/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683273675.jpg)
Boy Friend - Girl Friend
ବୟ ଫ୍ରେଣ୍ଡ ସହ ଗପୁଥିଲା ଝିଅ । ପିଟି ପିଟି ମାରିଦେଲେ ମାଆ ଓ ଭାଇ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆଜ୍ମେର ସହରର ଶ୍ରୀନଗର ଅଞ୍ଚଳରେ । ଶ୍ରୀନଗର ପୋଲିସ ଏହି ଘଟଣାରେ ଉଭୟ ମାଆ ଓ ପୁଅକୁ ଗିରଫ କରିଛି ।
ପୋଲିସର କହିବାନୁଯାୟୀ, ମୃତକଙ୍କ ନାଁ ହେଉଛି ସୋନୁ । ମଣପୁର ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ କୂଅରୁ ଗତ ଏପ୍ରିଲ ୨୯ ତାରିଖରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣା ଘଟିବାର ତିନି ଦିନ ପରେ ସୋନୁଙ୍କ ପରିବାର ଲୋକ ଥାନାରେ ସେ ନିଖୋଜ ହୋଇଥିବା ନେଇ ଖବର ଦେଇଥିଲେ । ପୋଲିସ ମାମଲାକୁ ଗୁରୁତ୍ୱର ସହ ନେଇଥିଲା ।
ପ୍ରଥମେ ପରିବାର ଲୋକ ଅଭିଯୋଗ ଆଣିଥିଲେ ଯେ, ତାଙ୍କ ଝିଅ ସୋନୁଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଛି । ଏହାକୁ ସତ ପ୍ରମାଣିତ କରିବା ପାଇଁ ବିଭିନ୍ନ ପ୍ରକାର ବାହାନା ମଧ୍ୟ ଦେଖାଇଥିଲେ ପରିବାର ଲୋକ । ହେଲେ ପରିବାର ଲୋକଙ୍କ ବୟାନ ଶୁଣିବା ପରେ ପୋଲିସର ସନ୍ଦେହ ବଢ଼ିଥିଲା । ବାରମ୍ବାର ପରିବାର ଲୋକଙ୍କ ବୟାନ ବଦଳିବାକୁ ନେଇ ପୋଲିସର ସନ୍ଦେହ ହୋଇଥିଲା ।
ତେବେ ଅଧିକ ତଦନ୍ତ ପରେ ଏବଂ ପରିବାର ଲୋକଙ୍କୁ ବାରମ୍ବାର ଜେରା କରାଯିବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା । ସେହି ସବୁ ତଥ୍ୟକୁ ଆଧାର କରି ପୋଲିସ ମାଆ ପୁଅଙ୍କୁ ଗିରଫ କରିଛି ।
ପୋଲିସର କହିବାନୁଯାୟୀ, ସୋନୁ ଜଣେ ଯୁବକଙ୍କ ସହ ଲୁଚିଛପି କଥା ହେଉଥିଲା । ଏହା ଜାଣିବା ପରେ ମାଆ ଏବଂ ଭାଇ ରାଗି ଯାଇଥିଲେ । ଏକ କୁରାଢ଼ିରେ ସେମାନେ ଝିଅକୁ ଆକ୍ରମଣ କରିଥିଲେ । ତାପରେ ତାର ମୃତ୍ୟୁ ହୋଇଥିଲା । ପରେ ମୃତଦେହକୁ ଲୁଚାଇବା ପାଇଁ ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ତାକୁ ଫିଙ୍ଗି ଦେଇଥିଲେ । ସୋନୁଙ୍କ ମାଆଙ୍କୁ ପୋଲିସ ଜେରା କରିବା ବେଳେ ଘଟଣା ସାମ୍ନାକୁ ଆସିଥିଲା । ସେ ଏହି ଅପରାଧ ଘଟାଇଥିବା ସ୍ୱୀକାର କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)