ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ଯୋଗୁଁ ସ୍ୱାମୀ ନାରାଜ । ୧୧ଟି ଛୁଆ ପରେ ମହିଳା ଅସ୍ତ୍ରୋପଚାର କରିଥିଲେ ।
ବାପା ହେଲା ପର, ସ୍ୱେଚ୍ଛାସେବୀ ସଂଗଠନ ହେଲେ ନିଜର। ଝିଅର ଜୀବନ ଚାଲିଯିବା ପରେ ବାପା ସିନା ଜଙ୍ଗଲରେ ଫୋପାଡି ଦେଲା। ହେଲେ ସ୍ୱେଚ୍ଛାସେବୀ ସଂଗଠନ ଝିଅର ଶବକୁ ଉଦ୍ଧାର କରିଛନ୍ତି। ଖାଲି ଉଦ୍ଧାର କରିନାହାନ୍ତି ବରଂ ଆତ୍ମୀୟ ସ୍ୱଜନଙ୍କ ପରି ଶବ ସତ୍କାର ବି କରିଛନ୍ତି। ଯାହାକୁ ନେଇ ପୂରା ଅଂଚଳରେ ଏବେ ଚର୍ଚ୍ଚା ଲାଗି ରହିଛି।
ତନ୍ତ୍ର ସାଧନା ପାଇଁ ସ୍ତ୍ରୀର ଜୀବନ ନେଲା ସ୍ୱାମୀ। ମୁଣ୍ଡରେ ତନ୍ତ୍ର ସାଧନାର ନିଶା ଏତେ ମାତ୍ରାରେ ଥିଲା ଯେ, ସ୍ତ୍ରୀକୁ ହତ୍ୟା ପରେ ଉଲଗ୍ନ କରି ଜଙ୍ଗଲରେ ପୂଜାର୍ଚ୍ଚନା କଲା।
ପୋଲିସ ହାତରେ ଠକ-୪୨୦। କେତେବେଳେ ନିଜକୁ କ୍ରାଇମବ୍ରାଞ୍ଚ ଅଧିକାରୀ ତ ଆଉ କେତେବେଳେ ଡାକ୍ତର ପୁଣି କେତେବେଳେ ଥାନା ଅଧିକାରୀର ପରିଚୟ ଦେଇ ଲୋକଙ୍କଠୁ ଲୁଟ୍ କରିଥିଲେ।
ନାର୍କୋଟେଷ୍ଟରେ ଗୋପାଳର ସତ ମିଛକୁ ନେଇ ବି ସସପେନ୍ସ । କୋର୍ଟରେ କେତେ ଗ୍ରହଣୀୟ ହେବ ରିପୋର୍ଟ, ଉଠିଲା ପ୍ରଶ୍ନ ।
ବାଲେଶ୍ୱର ସୋର ଖରାସାହାପୁର ପଞ୍ଚାୟତ ଶଙ୍କରପଦା ଗାଁରେ ଗୁଣି ଗାରେଡିକୁ ନେଇ ପ୍ରବଳ ଗଣ୍ଡଗୋଳ l ଅନେକ ଦିନ ହେବ ଏହି ଅଂଚଳରେ ଗୁଣି ଗାରେଡି ହେଉଥିବା ନେଇ ସନ୍ଦେହ କରାଯାଉଥିଲା l ଗାଁର ପୂର୍ଣ୍ଣଚନ୍ଦ୍ର ମହାଳିକଙ୍କ ପତ୍ନୀ ଖୁସି ମହାଳିକ ଗୁଣି ଗାରେଡି କରୁଥିଲେ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି l ତେବେ ଘଟଣା କଣ? ଖୁସିଙ୍କୁ ପଚରାଯିବାରୁ ଗାଁରେ ସୃଷ୍ଟି ହୋଇଛି ତୁମୁଳକାଣ୍ଡ।
କିଛି ସ୍କୁଲ୍ ଛାତ୍ର ବିପଦପୂର୍ଣ୍ଣ ରିଲ୍ସ ବନାଇଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ...ଏଇ ନାରା ଦେଉଛନ୍ତି ରାଜ୍ୟ ସରକାର। ନାରା ନୁହେଁ ବରଂ ସବୁ ସ୍କୁଲକୁ ଦଣ୍ଡମୁକ୍ତ ଅଂଚଳ ବି ଘୋଷଣା କରାଯାଇଛି। ହେଲେ ସ୍କୁଲରେ ଭୟଙ୍କର ମାଡ ହେଉଥିବା ଅଭିଯୋଗ ସହିତ ମାଡ ଡରରେ ସ୍କୁଲକୁ ପିଲାମାନେ ଆସୁନଥିବା ଅଭିଯୋଗ ହୋଇଛି। ନୟାଗଡ ରଣପୁର ବ୍ଲକର ଧମଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାଁରେ ଆସିଛି ଏମିତି ସାଙ୍ଘାତିକ ଅଭିଯୋଗ। ଏନେଇ ଧମଡା ଗ୍ରାମବାସୀ ରଣପୁର ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ବି କରିଛନ୍ତି।
