର୍ଯ୍ୟନ୍ତ ରଜନୀକାନ୍ତଙ୍କ ଲମ୍ବା ଯାତ୍ରା

ସୁପରଷ୍ଟାର ରଜନୀକାନ୍ତଙ୍କୁ ଭାରତୀୟ ସିନେମାର ସବୁଠାରୁ ବଡ ସମ୍ମାନ ‘ଦାଦା ସାହେବ ଫାଲ୍‌କେ ଆୱାର୍ଡ’ ମିଳିଛି। ୬୭ତମ ଜାତୀୟ ଫିଲ୍ମ ପୁରସ୍କାର ସମାରୋହରେ ସାମିଲ ହୋଇ ରଜନୀକାନ୍ତ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏହି ପୁରସ୍କାରକୁ ସେ ଦେଶର ଉପରାଷ୍ଟ୍ରପତି ଭେଙ୍କୈୟା ନାଇଡୁଙ୍କ ଠାରୁ ଗ୍ରହଣ କରିଛନ୍ତି। ଏହି ପୁରସ୍କାରକୁ ଗ୍ରହଣକରି ରଜନୀକାନ୍ତ ନିଜ ଗୁରୁ ବାଲାଚନ୍ଦର, ଭାଇ ସତ୍ୟନାରାୟଣ ଗାୟକୱାଡ୍ ଓ ତାଙ୍କର ସବୁଠାରୁ ଭଲ ବନ୍ଧୁ ରାଜ ବାହାଦୂରଙ୍କୁ ସମର୍ପଣ କରିଛନ୍ତି।

Rajinikanth
67th National Film Awards: ମେଗାଷ୍ଟାର୍‌ ରଜନୀକାନ୍ତ, ଧନୁଷ, କଙ୍ଗନା ଓ ମନୋଜ ବାଜପେୟୀ ସମ୍ମାନିତ

ଦିଲ୍ଲୀରେ ବିଜ୍ଞାନ ଭବନରେ ଆୟୋଜିତ ୬୭ତମ ଜାତୀୟ ଫିଲ୍ମ ପୁରସ୍କାର ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ମେଗାଷ୍ଟାର ରଜନୀକାନ୍ତଙ୍କୁ ୫୧ତମ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରିଛନ୍ତି।  

Bunty Aur Babli-2 official trailer release
‘ବଣ୍ଟି ଔର୍ ବବଲୀ ୨’ ଟ୍ରେଲର ରିଲିଜ୍ : ନୂଆ ପୁରୁଣା ଭିତରେ ହେବ ଲଢେଇ

ହିନ୍ଦୀ ଫିଲ୍ମ ‘ବଣ୍ଟି ଔର୍ ବବଲୀ ୨’ ର ଟ୍ରେଲର ରିଲିଜ୍ ହୋଇଯାଇଛି। ଏଥିରେ ସୈଫ୍ ଅଲ୍ଲୀ ଖାନ୍, ରାନୀ ମୁଖାର୍ଜୀ, ସିଦ୍ଧାନ୍ତ ଚତୁର୍ବେଦୀ ଓ ଶରବରୀଙ୍କ ମଧ୍ୟରେ ମଜାଦାର ଲଢେଇ ଦେଖିବାକୁ ମିଳିବ। ସବୁଠାରୁ ମଜା କଥା ହେଲା ଏଥିରେ ଦୁଇ ହଳ ବଣ୍ଟି-ବବଲୀଙ୍କୁ ଦେଖିବାକୁ ମିଳିବ। ‘ବଣ୍ଟି ଔର୍ ବବଲୀ ୨’ ଏକ ପାରିବାରିକ ଫିଲ୍ମ ହୋଇଥିବା ବେଳେ ଏହା ସମସ୍ତଙ୍କୁ ହସେଇ ହସେଇ ବେଦମ କରିବ। ୟଶ ରାଜ୍‌ ଫିଲ୍ମ ବ୍ୟାନରରେ ତିଆରି ହୋଇଥିବା ଏହି ଫିଲ୍ମ ଦିପାବଳୀ ଅବସରରେ ରିଲିଜ୍ ହେବ।

