Advertisment

ପୋଲିସ୍ ଚାକିରି ପାଇଁ ଦେଖୁଥିଲେ ସ୍ୱପ୍ନ, ଜୀବନ ହାରିଦେଲେ

ରାତିରେ ଖାଇ ସାରିବା ପରେ ଘରେ ଶୋଇବାକୁ ଯାଇ ଆଶ୍ଚର୍ଯ୍ୟଜନକ ଭାବେ ଆତ୍ମହତ୍ୟା କରିଛନ୍ତି ଅତୁଲ। ହେଲେ ତାଙ୍କ ଆତ୍ମହତ୍ୟାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।

author-image
Chandan Shishu
ଅଦ୍ୟତନ ହୋଇଛି
Traffic Volunteer Suicide In Bhubaneswar

traffic volunteer kills self in Bhubaneswar

ସଦାବେଳେ ହସ ହସ ଚେହେରା ଆଉ ଖୁସିମିଜାଜର ପିଲା... କେତେବେଳେ ସାଙ୍ଗମାନଙ୍କ ସହ କଲେଜ୍ କ୍ୟାମ୍ପସରେ ତ ଆଉ କେତେବେଳେ ବାହାଘର ରିସେପସନ୍ ପାର୍ଟିରେ... ଜୀବନକୁ ନେଇ କେତେବେଳେ ମୁଡ୍ ବ୍ଲାକ ଆଣ୍ଡ୍ ହ୍ୱାଇଟ୍ ତ ଆଉ କେତେବେଳେ କଲର୍ ଫୁଲ୍ ଷ୍ଟାଟସ୍... ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ଭଲେଣ୍ଟିୟର ଭାବେ କାମ କରୁଥିବା ଯୁବକ ତଥା ଏକାମ୍ର କଲେଜ ପ୍ଲସ୍ ଥ୍ରୀ କମର୍ସର ଛାତ୍ର ଅତୁଲ କୁମାର ସିଆ। ହେଲେ ଆଶ୍ଚର୍ଯ୍ୟର କଥା ଅତୁଲ ଗତକାଲି ନିଜ ଘରେ ଆତ୍ମହତ୍ୟା କରିଛନ୍ତି।

Advertisment

ଲିଙ୍ଗରାଜ ଥାନା ଅନ୍ତର୍ଗତ ସୂର୍ଯ୍ୟବିହାର ସ୍ଥିତ ତାଙ୍କ ଘରୁ ପୋଲିସ୍ ଶବ ଜବତ କରିଛି। ରାଜଧାନୀରେ ଟ୍ରାଫିକ୍ ଭଲେଣ୍ଟିୟର ଭାବେ କାମ କରୁଥିବା ଅତୁଲ ଡିଫେନ୍ସ କ୍ଷେତ୍ରରେ ରୁଚି ରଖୁଥିଲେ। ନିକଟରେ ଓଡିଶା ପୋଲିସରେ କନେଷ୍ଟବଳ ପଦବୀ ପାଇଁ ପରୀକ୍ଷା ମଧ୍ୟ ଦେଇଥିଲେ। ଖାଲି ସେତିକି ନୁହେଁ ନିଜକୁ ଇନସ୍ପାୟର୍ କରିବା ପାଇଁ ଭୁବନେଶ୍ୱର ଡିସିପି ପ୍ରତିକ୍ ସିଂଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି।

ରାତିରେ ଖାଇ ସାରିବା ପରେ ଘରେ ଶୋଇବାକୁ ଯାଇ ଆଶ୍ଚର୍ଯ୍ୟଜନକ ଭାବେ ଆତ୍ମହତ୍ୟା କରିଛନ୍ତି ଅତୁଲ। ହେଲେ ତାଙ୍କ ଆତ୍ମହତ୍ୟାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।

Advertisment

ଖାଲି ଇଏ ନୁହଁନ୍ତି। ଗତ ମାସକ ଭିତରେ ୭ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଭିନ୍ନ କାରଣରୁ ଜୀବନ ହାରି ସାରିଲେଣି। କିଛିଦିନ ତଳେ ଭୁବନେଶ୍ୱର ଚନ୍ଦ୍ରମା ଆପାର୍ଟମେଣ୍ଟରେ
ଆତ୍ମହତ୍ୟା କରିଥିଲେ ଜଣେ ଆଇନ୍ ଛାତ୍ର । ସେହିଭଳି ଓୟୁଟିଆର୍ MSC ଶେଷ ବର୍ଷର ଜଣେ ଛାତ୍ର ହଷ୍ଟେଲ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲେ। ପରୀକ୍ଷା ଖରାପ ହେବାରୁ ରମାଦେବୀ ବିଶ୍ଵବିଦ୍ୟାଳୟର ଜଣେ ଛାତ୍ରୀ ମଧ୍ୟ କିଛି ଦିନ ତଳେ ଆତ୍ମହତ୍ୟା କରିଥିଲେ।

ଗତ ମାସକରେ ଏମିତି ୭ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପ୍ରାଣହାନୀ ସାରିଲେଣି। ମାନସିକ ଦୁଶ୍ଚିନ୍ତା, ନିଯୁକ୍ତି ସମସ୍ୟା, ଏକାଲା ପଣ ନା ପ୍ରେମରେ ବିଫଳତା ? ସହରରେ ରହୁଥିବା ଶିକ୍ଷିଚ ଯୁବକ ଯୁବତୀ କାହିଁକି ନେଉଛନ୍ତି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆମ ଓଡ଼ିଶାରେ ବର୍ଷକୁ ବର୍ଷ ବଢ଼ିଚାଲିଛି ଆତ୍ମହତ୍ୟାର ସଂଖ୍ୟା।

୨୦୨୦ରେ ୫୪୮୨ ଜଣ, ୨୦୨୧ରେ ୫୬୪୯ ଜଣ ଏବଂ ୨୦୨୨ ରେ ୬୧୪୦ଜଣ ବିଭିନ୍ନ ଉପୟାରେ ଆତ୍ମହତ୍ୟା କରିଛନ୍ତି। ତେବେ ଯୁବକଯୁବତୀଙ୍କ ଏ ଆତ୍ମହତ୍ୟା ପ୍ରବଣତାକୁ ନେଇ ଶୁଣନ୍ତୁ କଣ କହୁଛନ୍ତି ମାନସିକ ରୋଗ ବିଶେଷଜ୍ଞ।

Suicide Case Student Suicide Student Death
Advertisment
Advertisment