Advertisment

ଆଉ ଜଣେ ଅପରାଧୀ ସଫା, ବେଲ୍‌ରେ ଆସିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ଏନକାଉଣ୍ଟରରେ ନିପାତ

ଏସଟିଏଫର ଏନକାଉଣ୍ଟରରେ ଉତ୍ତରପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ନିପାତ

author-image
Prangyan Parimita
ଅଦ୍ୟତନ ହୋଇଛି
UP Gangster Anil Dujana Killed In Encounter

gangster Anil Dujana

ଯୋଗୀ ରାଜରେ ମାଫିଆଙ୍କୁ ତ୍ରାହି ନାହିଁ । ଅହମ୍ମଦ ହେଉ ଅବା ଉତ୍ତରପ୍ରଦେଶର ଅନ୍ୟ କେଉଁ ଅଣ୍ଡରୱାଲଡ ଡନ୍ ସମସ୍ତଙ୍କୁ ସଫା କରିଦେବେ ବୋଲି ବଜ୍ର ଶପଥ ନେଇଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅତିକ୍‌ର ମୃତ୍ୟୁ ପରେ ତାଲିକା ମଧ୍ୟ ପ୍ରସ୍ତୁତ ହୋଇସାରିଥିଲା । ଏବେ ଜଣ ଜଣଙ୍କର ପାଳି ପଡ଼ୁଛି । ଆଜି ପଶ୍ଚିମ ଉତ୍ତରପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅନିଲ ଦୁଜାନା (Gangster Anil Dujana) ଏନକାଉଣ୍ଟରରେ ନିହତ ହୋଇଛଛି ।

Advertisment

ଆଜି ଅପରାହ୍ନରେ ମିରଟରେ ହୋଇଥିବା ଏକ ଏନକାଉଣ୍ଟରରେ ଅନିଲ ଦୁଜାନାର ମୃତ୍ୟୁ ଘଟିଛି । ହତ୍ୟା, ଡକାୟତି, ଅପହରଣ ଭଳି ଅନେକ ମାମଲାରେ ଅନିଲ ଦୁଜାନା ଓରଫ୍‌ ଅନିଲ ନାଗରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ପ୍ରାୟ ଏକ ସପ୍ତାହ ପୂର୍ବରୁ ଏକ ହତ୍ୟା ମାମାଲାରେ ବେଲ୍‌ରେ ବାହାରକୁ ଆସିଥିଲା ଅପରାଧୀ । ଆଉ ଜେଲରୁ ବାହାରିବା ପରେ ସେ ଜଣେ ସାକ୍ଷୀକୁ ମାରିବା ପାଇଁ ଧମକ ଦେଇଥିଲା । ଆଉ ସେହି ବ୍ୟକ୍ତି ଜଣକ ଥାନାରେ ଏନେଇ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ ଏକ ପୋଲିସ୍‌ ଟିମ ଅନିଲକୁ ଖୋଜିବାକୁ ଆରମ୍ଭ କରିଥିଲା । ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଥିଲା, ଅନିଲ ମିରଟରେ ଲୁଚି ରହିଛି । ଏହାପରେ ଏସଟିଏଫ ଟିମ ଅନିଲ ଥିବା ସ୍ଥାନରେ ପହଞ୍ଚି ଯାଇଥିଲା । ପୋଲିସ୍‌କୁ ଦେଖିବା ମାତ୍ରେ ଅନିଲ ଘଟଣାସ୍ଥଳରୁ ଖସି ଯିବାକୁ ଉଦ୍ୟମ କରିଥିଲା । ହେଲେ ଏସଟିଏଫ ଟିମ୍‌ର ଏନକାଉଣ୍ଟରରେ ଅନିଲ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲା।

Advertisment

ସୂଚନାଯୋଗ୍ୟ ଗତ କିଛି ଦିନ ହେବ STF ଏବଂ UP ପୋଲିସ ଅନିଲ ଦୁଜାନାଙ୍କୁ ଖୋଜୁଥିଲେ । ଏହି ଗ୍ୟାଙ୍ଗଷ୍ଟର ବିରୋଧରେ ୧୮ ଟି ହତ୍ୟା, ଲୁଟପାଟ୍, ଡକାୟତି, ଜମି ଜବରଦଖଲ, ବେଆଇନ୍‌ ଅସ୍ତ୍ରଶସ୍ତ୍ର ରଖିବା ସମେତ ୬୨ ଟି ମାମଲା ରହିଥିଲା । ଅନିଲ ଦୁଜାନା ଗ୍ୟାଙ୍ଗଷ୍ଟର ସୁନ୍ଦର ଭାଟିକୁ AK-47 ରେ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି ।

