• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଋଣ ଆଣିଥିଲା ମା’ । ଆଉ ଋଣ ଟଙ୍କା ସୁଝିନପାରିବାରୁ ବଳିପଡ଼ିଗଲା ଝିଅ । ମାତ୍ର ୨ଲକ୍ଷ ଟଙ୍କାର ଋଣ ପାଇଁ ୪୦ ବର୍ଷୀୟ ମହାଜନ ଜଣକ ଜଣେ ୧୧ ବର୍ଷର ନାବାଳିକାକୁ ବିବାହ କରିଛି । ଘଟଣାକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ପୋଲିସ ଏନେଇ ତଦନ୍ତ କରୁଛି ।

ସୂଚନା ମୁତାବକ, ଝିଅର ମା’ ମହାଜନଙ୍କ ଠାରୁ ୨ ଲକ୍ଷ ଟଙ୍କା ଋଣ ଆଣିଥିଲେ । ଯେତେବେଳେ ମହାଜନ ଜଣକ ଝିଅର ମା’ଙ୍କୁ ଟଙ୍କା ଫେରସ୍ତ ମାଗିଥିଲେ, ସେତେବେଳେ ଅସମର୍ଥ ମା’ ଋଣ ଫେରସ୍ତ କରିପାରିନଥିଲେ । ଏଥିରେ ରାଗିଯାଇ ବ୍ୟକ୍ତି ଜଣକ ତାଙ୍କର ୧୧ ବର୍ଷର ଝିଅକୁ ବିବାହ କରିଥିଲେ ।

ପୂର୍ବରୁ ବ୍ୟକ୍ତି ଜଣକ କହିଥିଲେ, ସେ ମହିଳାଙ୍କ ଝିଅକୁ ପାଠପଢ଼ାଇବେ । ତେଣୁ ସେ ତାଙ୍କୁ ଘରେ ରଖିଛନ୍ତି । ହେଲେ ଝିଅକୁ ପାଠ ପଢ଼ାଇବା ପରିବର୍ତ୍ତେ ତାଙ୍କୁ ବିବାହ କରିଥିଲେ । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।

ଏପରି ଏକ ଘଟଣା ବିହାରର ସିୱାନ ଜିଲ୍ଲାରେ ଘଟିଛି । ମାୟରା ପୋଲିସ ଷ୍ଟେସନ ଅଧିନସ୍ଥ ଛେନି ଛପାର ଗାଁର ଜଣେ ମହିଳା ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ନିକଟରୁ ୨ ଲକ୍ଷ ଟଙ୍କା କରଜ ଆଣିଥିଲେ । ଟଙ୍କା ଆଣିବା ପରେ ଫେରାଇ ଦେବାକୁ କହିଥିଲେ । ହେଲେ ଟଙ୍କା ଫେରାଇ ନପାରିବାରୁ ଏପରି କାଣ୍ଡ ଘଟିଛି ।

ଏହାକୁ ନେଇ ବ୍ୟକ୍ତି ଜଣକ ଅନୁତାପ କରିବା ସହ ସେ ବିବାହିତ ବୋଲି କହିଛନ୍ତି । ଅନ୍ୟପଟେ ନାବାଳିକା ଜଣକ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି. ତାଙ୍କ ମା’ ବ୍ୟକ୍ତିଙ୍କ ନିକଟରୁ ଋଣ ନେଇଛନ୍ତି । ତେଣୁ ମା’ ତାଙ୍କୁ ସେଠାରେ ରହିବାକୁ ଛାଡ଼ିଛନ୍ତି । ହେଲେ ଏନଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।