Priyanka Chopra education struggle
ଏହି କାରଣରୁ ପ୍ରିୟଙ୍କାଙ୍କ ପାଠ ପଢା ଅଧା ରହିଗଲା

ବଲିଉଡର ସଫଳ ନାୟିକାମାନଙ୍କ ତାଲିକା ଦେଖିଲେ ପ୍ରିୟଙ୍କା ଚୋପ୍ରା ବାଦ ପଡିବେ ନାହିଁ। ଖାଲି ବଲିଉଡ୍ ନୁହେଁ ପ୍ରିୟଙ୍କା ହଲିଉଡ୍‌ରେ ମଧ୍ୟ ନିଜର ଏକ ଶକ୍ତ ପରିଚୟ ତିଆରି କରି ସାରିଲେଣି। ତେବ ସଫଳତା ସିଡିର ଏହି ସ୍ଥାନରେ ପହଞ୍ଚିବା ନେଇ ତାଙ୍କୁ କମ ପରିଶ୍ରମ କରିବାକୁ ପଡିନି। କୁହାଯାଏ ଯେ ପ୍ରିୟଙ୍କାଙ୍କ ପିଲାଦିନ ବହୁ ସଂଘର୍ଷମୟ ଥିଲା। ତାଙ୍କ ବାପା-ମାଆ ଉଭୟ ଆର୍ମି ଡାକ୍ତର ଥିଲେ। ଏହି କାରଣରୁ ତାଙ୍କ ପକ୍ଷେ ଗୋଟିଏ ସହରରେ ରହି ପାଠ ପଢିବା ସମ୍ଭବ ନ ଥିଲା।

Sanjeev Kumars tragic love
ପ୍ରେମ ଯୋଗୁଁ ସାରା ଜୀବନ ବାଡୁଅ ରହିଗଲେ ସଞ୍ଜୀବ କୁମାର

ହିନ୍ଦି ସିନେମାର ବରିଷ୍ଠ ଅଭିନେତା ସଞ୍ଜୀବ କୁମାର ଯେବେ ବି ପରଦାକୁ ଆସନ୍ତି ନିଜର ଗମ୍ଭୀରତାରେ ସେ ଦର୍ଶକଙ୍କ ହୃଦୟ ଜିତି ନିଅନ୍ତି। ତାଙ୍କ ସମୟରେ ଯେତେ ବି ଅ‍ଭିନେତା ଥିଲେ ସମସ୍ତଙ୍କ ଠାରୁ ସଞ୍ଜୀବ ଅଲଗା ବାରି ହୋଇ ପଡୁଥିଲେ। ସେ ମମୟରେ ସେ ସବୁଠାରୁ ହ୍ୟାଣ୍ଡସମ୍‌ ଅଭିନେତା ଥିଲେ। ଯୁବତୀମାନେ ତାଙ୍କୁ ପରଦାରେ ଦେଖି ବି ତାଙ୍କ ପ୍ରେମରେ ପଡିଯାଉଥିଲେ। ତେଣୁ ସଞ୍ଜୀବଙ୍କୁ ଜୀବନସାଥୀ କରିବା ନେଇ ଅନେକ ଯୁବତୀ ମଧ୍ୟ ତାଙ୍କ ପାଇଁ ଟିଫିନ୍ ପଠଉଥିଲେ। ଏଭଳି ସୁନ୍ଦର ଓ ପ୍ରସିଦ୍ଧ ଅଭିନେତାଙ୍କର ଯଦି ବିବାହ ନ ହୁଏ ତେବେ ଏ କଥା ସହଜେ ହଜମ ହୁଏନି। ତେବେ କ’ଣ ରହିଛି ଏହା ପଛର କାହାଣୀ?

Arjun and Malaika
ରୋମାଣ୍ଟିକ୍ ଅନ୍ଦାଜରେ ମଲାଇକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅର୍ଜୁନ

ଆଜି ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ଜନ୍ମଦିନ । ଏନେଇ ସୋସିଆଲ ମିଡିଆରେ ମଲାଇକାଙ୍କ ଫ୍ୟାନ୍ ଓ ବନ୍ଧୁ ମାନଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ମଲାଇକାଙ୍କ ଜନ୍ମଦିନ ଅବସରରେ ତାଙ୍କର ବଡ଼ ଫ୍ୟାନ୍ ତଥା ବୟଫ୍ରେଣ୍ଡ୍‌ ଅର୍ଜୁନ କପୁର ମଧ୍ୟ ରୋମାଣ୍ଟିକ୍‌ ଫଟୋ ପୋଷ୍ଟ କରି ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ।

