• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସମାଜ ପାଇଁ ଆତ୍ମହତ୍ୟା ଯେମିତି ଏକ ବ୍ୟାଧି ପାଲଟିଗଲାଣି । ପ୍ରାୟ ଅଧିକାଂଶ ସମୟରେ ଅନେକ ଲୋକ ଆତ୍ମହତ୍ୟା କରୁଥିବା ଖବର ସାମ୍ନାକୁ ଆସୁଛି । ଏହି ଆତ୍ମହତ୍ୟା କଥା କହିଲେ ବୋଧହୁଏ ଆଜିର ଯୁବପିଢ଼ିଙ୍କ କ୍ଷେତ୍ରରେ ଅଧିକ ଘଟୁଛି । ହେଲେ ବର୍ତ୍ତମାନ ସେହିପରି ଏକ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି ।

ଏଠି କୌଣସି ସାଧାରଣ ଯୁବକ କି ଯୁବତୀ ନୁହଁନ୍ତି ବରଂ ଜଣେ ପୁରୋହିତ ରଶି ଲଗାଇ ଆହ୍ମହତ୍ୟା କରିଛନ୍ତି । ତାହାପୁଣି ଫେସବୁକ୍‌ ଲାଇଭ୍‌ରେ । ଯାହାକୁ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଭାବିବେ ଜଣେ ପୁରୋହିତ କେମିତି ଅତ୍ମହତ୍ୟା ପରି ଏକ ଅପରାଧକୁ ବାଛିନେଲେ ।

ଏପରି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶରୁ । ଜଣେ ନୃସିଂହ ମନ୍ଦିର ପୁରୋହିତ ଅଯୋଧ୍ୟାରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ପୁରୋହିତଙ୍କ ନାଁ ରାମ ଶଙ୍କର ଦାସ । ତାଙ୍କ ବୟସ ୨୮ ବର୍ଷ ହୋଇଥିବାବେଳେ, ସେ ତାଙ୍କ ଆତ୍ମହତ୍ୟାର ଭିଡିଓ ଫେସବୁକରେ ଲାଇଭ୍‌ କରିଥିଲେ ।

ମୃତ୍ୟୁ ସମୟର ଲାଇଭ ଭିଡିଓରେ ରାମ ଶଙ୍କର ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ରାଇଗଞ୍ଜ ପୋଲିସକୁ ତାଙ୍କ ମୃତ୍ୟୁ ପାଇଁ ଦାୟୀ କରିଥିବାବେଳେ ଆଉଟପୋଷ୍ଟ ଦାୟିତ୍ୱରେ ରହିଥିବା ଜଣେ କନଷ୍ଟେବଳଙ୍କ ବିରୋଧରେ କିଛି ଅଭିଯୋଗ ଆଣିଥିଲେ ରାମ ଶଙ୍କର । ହେଲେ ତାଙ୍କର ସମସ୍ତ ଅଭିଯୋଗକୁ ପୋଲିସ ଅଧିକାରୀ ଖଣ୍ଡନ କରିଛନ୍ତି ।

ଅଧିକାରୀ କହିଛନ୍ତି କି, ମୃତ ପୁରୋହିତ ନିଶା ସେବନ କରିବାପରେ ଜୀବନ ହାରିଛନ୍ତି । ଗତ କିଛି ଦିନ ପୂର୍ବରୁ ମନ୍ଦିରର ବୃଦ୍ଧ ମହନ୍ତ ରାମ ଶରଣ ଦାସ ନିଖୋଜ ଥିଲେ । ଏହି ଘଟଣାରେ ପୋଲିସ ରାମ ଶଙ୍କର ଦାସଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ରିପୋର୍ଟ ଆଧାରରେ ଜାନୁଆରୀରୁ ନିଖୋଜ ଥିଲେ ରାମ ଶରଣ । ଯାହାକୁ ନେଇ ରାମ ଶଙ୍କରକୁ ପୋଲିସ ପଚାରାଉଚରା କରିଥିଲା । ଫଳରେ ଏଥିଯୋଗୁ ମାନସିକ ଅବସାଦରେ ରହି ପୁରୋହିତ ରାମ ଶଙ୍କର ଆତ୍ମହତ୍ୟା କରିଥିବା କୁହାଯାଉଛି ।

ସେପଟେ ଗତ ସୋମବାର ଦିନ ମନ୍ଦିର ପରିସରରେ ଥିବା ରାମ ଶଙ୍କର ଦାସଙ୍କ କୋଠରିରୁ ତାଙ୍କର ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି । ମୃତଦେହ ଉଦ୍ଧାରବେଳକୁ ଏକ କପଡ଼ାରେ ରାମ ଶଙ୍କରଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ଘଟଣାକୁ ଗୁରୁତର ସହ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।