ମୁମ୍ବାଇରେ ଦିନକରେ ୭୫୭ଟି ନୂଆ ମାମଲା ସାମ୍ନାକୁ ଆସିଛି। ୬ ମାସ ପରେ ମୁମ୍ବାଇରେ ଏହା ସର୍ବାଧିକ ସଂକ୍ରମଣ ସେହିପରି ମହାରାଷ୍ଟ୍ରରେ ଆଜି ପୁଣି ଆଉ ଦୁଇ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ବିଶ୍ୱର ଅନେକ ଦେଶରେ ଓମିକ୍ରନ୍ ବଢ଼ିଛି। ଭାରତରେ ବି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି। ଏହା ସତର୍କ ରହିବାର ସମୟ, ସାବଧାନ ରହିବା।
ରାଜ୍ୟ ସରକାର ସଂକ୍ରମଣ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ। ସେପଟେ ଅଫଲାଇନ୍ କ୍ଲାସ ଚାଲିଥିବାରୁ ଛାତ୍ରଛାତ୍ରୀଙ୍କ ପ୍ରତି ସଂକ୍ରମଣ ବିପଦ ରହିଛି। ତେବେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ସ୍କୁଲଗୁଡ଼ିକୁ ଆଗୁଆ ଆଲର୍ଟ ଜାରି ହୋଇଛି।
କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିରୋ ନାଇଟ ସେଲିବ୍ରେସନ ବ୍ୟାନ୍ କରାଯାଇଥିବା ବେଳେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଆସନ୍ତା ୩୧ରୁ ୨ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରଖାଯିବା ପାଇଁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସ୍ଓପି ଜାରି କରାଯାଇଛି
କଟକର କ୍ୟାଣ୍ଟନମେଣ୍ଟ କ୍ୟାଥୋଲିକ୍ ଚର୍ଚ୍ଚରେ କୋଭିଡ୍ କଟକଣା ଉଲ୍ଲଂଘନ କରାଯାଇଥିବା ଅଭିଯୋଗରେ ପ୍ରାର୍ଥନା ବନ୍ଦ କରାଯାଇଛି ।
ଅମାନିଆ ହେଲେ ରେଭେନ୍ସା ଛାତ୍ରଛାତ୍ରୀ । ମନା କରିବା ସତ୍ତ୍ୱେ କ୍ୟାମ୍ପସରେ ପୁଣି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି କୋଭିଡ୍ ନିୟମର ଉଡାଇଛନ୍ତି ଧଜିଆ । ଶହ ଶହ ଛାତ୍ରଛାତ୍ରୀ ଏକାଠି ହୋଇ ନାଚଗୀତ କରିଛନ୍ତି । କରୋନା ନିୟମକୁ ଫୁ’ କରି ପୁଣି ନାଚଗୀତରେ ମସ୍ଗୁଲ ହେଲେ ରେଭେନ୍ସିଆନ୍ ।
ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ହରିୟାଣାରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଛି । ମହାରାଷ୍ଟ୍ରରେ ରାତି ୧୧ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ହୋଇଛି ।
ବଡ଼ଦିନ ପାଳନ କେବଳ ଚର୍ଚ୍ଚ ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ । କୋଭିଡ କଟକଣାରେ ଚର୍ଚ୍ଚାରେ ସର୍ବାଧିକ ୫୦ ଜଣଙ୍କୁ ନେଇ ବଡ଼ଦିନ ପାଳନ କରିବାକୁ କଡ଼ା ନିର୍ଦେଶ ।
ଦେଶରେ ଓମିକ୍ରନ କାୟା ବଢ଼ାଇ ଚାଲିଥିବାବେଳେ ଆଇଆଇଟିି କାନପୁର, କରୋନାର ତୃତୀୟ ଲହର ଫେବ୍ରୁଆରୀରେ ପିକ୍ ହେବ ବୋଲି ଆକଳନ କରିଛି।
ବିଶ୍ୱରେ ୧୦୮ ଦେଶରେ ୧ ଲକ୍ଷ ୫୧ ହଜାର ଓମିକ୍ରନ୍ ଆକ୍ରାନ୍ତ । ଓମିକ୍ରନ୍ରେ ଆକ୍ରାନ୍ତ ହୋଇ ୨୬ ଜଣଙ୍କ ମୃତ୍ୟୁ ଘଟିଛି କହିଲେ ରାଜେଶ ଭୂଷଣ । ବ୍ରିଟେନରେ ସର୍ବାଧିକ ୯୦ ହଜାର ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେଣି । ଡେନମାର୍କରେ ୩୦ ହଜାର ଓ କାନାଡ଼ାରେ ୫ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
୭୭ ଦିନ ପରେ ଏତେ ସଂଖ୍ୟାରେ ଆକ୍ରାନ୍ତ ଦିନକରେ ଚିହ୍ନଟ ହୋଇଛନ୍ତି । ଯାହା ପରେ ଏବେ ଟେଷ୍ଟିଂ ଓ ଟ୍ରାକିଂକୁ ଜୋରଦାର କରାଯାଇଛି ।
କରୋନା ଟୀକାକରଣର ବୁଷ୍ଟର ଡୋଜର ବ୍ୟବହାରକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଉଦ୍ବେଗ ପ୍ରକାଶ କରି କହିଛି ଯେ ଏହା ବିଶ୍ୱବ୍ୟାପୀ ଟିକା ଅଭାବର କାରଣ ହୋଇପାରେ । ଫଳରେ ଗରିବ ଦେଶ ଗୁଡିକ ବିଶେଷ ଭାବରେ ପ୍ରଭାବିତ ହୋଇପାରନ୍ତି ।
ଗୋଟିଏ ଲେୟାର ମାସ୍କ ନ ପିନ୍ଧି ୩ ଲେୟାର କିମ୍ବା N-95 ମାକ୍ସ ପିନ୍ଧନ୍ତୁ। ଓମିକ୍ରନ ୫ ଗୁଣା ଅଧିକ ଜୋର୍ରେ ବ୍ୟାପୁଛି ବୋଲି DMET କହିଛନ୍ତି।