Amitabh Bachchan remembers shooting days of Yaarana
‘ୟାରାନା’ ଅମିତାଭଙ୍କୁ ଦେଇଥିଲା ସଫଳତା; କ’ଣ କହିଲେ ବିଗ୍ ବି

ବଲିଉଡ୍‌ର ମହାନାୟକଙ୍କ କଥା ପଡିଲେ ସର୍ବପ୍ରଥମେ ବିଗ୍ ବି ଅମିତାଭ ବଚ୍ଚନଙ୍କ ନାମ ଆସିବା ଥୟ। ସେ ଅନେକ ଫିଲ୍ମରେ ନିଜ ଅଭିନୟର ସର୍ବୋତ୍ତମ ଦେଇଥିଲେ ବି ତାଙ୍କର ଏହି ସଫଳତାରେ ଉଚ୍ଚାରେ ପହଞ୍ଚିବା ନେଇ ‘ୟାରାନା’ ଫିଲ୍ମର ବଡ ଭୂମିକା ରହିଛି। ୨୩ ଅକ୍ଟୋବର ୧୯୮୧ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ହିନ୍ଦୀ ସିନେମାର ସର୍ବୋତ୍ତମ ଚଳଚ୍ଚିତ୍ରରେ ଅନ୍ତର୍ଭୁକ୍ତ ହୋଇଛି। ଏହି ଚଳଚ୍ଚିତ୍ର ସହିତ ଅନେକ ସ୍ମୃତି ମଧ୍ୟ ଜଡିତ ଅଛି। ସବୁବେଳେ ନକାରାତ୍ମକ ଭୂମିକା ଗ୍ରହଣ କରୁଥିବା ଅମଜାଦ ଖାନ 'ୟାରାନା'ରେ ଏକ ସକାରାତ୍ମକ ଭୂମିକାରେ ଦେଖାଦେଇଥିଲେ।

Engineer actress Taapsee Pannu
ତାପସୀ ପନ୍ନୁଙ୍କ ପଢା ପ୍ରତି ଥିଲା ରୁଚି; CAT ପାଇଥିଲେ, ଏକ ଆପ୍ ତିଆରି କରିଥିଲେ

ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ନାମ ଏମିତି କିଛି ଅଭିନେତ୍ରୀଙ୍କ ତାଲିକାରେ ଗଣାଯାଉଛି ଯେଉଁମାନେ ନିଜର ଦକ୍ଷତା ବଳରେ ଫିଲ୍ମକୁ ସୁପରହିଟ୍ କରେଇଦିଅନ୍ତି। ନିକଟରେ ଫିଲ୍ମ ‘ରଶ୍ମୀ ରକେଟ୍’ରେ ତାପସୀଙ୍କ ନିଷ୍ଠା ଓ ପରିଶ୍ରମ ସମସ୍ତେ ଦେଖିଛନ୍ତି। ପ୍ରକାଶଥାଉ ଯେ ଏହି ଅଭିନେତ୍ରୀ ପିଲା ଦିନେ ବହୁତ ପାଠ ପଢୁଥିଲେ। ଖାଲି ସେତିକି ନୁହେଁ ନିଜ ଦକ୍ଷତା ବଳରେ ସେ ଏକ ଆପ୍ ମଧ୍ୟ ତିଆରି କରିଥିଲେ।

Minoo Mumtaz passed away
ଆଉ ନାହାନ୍ତି ଅଭିନେତ୍ରୀ ମିନୁ ମୁମତାଜ୍

ସିନେ ପ୍ରେମୀଙ୍କ ପାଇଁ ଏକ ଦୁଃଖ ଖବର। ଆମ ଗହଣରେ ଆଉ ନାହାନ୍ତି ଡ୍ୟାନ୍ସର ତଥା ଅଭିନେତ୍ରୀ ମିନୁ ମୁମତାଜ୍। କାନାଡାରେ ତାଙ୍କର ପରଲୋକ ହୋଇଛି। ସେ ଜଣାଶୁଣା କମେଡିଆନ୍ ମହମୁଦ ଅଲୀଙ୍କ ଭଉଣୀ ଥିଲେ। ମୁମତାଜ୍‌ଙ୍କ ମୃତ୍ୟୁ ଖବର ତାଙ୍କ ଭାଇ ଅନ୍‌ୱର୍‌ ଅଲୀ ଦେଇଛନ୍ତି। ୫୦ ଦଶକର ଜଣାଶୁଣା ଏହି ସହ କଳାକାରଙ୍କର ମୃତ୍ୟୁ ଖବର ଆସିବା ପରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି।

