• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରତି ବର୍ଷ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ UPSC ସିଭିଲ ସର୍ଭିସେସ୍ ପାଇଁ ପରୀକ୍ଷା ଦେଇଥାନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ କେତେଜଣ ହିଁ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରନ୍ତି । ଅନେକ ଆଶାୟୀ ଏହି ପରୀକ୍ଷାରେ ପାସ୍‌ କରିବା ପାଇଁ ବର୍ଷ ବର୍ଷ ସମୟ ଦେଇଥାନ୍ତି । ସେମାନଙ୍କର ଏକମାତ୍ର ଲକ୍ଷ୍ୟ କେମିତି ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ଏଥିପାଇଁ ନିରନ୍ତର ପ୍ରୟାସ ଜାରି ରଖନ୍ତି । ଏପରି ଏକ ପ୍ରେରଣାଦାୟକ କାହାଣୀ ଆଜି ଆମେ ଆପଣଙ୍କ ସାମ୍ନାକୁ ଆଣିଛୁ । ଯାହା ଆପଣଙ୍କୁ ନିଶ୍ଚୟ ପ୍ରେରଣା ଦେବ । ଆଉ ଆପଣଙ୍କ ମନୋବଳକୁ ସୁଦୃଢ଼ କରିବ ।

ଆଜ୍ଞା ହଁ, ଆମେ କହୁଛୁ ତେଲେଙ୍ଗାନାର ଅନୁଦୀପ ଦୂରଶେଟ୍ଟୀଙ୍କ କଥା । ଯିଏ କି ୨୦୧୭ରେ UPSC ଟପ୍ପର ରହିଥିଲେ । ସବୁଠାରୁ ବଡ଼ କଥା ହେଲା, ଟପ୍ପର ହେବା ପୂର୍ବରୁ ସେ ତିନିଥର ଏହି ପରୀକ୍ଷାରେ ଫେଲ୍‌ ହୋଇଛନ୍ତି ।

୨୦୧୭ରେ ଅନୁଦୀପ ଅଲ ଇଣ୍ଡିଆ ରାଙ୍କ (AIR) ୧ ହାସଲ କରିଥିଲେ । ସେ ମୋଟ ୨୦୨୫ ରୁ ୧୧୨୬ ମାର୍କ ହାସଲ କରିଥିଲେ । ଆପଣଙ୍କୁ କହିରଖୁଛୁ ଯେ ଅନୁଦୀପଙ୍କ ଦ୍ୱାରା ପ୍ରାପ୍ତ ଏହି ସ୍କୋର ହେଉଛି UPSC ସିଭିଲ ସର୍ଭିସେସ୍ ପରୀକ୍ଷା ଇତିହାସରେ ଏପର୍ଯ୍ୟନ୍ତ କୌଣସି ପ୍ରାର୍ଥୀଙ୍କ ଦ୍ୱାରା ହାସଲ ହୋଇଥିବା ସର୍ବାଧିକ ସ୍କୋର ।

ଅନୁଦୀପ ତେଲେଙ୍ଗାନାର ଜଗିତ୍ୟାଲ ଜିଲ୍ଲା ମେଟପାଲିର ବାସିନ୍ଦା । ସେ ଶ୍ରୀ ସୂର୍ଯ୍ୟୋଦୟ ଉଚ୍ଚ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ପ୍ରାପ୍ତ କରିଛନ୍ତି । ତାପରେ ଶ୍ରୀ ଚୈତନ୍ୟ କଲେଜରୁ ସ୍ନାତକ ହାସଲ କରିଥିଲେ । ଏହାପରେ ସେ ରାଜସ୍ଥାନର BITS ପିଲାନିରେ ଆଡମିଶନ ନେଇଥିଲେ । ୨୦୧୧ ରେ ସେ ଇଲେକ୍ଟ୍ରୋନିକ୍ସ ଏବଂ ଇନଷ୍ଟ୍ରୁମେଣ୍ଟେସନ୍‌ରେ ବି.ଟେକ୍ ଡିଗ୍ରୀ ହାସଲ କରିଥିଲେ ।

କଲେଜ ପଢ଼ା ସରିବା ପରେ ଅନୁଦୀପ ଗୁଗୁଲରେ ସଫ୍ଟୱେୟାର ଇଞ୍ଜିନିୟର ଭାବରେ କାମ କରିବା ଆରମ୍ଭ କଲେ । ସେ UPSC ର କୌଣସି ପ୍ରକାର ଆନୁଷ୍ଠାନିକ କୋଚିଂ ନେଇନାହାଁନ୍ତି । ସେ କେବଳ ସେଲ୍ଫ ଷ୍ଟଡି ଏବଂ ଅନଲାଇନ୍‌ର ସାହାଯ୍ୟ ନେଇ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ । ସେଥିରେ ହିଁ ସେ ଉତ୍ତୀର୍ଣ୍ଣ ହୋଇଥିଲେ ।

ଅନୁଦୀପଙ୍କ ପିତା ଡି.ମନୋହର ତେଲେଙ୍ଗାନା ନର୍ଦର୍ଣ୍ଣ ପାୱାର ଡିଷ୍ଟ୍ରିବ୍ୟୁସନ୍‌ କମ୍ପାନୀରେ ଆସିଷ୍ଟାଣ୍ଟ ଡିଭିଜନାଲ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କ ମାଆ ଜ୍ୟୋତି ଜଣେ ଗୃହିଣୀ । କେବେ ବି ହାରିବାକୁ ପସନ୍ଦ କରୁନଥିବା ଗୁଣ ଯୋଗୁଁ ଅନୁଦୀପ ଆଜି ସଫଳତା ହାସଲ କରିଛନ୍ତି ।

​​

OTV is now on Whatsapp

Join and get latest news update delivered to you via whatsapp

Join Now