ଅନେକ ରାଜ୍ୟ ସରକାର ଏବଂ ଶିକ୍ଷାନୁଷ୍ଠାନ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ପ୍ରାର୍ଥୀଙ୍କ ପାଇଁ UPSC ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ମାଗଣା କୋଚିଂ ପ୍ରଦାନ କରନ୍ତି। ଏଥିରେ ଆଡ୍ମିଶନ୍ କରି ଆପଣ ମାଗଣାରେ UPSC ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ।
(ପୂର୍ବ ପ୍ରକାଶିତ ଉତ୍ତାରୁ).. ତେତିକିବେଳେ କ’ଣ ହେଲା କି, ଆମମାନଙ୍କ ସେଠେ ପଲ ତନଖି କରିବାକୁ ଯାଇ ସେଇଠି ପାରିଧି ଦେଖୁଥିଲେ। କୁହା ନାହିଁ ବୋଲା ନାହିଁ କ’ଣ ମନକୁ ଆସିଲା, ହୁଡ଼ହୁଡ଼ କରି ପାଣିରେ ପଶିଗଲେ। ଦଣ୍ଡକ ଭିତରେ କାଜ ଦୁଇଟାକୁ ଆଣି ସାଇବ ଆଗରେ ଥୋଇ ଦେଲେ। ସାଇବ ତ ମହା ଖୁସି।.. ପଚାରିଲେ- ତୁମ୍ କୋନ୍ ହେ?
ଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି । ୧୦ଟି ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ମଧ୍ୟ ମିଳିଛି । କ୍ୟାବିନେଟ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା ।
ଅଙ୍ଗନବାଡ଼ି ଗୃହ ଅଭାବରୁ ଏକ ଭଡ଼ା ଘରେ ଚାଲିଛି ପାଠପଢା । ପିଲାମାନେ ଯେଉଁ ଭଡ଼ା ଘରେ ପଢୁଛନ୍ତି ସେଠାରେ ଭଲରେ ବସି ପଢିବା, ବସିବା, ରନ୍ଧା ଖାଦ୍ୟ ଖାଇବା ସୁବିଧା ନାହିଁ। ଆଜବେଷ୍ଟସ ଘରେ ପଢୁଥିବା ବେଳେ ଲାଇନ ନାହିଁ, ଗରମରେ ସିଝି ଯାଉଛନ୍ତି କୁନି କୁନି ପିଲା। ଝାଡ଼ା ପରିସ୍ରାର ମଧ୍ୟ ସୁବିଧା ନାହିଁ।
ଏମିତି ଏକ ବିଶ୍ବବିଦ୍ୟାଳୟ ରହିଛି ଯେଉଁଥିରେ ସର୍ବାଧିକ ବିଲିୟନାରୀ ମାନେ ପାଠ ପଢିଛନ୍ତି। ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ୯୨୨ ବର୍ଷ ପୁରୁଣା ଏକ ବିଶ୍ବବିଦ୍ୟାଳୟ।
ପଢ଼ନ୍ତୁ ଓଡ଼ିଆ ସାହିତ୍ୟର କାଳଜୟୀ କାହାଣୀ 'ରାଣ୍ଡିପୁଅ ଅନନ୍ତା'। ବ୍ୟାସକବି ଫକୀର ମୋହନଙ୍କର ଏହି ବହୁପଠିତ ଓ ବହୁ ଚର୍ଚ୍ଚିତ କାହାଣୀକୁ ନେଇ ଆଗରୁ ଟେଲିଫିଲ୍ମ ହୋଇଛି। ଏବେ ମଧ୍ୟ ଏହାକୁ ନେଇ ଏକ ସଂପୂର୍ଣ୍ଣ ଚଳଚ୍ଚିତ୍ର ଆସିବାକୁ ଯାଉଛି। ତେବେ ଏହା ପୂର୍ବରୁ ଏହି ନାଁଟିକୁ ନେଇ ବାଦବିବାଦ ଉଠିଥିଲା। ଅନେକ ଲୋକ ହୁଏତ ପ୍ରଖ୍ୟାତ ସ୍ରଷ୍ଟା ଫକୀର ମୋହନଙ୍କର ଏହି କାଳଜୟୀ କାହାଣୀଟି ପଢ଼ିନଥିବେ। ଏଥିପାଇଁ ଆମେ ଧାରାବାହିକ ଭାବେ ପ୍ରକାଶ କରିବାକୁ ପ୍ରୟାସ କରୁଛୁ।
ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ କରୁଥିଲେ ସାବଧାନ ! ଧରାପଡ଼ିଯିବ କିଏ କେଉଁଠୁ କରିଛି ପେପର୍ ଲିକ୍ । ସିରିଏଲ୍ ନମ୍ୱର, ୱାଟରମାର୍କ, QR କୋଡ୍ । ପେପର୍ ଲିକ୍ ରୋକିବାକୁ ବୋର୍ଡର ବଡ଼ ପଦକ୍ଷେପ ।
ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ କରୁଥିଲେ ସାବଧାନ ! ଧରାପଡ଼ିଯିବ କିଏ କେଉଁଠୁ କରିଛି ପେପର୍ ଲିକ୍ । ସିରିଏଲ୍ ନମ୍ୱର, ୱାଟରମାର୍କ, QR କୋଡ୍ । ପେପର୍ ଲିକ୍ ରୋକିବାକୁ ବୋର୍ଡର ବଡ଼ ପଦକ୍ଷେପ ।
ଜାତୀୟ ଶିକ୍ଷା ନୀତି (NEP)- ୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଗଣଶିକ୍ଷା ବିଭାଗ । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ କରିକୁଲମ୍ ପ୍ରସ୍ତୁତି କରାଯିବ।
ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ କ୍ଷୀର ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଗିଫ୍ଟ ମିଲ୍କ୍କ ଯୋଜନାରେ ୨୯ଟି ସ୍କୁଲର ୧୧୮୪ ପିଲାଙ୍କୁ ପ୍ରତିଦିନ ୨୦୦ ଏମ୍ଏଲ୍ ଭିଟାମିନ୍ A ଓ D ଯୁକ୍ତ କ୍ଷୀର ଦିଆଯିବାକୁ ଯୋଜନା ହୋଇଛି।
ଅଧାରୁ ଆଉ ପାଠ ଛାଡ଼ୁନାହାନ୍ତି ବିଦ୍ୟାର୍ଥୀ। କେବଳ ୨୦୨୩-୨୪ ଶିକ୍ଷାବର୍ଷରେ ସ୍କୁଲକୁ ଆସିଛନ୍ତି ଲକ୍ଷେରୁ ଅଧିକ ଛାତ୍ରଛାତ୍ରୀ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ୟୁ-ଡାଇଜ୍ ପ୍ଲସ୍ ରିପୋର୍ଟରୁ ସାମ୍ନାକୁ ଆସିଛି ଏଭଳି ଚମକାଇଲା ଭଳି ତଥ୍ୟ।
ବିପିଏସସିର ଅଧାରୁ ଅଧିକ ସିଟ ବିକ୍ରି ହେଉଛି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି। ଆଜିର ଦିନରେ ୧୫ ହଜାର ପରୀକ୍ଷାର୍ଥୀ ପୁଣି ଥରେ ବିପିଏସସି ପରୀକ୍ଷା ଦେଉଛନ୍ତି। କିନ୍ତୁ ୩.୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପୁନର୍ବାର ପରୀକ୍ଷା ସୁଯୋଗ ମିଳୁ ନଥିବା ନେଇ ଅଭିଯୋଗ କରି ଧାରଣାରେ ବସିଛନ୍ତି। ରାଜ୍ୟରେ ଡିଏସପି ଚାକିରି ଗୁଡିକ ୧.୫ କୋଟି ଟଙ୍କାରେ ବିକ୍ରି ହେଉଛି। ଦୁର୍ନୀତିଖୋର ଲୋକମାନେ ଖୋଲାଖୋଲି ଏଭଳି କରୁଥିବା ବେଳେ ସରକାର ନିଦା ବିଷ୍ଣୁ ସାଜିଛନ୍ତି।