imran-rekha
ଅଭିନେତ୍ରୀ ରେଖାଙ୍କ ସହ ଥିବା ସମ୍ପର୍କର ଖୁଲାସା କଲେ ଇମ୍ରାନ୍ ଖାନ୍

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ବ୍ୟକ୍ତିଗତ ଜୀବନ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି । କ୍ରିକେଟ ଖେଳୁଥିବା ବେଳୁ ହିଁ ତାଙ୍କର ‘ପ୍ଲେ ବଏ’ ପ୍ରତିଛବି ରହି ଆସିଛି । ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରେଖାଙ୍କ ସହ ଇମ୍ରାନ ଖାନଙ୍କ ସମ୍ପର୍କ ଥିବା ନେଇ ବେଶ ଚର୍ଚ୍ଚା ଚାଲିଥିଲା ।

Ananya pandey
ପୁଣି NCB ଅଫିସ୍‌ରେ ହାଜର ହେଲେ ଅନନ୍ୟା

ଅନନ୍ୟାଙ୍କୁ ପୁଣି ସମନ୍ । ମୁମ୍ବାଇ କ୍ରୁଜ୍ ଡ୍ରଗସ୍‌ ମାମଲାରେ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଆଜି ୪ ଘଣ୍ଟା ଜେରା କରିଛି ଏନସିବି । ଆର୍ୟନଙ୍କ ସହ ଡ୍ରଗ୍ସ ଲିଙ୍କ ନେଇ ଅନନ୍ୟାଙ୍କୁ ମାରାଥନ ଜେରା କରିଥିଲେ NCB ଅଧିକାରୀ ।

Bunty aur Babli 2 teaser
‘ବଣ୍ଟି ଔର ବବ୍‌ଲି ୨’ର ଟିଜର ରିଲିଜ୍‌, ୧୨ ବର୍ଷ ପରେ ପରଦାରେ ଧୁମ୍ ମଚେଇବେ ରାନୀ-ସୈଫ୍

ରାନୀ ଓ ସୈଫ୍‌ଙ୍କ ଫ୍ୟାନ୍ ମାନଙ୍କ ପାଇଁ ଖୁସି ଖବର । ବହୁ ପ୍ରତୀକ୍ଷିତ ଫିଲ୍ମ 'ବଣ୍ଟି ଔର ବବ୍‌ଲି ୨'ର ଟିଜର ୟଶରାଜ୍‌ ଫିଲ୍ମସ ପକ୍ଷରୁ ରିଲିଜ୍ ହୋଇଛି । ଫିଲ୍ମରେ ୧୨ ବର୍ଷ ପରେ ପୁଣି ଏକାଠି ନଜର ଆସୁଛନ୍ତି ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଓ ରାନୀ ମୁଖାର୍ଜୀ । ଫିଲ୍ମରେ ରାନୀ ମୁଖାର୍ଜୀ ଓ ସୈଫ୍ ଅଲ୍ଲୀ ଖାନ୍ ଙ୍କ ବ୍ୟତୀତ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ ଓ ଅଭିନେତ୍ରୀ ଶରବରୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Oscar award
ଓସ୍କାର ପାଇଁ ମନୋନୀତ ହେଲା ଫିଲ୍ମ ‘ସର୍ଦ୍ଦାର ଉଧମ୍‌ ସିଂ’ ଓ ‘ଶେରନୀ’

