/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683031497.jpg)
fake voice calls
ଆପଣଙ୍କ ପାଖକୁ ଆସିପାରେ ଆପଣଙ୍କ ସମ୍ପର୍କୀୟଙ୍କ ନକଲି ଭଏସ୍ କଲ୍ । ଜରୁରୀ ଅଛି, କିଛି ଟଙ୍କା ପଠାନ୍ତୁ...ଏମିତି ବି ଆସିପାରେ ଆପଣଙ୍କ ବନ୍ଧୁଙ୍କ ନକଲି ସ୍ୱର। ଆଉ ଚାଲି ଯାଇପାରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା । ଆଜ୍ଞା ହଁ ଦିନକୁ ଦିନ ଦେଶରେ ବଢ଼ିବାରେ ଲଗିଛି ନକଲି ଭଏସ୍ କଲ୍ ସ୍କାମ୍ । ଆଉ ଏଥିପାଇଁ AIକୁ ଦାୟୀ ମଧ୍ୟ କରାଯାଉଛି । ଅନ୍ଲାଇନ୍ ସିକ୍ୟୁରିଟି ଫାର୍ମ ମ୍ୟାକଫି ଦ୍ୱାରା କରାଯାଇଥିବା ସର୍ଭେ ଅନୁସାରେ ଆସୁଥିବା ନକଲି ଭଏସ୍ କଲ୍ ସମ୍ପର୍କରେ ଜାଣିବା ଅସମ୍ଭବ ବୋଲି କୁହାଯାଇଛି ।
ଲୋକଙ୍କ କହିବା ଅନୁଯାୟୀ, ପ୍ରକୃତ କଲ୍ ଏବଂ AI ଦ୍ୱାରା ନିର୍ମିତ ନକଲି ଭଏସ୍ କଲ୍ ମଧ୍ୟରେ ପାର୍ଥକ୍ୟ ଜାଣିବା ଅସମ୍ଭବ । ସର୍ଭେ କରାଯାଇଥିବା ରିପୋର୍ଟ ଆଧାରରେ ଏହି ନକଲି ଭଏସ୍ କଲ୍ ଯୋଗୁଁ ୮୩ ପ୍ରତିଶତ ଭାରତୀୟ ଟଙ୍କା ହରାଇଛନ୍ତି । ସାତୋଟି ଦେଶରେ ୭,୦୫୪ ଜଣଙ୍କୁ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ଯେଉଁଥିରେ ଭାରତର ୧,୦୧୦ ଜଣ ରହିଛନ୍ତି ।
ସର୍ଭେରେ ଆସିଥିବା ରିପୋର୍ଟ ଆଧାରରେ ପ୍ରାୟ ଭାରତୀୟ ପ୍ରକୃତ ଏବଂ ନକଲି ସ୍ୱର ମଧ୍ୟରେ ପାର୍ଥକ୍ୟ ଜାଣିବାରେ ଅସମର୍ଥ ରହିଛନ୍ତି । ସେହିପରି ୮୩ ପ୍ରତିଶତ ଭଏସ୍ ସ୍କାମ ପୀଡିତ ବ୍ୟକ୍ତି ଟଙ୍କା ହରାଇଛନ୍ତି । ଏହି ଠକେଇ ବିରୁଦ୍ଧରେ ପ୍ରତିରକ୍ଷା ବିଭାଗ ପଦକ୍ଷେପ ନେବାସହ ମୌଖିକ କୋଡୱାର୍ଡ ବ୍ୟବହାର କରିବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି ।
ରିପୋର୍ଟରେ ଆହୁରି କୁହାଯାଇଛି ଯେ ୪୮ ପ୍ରତିଶତ ଲୋକ ୫୦,୦୦୦ରୁ ଅଧିକ ଟଙ୍କା ହରାଇଛନ୍ତି । ସେହିପରି ବିଭିନ୍ନ ବୟସ ତୁଳନାରେ ନକଲି ଭଏସ୍ ଜାଣିବାରେ ପାର୍ଥକ୍ୟ ରହିଥିବା କୁହାଯାଇଛି । ଏନେଇ ବିଭିନ୍ନ ବୟସ ବର୍ଗର ଲୋକ ପ୍ରତିକ୍ରିୟା ରଖିଛନ୍ତି । ୬୯ ପ୍ରତିଶତ ଭାରତୀୟ ନକଲି ଭଏସ୍ ଓ ଅସଲି ଭଏସ୍ ମଧ୍ୟରେ ପାର୍ଥକ୍ୟ ଜାଣିପାରିନାହାନ୍ତି । ଏବଂ ନକଲି ଭଏସ୍କୁ ଜାଣିବା ଅସମ୍ଭବ ବୋଲି କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)