Advertisment

Annual Celebration: ବାଣୀବିହାର କମ୍ପୁଟର ସାଇନ୍ସ ବିଭାଗ ପୁରାତନ ଛାତ୍ରଛାତ୍ରୀଙ୍କ ବାର୍ଷିକ ବନ୍ଧୁମିଳନ

କାର୍ଯ୍ୟକ୍ରମ ଆରମ୍ଭରେ କମ୍ପୁଟର ସାଇନ୍ସ ଡିପାର୍ଟମେଣ୍ଟର ପୂର୍ବତନ ଅଧ୍ୟକ୍ଷ ତଥା ମୁଖ୍ୟବକ୍ତା ଡକ୍ଟର ଏ. କେ ବିଶୋଇ ଓ ବର୍ତ୍ତମାନର ଅଧ୍ୟକ୍ଷ ଡକ୍ଟର ପ୍ରଫୁଲ୍ଲ କୁମାର ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ l ପ୍ରାରମ୍ଭିକ ସଙ୍ଗୀତ ପରେ ଆମେରିକାରେ ସ୍ଥାୟୀ ଭାବେ ଅବସ୍ଥାପିତ ସଭାପତି ନୀଳମଣି ରୋହିଦାସ ଅଭିଭାଷଣ ପ୍ରଦାନ କରିଥିଲେ l

author-image
Prasan Subudhi
ଅଦ୍ୟତନ ହୋଇଛି
ବାର୍ଷିକ ବନ୍ଧୁ ମିଳନ

ବାର୍ଷିକ ବନ୍ଧୁ ମିଳନ

ଉତ୍କଳ ବିଶ୍ୱବିଦ୍ୟାଳୟର ଏମ.ସି.ଏ ବିଭାଗର ପୁରାତନ ଛାତ୍ରଛାତ୍ରୀଙ୍କ ଉନବିଂଶ ବାର୍ଷିକ ବନ୍ଧୁ ମିଳନ ବାଣୀବିହାର ପରିସରରେ ଥିବା କମ୍ପ୍ୟୁଟର ସାଇନ୍ସ ଡିପାର୍ଟମେଣ୍ଟରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ନୀଳମଣି ରୋହିଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବଂଧୁମିଳନରେ
ଆମେରିକା, କାନାଡ଼ା, ଇଉରୋପ,ଇଂଲଣ୍ଡ, ଜାପାନ, ସିଙ୍ଗାପୁର ଆଦି ବିଶ୍ୱର ପନ୍ଦରରୁ ଅଧିକ ଦେଶରେ ରହିଥିବା ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ l ମୋଟ୍ ୩୧ ଟି ବ୍ୟାଚର ୨ ଶହରୁ ଊର୍ଦ୍ଧ୍ବ ଛତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହି ନିଜର ପୁରୁଣା ଦିନର ସ୍ମୃତିକୁ ରୋମନ୍ଥନ କରିଥିଲେ।

Advertisment

କାର୍ଯ୍ୟକ୍ରମ ଆରମ୍ଭରେ କମ୍ପୁଟର ସାଇନ୍ସ ଡିପାର୍ଟମେଣ୍ଟର ପୂର୍ବତନ ଅଧ୍ୟକ୍ଷ ତଥା ମୁଖ୍ୟବକ୍ତା ଡକ୍ଟର ଏ. କେ ବିଶୋଇ ଓ ବର୍ତ୍ତମାନର ଅଧ୍ୟକ୍ଷ ଡକ୍ଟର ପ୍ରଫୁଲ୍ଲ କୁମାର ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ l ପ୍ରାରମ୍ଭିକ ସଙ୍ଗୀତ ପରେ ଆମେରିକାରେ ସ୍ଥାୟୀ ଭାବେ ଅବସ୍ଥାପିତ ସଭାପତି ନୀଳମଣି ରୋହିଦାସ ଅଭିଭାଷଣ ପ୍ରଦାନ କରିଥିଲେ l

ଏହି ଅବସରରେ କମ୍ପୁଟର ସାଇନ୍ସ ବିଭାଗର ଜର୍ଣ୍ଣାଲ ଉନ୍ମୋଚିତ ହୋଇଥିଲା l ମୁଖ୍ୟବକ୍ତା ପ୍ରଫେସର ଅଜୟ କୁମାର ବିଶୋଇ ଓ ଅତିଥିବକ୍ତା ପ୍ରଫେସର ପ୍ରମୋଦ କୁମାର ମେହେର, ପ୍ରଫେସର ନିବେଦିତା ଅଧିକାରୀ, ଡକ୍ଟର ମୃତ୍ୟୁଞ୍ଜୟ ପଣ୍ଡା, ହରପ୍ରସାଦ ନାୟକ ଏବଂ ଆଲୁମ୍ନିମାନଙ୍କ ଉଦବୋଧନ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିଥିଲା l ପୂର୍ବତନ ଛାତ୍ର ଆଲୋକ ହୋତା ଓ ଅଶୋକ ହୋତା ତାଙ୍କ ନୂଆ କମ୍ପାନୀ ଲିଫିନୋଭ ବିଷୟରେ ସୂଚନା ଦେଇଥିଲେ।

Advertisment

ପୁରାତନ ଛାତ୍ର ଓ ଉମା ବୋର୍ଡର ମୁଖ୍ୟ କର୍ମକର୍ତ୍ତା ବିଶ୍ୱଜିତ ସେନାପତି ବାର୍ଷିକ ଅଭିଭାଷଣ ପାଠ କରିଥିବା ବେଳେ ଅଭିଷେକ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅନସୂୟା ପଣ୍ଡା ଧନ୍ୟବାଦ ଅଭିଭାଷଣ ପ୍ରଦାନ କରିଥିଲେ। ପରମ୍ପରା ଅନୁଯାୟୀ ସପ୍ତମ ବ୍ୟାଚର (୧୯୯୬ -୧୯୯୯ ) ଉପସ୍ଥିତ ଥିବା ସମୀର ଦାଶ , ଶୁଭେନ୍ଦୁ ରାୟ ସାମନ୍ତ, ମଳୟ ରଞ୍ଜନ ସାହୁ କେକ୍ କାଟିଥିଲେ।

ଛାତ୍ରଛାତ୍ରୀ ଓ ସେମାନଙ୍କ ପିଲାମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ମନଛୁଆଁ ଥିଲା । ସଭାପତି ନୀଳମଣି ରୋହିଦାସ, ଉପସଭାପତି ଅରୁଣ କୁମାର ସାମଲ , ସାଧାରଣ ସମ୍ପାଦକ ଅବିନାଶ ନାୟକ, ପ୍ରଭୁଦତ୍ତ ରାଉତ, ଅଭିଷେକ ସାହୁ, ତେହସିନ ବନୋ, ଅଜୟ କୁମାର ବେହେରା ଓ ସାଇ କ୍ରିଷ୍ଣା ମହାନ୍ତି ଆଦି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Bhubaneswar Student Vanivihar
Advertisment
Advertisment