ମହାରାଷ୍ଟ୍ରର ପାଲଘରରେ ଲିଭ-ଇନ୍ ପାର୍ଟନରକୁ ହତ୍ୟା କରି ବେଡ୍ ତଳେ ପ୍ରେମିକ ଲୁଚାଇ ରଖିଥିବା ଘଟଣା ଏବେ ସାମ୍ନାକୁ ଆସିଛି । ପ୍ରେମିକାକୁ ହତ୍ୟା କରିବା ପରେ ମୃତ ଶରୀରକୁ ଲୁଚାଇ ଖସି ଚାଲିଯିବାକୁ ଚେଷ୍ଟା କରିଥିଲା ପ୍ରେମିକ । ହେଲେ ପୋଲିସ ନଜରରୁ ସେ ଖସିପାରିନଥିଲା। ଖାଲି ଖସିନଥିଲା ତାହା ନୁହେଁ ବରଂ ଜହ୍ଲାଦ ପ୍ରେମିକକୁ ଗିରଫ କରିଛି ପୋଲିସ୍।
ବାଳକଟି ଗତ କିଛି ଦିନ ହେଲା ମୋବାଇଲ ମାୟାରେ ଏମିତି ପଡ଼ିଯାଇଥିଲା ଯେ, ଘଡ଼ିଏ ମଧ୍ୟ ତାକୁ ଛାଡ଼ିବାକୁ ଚାହୁଁନଥିଲା। ବିଶେଷ କରି ନୂଆ ନୂଆ ମୋବାଇଲ ଗେମ୍ର ନିଶା ତାକୁ ପୁରା କବଳିତ କରି ରଖିଥିଲା।
ସାହିଲ ଫେବୃଆରୀ ୯ ତାରିଖରେ ନିଜ ଏନ୍ଗେଜ୍ମେଣ୍ଟ ପାର୍ଟିରେ ସାଙ୍ଗମାନଙ୍କ ସହ ଜବରଦସ୍ତ ଡ୍ୟାନ୍ସ କରିଥିଲା। ଏହାପରେ ନିକ୍କିଙ୍କ ତଣ୍ଟି ଚିପି ସେ ହତ୍ୟା କରି ମୃତଦେହକୁ ଫ୍ରିଜରେ ରଖିଥିଲା।
ସ୍କୁଲ ଭିତରେ ପ୍ରଧାନ ଶିକ୍ଷକଙ୍କ ହେଲା ଦ୍ୱିତୀୟ ବିବାହ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସୁଜାମାଜୁ ହାଇସ୍କୁଲରେ। ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀପତି ନାୟକ ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିଥିବା ନେଇ ତାଙ୍କର ପ୍ରଥମ ପତ୍ନୀ ନିରୁପମା ଡାକୁଆ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ ବି କରିଛନ୍ତି । ଖାଲି ଅଭିଯୋଗ ହୋଇଛି ତାହା ନୁହେଁ ବରଂ ସୋସିଆଲ ମିଡିଆରେ ପ୍ରଧାନଶିକ୍ଷକଙ୍କ ଫଟୋ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି।
ଭୁବନେଶ୍ୱରର ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ମୃତ୍ୟୁ ମାମଲାରେ ଆକ୍ସନ ମୋଡ୍ରେ କମିଶନରେଟ୍ ପୋଲିସ। ଆଜି ଭୋରରୁ ବୟଫ୍ରେଣ୍ଡ୍ ସୌମ୍ୟଜିତ୍ଙ୍କୁ ପୋଲିସ ଗିରଫ କରିଛି।
ମହାରାଷ୍ଟ୍ରରେ ବି ପ୍ରେମିକାକୁ ମାରି ବେଡ୍ ବକ୍ସରେ ଲୁଚାଇଥିଲା ପ୍ରେମିକ
ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ? ଏହି ଗୋଟିଏ ପ୍ରଶ୍ନରେ କେନ୍ଦ୍ରୀଭୂତ ତଦନ୍ତ ଭିତରେ ଆଜି ସାମ୍ନାକୁ ଆସିଛି ଅଭିଯୁକ୍ତ ଗୋପାଳର ନୂଆ ତଥ୍ୟ। ଗତବର୍ଷ ଦୁଇ ଦୁଇ ଥର ପଦୋନ୍ନତି ଅଫର ପାଇଥିଲେ ବି ଗୋପାଳ ରହସ୍ୟଜନକ ଭାବେ ପ୍ରତ୍ୟାଖାନ କରିଦେଇଛି।
ଦିଲ୍ଲୀର ନିକ୍କି ଯାଦବ ହତ୍ୟା ପରେ ଆଉ ଏକ ଲୋମଟାଙ୍କୁରା ହତ୍ୟା ଘଟଣା ସାମ୍ନାକୁ ଆସିଛି। ପ୍ରେମିକ ଜଣକ ପ୍ରେମିକାକୁ ହତ୍ୟା କରିବା ପରେ ତା’ର ଶବକୁ ଖଣ୍ଡ ଖଣ୍ଡ କରି ବକ୍ସ ଖଟ ଭିତରେ ଲୁଚାଇ ରଖିଥିଲା।
ଦିନରେ ଲିଭ୍-ଇନ୍-ପାର୍ଟନରକୁ ହତ୍ୟା କଲା ଓ ରାତିରେ ଅନ୍ୟ ଜଣେ ଯୁବତୀଙ୍କୁ ବାହା ହେଲା ପ୍ରେମିକ। ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି।
ଗୋପାଳ ଜୀବନ ପ୍ରତି ବିପଦ ଥିବା ଆଶଙ୍କା !
ହତ୍ୟାର ୧୬ ଦିନ ପରେ ବି ମୋଟିଭ୍ ଆସିନି ସାମ୍ନାକୁ ।
ଧୋକା ଦେଇଦେଲା ବିଧବା ପ୍ରେମିକା
କିଏ କରିଥିଲା ଅଶ୍ଳୀଳ ଭିଡିଓ ? ଜାଣିଲେ ହେବେ ତାଜୁବ୍
ଅବଦୁର ରେହମାନ ପାକିସ୍ତାନ ଯାଇ ଆତଙ୍କବାଦୀ ତାଲିମ ନେଇଥିଲା
ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ ଚୌଦ୍ୱାର ଜେଲ୍କୁ ସ୍ଥାନାନ୍ତରିତ ହୋଇପାରେ। ଗୋପାଳକୁ ଝାରସୁଗୁଡ଼ା ଜେଲରୁ ସ୍ଥାନାନ୍ତର ପାଇଁ କୋର୍ଟ ଅନୁମତି ଦେଇଛନ୍ତି।
୨୭ ବର୍ଷୀୟା ମହିଳା ଇଞ୍ଜିନିୟରଙ୍କୁ ପାଣିରେ ନିଶାଦ୍ରବ୍ୟ ମିଶାଇ ଏହାକୁ ପିଇବା ପାଇଁ ଅଫର କରିବା ପରେ କାର୍ ଭିତରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।
ଗତରାତିରେ ଗୋପାଳକୁ ଧରି ଗୁଜରାଟରୁ ଝାରସୁଗୁଡ଼ାକୁ ଫେରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଏହାପରେ ଆଜି ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିବା ପରେ ୧୬୪ ବୟାନ ରେକର୍ଡ କରିବା ସହ ଝାରସୁଗୁଡ଼ା ସବ୍-ଜେଲକୁ ପଠାଇ ଦିଆଯାଇଥିଲା । ହେଲେ ଜେଲ୍ ଭିତରେ ଗୋପାଳର ସୁରକ୍ଷାକୁ ନେଇ ଚିନ୍ତିତ ଜେଲ ବିଭାଗ । ତେଣୁ ଝାରସୁଗୁଡାରୁ ଚୌଦ୍ୱାର ଜେଲକୁ ପଠାଇବାକୁ ଝାରସୁଗୁଡା ଜେଲ ଅଧୀକ୍ଷକଙ୍କ ଜରିଆରେ କୋର୍ଟକୁ ଅବଗତ କରିଛି ଜେଲ୍ ବିଭାଗ । ପୂର୍ବରୁ ଝାରସୁଗୁଡା ଜେଲ ପକ୍ଷରୁ ଜେଲ ବିଭାଗକୁ ଚିଠି ବି ଲେଖାଯାଇଛି ।