top expensive school in india

ବିର୍ଲା ପବ୍ଲିକ୍ ସ୍କୁଲ୍: ଭାରତର ଦାମୀ ସ୍କୁଲ୍ ମଧ୍ୟରେ ରହିଛି ବିର୍ଲା ପବ୍ଲିକ୍ ସ୍କୁଲ୍। ପିଲାନୀର ଏହି ସ୍କୁଲ୍‌ରେ ପଢ଼ିବାକୁ ମାସକୁ ୪୦ ହଜାର ଟଙ୍କା ସ୍କୁଲ୍ ଫି ଦେବାକୁ ପଡ଼େ।

ୱେଲ୍‌ହାମ୍ ବୟଜ୍ ସ୍କୁଲ: ଡେରାଡୁନସ୍ଥିତ ଏହି ସ୍କୁଲର ମାସିକ ଫି ହେଉଛି ୬୫ ହଜାର ଟଙ୍କା। ଉଚ୍ଚହାରର ସ୍କୁଲ୍ ଫି ସତ୍ତ୍ୱେ ଏହି ସ୍କୁଲରେ ପଢ଼ିବା ପାଇଁ ଅଭିଭାବକମାନେ ଷ୍ଟାଟସ୍ ସିମ୍ବଲ୍ ବୋଲି ଭାବନ୍ତି।

ମାୟୋ କଲେଜ୍: ମାୟୋ କଲେଜରେ ପଢ଼ିବାକୁ ହେଲେ ଆପଣଙ୍କୁ ମାସିକ ୬୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଅଜମୀରରେ ଥିବା ଏହି ସ୍କୁଲ୍‌ ଶୈକ୍ଷିକ ବାତାବରଣ ବେଶ୍ ନିଆରା।

ମଣ୍ଡିଆଲ୍ ୱାର୍ଲଡ ସ୍କୁଲ୍: ମୁମ୍ବାଇରେ ଅବସ୍ଥିତ ଏହି ସ୍କୁଲରେ ନର୍ସରୀ ପଢ଼ିବାକୁ ହେଲେ ଆପଣଙ୍କୁ ସ୍କୁଲ୍ ଫି ବାବଦକୁ ବାର୍ଷିକ ୭ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ସେହିପରି ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ବାର୍ଷିକ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ସିନ୍ଦିଆ ସ୍କୁଲ୍: ସିନ୍ଦିଆ ସ୍କୁଲ୍‌ରେ ପଢ଼ିବାକୁ ହେଲେ ମାସିକ ୭୭ ହଜାର ଟଙ୍କା ଫି ବାବଦକୁ ଦେବାକୁ ପଡ଼େ। ଗ୍ୱାଲିଅରେ ପ୍ରତିଷ୍ଠିତ ଏହି ସ୍କୁଲ୍‌ର ଚାହିଦା ଯଥେଷ୍ଟ।

ଗୁଡ୍ ସେଫର୍ଡ ଇଣ୍ଟରନାସନାଲ୍ ସ୍କୁଲ: ଉଟିରେ ଅବସ୍ଥିତ ଏହି ସ୍କୁଲ୍‌ରେ ପଢ଼ିବାକୁ ହେଲେ ମାସିକ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ। ସାଧାରଣ ପରିବାରର ପିଲାଙ୍କ ପାଇଁ ଏହି ସ୍କୁଲ୍‌ରେ ପଢ଼ିବା ଏକ ସ୍ୱପ୍ନ।

ଉଡ୍‌ଷ୍ଟକ୍ ସ୍କୁଲ୍: ଏହି ସ୍କୁଲ୍‌ରେ ପଢ଼ିବାକୁ ହେଲେ ବାର୍ଷିକ ୧୩ ଲକ୍ଷରୁ ୧୬.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ। ତେବେ ଏହି ଫି ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇୱ ଉଦ୍ଦିଷ୍ଟ। ଏହି ସ୍କୁଲ୍ ମସୁରୀରେ ଅବସ୍ଥିତ।

ଡୁନ୍ ସ୍କୁଲ୍: ଡୁନ୍ ସ୍କୁଲ୍‌ର ନାଁ ପ୍ରାୟ ସମସ୍ତେ ଶୁଣିଥିବେ। ଏହି ସ୍କୁଲ୍‌ରେ ପଢ଼ିବାକୁ ହେଲେ ଆପଣଙ୍କୁ ମାସିକ ୧୨ ରୁ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ବହୁ ନାମୀଦାମୀ ଲୋକଙ୍କ ପିଲା ଏଠାରେ ପଢ଼ୁଥିବାରୁ ଭାରତରେ ଏହାର ଚାହିଦା କାହିଁରେ କ’ଣ।