Advertisment

Odisha Plus-2 Exam: ବଦଳିବ +2 ପରୀକ୍ଷା ଢାଞ୍ଚା; ନୂଆ ଫର୍ମାଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଫର୍ମପୂରଣ ପ୍ରକ୍ରିୟା ଶେଷ ହୋଇଛି। ଫର୍ମ ପୂରଣ ତଥ୍ୟ ଯାଞ୍ଚ ଲାଗି କାଉନସିଲ୍ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

author-image
Sonali Ojha
+2 exam

+2 exam

ଚଳିତବର୍ଷରୁ ବଦଳିବ +2 ପରୀକ୍ଷା ଫର୍ମାଟ୍। ଆଉ ପୁରୁଣା ଫର୍ମାଟରେ ହେବନି ପରୀକ୍ଷା। ପ୍ରଥମଥର ପାଇଁ ଯୁକ୍ତ ଦୁଇ ପରୀକ୍ଷା CBSE ବା କେନ୍ଦ୍ରୀୟ ବୋର୍ଡ ଫର୍ମାଟରେ ହେବ। ଏନେଇ ସବୁ ପ୍ରସ୍ତୁତି କରିସାରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଆସନ୍ତା ଫେବୃଆରୀ ୧୮ରୁ +2 ଥିଓରୀ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଏହା ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଚାଲିବ । ସେପଟେ ପରୀକ୍ଷା ପୂର୍ବରୁ CHSE ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସାମ୍ପଲ ପ୍ରଶ୍ନପତ୍ର ମିଳିନଥିବାରୁ ସେମାନେ ଦ୍ବନ୍ଦ୍ବରେ ରହିଛନ୍ତି।

Advertisment

ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଫର୍ମପୂରଣ ପ୍ରକ୍ରିୟା ଶେଷ ହୋଇଛି। ଫର୍ମ ପୂରଣ ତଥ୍ୟ ଯାଞ୍ଚ ଲାଗି କାଉନସିଲ୍ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯୋଗ୍ୟ ପରୀକ୍ଷାର୍ଥୀଙ୍କୁ ଖୁବ୍ ଶୀଘ୍ର ଆଡମିଟ୍ କାର୍ଡ ଦିଆଯିବ। ତେବେ କାର୍ଡ ପ୍ରଦାନ ପୂର୍ବରୁ ପରୀକ୍ଷାର୍ଥୀଙ୍କ ନାମ, ପିତାମାତାଙ୍କ ନାମ, ଲିଙ୍ଗ, ବର୍ଗ ଏବଂ ବିଷୟକୁ ଅଧ୍ୟକ୍ଷ, ପରୀକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ଏବଂ ଡିଇଓମାନେ ଯାଞ୍ଚ କରିବେ। ଫର୍ମପୂରଣ ତଥ୍ୟରେ କୌଣସି ତ୍ରୁଟି ଥିଲେ ପରୀକ୍ଷା ନିୟନ୍ତ୍ରକଙ୍କୁ ଆସନ୍ତା ୧୦ ତାରିଖ ସୁଦ୍ଧା ଇ-ମେଲ୍ ମାଧ୍ୟମରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଯୁକ୍ତଦୁଇ ପରୀକ୍ଷା ନେଇ କାର୍ଯ୍ୟସୂଚୀ ପ୍ରକାଶ କରିସାରିଛି CHSE । ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ +୨ ପରୀକ୍ଷା । କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ପତ୍ରବିନିମୟ ପରୀକ୍ଷା ହେବ । ୧୮ ତାରିଖରେ ବିଜ୍ଞାନ ବିଭାଗର ଏମ୍‌ଆଇଏଲ୍‌ ଓଡ଼ିଆ ପରୀକ୍ଷା ହେବା ସହ ୧୯ରେ କଳା ଓ ବାଣିଜ୍ୟ ପିଲାଙ୍କ ଏମ୍‌ଆଇଏଲ୍‌ ଓଡ଼ିଆ ପରୀକ୍ଷା ହେବ ନେଇ ସୂଚନା ଦେଇଛନ୍ତି । ଚଳିତ ବର୍ଷ ରେଗୁଲାରରେ ମୋଟ ୩ ଲକ୍ଷ ୬୫ ହଜାର ୬୩୪ ଜଣ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ ଏକ୍ସ ରେଗୁଲାରରେ ୨୭ ହଜାର ୬୯୪ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: Major Admission Scam: କପି ପାଇଁ ମହା ଘୋଟାଲା ! ନିଜ କଲେଜରେ ସେଣ୍ଟର କରିବାକୁ ୨ହଜାର ଛାତ୍ରଙ୍କୁ ଛାତ୍ରୀ ଦର୍ଶାଇଲେ

ସେହିପରି ଫେବ୍ରୁଆରୀ ୨୧ ରୁ ମାର୍ଚ୍ଚ ୬ ଯାଏଁ ଚାଲିବ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ହେବ । ପ୍ରଥମ ଦିନ ପ୍ରଥମ ଭାଷା ଓଡ଼ିଆ ଓ ଶେଷଦିନ ତୃତୀୟ ଭାଷା ପରୀକ୍ଷା ଥିବା ବେଳେ, କେବଳ ଗଣିତକୁ ଛାଡ଼ି ବାକି ସବୁ ଏକ୍ଜାମ୍ ସକାଳ ୯ଟାରୁ ଆରମ୍ଭ ହୋଇ ସାଢ଼େ ୧୧ଟା ଯାଏଁ ଚାଲିବ । ଗଣିତ ପରୀକ୍ଷା ପାଇଁ ମିଳିବ ଅଧିକ ୧୫ ମିନିଟ୍ ସମୟ ।ଫେବ୍ରୁଆରୀ ୨୧ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଥିବା ବେଳେ, ପ୍ରଥମ ଦିନ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ ।

ଏହାପରେ ଫେବୃଆରୀ ୨୪ରେ ଦ୍ୱିତୀୟ ଭାଷା ଇଂରାଜୀ, ୨୭ରେ ଗଣିତ, ମାର୍ଚ୍ଚ ୧ରେ ବିଜ୍ଞାନ, ମାର୍ଚ୍ଚ ୩ରେ ସାମାଜିକ ବିଜ୍ଞାନ ଏବଂ ଶେଷ ଦିନ ମାର୍ଚ୍ଚ ୬ରେ ତୃତୀୟ ଭାଷା ହିନ୍ଦୀ ବା ସଂସ୍କୃତ ଆଦି ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସବୁ ପରୀକ୍ଷା ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ । ତେବେ କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ମିଳିବ ଏବଂ ଏହା ୧୧ଟା ୪୫ରେ ସରିବ । TLV ଓ ଭୋକେସନାଲ୍ ଟ୍ରେଡ୍ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୫୦ ମାର୍କର ସବଜେକ୍ଟିଭ୍ ଓ ୫୦ ମାର୍କର ଅବଜେକ୍ଟିଭ୍ ପ୍ରଶ୍ନ ଆସିବ ।

ଅଧିକ ପଢ଼ନ୍ତୁ: IAS Officer Without Qualifying UPSC: ବିନା UPSC ପରୀକ୍ଷାରେ ବି ହୋଇପାରିବେ IAS ଅଫିସର୍‌, ଜାଣନ୍ତୁ କିପରି...

CHSE Plus Two Exam
Advertisment
Advertisment