ଦ୍ୱାଦଶ ପରେ ଅନେକ ଛାତ୍ର ପାଠ ପଢାର ଅଧିକ ଚାପ ନ ନେଇ ମେଡିକାଲ୍ ଡିପ୍ଲୋମା କିମ୍ବା ସାର୍ଟିଫିକେଟ୍ କୋର୍ସରେ ଆଡ୍ମିଶନ୍ କରନ୍ତି। ଦ୍ୱାଦଶ ପରେ ଗୋଟିଏ ବର୍ଷରେ ଅନେକ ଡାକ୍ତରୀ କୋର୍ସ କରାଯାଇପାରିବ ତାହା ପୁଣି ବିନା NEETରେ।
ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ୩୦ଟି ପଦବୀ, ଓଡ଼ିଶା ଅର୍ଥ ସେବା (ଓଏଫଏସ)ପାଇଁ ୪୬, ଓଡ଼ିଶା ଟ୍ୟାକ୍ସେସନ ଆଣ୍ଡ ଆକାଉଣ୍ଟ ସେବା ପାଇଁ ୬୨, ଓଡ଼ିଶା ସମବାୟ ଅଡିଟ ସେବା ପାଇଁ ୫, ଓଡ଼ିଶା ସମବାୟ ସେବା ପାଇଁ ୧୪ ଓ ଓଡ଼ିଶା ରାଜସ୍ବ ସେବା ପାଇଁ ୪୩ଟି ପଦବୀ ସୃଷ୍ଟି ହୋଇଛି। କୌଣସି ସରକାରୀ ସ୍ବୀକୃତି ପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ ମାନେ ଆବେଦନ କରି ପାରିବେ। ସେହିପରି ଆବେଦନକାରୀଙ୍କ ବୟସ ୨୧ରୁ ୩୮ ମଧ୍ୟରେ ରହିଥିବା ଆବଶ୍ୟକ।
ଛାତ୍ରବୃତ୍ତିର ପରିସର ବହୁତ ବ୍ୟାପକ ହୋଇଥିବା ବେଳେ ୨୯ଟି ରାଜ୍ୟର ୫୪୦ଟି ଜିଲ୍ଲାରୁ ବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଏହି ୫ ହଜାର ଛାତ୍ରଛାତ୍ରୀ ପ୍ରାୟ ୧୩୦୦ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଅଛନ୍ତି। ଓଡ଼ିଶାର ୧୨୦ ଜଣ ଛାତ୍ରଛାତ୍ରୀ ୨୦୨୪-୨୫ରେ ଛାତ୍ରବୃତ୍ତି ପାଇବାରେ ସଫଳ ହୋଇଛନ୍ତି।
କାର୍ଯ୍ୟକ୍ରମ ଆରମ୍ଭରେ କମ୍ପୁଟର ସାଇନ୍ସ ଡିପାର୍ଟମେଣ୍ଟର ପୂର୍ବତନ ଅଧ୍ୟକ୍ଷ ତଥା ମୁଖ୍ୟବକ୍ତା ଡକ୍ଟର ଏ. କେ ବିଶୋଇ ଓ ବର୍ତ୍ତମାନର ଅଧ୍ୟକ୍ଷ ଡକ୍ଟର ପ୍ରଫୁଲ୍ଲ କୁମାର ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ l ପ୍ରାରମ୍ଭିକ ସଙ୍ଗୀତ ପରେ ଆମେରିକାରେ ସ୍ଥାୟୀ ଭାବେ ଅବସ୍ଥାପିତ ସଭାପତି ନୀଳମଣି ରୋହିଦାସ ଅଭିଭାଷଣ ପ୍ରଦାନ କରିଥିଲେ l
ଇଣ୍ଟର୍ନସିପ୍ ଏକ ମୂଲ୍ୟବାନ ଶିକ୍ଷଣ ଅଭିଜ୍ଞତା ହେବା ଉଚିତ। ଯଦି ଆପଣ ମଧ୍ୟ ଇଣ୍ଟର୍ନସିପ୍ କରୁଛନ୍ତି କିମ୍ବା କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହାକୁ କ୍ୟାରିୟର ଦୃଷ୍ଟିକୋଣରୁ ଉପଯୋଗୀ କରିବା ପାଇଁ ଆପଣଙ୍କୁ କିଛି ଗଠନମୂଳକ ଓ ସହାୟକ ରଣନୀତି ଆପଣେଇବାକୁ ପଡିବ।
ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ୍ରୁ ବାହାର କରାଯାଇପାରିବନି । ଶିକ୍ଷାର ମାନ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଥିବା କହିଲେ କେନ୍ଦ୍ର ଶିକ୍ଷା ସଚିବ ।
ସରକାରଙ୍କ ଲକ୍ଷ୍ୟ- ଶହେ ପ୍ରତିଶତ ରେଜଲ୍ଟ। ହେଲେ ଗଣିତ, ବିଜ୍ଞାନ ଓ ଇଂରାଜୀରେ ପିଲା ଦୁର୍ବଳ। ଗାଇଡ୍ କରିବାକୁ ବି ସ୍କୁଲରେ ନାହାନ୍ତି ଆବଶ୍ୟକ ଶିକ୍ଷକ।
ଗଣିତ, ବିଜ୍ଞାନ ଓ ଇଂରାଜୀରେ ଦୁର୍ବଳ ଓଡ଼ିଆ ଛାତ୍ର। ସ୍କୁଲରେ ନାହାନ୍ତି ଶିକ୍ଷକ, ଖାଲି ପଡ଼ିଛି ଗଣ୍ଡାଗଣ୍ଡା ପଦବି। ସ୍କୁଲ ଶିକ୍ଷାର ମୂଳ ବିଷୟରେ ପିଲାଙ୍କର ନାହିଁ ପକଡ।
ଗତ କିଛି ବର୍ଷ ମଧ୍ୟରେ, ଅନେକ ପୁରୁଣା ଚାକିରି ମୂଲ୍ୟହୀନ ହୋଇଯାଇଛି ଏବଂ ସେଗୁଡିକ ସ୍ଥାନରେ ନୂତନ ଚାକିରି ସୃଷ୍ଟି ହୋଇଛି। ଆସନ୍ତା ବର୍ଷ ମଧ୍ୟ ଏହି ଧାରା ଜାରି ରହିବ। ଜାଣନ୍ତୁ ୨୦୨୫ରେ କେଉଁସବୁ ଚାକିରିର ଚାହିଦା ରହିବ।
ଆପଣ ଜାଣିଛନ୍ତି କି…ଭାରତର ସବୁଠୁ ଦାମୀ ସ୍କୁଲ୍ର ନାଁ କ’ଣ ଆଉ ସେଠି ପାଠ ପଢ଼ିବାକୁ ହେଲେ ମାସକୁ କେତେ ଖର୍ଚ୍ଚ ହୁଏ। ଯଦି ଜାଣିନାହାଁନ୍ତି, ଆମେ ଏମିତି କିଛି ସ୍କୁଲ୍ ବିଷୟରେ ଆପଣଙ୍କୁ ସୂଚନା ଦେଉଛୁ।
କ୍ୟାମ୍ପସ୍ ପ୍ଲେସମେଣ୍ଟର୍ ଅନେକ ଲାଭ ଅଛି। ପ୍ରଥମତଃ କଲେଜରୁ ପାସ୍ କରିବା ପୂର୍ବରୁ ମଧ୍ୟ ଜଣେ ଚାକିରି ପାଇଥାଏ ଏବଂ ଦ୍ୱିତୀୟରେ, ଏହି କମ୍ପାନୀଗୁଡିକ ମଧ୍ୟ ବାହାର ଅପେକ୍ଷା ଅଧିକ ଦରମା ଦେଇଥାନ୍ତି। କ୍ୟାମ୍ପସ୍ ପ୍ଲେସ୍ମେଣ୍ଟ୍ରେ ଚାକିରି ସୁରକ୍ଷିତ କରିବାକୁ କିଛି ଟିପ୍ସ ଜାଣନ୍ତୁ।
ଆଜ୍ଞା ହଁ, ଆମେ କହୁଛୁ ତେଲେଙ୍ଗାନାର ଅନୁଦୀପ ଦୂରଶେଟ୍ଟୀଙ୍କ କଥା । ଯିଏ କି ୨୦୧୭ରେ UPSC ଟପ୍ପର ରହିଥିଲେ । ସବୁଠାରୁ ବଡ଼ କଥା ହେଲା, ଟପ୍ପର ହେବା ପୂର୍ବରୁ ସେ ତିନିଥର ଏହି ପରୀକ୍ଷାରେ ଫେଲ୍ ହୋଇଛନ୍ତି ।
ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଫର୍ମପୂରଣ ପ୍ରକ୍ରିୟା ଶେଷ ହୋଇଛି। ଫର୍ମ ପୂରଣ ତଥ୍ୟ ଯାଞ୍ଚ ଲାଗି କାଉନସିଲ୍ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।