• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଥାନାରେ ବନ୍ଧା ହେଲେ ଦୁଇ ଦୁଇଟି ଛେଳି । ଏମିତି କିଛି ଦୃଶ୍ୟ ଦେଖିବା ପରେ ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗିବ । ଆଉ ମନରେ ପ୍ରଶ୍ନ ଆସୁଥିବ ଥାନାରେ ଛେଳି କାହିଁକି ବନ୍ଧାହେଲେ ? ହେଲେ ପୂରା ଘଟଣା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ସିମୁଳିଆ ଥାନା ଅଧିନ ପୁରୁଷୋତ୍ତମ ଗ୍ରାମପଞ୍ଚାୟତର ପ୍ରମିଳା ସାହୁ ନାମକ ଜଣେ ମହିଳା ଛେଳି ପାଳିଥିଲେ । ଗତ ୨୭ ତାରିଖରେ ଛେଳି ବିକ୍ରି କରିବା ଲାଗି ନିଷ୍ପତ୍ତି ନେଇଥିଲେ ପ୍ରମିଳା । ହେଲେ ସେ ଦେଖିବାକୁ ପାଇଥିଲେ ଗୁହାଳରୁ ତାଙ୍କ ଛେଳିକୁ ଚୋରିକରି ନେଇଯାଇଥିଲେ ଦୁର୍ବୃତ୍ତ । ଯାହାକୁ ନେଇ ଥାନାରେ ପ୍ରମିଳା ଲିଖିତ ଆକାରରେ ଅଭିଯୋଗ ବି କରିଥିଲେ । ଖାଲି ଅଭିଯୋଗ କରିଥିଲେ ତାହା ନୁହେଁ ବରଂ ସ୍ଥାନୀୟ ଅଂଚଳରେ ଖୋଜାଖୋଜି କରିଥିଲେ । ଆଉ ଛେଳି ଖୋଜୁଥିବା ବେଳେ ଦେଖିବାକୁ ପାଇଥିଲେ ଏକ ମାଂସ ଦୋକାନରେ ତାଙ୍କ ଛେଳି ବନ୍ଧା ହୋଇଛି ।

ପ୍ରମିଳା ପ୍ରଥମେ ଛେଳି ବିକ୍ରି କରିବାକୁ ଯୋଜନା କରିଥିଲେ, କିନ୍ତୁ ଛେଳି ଦୁଇଟିକୁ ଦୁର୍ବୃତ୍ତ ଚୋରେଇ ନେଇଥିଲେ । ଶେଷରେ ମାଂସ ଦୋକାନ ପାଖରେ ଦେଖିବାରୁ ଥାନାକୁ ଦୌଡିଥିଲେ ପ୍ରମିଳା । ଅଭିଯୋଗ ପାଇ ପୋଲିସ୍‌ ଆସିବା ସହିତ ଦୁଇ ଛେଳିଙ୍କୁ ଉଦ୍ଧାର କରି ଥାନା ପରିସରରେ ବାନ୍ଧିଥିଲା । ପୂରା ଘଟଣାରେ ଜଣଙ୍କୁ ଅଟକ ରଖି ପଚାରାଉଚରା ଚଳାଇଛି ପୋଲିସ୍‌ । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ।

 

  • Reported by:
  • Suryadoya Biswal