Advertisment

ବାଇକ୍‌ରେ ଆସି ଆଖିବୁଜା ଗୁଳିମାଡ଼ କଲେ, ଅକାଳରେ ଚାଲିଗଲା ୮ ଜୀବନ

ବାଇକ୍‌ରେ ଆସି ଅଚାନକ ଗୁଳିମାଡ଼ କରି ଚମ୍ପଟ ମାରିଲା ଦୁର୍ବୃତ୍ତ। ଦୁର୍ବୃତ୍ତର ଆଖିବୁଜା ଗୁଳିମାଡ଼ରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Belgrade Shooting

8 dead in shooting near Serbian capital

ବାଇକ୍‌ରେ ଆସି ଅଚାନକ ଗୁଳିମାଡ଼ କରି ଚମ୍ପଟ ମାରିଲା ଦୁର୍ବୃତ୍ତ। ଦୁର୍ବୃତ୍ତର ଆଖିବୁଜା ଗୁଳିମାଡ଼ରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ସର୍ବିଆ ରାଜଧାନୀ ବେଲ୍‌ଗ୍ରେଡ୍‌ଠୁ ପାଖାପାଖି ୬୦ କି.ମି. ଦୂର ଦକ୍ଷିଣରେ ଏକ ସର୍ବିଆନ୍‌ ସହରରେ ଏହି ଗୁଳିକାଣ୍ଡ ଘଟିଛି। ମିଳିଥିବା ସୂଚନା ଅନୁସାରେ, ଏହି ଗୁଳିକାଣ୍ଡ ମ୍ଲାଡେନୋଭାକ୍‌ ନିକଟରେ ହୋଇଛି।

Advertisment

ଅଧିକ ପଢ଼ନ୍ତୁ: କ୍ଲାସ୍‌ ଭିତରେ ଆଖିବୁଜା ଗୁଳି ଚଳାଇଲା ଛାତ୍ର ! ୮ ଛାତ୍ରଛାତ୍ରୀ, ଜଣେ ସିକ୍ୟୁରିଟି ଗାର୍ଡ ମୃତ

ଦୁର୍ବୃତ୍ତ ଜଣକ ବାଇକ୍‌ରେ ଆସି ହଠାତ୍‌ ଆଖିବୁଜା ଗୁଳିମାଡ଼ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ପୋଲିସ୍‌ ଆକ୍ରମଣକାରୀକୁ ଧରିବା ଲାଗି ଛାନ୍‌ଭିନ୍‌ ଚଳାଇଛି। ଗୁଳିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ପୋଲିସ୍‌ ମୁତୟନ କରାଯାଇଛି। ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲା।

Advertisment

ସୂଚନାଥାଉ କି, ସର୍ବିଆରେ ଗୁଳିମାଡ଼ ଘଟଣା ଥମିବାର ନାଁ ଧରୁନି। କିଛିଦିନ ପୂର୍ବେ ବେଲ୍‌ଗ୍ରେଡ୍‌ରେ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଥିଲା। ବିବିସି ରିପୋର୍ଟ ଅନୁସାରେ, ୧୪ ବର୍ଷୀୟ ଛାତ୍ର ସ୍କୁଲ୍‌ରେ ଛାତ୍ରଛାତ୍ରୀ ଓ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼ କରିଥିଲେ। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୮ ଜଣ ଶିଶୁ ଥିଲେ। ତେବେ ଏହି ଘଟଣାରେ ପୋଲିସ୍‌ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କୁ ଗିରଫ କରିଥିଲା। ଏହା ପୂର୍ବରୁ ଚଳିତ ବର୍ଷ ମ୍ଲାଡେନୋଭାକ୍‌ ସହରରେ ଜଣେ ବ୍ୟକ୍ତି ୧୩ ଜଣ ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା କରିଥିଲା।

Shooting
Advertisment
Advertisment