ପ୍ରତିବର୍ଷ ଓସ୍କାର ପାଇଁ ଭାରତୀୟ ସିନେମା ମଧ୍ୟରୁ କିଛି ଫିଲ୍ମ ମନୋନୀତ ହୋଇଥାଏ । ବିଦ୍ୟା ବାଲନ ଅଭିନିତ ‘ଶେରନୀ’ ଏବଂ ଭିକ୍କି କୌଶଲ ଅଭିନିତ ଫିଲ୍ମ ‘ସର୍ଦ୍ଦାର ଉଧମ୍‌ ସିଂ’ ଓସ୍କାର ୨୦୨୨’ ପାଇଁ ମନୋନୀତ ହୋଇଛି । ଏନେଇ ୨ଟି ଫିଲ୍ମର କଳାକାର ବିଦ୍ୟା ବାଲନ ଓ ବିକି କୌଶଲ ନିଜର ଖୁସି ଜାହିର କରିଛନ୍ତି ।

Ananya Pandey
ବାପା ଚଙ୍କିଙ୍କ ସହ NCB ଅଫିସରେ ଅନନ୍ୟା

ବଲିଉଡ୍ ଷ୍ଟାର୍‌ ଅନନ୍ୟା ପାଣ୍ତେଙ୍କ ଘରେ ପହଞ୍ଚିଛି ଏନସିବି ସମନ୍ । ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ମୁମ୍ବାଇ ବାସଭବନକୁ ଯାଇ ଯାଞ୍ଚ କରୁଛି ଏନ୍‌ସିବି । ତାଙ୍କୁ ଆଜି ୨ଟା ବେଳେ ହାଜର ହେବାକୁ ନୋଟିସ୍ କରିଛି ଏନସିବି ।

Shahrukh Khan asked home food for son
ବାପା, ମତେ ଜେଲ୍‌ର ଖାଇବା ଭଲ ଲାଗୁନି : ଆର୍ୟନ୍

ଶାହରୁଖ ଖାନଙ୍କ ପରିବାରକୁ ଆଜିକାଲି ମାନସିକ ଚିନ୍ତାରେ ଜୀବନ କାଟିବାକୁ ପଡୁଛି। କାହିଁକି ବା ଚିନ୍ତାରେ ନ ରହିବେ, ଯେତେବେଳେ ମନ୍ନତର ରାଜକୁମାର ଜେଲରେ ଦିନ କାଟୁଛନ୍ତି ସେତେବେଳେ କୋଉ ବାପା-ମା ଶାନ୍ତିରେ ବା ରହିପାରିବେ। ଡ୍ରଗ୍ସ ମାମଲାରେ ଆଜିକୁ ୧୪ ଦିନ ହେବ ଆର୍ୟନ୍ ଖାନ ଜେଲ୍‌ର ଚାରିକାନ୍ଥ ଭିତରେ ଅଛନ୍ତି। ଜେଲରେ ତାଙ୍କୁ ବହୁତ କଷ୍ଟ ଅନୁଭବ ହେଉଛି, ସେ ନିଜକୁ ଖାପଖୁଆଇ ପାରୁ ନାହାନ୍ତି। ଆଜି ଅର୍ଥାତ ଗୁରୁବାର ସକାଳେ ଶାହରୁଖ ଖାନ ଆର୍ଥର ରୋଡ୍ ଜେଲ୍ ଯାଇ ତାଙ୍କ ପୁଅକୁ ଭେଟି ତାଙ୍କୁ ସାହସ ଦେଇଛନ୍ତି।

Inox offers free movie tickets
କାଲିଠାରୁ ପ୍ରେକ୍ଷାଳୟ ଖୋଲା; ଆଇନକ୍ସ ତରଫରୁ ମାଗଣା ଟିକେଟ୍

କରୋନା ଭାଇରସ୍ କାରଣରୁ ଦୀର୍ଘଦିନ ଧଦି ମଲ୍ଟିପ୍ଲେକ୍ସ ବନ୍ଦ ରହିଥିଲା। ତେବେ ଆସନ୍ତାକାଲି ବା ୨୨ ତାରିଖରୁ ଖୋଲାଯାଉଛି। ପୁଣିଥିରେ ବଡ ପରଦାର ଧମାକା ଫେରିବାକୁ ଯାଉଛି। ଏହି ମସ୍ତିକୁ ଆହୁରି ବଢେଇବା ନେଇ ଦର୍ଶକମାନଙ୍କ ପାଇଁ ମଲ୍ଟିପ୍ଲେକ୍ସ ଚେନ୍ ଆଇନକ୍ସ ଲେଜର ଲିମିଟେଡ୍ ଏକ ଭଲ ଉପହାର ନେଇ ଆସିଛି। ଏହି ଉପହାରରେ ମଲ୍ଟିପ୍ଲେକ୍ସ ଫ୍ରି ମୁଭି ଟିକେଟ୍ ବାଣ୍ଟୁଥିବା ଜଣାଯାଇଛି।

