Advertisment

Anganwadi Center in Rented House: ଭଡ଼ା ଘରେ ଅଙ୍ଗନବାଡ଼ି କେନ୍ଦ୍ର...ବାର ହୀନସ୍ତା ହୋଇ ପାଠ ପଢୁଛନ୍ତି କୁନି କୁନି ପିଲା

ଅଙ୍ଗନବାଡ଼ି ଗୃହ ଅଭାବରୁ ଏକ ଭଡ଼ା ଘରେ ଚାଲିଛି ପାଠପଢା । ପିଲାମାନେ ଯେଉଁ ଭଡ଼ା ଘରେ ପଢୁଛନ୍ତି ସେଠାରେ ଭଲରେ ବସି ପଢିବା, ବସିବା, ରନ୍ଧା ଖାଦ୍ୟ ଖାଇବା ସୁବିଧା ନାହିଁ। ଆଜବେଷ୍ଟସ ଘରେ ପଢୁଥିବା ବେଳେ ଲାଇନ ନାହିଁ, ଗରମରେ ସିଝି ଯାଉଛନ୍ତି କୁନି କୁନି ପିଲା। ଝାଡ଼ା ପରିସ୍ରାର ମଧ୍ୟ ସୁବିଧା ନାହିଁ।

author-image
Prasan Subudhi
ଅଦ୍ୟତନ ହୋଇଛି
ଅବ୍ୟବସ୍ଥା ଘେରରେ ଅଙ୍ଗନବାଡ଼ି କେନ୍ଦ୍ର

ଅବ୍ୟବସ୍ଥା ଘେରରେ ଅଙ୍ଗନବାଡ଼ି କେନ୍ଦ୍ର

ସରକାର କୁନି କୁନି ପିଲାଙ୍କୁ ପାଠପଢା ପ୍ରତି ଆକୃଷ୍ଟ କରିବା ପାଇଁ ଆରମ୍ଭ କରିଛନ୍ତି ମହିଳା ଓ ଶିଶୁ ସମନ୍ବୟ ବିକାଶ କେନ୍ଦ୍ର। ଯାହାର ନାଁ ଅଙ୍ଗନବାଡ଼ି କେନ୍ଦ୍ର । କିନ୍ତୁ ଅଧିକାଂଶ ଅଙ୍ଗନବାଡ଼ିରେ ଘର ନଥିବାରୁ କୁନି କୁନି ପିଲାଙ୍କ ପାଠ ପଢାରେ ବାଧା ଉପୁଜୁଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଅଧିକାଂଶ ଅଙ୍ଗନବାଡ଼ି କେନ୍ଦ୍ରରେ ଏବେ ଏମିତି ଅବସ୍ଥା। କେଉଁଠି ଭଡ଼ା ଘରେ ତ ଆଉ କେଉଁଠି ବାରଣ୍ଡାରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର।

Advertisment

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ମହିଳା ଓ ଶିଶୁ ସମନ୍ବୟ ବିକାଶ କେନ୍ଦ୍ର ଚାନ୍ଦବାଲି -୧ ଏବଂ ଚାନ୍ଦବାଲି -୨ ଦୁଇଟି ଅଫିସ କାର୍ଯ୍ୟାଳୟ ରହିଛି। ଯେଉଁଠି ଦୁଇ ଦୁଇଟି ବିଭାଗୀୟ ଅଧିକାରିଣୀ ନିଯୁକ୍ତି ପାଇଛନ୍ତି। ଚାନ୍ଦବାଲି ଠାରେ ଅବସ୍ଥିତ ଥିଵା ଚାନ୍ଦବାଲି -୧ କାର୍ଯ୍ୟାଳୟରେ ୨୨୦ ଅଙ୍ଗନବାଡ଼ି କେନ୍ଦ୍ରର ଆବଶ୍ୟକ ରହିଥିଲା ବେଳେ ୧୩୭ଟି ଗୃହ ଶେଷ ହୋଇ ପାଠପଢା ହେଉଛି । ଆଉ ୩ଟି ଗୃହ ତିଆରି ପରେ ହସ୍ତାନ୍ତର ହୋଇ ନାହିଁ। ବାକି ଆହୁରି ୮୦ ଟା ଗୃହରୁ ୩୩ ଟି ଆରମ୍ଭ ହେଉଛି। ଠିକ୍ ସେହିପରି ମତୋ ଠାରେ ଅବସ୍ଥିତ ଚାନ୍ଦବାଲି -୨ ରେ ଯେଉଁ କାର୍ଯ୍ୟାଳୟ ରହିଛି ମୋଟ୍ ୨୦୮ ଅଙ୍ଗନବାଡ଼ି ଗୃହ ଆବଶ୍ୟକୀୟ ରହି ଥିଲାବେଳେ ୧୩୮ ଗୃହ ଶେଷ ହୋଇ ପାଠପଢା ହେଉଛି।

ଆଉ ବାକି ୭୦ ଟି ଗୃହରୁ ୨୨ ଟି ଗୃହ ଆରମ୍ଭ ହେଉଛି ଏବଂ ୪୮ ଟି ଅଙ୍ଗନବାଡ଼ି ଗୃହ ଅଭାବରୁ ସେହି ସମାନ ଅବସ୍ଥାରେ ଗଛ ମୂଳେ, ବାରଣ୍ଡା, ଭଡ଼ା ଘରେ ଚାଲିଛି ପାଠ ପଢ଼ା। ଏମିତି ଚାନ୍ଦବାଲି ବ୍ଲକରେ ମୋଟ୍ ୪୨୮ ଟି ମହିଳା ଓ ଶିଶୁ ସମନ୍ବୟ ବିକାଶ କେନ୍ଦ୍ରର ଗୃହ ଆବଶ୍ୟକୀୟ ରହି ଥିଲାବେଳେ ୧୫୦ଟି ମୋଟ୍ ଗୃହ ଅଭାବ ରହିଛି। ଯେଉଁଠି କୁନି କୁନି ପିଲାଙ୍କୁ ପାଠପଢା ପାଇଁ ସମ୍ପୂର୍ଣ୍ଣ ବ୍ୟାଘାତ ସୃଷ୍ଟି ହୋଇଛି।