ପୁଣି ଥରେ ଚିନ୍ତା ବଢ଼ାଇଲା ମହାରାଷ୍ଟ୍ରରେ କରୋନା ସ୍ଥିତି । ଗୋଟିଏ ଦିନରେ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି ୧, ୧୭୯ କରୋନା ଆକ୍ରାନ୍ତ । ସେଥିରୁ କେବଳ ମୁମ୍ବାଇରୁ ୬୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରେ ୨୩ ଜଣ ଓମିକ୍ରନ୍ ଆକ୍ରାନ୍ତ ମଧ୍ୟ ରହିଛନ୍ତି ।
କାୟା ବିସ୍ତାର କରୁଚି କରୋନା ଭାଇରସ୍ର ନୂଆ ଭାରିଆଣ୍ଟ୍ ଓମିକ୍ରନ୍। ରାଜ୍ୟରେ ଦିନକ ଆଗରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨ ଜଣ ଓମିକ୍ରନ ପଜିଟିଭ୍ ଚିହ୍ନଟ ହେବା ପରେ ବଢ଼ିଛି ଚିନ୍ତା।
ଦିନେ ଛଡ଼ା ଦିନେ ଘରର ଜଣେ ଲୋକ ଅତ୍ୟାବଶ୍ୟକ ଜିନିଷ କିଣିବାକୁ ଯିବେ । ଜଣକ ଛଡ଼ା ଆଉ କେହି ଘରୁ ବାହାରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି ।
ଚିନ୍ତା ବଢାଇଲାଣି ଓମିକ୍ରନ୍ । ପ୍ରଥମେ ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଦୁଇ ଜଣ ଓମିକ୍ରନ୍ ଅକ୍ରାନ୍ତ ଥିବାର ସୂଚନା ମିଳିଛି । ରାଜଧାନୀରେ କୋଭିଡ୍ ସ୍ଥିତି ନେଇ BMC କମିଶନର ସଞୟ ସିଂଙ୍କ ସୂଚନା ଦେଇଛନ୍ତି । କୋଭିଡ୍ ଗାଇଡଲାଇନ ଅନୁସାରେ ଖ୍ରୀଷ୍ଟମାସ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟରେ ଆଉ ୧୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। କ୍ୱାରେଣ୍ଟିନ୍ରୁ ୯୧, ଲୋକାଲ୍ କେସ୍ ୬୪ ଚିହ୍ନଟ ହୋଇଛନ୍ତି।
ବିଦେଶ ଫେରନ୍ତା ଉପରେ ତୀକ୍ଷ୍ଣ ନଜର ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟିକାକରଣକୁ ଆହୁରି ବ୍ୟାପକ କରାଯିବ। ଆଗକୁ ରାଜ୍ୟରେ ଦୁଇଟି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଦେଶକୁ ଘାରିଲାଣି ଓମିକ୍ରନ୍ ଚିନ୍ତା । ଦିଲ୍ଲୀରେ ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ ଉପରେ ରୋକ୍ ଲଗାଯାଇଛି । ଦେଶରେ ଓମିକ୍ରନ୍ ମାମଲା ବଢୁଥିବା ବେଳେ କଠୋର ହୋଇଛି ଦିଲ୍ଲୀ ପ୍ରଶାସନ । ଦିଲ୍ଲୀରେ ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଳନ ଭିଡ ଯେପରି ନହେବ, ସେନେଇ ସଜାଗ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟରେ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରଠୁ ବଢ଼ିଲା ଚିନ୍ତା । ଖୋଦ୍ ମୁଖ୍ୟମନ୍ତ୍ରୀ ଶୁଣାଇଦେଲେ ସତର୍କବାଣୀ । କହିଲେ ସମସ୍ତେ ମାସ୍କ ପିନ୍ଧନ୍ତୁ, ଅତି ଦରକାର ନଥିଲେ ବାହାରକୁ ଯାଆନ୍ତୁ ନାହିଁ ।
ଗତକାଲି ୱାର୍ ରୁମ୍ ସଜାଗ ରଖିବାକୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି ପରେ ଆଜି ଲୋକସେବା ଭବନରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ । ଏହାପରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶ କହିଛନ୍ତି ବୈଠକରେ ମୋଟ୍ ୫ଟି ବିଷୟରେ ଗୁରୁତ୍ୱ ଦିଆଯାଇଛି ।
ଦିଲ୍ଲୀର କେଜ୍ରିୱାଲ ସରକାର ନୂଆ ବର୍ଷରେ ନ୍ୟୁ ୟର୍ ପାର୍ଟି ସେଲିବ୍ରାସନ୍ କରିବାକୁ ମନା କରିଛନ୍ତି । ସରକାରଙ୍କ ନିର୍ଦେଶ ଯେଭଳି କଡ଼ାକଡ଼ି ଭାବେ ପାଳନ ହେବ ସେନେଇ, ଦିଲ୍ଲୀ ପୋଲିସକୁ ନଜର ରଖିବାକୁ କୁହାଯାଇଛି ।
ଓମିକ୍ରନ ମୁକାବିଲା ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଶେଷ ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ- ୫ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବାକୁ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି।
ଦେଶରେ ୨୦୦ ଟପିଲାଣି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା..ଏନେଇ କେନ୍ଦ୍ର ଚିଠି ଲେଖି ନିର୍ଦ୍ଦେଶନାମା ଜାରି କରିଛି..