/odishatv-khabar/media/post_attachments/uploadimage/library/16_9/16_9_0/IMAGE_1736836344.jpg)
mid-day meal scheme
ଏଣିକି ମଧ୍ୟାହ୍ନ ଭୋଜନ ସହ ଛାତ୍ରଛାତ୍ରୀଙ୍କୁ ମିଳିବ କ୍ଷୀର। ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ କ୍ଷୀର ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଗିଫ୍ଟ ମିଲ୍କ୍କ ଯୋଜନାରେ ୨୯ଟି ସ୍କୁଲର ୧୧୮୪ ପିଲାଙ୍କୁ ପ୍ରତିଦିନ ୨୦୦ ଏମ୍ଏଲ୍ ଭିଟାମିନ୍ A ଓ D ଯୁକ୍ତ କ୍ଷୀର ଦେବାକୁ ଯୋଜନା ହୋଇଛି। ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
ମୟୂରଭଞ୍ଜରେ ଗୋ-ସମାବେଶ, ଓମଫେଡକୁ ବିପଣନ ସହାୟତା ଏବଂ ଗିଫ୍ଟମିଲ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭିସିରେ ଏହାର ଶୁଭାରମ୍ଭ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ମୟୂରଭଞ୍ଜର ୩ ହଜାର ଚାଷୀଙ୍କୁ ଅଧିକ କ୍ଷୀର ଦେଉଥିବା ଗାଈ ପ୍ରଦାନ କରାଯାଇଥିଲା । ରାଷ୍ଟ୍ରପତିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭର୍ଚ୍ଚୁଆଲରେ ଉପସ୍ଥିତ ଥିଲେ । ସେହିପରି ମୟୂରଭଞ୍ଜରେ ଗୋକୁଳ ମିଶନର ଶୁଭାରମ୍ଭ ହୋଇଛି। ପାଇଲଟ୍ ପ୍ରୋଜେକ୍ଟ ଭାବରେ ଏହାକୁ ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ। ରାଜ୍ୟର ସବୁ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମଧ୍ୟ ଲାଗୁ ହୋଇଛି।
ଗତବର୍ଷ ନଭେମ୍ୱର ୩୦ରେ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି କରିଥିଲେ ରାଜ୍ୟ ସରକାର । ଡିସେମ୍ୱର ପହିଲାରୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରାଯାଉଛି । ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ୭ ଟଙ୍କା ୬୪ ପଇସାକୁ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି କରାଯାଇଛି। ପୂର୍ବରୁ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଖର୍ଚ୍ଚ ୫ ଟଙ୍କା ୯୦ ପଇସା ଥିଲା । ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ୧୦ ଟଙ୍କା ୯୪ ପଇସାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଖର୍ଚ୍ଚ ୮ ଟଙ୍କା ୮୨ ପଇସା ଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)