୨୦୧୨ ଠାରୁ ଅନିଲ ଦୁଜାନା ଜେଲରେ ଥିଲା ଏବଂ ଜାନୁୟାରୀ ୨୦୨୧ରେ ଜାମିନରେ ବାହାରିଥିଲା । ତା’ଉପରେ ବୁଲନ୍ଦଶହର ପୋଲିସ ୨୫ ହଜାର ଏବଂ ନୋଏଡା ପୋଲିସ ୫୦ ହଜାର ପୁରସ୍କାର ରାଶି ରଖିଥିଲା । ଅନେକ ମାମଲାରେ ହାଜର ହୋଇନଥିବାରୁ ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା ।

ଗ୍ୟାଙ୍ଗଷ୍ଟର ସୁନ୍ଦର ଭାଟି ଉପରକୁ ଚଳାଇଥିଲା ଗୁଳି

ପଶ୍ଚିମ ୟୁପିରେ ଦୁଇ ଗ୍ୟାଙ୍ଗଷ୍ଟରଙ୍କ ଗ୍ୟାଙ୍ଗୱାର ବହୁ ଚର୍ଚ୍ଚିତ ଥିଲା । ନରେଶ ଭାଟି ଏବଂ ସୁନ୍ଦର ଭାଟି ଗ୍ୟାଙ୍ଗ୍‌ର ସଦସ୍ୟ ମଧ୍ୟରେ ଶତ୍ରୁତା ରହିଥିଲା । କିନ୍ତୁ ୨୦୦୪ରା ନରେଶ ଭାଟିକୁ ସୁନ୍ଦର ଭାଟିର ଗ୍ୟାଙ୍ଗ୍‌ ଗୁଳି କରି ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡର ପ୍ରତିଶୋଧ ନେବା ପାଇଁ ନରେଶର ଭାଇ ରଣଦୀପ ଏବଂ ଜ୍ୱାଇଁ ଅମିତ କାସାନା ଅନିଲ ଦୁଜାନାକୁ ନିଜ ଗ୍ୟାଙ୍ଗ୍‌ରେ ମିଶାଇଥିଲେ । ଆଉ ନଭେମ୍ବର ୨୦୧୧ରେ ସୁନ୍ଦର ଭାଟିଙ୍କୁ ହତ୍ୟା କରିବା ପାଇଁ ତିନି ଜଣ ସୁନ୍ଦର ଭାଟିଙ୍କ ଭଣଜା ବିବାହ ଦିନକୁ ଟାର୍ଗେଟ କରିଥିଲେ । ସମସ୍ତଙ୍କ ସାମ୍ନାରେ ତାକୁ ହତ୍ୟା କରି ଆତଙ୍କ ବିସ୍ତାର କରିବା ସେମାନଙ୍କର ଲକ୍ଷ୍ୟ ଥିଲା । ଯୋଜନା ଅନୁସାରେ ରଣଦୀପ, କସନା ଏବଂ ଅନିଲ ଦୁଜାନା ଗ୍ୟାଙ୍ଗଷ୍ଟର ସୁନ୍ଦର ଭାଟି ଉପରକୁ ଗୁଳି ଚଳାଇଥିଲେ । କିନ୍ତୁ ସୁନ୍ଦର ଭାଟି ଖସି ପଳାଇଥିଲା ଏବଂ ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା।

ଏହି ହତ୍ୟାକାଣ୍ଡ ମାମଲାରେ ୨୦୧୨ରେ ଅନିଲ ଦୁଜାନା ଧରାପଡି ଜେଲ ଯାଇଥିଲା । ଏହା ପରେ ୨୦୧୪ରେ ସୁନ୍ଦର ଭାଟି ପ୍ରତିଶୋଧ ନେଇ ଅନିଲ ଦୁଜାନାର ଭାଇଙ୍କୁ ହତ୍ୟା କରିଥିଲା । ୨୦୨୧ରେ ଜାମିନରେ ସେ ବାହାରକୁ ଆସିଥିଲା । ଏପଟେ ଚଳିତ ବର୍ଷ ଅକ୍ଟୋବରରେ ଅନିଲ ଦୁଜାନା ଅନ୍ୟ ଜଣେ ବ୍ୟବସାୟୀଙ୍କ ଠାରୁ ୧ କୋଟି ଟଙ୍କା ମାଗିଥିଲା । ଏଥିସହ ଅନ୍ୟ ଏକ ହତ୍ୟା ମାମଲାରେ ସାକ୍ଷୀଙ୍କୁ ଧମକ ଦିଆଯାଇଥିଲା । ଏହି ସମସ୍ତ ମାମଲା ବ୍ୟତୀତ ଅନିଲ ଦୁଜାନା ଅନ୍ୟ ମାମଲାର ଶୁଣାଣିରେ ଯୋଗ ଦେଇନଥିଲେ, ଯେଉଁ କାରଣରୁ କୋର୍ଟ ତାଙ୍କ ଉପରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ ଏବଂ ୟୁପି ପୋଲିସ ମଧ୍ୟ ୭୫ ହଜାର ଟଙ୍କା ପୁରସ୍କାର ରାଶି ରଖିଥିଲା ।

Encounter
Advertisment
Advertisment