Advertisment

ଏମିତି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଵାଂଶଡା ପଞ୍ଚାୟତ ତେନ୍ତୁଲି ଆଡିଆ ୯ ନମ୍ବର ଏବଂ ୧୦ ନମ୍ବର ଓ୍ଵାର୍ଡ ହରିଜନ ସାହିରୁ। ଅଙ୍ଗନବାଡ଼ି ଗୃହ ଅଭାବରୁ ଏକ ଭଡ଼ା ଘରେ ଚାଲିଛି ପାଠପଢା । ପିଲାମାନେ ଯେଉଁ ଭଡ଼ା ଘରେ ପଢୁଛନ୍ତି ସେଠାରେ ଭଲରେ ବସି ପଢିବା, ବସିବା, ରନ୍ଧା ଖାଦ୍ୟ ଖାଇବା ସୁବିଧା ନାହିଁ। ଆଜବେଷ୍ଟସ ଘରେ ପଢୁଥିବା ବେଳେ ଲାଇନ ନାହିଁ, ଗରମରେ ସିଝି ଯାଉଛନ୍ତି କୁନି କୁନି ପିଲା। ଝାଡ଼ା ପରିସ୍ରାର ମଧ୍ୟ ସୁବିଧା ନାହିଁ। ଏହି ଅସୁବିଧା ପାଇଁ ଅଙ୍ଗନବାଡ଼ି କର୍ମୀମାନେ ପାଠପଢା ପାଇଁ ଅସହଜ ମନେ କରୁଛନ୍ତି। ଏମିତି କି ଏହି ଅବସ୍ଥାରେ କୁନି କୁନି ପିଲାଙ୍କୁ ପଠାଇବା ପାଇଁ ଅଭିଭାବକମାନେ ମନ ଵଳାଉ ନାହାଁନ୍ତି। ତେବେ ଅଭିଭାବକମାନେ ଖୁବ୍ ଶିଘ୍ର ଗୃହ ନିର୍ମାଣ ପାଇଁ ସରକାରଙ୍କୁ ଦାବି କରିଛନ୍ତି।

କହିବାକୁ ଗଲେ ବହୁ ଅସୁବିଧା ମଧ୍ୟରେ ଚାଲିଛି ୧୫୦ରୁ ଉର୍ଦ୍ଧ ଅଙ୍ଗନବାଡ଼ି କେନ୍ଦ୍ର। ପିଲାମାନେ ଭଲରେ ବସିବା, ନାଚିଵା, ଖେଳିବା, ଖାଇବାରେ କୋୖଣସି ସରକାରୀ ବ୍ୟବସ୍ଥା ଆଜି ଯାଏଁ ହୋଇ ପାରିଲା ନାହିଁ। ପିଲାଙ୍କ ପାଇଁ ଆସୁଥିବା ଖାଦ୍ୟ ସାମଗ୍ରୀ ରଖିବାକୁ ମଧ୍ୟ ସ୍ଥାନ ନାହିଁ। ଯଦିଓ ସରକାର ଏତେ ସବୁ ସୁବିଧା ସୁଯୋଗ ଦେଇଛନ୍ତି କିନ୍ତୁ ଏବେ ବି କୁନି କୁନି ପିଲାଙ୍କୁ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଛନ୍ତି। ଘର ଅଛି, ପିଇବା ପାଣିର ବ୍ୟବସ୍ଥା ନାହିଁ। ଚାନ୍ଦବାଲି ମହିଳା ଓ ଶିଶୁ ସମନ୍ବୟ ବିକାଶ କେନ୍ଦ୍ର ଅଧିକାରୀଣୀ କହିଛନ୍ତି ବିଭିନ୍ନ ସ୍ଥାନରେ ଗୃହ ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇ ପାରୁନାହିଁ। ଅନେକ ଘର ନିର୍ମାଣ ବେଳେ ଏହା ପ୍ରତିବନ୍ଧକ ସାଜିଛି। ଅନେକ ସ୍ଥାନକୁ ପାନୀୟ ଜଳ ଓ ରାସ୍ତାର ସୁବିଧା ନାହିଁ। ତେବେ ଆମ ଅକ୍ତିଆରରେ ଯାହା ସବୁ କାର୍ଯ୍ୟକ୍ଷମ ରହିଛି ସଵୁ ଶେଷ କରିଛୁ। ତେବେ ମୌଳିକ ସୁବିଧା ଅଭାବରୁ କେତେକ  ସ୍ଥାନରେ ଗୃହ ନିର୍ମାଣ ପାଇଁ ଅସୁବିଧା ହେଉଛି। ତଥାପି ଶୀଘ୍ର କେମିତି ହେବ, ସେ ଦିଗରେ ଉଦ୍ୟମ କରାଯାଉଛି।

(ରିପୋର୍ଟ- ତ୍ରିଲୋଚନ ସାହୁ, ଚାନ୍ଦବାଲି)

Anganwadi Centre Anganwadi Kendra Anganwadis In Odisha Chandabali
Advertisment
Advertisment