NCB's ascent sharukh's house
ଶାହାରୁଖଙ୍କ ଘରେ NCB, ଅନନ୍ୟା ପାଣ୍ଡେଙ୍କୁ ପଚରାଉଚୁରା

ଶାହାରୁଖଙ୍କ ଘର ମନ୍ନତରେ ନାର୍କୋଟିକ୍‌ସ କଣ୍ଟ୍ରୋଲ ବ୍ୟୁରୋ(NCB) ଚଢଉ କରିଛି । ମନ୍ନତରେ ହାଉସରେ ବହୁ ତଲାସୀ ଆରମ୍ଭ କରିଛି ଏନସିବି । ତେବେ ଏହା ପୂର୍ବରୁ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ମଧ୍ୟ NCB ରେଡ୍‌ କରିଛି । ଏହା ସହ ଅନନ୍ୟାଙ୍କୁ ଏନସିବି ଅଫିସରେ ଦିନ ଦ୍ୱିପହରରେ ହାଜର ହେବାକୁ ସମନ ଜାରି କରାଯାଇଛି ।

Gauahar Khan says a producer said she will die in her 30s
୩୦ ବର୍ଷରେ ମରି ଯାଇଥାନ୍ତେ ଏହି ଅଭିନେତ୍ରୀ!

ନିକଟରେ ଗୌହର ଖାନ କୃତୀ ଖରବନ୍ଦା ଓ ବିକ୍ରାନ୍ତ ମୈସୀଙ୍କ ଗୀତ ’୧୪ ଫେରେ’ରେ ନଜର ଆସିଥିଲେ। ବର୍ତ୍ତମାନ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ସେ ଯେତେବେଳେ ଅଭିନୟ ଦୁନିଆରେ ନିଜ କ୍ୟାରିୟର ଆରମ୍ଭ କରୁଥିଲେ ଜଣେ ପ୍ରଯୋଜକ ତାଙ୍କୁ ତାଙ୍କର କୁଣ୍ଡଳୀ ମାଗିଥିଲେ ଓ ତାଙ୍କୁ ୩୦ ବର୍ଷରେ ମରିଯିବେ ବୋଲି କହିଥିଲେ। କିନ୍ତୁ ବର୍ତ୍ତମାନ ଏହି ଅଭିନେତ୍ରୀଙ୍କୁ ୩୮ ବର୍ଷ ହେଲାଣି।

This girl in mother lap is a big bollywood actress
ମା’ କାଖରେ ବଲିଉଡର ଜଣେ ବଡ ଅଭିନେତ୍ରୀ, ଚିହ୍ନନ୍ତୁ କିଏ?

ଆଜିକାଲି ବଲିଉଡ୍ ତାରକାଙ୍କ ଥ୍ରୋବ୍ୟାକ୍‌ ଫଟୋ ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟି କରୁଛି। କିଛି ଦିନ ହେବ କୌଣସି ନା କୌଣସି ସେଲିବ୍ରିଟିଙ୍କ ପିଲାଦିନର ବା ଷ୍ଟ୍ରଗ୍ଲିଂ ଦିନର ଫଟୋ ଭାଇରାଲ ହେଉଛି। ଏହି ଅବସରରେ ଏବେ ଆଉ ଜଣେ ବଡ ଅଭିନେତ୍ରୀଙ୍କ ଫଟୋ ସାମ୍ନାକୁ ଆସିଛି। ଏହା ଖୁବ୍ ଚର୍ଚ୍ଚାରେ ମଧ୍ୟ ରହିଛି। ଏହି ଫଟୋରେ ବଲିଉଡ୍‌ର ଜଣେ ସଫଳ ଅଭିନେତ୍ରୀ ତାଙ୍କ ମା’ଙ୍କ କାଖରେ ଅଛନ୍ତି। ଅଭିନେତ୍ରୀଙ୍କ ଏହି ପିଲାଦିନର ଫଟୋକୁ ଚିହ୍ନିବା ନେଇ ଲୋକେ ଲାଗିପଡିଛନ୍ତି।

Sooryavanshi film song Aila Re Aila teaser out
‘ସୂର୍ଯ୍ୟବଂଶୀ’ ଟିଜର୍‌ ରିଲିଜ୍, ଆସନ୍ତା କାଲି ଗୀତ

ରୋହିତ ଶେଟ୍ଟୀଙ୍କ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍‌ ଷ୍ଟାରର ‘ସୂର୍ଯ୍ୟବଂଶୀ’ ନଭେମ୍ବର ୫ରେ ରିଲିଜ୍ ହେବ। ଦର୍ଶକେ ଏହି ଫିଲ୍ମକୁ ବହୁତ ଉତ୍ସାହର ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ଅଜୟ ଦେବଗନ ଓ ରଣବୀର ସିଂହ ଗେଷ୍ଟ୍ କଳାକାର ଭାବେ ନଜର ଆସିବେ। ଏହି ଫିଲ୍ମର ପ୍ରଥମ ଗୀତ ‘ଆଇଲା ରେ ଆଇଲା’ ଗୁରୁବାର ରିଲିଜ୍ ହେବ।

Janhvi Kapoor gets angry on Boney Kapoor
ଏୟାରପୋର୍ଟରେ ବାପା ବୋନୀ କପୁରଙ୍କୁ ଗାଳି କଲେ ଜାହ୍ନବୀ, ଜାଣନ୍ତୁ କାହିଁକି?

ମଙ୍ଗଳବାର ଜାହ୍ନବୀ କପୁର ତାଙ୍କ ବାପା ବୋନୀ କପୁରଙ୍କ ସହିତ ଏୟାରପୋର୍ଟରେ ନଜର ଆସିଥିଲେ। ତେବେ ମା ଶ୍ରୀଦେବୀ ଏ ଦୁନିଆରୁ ବିଦାୟ ନେବା ପରେ ଜାହ୍ନବୀ ତାଙ୍କ ବାପାଙ୍କର ବହୁତ କେୟାର ନେଉଛନ୍ତି। ଏୟାରପୋର୍ଟରେ ଯେତେବେଳେ ସେମାନଙ୍କୁ ଫଟୋଗ୍ରାଫର ମାନେ ଭେଟିଥିଲେ ବୋନୀ କପୁରଙ୍କୁ ମାସ୍କ କାଢିବା ନେଇ କହିଥିଲେ। ସେ ଯେତେବେଳେ ମାସ୍କ କାଢିଛନ୍ତି ଜାହ୍ନବୀ ବାପାଙ୍କ ଉପରେ ରାଗିଯାଇଥିଲେ ଓ ଗାଳି ମଧ୍ୟ କରିଥିଲେ।

karishma kapoor
ଆସୁଛି ଫିଲ୍ମ ‘ଜବ ୱି ମେଟ’ର ଦ୍ୱିତୀୟ ଭାଗ,କରୀନାଙ୍କ ବଦଳରେ କରିସ୍ମା

ବଲିଉଡ ଫିଲ୍ମ ଫିଲ୍ମ ‘ଜବ ୱି ମେଟ’ ସେହି ସମୟରେ ବହୁତ ସଫଳତା ସାଉଁଟିଥିଲା । ତେବେ ଦର୍ଶକଙ୍କ ପାଇଁ ଖୁସି ଖବର ,କାହିଁକି ନା ‘ଜବ୍ ୱେ ମେଟ୍’ର ଦ୍ୱିତୀୟ ଭାଗ ତିଆରି ହେବାକୁ ଯାଉଛି । ଫିଲ୍ମରେ ଏଥର କରୀନାଙ୍କ ବଦଳରେ ଏହି ଫିଲ୍ମରେ ଅଭିନେତ୍ରୀ କରିସ୍ମା କପୁର ଦେଖିବାକୁ ମିଳିବ। ତେବେ କରିସ୍ମା ଏହି ଖବର ସୋସିଆଲ ମିଡିଆରେ ନିଜେ ଜଣାଇଛନ୍ତି । ଏହା ସହିତ କରିସ୍ମା ବହୁତ ଦିନ ପରେ ବଡ଼ ପରଦାରେ ନଜର ଆସୁଛନ୍ତି ।